ରାସ୍ତାକଡ଼ରୁ ଗଛ କାଟି ଦେଲେ

ଖୋର୍ଦ୍ଧା ଅଫିସ,୯।୮: ପରିବେଶ ସନ୍ତୁଳନ ଲାଗି ଚାରାରୋପଣ ନିମନ୍ତେ ସଚେତନତା ସୃଷ୍ଟି କରାଯାଉଛି। ଏପରି କି ରାସ୍ତା ପାର୍ଶ୍ୱରେ ବନୀକରଣକୁ ଗୁରୁତ୍ୱ ଦିଆଯାଉଛି। ପ୍ରତିବର୍ଷ ବନ ମହୋତ୍ସବ ପାଳନ ସହ ଲୋକଙ୍କୁ ମାଗଣା ଚାରା ବଣ୍ଟନ କରାଯାଉଛି। ଅନ୍ୟପକ୍ଷରେ ରାସ୍ତା ପାର୍ଶ୍ୱରୁ ବଡ ବଡ ଗଛ କାଟି ନିଆଯାଉଥିଲେ ମଧ୍ୟ ବନ ବିଭାଗ ନୀରବ ରହୁଛି। ବାଘମାରୀ-କଣ୍ଟିଲୋ ରାଜ୍ୟ ରାଜପଥ ପାର୍ଶ୍ୱରେ ଲାଗିଥିବା ଗଛ ସବୁ ମୂଳରୁ ୨ଫୁଟ ଲେଖାଏ ଛାଡ଼ି କାଟି ଦିଆଯାଇଛି। ବିଦ୍ୟୁତ ବିଭାଗ ପକ୍ଷରୁ ଗଛ କଟାଯାଇଥିବାବେଳେ ବନ ବିଭାଗ ଚୁପ୍‌ ବସିବା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
ସୂଚନା ଅନୁଯାୟୀ, ରାଜ୍ୟ ଜଙ୍ଗଲ ଉନ୍ନୟନ ନିଗମ ଜରିଆରେ ବାଘମାରୀ-କଣ୍ଟିଲୋ ରାସ୍ତାର ଉଭୟ ପାର୍ଶ୍ୱରେ ଗଛ ଲଗାଯାଇଥିଲା ଏହିସବୁ ଗଛ ଉପର ଦେଇ ୪ଫୁଟ ଉଚ୍ଚରେ ୧୧ କେଭି ବିଦ୍ୟୁତ ତାର ଯାଇଛି। ବନ ବିଭାଗ ବିନା ଅନୁମତିରେ ବାଘମାରୀ ବିଦ୍ୟୁତ ବିଭାଗ ପକ୍ଷରୁ ଏହି ତାର କାଟି ଦିଆଯାଇଛି। ବିଦ୍ୟୁତ ବିଭାଗ ୧୧ କେଭି ସଂସ୍ପର୍ଶରେ ଆସିବାକୁ ଥିବା ଗଛର ଡାଳପତ୍ର ପରିବର୍ତ୍ତେ ଗଛର ମୂଳରୁ ଦୁଇ ଫୁଟ ଛାଡ଼ି ସମ୍ପୂର୍ଣ୍ଣ କାଟି ଦେଇଛି। ଏହାକୁ ସ୍ଥାନୀୟ ଅୟ୍ଚଳବାସୀ ଓ ପରିବେଶପ୍ରେମୀ ବିରୋଧ କରିବା ସହ ଖୋର୍ଦ୍ଧା ବନ ବିଭାଗର ଦୃଷ୍ଟି ଆକର୍ଷଣ କରିଛନ୍ତି। ଅନ୍ୟପକ୍ଷରେ ବନପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ଗଛକୁ କଟାଯାଉଥିଲେ ମଧ୍ୟ କିପରି ବିଭାଗ ପାଖରେ ଖବର ନାହିଁ ତାହା ପ୍ରଶ୍ନବାଚୀ ହୋଇଛି। ସମ୍ପ୍ରତି ବର୍ଷାଦିନେ ୧୧ କେଭି ତାରରେ ଡାଳପତ୍ର ମାଡ଼ି ବିପଦ ସୃଷ୍ଟି କରିବା ଆଶଙ୍କାରେ କାଟି ଦିଆଯାଇଥିବା ସ୍ଥାନୀୟ ବିଦ୍ୟୁତ ବିଭାଗ ପକ୍ଷରୁ କୁହାଯାଇଛି। ଏ ନେଇ ଖୋର୍ଦ୍ଧା ରେଞ୍ଜର ଅସିତ ମିଶ୍ର କହିଛନ୍ତି, ଉକ୍ତ ରାସ୍ତାରେ ବନ ବିଭାଗ ନୁହେଁ ବରଂ ଜଙ୍ଗଲ ଉନ୍ନୟନ ନିଗମ ପକ୍ଷରୁ ଗଛ ଲଗାଯାଇଥିଲା। ତେଣୁ ଗଛ କଟାଯିବା ସମ୍ପର୍କରେ ନିଗମ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖି ଜଣାଇ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ମାଣ କାମ ବେଳେ ଧସିଲା ମାଟି ଅତଡ଼ା

କଟକ,୧୮ା୪(କାର୍ତ୍ତିକ ସାହୁ): ମାଲଗୋଦାମ ଅଞ୍ଚଳରେ ଏକ ନିର୍ମାଣ କାମ ଚାଲୁଥିବା ବେଳେ ମାଟି ଅତଡ଼ା ଧସି ଜଣେ ଶ୍ରମିକ ସେଥିରେ ପୋତି ହୋଇଯାଇଥିଲେ। ଖବର ପାଇ...

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ବାପା-ଝିଅ ଯାଉଥିଲେ, ଜଳିଗଲା ବ୍ୟାଟେରୀ ସ୍କୁଟି

କେନ୍ଦୁଝର,୧୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର-ଗୋବର୍ଦ୍ଧନ ମଝିରେ ଥିବା ପେଟ୍ରୋଲପମ୍ପ ଓ ଇଟାଫେକ୍ଟ୍ରି ନିକଟରେ ଏକ(ଓଡି-୩୩-ଏ ଏଫ-୯୯୭୪)ଓକିନାୱା ନାମକ ବ୍ୟାଟେରୀ...

ନିର୍ବାଚନ ପୂର୍ବରୁ ଝଟ୍‌କା: ବିଜେଡି ଛାଡ଼ିଲେ ପୂର୍ବତନ ପୌରାଧ୍ୟକ୍ଷ

ଝାରସୁଗୁଡ଼ା,୧୮ା୪(ସଞ୍ଜୟ ମାଲି): ଝାରସୁଗୁଡ଼ା ଜିଲା ବେଲପାହାଡ଼ ଟାଉନ ବିଜେଡି ସଭାପତି ତଥା ବେଲପାହାଡ଼ ପୌର ପରିଷଦ ପୂର୍ବତନ ଅଧ୍ୟକ୍ଷ କୈଳାସ ନାଏକ ବିଜେଡି ଛାଡିଥିବା ନେଇ...

ସଡ଼କ ଦୁର୍ଘଟଣାରେ ୨ ମୃତ: ରାସ୍ତାରେ ମୃତଦେହ ରଖି କ୍ଷତିପୂରଣ ଦାବି କଲେ

ଗୋପାଳପୁର,୧୮।୪(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା କନିସି-ତୁଳୁ ରାସ୍ତା ମଝିରେ ବୁଧବାର ବାଇକ ମୁହାଁମୁହିଁ ଧକ୍କା ହୋଇ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା l ମୃତକମାନେ ହେଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri