୬ ମାସ ନ ପୂରୁଣୁ ୬ ସ୍ଥାନରେ ଫାଟ

ବଇଣ୍ଡା,୧୦ା୮(ଡି.ଏନ.ଏ.) ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ଶେଷ ହୋଇନି। ଏପରି କି ନିର୍ମାଣାଧୀନ ୪୦ କିଲୋମିଟର ରାସ୍ତାକୁ ୬ ମାସ ମଧ୍ୟ ପୂରିନି। ହେଲେ ୬ଟି ସ୍ଥାନରେ ଫାଟ ଦେଖାଦେଲାଣି। ଏହାକୁ ନେଇ ଆଶଙ୍କାରେ ପଡ଼ିଛନ୍ତି ଅନୁଗୋଳ ଜିଲା କିଶୋରନଗର ବ୍ଲକର କେତୋଟି ଗ୍ରାମବାସୀ। ଏ ନେଇ ପୂର୍ବରୁ କମରେଇ ଗ୍ରାମବାସୀ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ। ଗତ ଶନିବାର ପାଗବନ୍ଦା ଗ୍ରାମବାସୀ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ରାସ୍ତାରେ ଫାଟ ସୃଷ୍ଟି ହୋଇଥିବାରୁ ଏହାର ସ୍ଥାୟିତ୍ୱ ନେଇ ସେମାନେ ପ୍ରଶ୍ନ ଉଠାଇଛନ୍ତି।

କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥର ସମ୍ପ୍ରସାରଣ କାର୍ଯ୍ୟ ଅନୁଗୋଳ ଜିଲା କିଶୋରନଗର ବ୍ଲକ ଅଞ୍ଚଳରେ ଚାଲୁ ରହିଛି। ବ୍ଲକର ଜାମ୍ବୁନାଳୀ ଠାରୁ ବାମୁର ପର୍ଯ୍ୟନ୍ତ ୪୦ କିଲୋମିଟର ନିର୍ମାଣର ୭୦ ପ୍ରତିଶତ ଶେଷ ହୋଇଛି। କିନ୍ତୁ ହେଉଥିବା କାର୍ଯ୍ୟକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଯାଇଛି। ଠିକାସଂସ୍ଥା ଠିକ୍‌ ଭାବେ କାର୍ଯ୍ୟ କରୁ ନ ଥିବାରୁ ଅଞ୍ଚଳବାସୀ ଜିଲା ପ୍ରଶାସନ ଓ ସ୍ଥାନୀୟ ବିଧାୟକଙ୍କୁ ବହୁବାର ଅଭିଯୋଗ କରିଛନ୍ତି। ହେଲେ କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। ପୂର୍ବରୁ କମରେଇ ଠାରେ ପ୍ରଥମେ ରାସ୍ତା ଫାଟି ଯାଇଥିଲା। ଏବେ ପାଗବନ୍ଦା, ଗୁରୁଜାଙ୍ଗ, ଖଇରମୁଣ୍ଡା, ଚମ୍ପାପୁର, ସୁସବ ଆଦି ସ୍ଥାନରେ ଫାଟ ଦେଖାଦେଇଛି। ରାସ୍ତା ଗୁଡିକ ୩ ରୁ ୪ ମିଟର ଲମ୍ବ ପର୍ଯ୍ୟନ୍ତ ଫାଟିଯାଇଥିବାରୁ କାର୍ଯ୍ୟ ନିମ୍ନମାନର ହେଉଥିବା ପାଗବନ୍ଦା ଗ୍ରାମବାସୀ ଅଭିଯୋଗରେ ଦର୍ଶାଇଛନ୍ତି। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଠିକା ସଂସ୍ଥାର ନିର୍ମାଣ କାର୍ଯ୍ୟ ତଦାରଖ ନିମନ୍ତେ କୌଣସି ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହୁନାହନ୍ତି। ପୂର୍ବରୁ ଠିକ୍‌ ଭାବେ ମାଟି ପରୀକ୍ଷଣ କରାଯାଉନାହିଁ। ଠିକାସଂସ୍ଥାର ଅଧିକାରୀମାନେ ମଧ୍ୟ କାର୍ଯ୍ୟସ୍ଥଳ ପରିଦର୍ଶନ କରୁନାହାନ୍ତି। କମରେଇ ଠାରେ ଦେଖାଦେଇଥିବା ଫାଟ ମରାମତି କରାଯାଇ ନାହିଁ। ତାହାକୁ ମାଟି ପକାଇ ଠିକାସଂସ୍ଥା ଘୋଡ଼ାଇ ଦେଇଛି। ତେଣୁ ଫାଟଗୁଡ଼ିକର ତୁରନ୍ତ ମରାମତି ସହ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ଠିକ୍‌ ଭାବେ କରାଯିବାକୁ ଗ୍ରାମବାସୀ ଜିଲାପାଳଙ୍କ ନିକଟରେ ଦାବି କରିଛନ୍ତି।

ସ୍ଥାୟିତ୍ୱ ନେଇ ସନ୍ଦେହ ଆସୁଛି
ରାସ୍ତା ନିର୍ମାଣ ପୂର୍ବରୁ ମାଟି ପରୀକ୍ଷା ଠିକ୍‌ ଭାବେ କରାଯାଉନାହିଁ। ଠିକାସଂସ୍ଥାର ଉଚ୍ଚପଦାଧିକାରୀମାନେ ନିୟମିତ ଯାଞ୍ଚ କରୁନାହାନ୍ତି। ଫଳରେ ରାସ୍ତା କାର୍ଯ୍ୟ ନ ସରୁଣୁ ଅନେକ ସ୍ଥାନରେ ଫାଟ ଦେଖାଦେବା ଆରମ୍ଭ କଲାଣି। ଏଥିରୁ ନିର୍ମାଣ କାର୍ଯ୍ୟର ସ୍ଥାୟିତ୍ୱ ନେଇ ସନ୍ଦେହ ସୃଷ୍ଟି ହେଉଛି।
-ମନୋଜ କୁମାର ମହାପାତ୍ର, ସାମାଜିକ କର୍ମୀ

ବଇଣ୍ଡାଠାରେ ବିଳମ୍ବ ହେଉଛି
ରାଜପଥ ନିର୍ମାଣ ନିମନ୍ତେ ବଇଣ୍ଡା ଅଞ୍ଚଳରେ ୩ ବର୍ଷ ତଳୁ ଉଚ୍ଛେଦ ହୋଇଥିଲେ ମଧ୍ୟ ଏଯାଏ କାର୍ଯ୍ୟ ଆରମ୍ଭ ହୋଇନାହିଁ। ଓଭର ବ୍ରିଜ୍‌ ପାଇଁ ଗାତ ଖୋଳି ଛାଡ଼ି ଦିଆଯାଇଛି। ଡ୍ରେନ୍‌ ଗୁଡିକ ମଧ୍ୟ ନିର୍ମାଣ ହେଉନାହି। ବର୍ଷା ହେଲେ ଲୋକଙ୍କ ଘରେ ପାଣି ପଶୁଛି। ତୁରନ୍ତ କାର୍ଯ୍ୟ ସମାପ୍ତ କରାଯାଉ।
-ଅରବିନ୍ଦ ସାହୁ, ବଇଣ୍ଡା

ତୁରନ୍ତ ମରାମତି କରାଯାଉ
ନିର୍ମାଣର ୫ ମାସ ନ ହେଉଣୁ ରାସ୍ତା ଫାଟିବା ଆରମ୍ଭ ହେଲାଣି। ୬ଟି ସ୍ଥାନରେ ଫାଟି ଥିବାରୁ ଏଠାରେ କାର୍ଯ୍ୟ ଠିକ୍‌ ଭାବେ କରାଯାଇ ନ ଥିବା ସ୍ଥାନୀୟ ଲୋକେ ଆଶଙ୍କା କରୁଛନ୍ତି। ତୁରନ୍ତ ଠିକା ସଂସ୍ଥା ଫାଟି ଥିବା ରାସ୍ତାକୁ ସ୍ଥାୟୀ ଭାବେ ମରାମତି କରିବା ଦିଗରେ ପଦକ୍ଷେପ ନେଉ।
-ଅନିରୁଦ୍ଧ ସାହୁ, ବାଦୀରିନାଳି

ଅସ୍ଥାୟୀ ରାସ୍ତା ଶୋଚନୀୟ
ରାସ୍ତା ନିର୍ମାଣ ବିଳମ୍ବ ହେଉଥିବା ଯୋଗୁ ବହୁ ଅସୁବିଧା ସୃଷ୍ଟି ହେଉଛି। କରାଯାଇଥିବା ଅସ୍ଥାୟୀ ରାସ୍ତା ଗୁଡିକର କେତେକ ସ୍ଥାନ ଶୋଚନୀୟ ହୋଇପଡିଛି। ସେଗୁଡିକ ମରାମତି କରାଯାଉ ନାହିଁ। ଭାରିଯାନ ଯାତାୟାତ ଯୋଗୁ ରାସ୍ତା ଖରାପ ହେଉଥିବାରୁ ଶୀଘ୍ର ମରାମତି କରାଯାଉ।
-ଯୁଗଳ କିଶୋର ପ୍ରଧାନ, ବସ୍‌ ଚାଳକ

ଶୀଘ୍ର ପଦକ୍ଷେପ ନିଆଯିବ
ମାଟି ଦବୁଥିବା ଯୋଗୁ ରାସ୍ତା ଫାଟିଯାଉଛି। ଯେଉଁ ଅଞ୍ଚଳରେ ରାସ୍ତାରେ ଫାଟ ଦେଖାଦେଇଛି, ତାହାକୁ ଶୀଘ୍ର ମରାମତି କରାଯିବ। କରୋନା ପାଇଁ ସମସ୍ତ ଲେବର ଘରକୁ ପଳାଇ ଯାଇଛନ୍ତି। ସେମାନେ କାମକୁ ଫେରିଲେ ନିର୍ମାଣ କାର୍ଯ୍ୟ ତ୍ୱରାନ୍ବିତ ହେବ।
-ଗେଲିଡେବେରା ପଦ୍ମନାଭମ, ଠିକାସଂସ୍ଥା ପରିଚାଳକ


Enter your email to get our daily news in your inbox.

All Right Reserved By Dharitri.Com

ଶାଳକଙ୍କୁ ଏସିଡ୍‌ ଫିଙ୍ଗି ବନ୍ଧା ହେଲେ ଭିଣୋଇ

ବ୍ରହ୍ମପୁର,୩୦ା୮(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଟାଉନ ଥାନା ପୋଲିସ ଏସିଡ ମାଡ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରିଛି l ସେ ହେଲେ ପାଟପୁର ଥାନା ପୋଡାମାରି ବଜାର…

ନାବାଳିକା ଛାତ୍ରୀଙ୍କୁ ଅପହରଣ କରିନେଲେ ୨୨ ବର୍ଷୀୟ ଯୁବକ, ଗାଁରେ ଉତ୍ତେଜନା ପରେ…

ହାଟଡିହୀ/ଛେନାପଦୀ,୩୦ା୮(ଶୁଭକାନ୍ତ ନାୟକ/ନିରାକାର): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ନନ୍ଦିପଦା ଥାନା ଅଞ୍ଚଳରେ ଜଣେ ନାବାଳିକା ଦଶମ ଶ୍ରେଣୀ ଛାତ୍ରୀକୁ ଅପହରଣ କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ଏହାକୁ…

ନିଟ୍‌ରେ ସଫଳ ଦୁଇ ଭଉଣୀଙ୍କ ଡାକ୍ତରୀ ପାଠରେ ଅର୍ଥ ସାଜିଛି ବାଧକ, ସ୍ବପ୍ନରେ ରହିଯିବ କି ଉଭୟଙ୍କ…

କର୍ଲାମୁଣ୍ଡା,୩୦ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ଗ୍ରାମର ଏକ ମେଧାବୀ ପରିବାରର ଦୁଇ ଭଉଣୀ ଏକାସାଙ୍ଗେ ନିଟ୍‌ ପରୀକ୍ଷାରେ ସଫଳତା ହାସଲ କରିବା…

୩୨ କେଭି ବିଦ୍ୟୁତ୍‌ ତାରରେ ବାଜିଗଲା ଛାତ୍ରଙ୍କ ହାତ, ଚାଲିଗଲା ଜୀବନ

ପାତ୍ରପୁର,୩୦ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ତହସିଲ ଜରଡ଼ା ଥାନା ଅନ୍ତର୍ଗତ ଭୈରପୁର ଗ୍ରାମର ସୁଶାନ୍ତ ପ୍ରଧାନଙ୍କ ପୁଅ ଚନ୍ଦନ( ୧୬)ଙ୍କ ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ…

ଛାତ୍ରୀଛାତ୍ରଙ୍କୁ ନିଶାଠାରୁ ଦୂରେଇ ରହିବାକୁ ଆହ୍ବାନ

ବଞ୍ଚୋ,୩୦ା୮(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ବଞ୍ଚୋର ପ୍ରାଣବଲ୍ଲଭ ପବ୍ଲିକ ସ୍କୁଲରେ ‘ନିଶାମୁକ୍ତ ଭାରତ ଅଭିଯାନ’ ଅଧୀନରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆନନ୍ଦପୁର ଏସ୍‌ଡିପିଓ…

ଲଘୁଚାପ ଆଣିଲା ଆଶଙ୍କା: ପୁଣି ଭୟଙ୍କର ବର୍ଷା, ଏହି ୩ ଜିଲାକୁ ସତର୍କ ସୂଚନା ଜାରି କରି ପାଣିପାଗ ବିଭାଗ…

ଭୁବନେଶ୍ୱର,୩୦ା୮: ବଙ୍ଗୋପସାଗରରେ ସୃଷ୍ଟି ସକ୍ରିୟ ଲଘୁଚାପ ବଳୟ ପ୍ରଭାବରେ ରାଜ୍ୟରେ ପୁଣି ଆରମ୍ଭ ହୋଇଛି ବର୍ଷାର ତାଣ୍ଡବ। ଅବିଶ୍ରାନ୍ତ ବର୍ଷା ଯୋଗୁ ଉତ୍ତର ଓଡ଼ିଶାର ସ୍ଥିତି ସମ୍ପୂର୍ଣ୍ଣ…

ସୋଫିଆଙ୍କୁ ନେଇ ବଡ଼ ଖୁଲାସା କଲେ ମୋକିମ୍, ବିଧାନସଭା ନିର୍ବାଚନରେ କଂଗ୍ରେସରୁ ନୁହେଁ ଏହି ଦଳରୁ ଲଢ଼ିବେ

ଭୁବନେଶ୍ବର,୩୦ା୮: ସୋଫିଆ ଫିର୍ଦୋସଙ୍କୁ ନେଇ ବଡ଼ ଖୁଲାସା କରିଛନ୍ତି ବାପା ମହମ୍ମଦ ମୋକିମ୍ । ଆସନ୍ତା ବିଧାନସଭା ନିର୍ବାଚନରେ ଓଡ଼ିଶା ଜନତା କଂଗ୍ରେସରୁ ଲଢିବେ ସୋଫିଆ ।…

ଯୌତୁକ ନିର୍ଯାତନା: ଥାନାରେ ଏତଲା, ଅଭିଯୋଗକୁ ଶ୍ବଶୁର ଘର ଲୋକଙ୍କ ….

ଦିଗପହଣ୍ଡି,୩୦|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ତେଣ୍ଟୁଆପଡ଼ା ଗ୍ରାମର ନିରଞ୍ଜନ ପାଣିଗ୍ରାହୀଙ୍କ ଝିଅ ଅଂଶିତାଙ୍କୁ ତାଙ୍କ ସ୍ଵାମୀ,ଶାଶୁ,ଶ୍ବଶୁର ଯୌତୁକ ପାଇଁ ଶାରିରୀକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri