ମଙ୍ଗଳବାରଠୁ ଖୋଲିବ ଘଟଗାଁ ତାରିଣୀ ମନ୍ଦିର

କେନ୍ଦୁଝର/ଘଟଗାଁ,୯ା୮(ସ୍ବ.ପ୍ର./ଡି.ଏନ୍‌.ଏ.): ମଙ୍ଗଳବାରଠାରୁ କୋଭିଡ୍‌ କଟକଣାରେ ଖୋଲିବ କେନ୍ଦୁଝର ଜିଲାର ପ୍ରସିଦ୍ଧ ଘଟଗାଁ ତାରିଣୀ ମନ୍ଦିର। ଏନେଇ ଜିଲା ପ୍ରଶାସନ ପକ୍ଷରୁ ଗାଇଡ୍‌ଲାଇନ ଜାରି କରାଯାଇଛି। ଶ୍ରଦ୍ଧାଳୁମାନେ ମାସ୍କ ପରିଧାନ ଓ ସାମାଜିକ ଦୂରତ୍ୱ ରକ୍ଷାକରି ମା’ଙ୍କ ଦର୍ଶନ କରିପାରିବେ। ୨ଟି ପର୍ଯ୍ୟାୟରେ ଦର୍ଶନ ବ୍ୟବସ୍ଥା କରାଯାଇଛି। ସକାଳ ସାଢ଼େ ୭ଟାରୁ ମଧ୍ୟାହ୍ନ ସାଢ଼େ ୧୨ଟା ଏବଂ ଅପରାହ୍ନ ୪ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ମନ୍ଦିର ଖୋଲା ରହିବ। ଭକ୍ତମାନେ ୩ନମ୍ବର ଗେଟ୍‌ରେ ଧାଡ଼ି ହୋଇ ପ୍ରବେଶ କରି ୪ନଂ. ଗେଟ୍‌ରେ ପ୍ରସ୍ଥାନ କରିବେ।

ମନ୍ଦିରରେ କୌଣସି ଭୋଗ, ନଡ଼ିଆ ଲାଗି କରାଯିବ ନାହିଁ। କେବଳ ଭକ୍ତମାନେ ମା’ଙ୍କ ଦର୍ଶନ କରିପାରିବେ। ମନ୍ଦିରକୁ ୧୦ବର୍ଷରୁ କମ୍‌ ବୟସର ପିଲା ଓ ୬୫ ବର୍ଷରୁ ଊର୍ଦ୍ଧ୍ୱ ବୟସର ବ୍ୟକ୍ତି ପ୍ରବେଶ କରିପାରିବେ ନାହିଁ। ମନ୍ଦିରରେ ହେଉଥିବା ଦୈନନ୍ଦିନ ଅନ୍ନପ୍ରସାଦ ବିକ୍ରି କିମ୍ବା ପାର୍ସଲ ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ବନ୍ଦ ରହିବ। ମନ୍ଦିରର ସେବାୟତ, କର୍ମଚାରୀ, କର୍ମକର୍ତ୍ତାମାନେ କୋଭିଡ୍‌ ନିୟମ ଅନୁସାରେ ମାସ୍କ, ସାନିଟାଇଜର୍‌ ବ୍ୟବହାର କରିବେ। ମନ୍ଦିର ପରିସରରେ ଥିବା ସମସ୍ତ ଦୋକାନ ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ବନ୍ଦ ରହିବ। ଅନ୍ୟାଦେଶ ପର୍ଯ୍ୟନ୍ତ ମନ୍ଦିରରେ ବିବାହ, ବ୍ରତ ଓ କଲ୍ୟାଣ ମଣ୍ଡପ ବନ୍ଦ ରହିବ। ମନ୍ଦିର କମିଟି ଓ ଟ୍ରଷ୍ଟ ବୋର୍ଡ କୋଭିଡ୍‌ ଗାଇଡ୍‌ଲାଇନ ପାଳନର ତଦାରଖ କରିବାକୁ ନିର୍ଦ୍ଦେଶନାମାରେ କୁହାଯାଇଛି। ଥରକେ ୫୦ ଜଣ ଭକ୍ତଙ୍କ ପ୍ରବେଶ ପାଇଁ ଅନୁମତି ମିଳିବ। ତାରିଣୀ ମନ୍ଦିର ସମେତ ଜିଲାର ସମସ୍ତ ମନ୍ଦିର, ମସ୍‌ଜିଦ, ଚର୍ଚ୍ଚ, ଗୁରୁଦ୍ୱାର ଆଦି ଧାର୍ମିକ ଅନୁଷ୍ଠାନ ମଧ୍ୟ ଖୋଲିବ ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଖଣ୍ଡଳମଣି ପୀଠରେ ଅସମ୍ଭାଳ ଭିଡ଼

ଆରଡ଼ି, ୨୬।୭ (ଡି.ଏନ.ଏ.) ଶ୍ରାବଣ ମାସର ଦ୍ୱିତୀୟ ସୋମବାର ଭଦ୍ରକ ଜିଲା ଆରଡ଼ି ଆଖଣ୍ଡଳମଣି ମନ୍ଦିରରେ ଲକ୍ଷାଧିକ କାଉଡ଼ିଆ ଜଳଲାଗି କରିଛନ୍ତି। ସୀମିତ ସ୍ଥାନରେ ଏତେସଂଖ୍ୟକ...

ୱେବ୍‌ ଚ୍ୟାନେଲ ସିଲ୍‌, ଏମ୍‌ଡିଙ୍କ ସମେତ ଦୁଇ ଗିରଫ

ଭୁବନେଶ୍ୱର,୬।୧୦(ବ୍ୟୁରୋ): ଜଣେ ମହିଳାଙ୍କୁ ଧମକ ଦେବା ସହ ଟଙ୍କା ମାଗିବା ଅଭିଯୋଗରେ ଏକ ୱେବ୍‌ ଚ୍ୟାନେଲର ଦୁଇ କର୍ମଚାରୀଙ୍କୁ ମଞ୍ଚେଶ୍ୱର ପୋଲିସ ଗିରଫ କରିଛି। ସେମାନେ...

ଜୁନ୍‌ ୧ରୁ ବିଶ୍ୱବିଦ୍ୟାଳୟରେ ଅନ୍‌ଲାଇନ୍‌ ପାଠପଢ଼ା

ଭୁବନେଶ୍ୱର,୨୯ା୫(ବ୍ୟୁରୋ): ରାଜ୍ୟ ସରକାରଙ୍କ ଦାରା ପରିଚାଳିତ ସମସ୍ତ ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ଜୁନ୍‌ ୧ରୁ ଅନ୍‌ଲାଇନ ପାଠପଢ଼ା ଆରମ୍ଭ ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ...

ବିଭିନ୍ନ ଦାବି ନେଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର

ଫୁଲବାଣୀ ଅଫିସ,୧୦ା୮-କୁଇ ସମାଜ ସେବା ସମିତି ପକ୍ଷରୁ ଶୁକ୍ରବାର ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଏକ ରାଲି ମାଦିକୁନ୍ଦା ଛକରୁ ବାହାରିଥିଲା।...

ବିଛୁପାଲିରୁ-ସୋନପୁରକୁ ଗଡିବ ଟ୍ରେନ୍‌, ଟେଣ୍ଡର ଆହ୍ବାନ କଲା ରେଳ ବିଭାଗ

ସୋନପୁର,୨୬।୨(ନି.ପ୍ର) – ୨୮୯ କିଲୋମିଟର ଦୈଘ୍ୟ ବିଶିଷ୍ଟ ଓଡ଼ିଶାର ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ନିର୍ମାଣ କାର୍ଯ୍ୟ ଏବେ ତ୍ୱରାନ୍ବିତ ହୋଇଛି। ବଲାଙ୍ଗୀର ପଟୁ ବିଛୁପାଲିରୁ ସୋନପୁର ପର୍ଯ୍ୟନ୍ତ...

ଜୁଆର ମାଡ଼ରେ ଭ୍ୟୁ ଟାୱାର ମୂଳଦୁଆ ଭୁଶୁଡ଼ିଲା

ଏରସମା,୧୩ା୯(ସ୍ବ.ପ୍ର.):ଓଡ଼ିଶା ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇଥିବା ଜଗତ୍‌ସିଂହପୁର ଜିଲା ଏରସମା ବ୍ଲକ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତସ୍ଥିତ ଶିଆଳି ସମୁଦ୍ର ବେଳାଭୂମି ଏବେ ବିପଦସଙ୍କୁଳ ହୋଇପଡ଼ିଛି। ପଶ୍ଚିମ...

ବାଲିମେଳାସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଛାତ୍ରାବାସରେ ଅବ୍ୟବସ୍ଥା: ଶଯ୍ୟା ନ ଥିବାରୁ ତଳେ ଶୋଉଛନ୍ତି ୧୦୦ରୁ ଊର୍ଦ୍ଧ୍ୱ ଛାତ୍ର, ନିର୍ମାଣର ୨ ବର୍ଷରେ ଛାତରୁ ଗଳୁଛି ପାଣି

କୋରୁକୋଣ୍ଡା,୨୫।୮(ଡି.ଏନ୍‌.ଏ): ମାଲକାନଗିରି ଜିଲା ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟରେ ଥିବା ଛାତ୍ରାବାସରେ ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି। ଉକ୍ତ...

ସଡ଼କ ଦୁର୍ଘଟଣା ବୃଦ୍ଧି ନେଇ ସୁପ୍ରିମକୋର୍ଟ କମିଟି କ୍ଷୁବ୍ଧ

କଟକ ଅଫିସ,୧୧।୬: ରାଜ୍ୟରେ ବୃଦ୍ଧି ପାଉଥିବା ସଡ଼କ ଦୁର୍ଘଟଣାକୁ ନେଇ ସଡ଼କ ସୁରକ୍ଷା ପାଇଁ ଗଠିତ ସୁପ୍ରିମ୍‌କୋର୍ଟ କମିଟି ଚିନ୍ତା ପ୍ରକାଶ କରିଛି। ଏହାକୁ ରୋକିବା...

Advertisement
Archives

Model This Week