ଆମ ଜିଲା ଖବର

କରୋନାକୁ ହରାଇଲେ ମାସକର ଶିଶୁ

ନୂଆପଡ଼ା ଅଫିସ,୧୯।୫: କରୋନାର ଦ୍ୱିତୀୟ ଲହରରେ ଦିନକୁ ଦେଶରେ ୪ହଜାରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହେଉଛି। ଏଭଳି ସଙ୍କଟ ଜନକ ସ୍ଥିତିରେ ନୂଆପଡ଼ା ଜିଲାରୁ ଆସିଛି ଏକ ଖୁସି ଖବର। ମାସକର ଶିଶୁ କରୋନାକୁ ହରାଇ ସୁସ୍ଥ ହୋଇଥିବା ଜଣାପଡ଼ିଛି। ମିଳିଥିଲା…

ନୂଆ ଜୀବନ ଆରମ୍ଭ କରିବା ପୂର୍ବରୁ ଜୀବନ ହାରିଲେ ଯୁବତୀ

ଭଞ୍ଜନଗର,୧୯।୫: ଗଞ୍ଜାମ ଜିଲା ତାରସିଂ ଥାନା ଅନ୍ତର୍ଗତ ତୁରୁମୁରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ବିବାହ ଦିନ ଜଣେ ଯୁବତୀ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ସେ ହେଲେ ତୁରୁମୁ ଗ୍ରାମର ସନ୍ତୋଷିନୀ ନାୟକ। ପୋଲିସ ମୃତଦେହ ଜବତ କରି…

ବାଲିମେଳା ଜଳଭଣ୍ଡାରରେ ବୁଡ଼ିଗଲା ଯାତ୍ରୀବାହୀ ଡଙ୍ଗା

ମାଲକାନଗିରି,୧୯।୫: ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବାଲିମେଳା ଜଳଭଣ୍ଡାରରେ ବୁଧବାର ଏକ ଯାତ୍ରୀବାସୀ ଦେଶୀ ଡଙ୍ଗା ବୁଡି ଯାଇଛି। ଫଳରେ ମହିଳା ଓ ଶିଶୁଙ୍କ ସମେତ ୩ ଜଣ ନିଖୋଜ ଅଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ୧୧ ଜଣ ଯାତ୍ରୀଙ୍କୁ ନେଇ ଏକ…

ଭତ୍ତା ଟଙ୍କା ପାଇଁ ଖରାରେ ଲମ୍ବା ଧାଡ଼ି

ପୁରୁଷୋତ୍ତମପୁର,୧୯।୫(ଡି.ଏନ୍‌.ଏ.): କରୋନା ମହାମାରୀ ଯୋଗୁ ଲୋକଙ୍କୁ ଘରୁ ବାହାରକୁ ନ ଆସିବା ଲାଗି ସରକାର ନିର୍ଦ୍ଦେଶ ଦେଇ ଲକ୍‌ଡାଉନ୍‌ ଜାରି କରିଛନ୍ତି। ମାତ୍ର ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଏଭଳି ପରିସ୍ଥିତିରେ କୌଣସି ଗାଡ଼ିମୋଟର ଚାଲୁ ନ ଥିବା ବେଳେ ବିଭିନ୍ନ…

୮ ଫୁଟ କମ୍ବ ର ଅଜଗର ଉଦ୍ଧାର: ଗ୍ରାମବାସୀ ଭୟଭୀତ

ପାଟଣା,୧୯।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ସାହାରପଡା ସେକ୍ସନ ମାଛଗଡ଼ ବିଟ ଫୁଲପାହାଡ଼ି ଗ୍ରାମପଡ଼ିଆରୁ ବୁଧବାର ସକାଳୁ ୮ ଫୁଟ ଲମ୍ବର ଏକ ଅଜଗର ଉଦ୍ଧାର ହୋଇଛି। ପରେ ବନ ବିଭାଗ ପୁରୁଣିଆ ସଂରକ୍ଷିତ ଜଙ୍ଗଲରେ ତାକୁ ଛାଡିଦେଇଛି। ସୂଚନା ଅନୁଯାୟୀ…

ଗଞ୍ଜାମରେ ଘରକୁ ସ୍ବାସ୍ଥ୍ୟ ସ୍କ୍ରିନିଂ ଆରମ୍ଭ: ୨୦୨୧ଟି ଟିମ୍‌ ସାମିଲ

ଛତ୍ରପୁର,୧୯।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଘରକୁ ଘର ଯାଇ ସ୍ବାସ୍ଥ୍ୟ ସ୍କ୍ରିନିଂ ଆରମ୍ଭ ହୋଇଛି। ଆଶା କର୍ମୀ, ସ୍ବଚ୍ଛସାଥୀ, ସୁପରଭାଇଜରମାନେ ଏହି କାର୍ଯ୍ୟ ତ୍ୱରାନ୍ବିିତ କରୁଥିବା ଜିଲାପାଳ ବିଜୟ ଅମୃତା କୁଳାଙ୍ଗେ ସୂଚନା ଦେଇଛନ୍ତି । ଘର ପରିବାରର ସଦସ୍ୟଙ୍କ ଅକ୍ସି ମିଟରରେ…

ରଥଖଳାରେ ପଶିଲା କରୋନା, ୨ ମହାରଣା ପଜିଟିଭ୍‌ ଚିହ୍ନଟ

ପୁରୀ ଅଫିସ,୧୯।୫: ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଚାଲିଥିବାରୁ ରଥଖଳା ଚଳଚଞ୍ଚଳ ହୋଇଉଠିଛି। ତେବେ କୋଭିଡ୍‌ କଟକଣା ମଧ୍ୟରେ ରଥ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ୨ ମହାରଣା କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଉଭୟ ନନ୍ଦିଘୋଷ…

ଆଇସିୟୁ, ଭେଣ୍ଟିଲେଟର ନାହିଁ

ସୋନପୁର,୧୯।୫(ନି.ପ୍ର.) – କରୋନାର ଦ୍ୱିତୀୟ ଲହର ସୁବର୍ଣ୍ଣପୁର ଜିଲାର ଜନସାଧାରଣଙ୍କୁ ହନ୍ତସନ୍ତ କରୁଛି। ପ୍ରତିଦିନ ଶତାଧିକ ଲୋକ ସଂକ୍ରମିତ ହେଉଛନ୍ତି। ଅସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସେଥିପାଇଁ ଅଧିକାଂଶ ରୋଗୀ ଚିକିତ୍ସା ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆସୁଛନ୍ତି। ହେଲେ…

କରୋନାରେ ଆଖିବୁଜିଲେ ଯୁବକ

ହିନ୍ଦୋଳ,୧୯।୫(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ହିନ୍ଦୋଳ ଏନ୍‌ଏସି ୪ନଂ ୱାର୍ଡ ନୂଆପାଣିସାହି ଗ୍ରାମର ଜଣେ ଯୁବକଙ୍କ କରୋନାରେ ମୃତ୍ୟୁ ଘଟିଛି। ସେହେଲେ ଜିତେନ୍ଦ୍ର ପଟ୍ଟନାୟକ (୩୫)। ସେ ଗତ ଏକ ସପ୍ତାହ ଧରି କରୋନାରେ ଆକ୍ରାନ୍ତ ହୋଇ କଟକର ଏକ ଘରୋଇ ହସ୍ପିଟାଲରେ…

ପ୍ରଶାସନକୁ ସହଯୋଗର ହାତ ବଢ଼ାଇଲେ ବ୍ରହ୍ମପୁର ଏମ୍‌ପି

ପାରଳାଖେମୁଣ୍ଡି:୧୯।୫(ଡି.ଏନ୍‌.ଏ.): ଗଜପତି ଜିଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଅଧିକାଂଶ ରୋଗୀଙ୍କ କ୍ଷେତ୍ରରେ ଅମ୍ଳଜାନର ଅଭାବ ଦେଖା ଦେଉଛି । ତେଣୁ ଏହାର ସମାଧାନ ନିମନ୍ତେ ବ୍ରହ୍ମପୁର ଏମ୍‌ପି ଚନ୍ଦ୍ର ଶେଖର ସାହୁ ସହାୟତାର ହାତ ବଢାଇଛନ୍ତି…

ପାଚେରି ଡେଇଁ ୪ ପ୍ରବାସୀ ମାରିଲେ ଚମ୍ପଟ

ପଦ୍ମପୁର,୧୯।୫:(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଳକର ଲକ୍ଷ୍ମୀ ଦାସପୁର ସଂଗରୋଧ କେନ୍ଦ୍ରର ପ୍ରବାସୀ ରହୁଥିଲେ। ତେବେ ପାଚେରି ଡେଇଁ ୪ ଜଣ ଆନ୍ଧ୍ର ଫେରନ୍ତା ଚମ୍ପଟ ମାରିଛନ୍ତି। ଗତ ୧୫ ତାରିଖ ପଢୁଆ ଗ୍ରାମର୪ ଜଣ ଉକ୍ତ କେନ୍ଦ୍ରରେ ରହୁଥିଲେ। ଏ…

ମନ ଛୁଉଁଛି ମେଗା ଟିକାକରଣ

ଅନୁଗୋଳ ଅଫିସ, ୧୯ା୫ – ଅନୁଗୋଳ ଜିଲାର ବିଭିନ୍ନ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ କୋଭିଡ୍‌ ଟିକା ପ୍ରଦାନ କରାଯାଉଥିଲେ ମଧ୍ୟ ଜିଲା ପ୍ରଶାସନ ପକ୍ଷରୁ ଅନୁଗୋଳ ଷ୍ଟାଡିୟମ୍‌ଠାରେ ମେଗା ଟିକାକରଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଟିକା ନେବାକୁ ଆସୁଥିବା ଜିଲାବାସୀଙ୍କୁ ସରକାରଙ୍କ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?