ନାହିଁ ନାହିଁରେ ଯୁଗପୁରା ପାସେଞ୍ଜର୍‌ ହଲ୍ଟ

ବୈଶିିଙ୍ଗା,୧୦।୮(ଡି.ଏନ.ଏ.)-ପୂର୍ବତଟ ରେଳପଥ ଅଧୀନ ରୂପ୍‌ସା- ବାଙ୍ଗିରିପୋଷୀ ରେଳପଥର ବୈଶିଙ୍ଗା ନିକଟସ୍ଥ ସର୍ବ ପୁରାତନ ଯୁଗପୁରା ପାସେଞ୍ଜର୍‌ ହଲ୍ଟ ଅଦ୍ୟାବଧି ଷ୍ଟେଶନର ମାନ୍ୟତା ପାଇପାରିନାହିଁ। ଏଠାରେ ପ୍ଲାଟ୍‌ଫର୍ମ ନାହିଁ। ରୋଗୀ, ଶିଶୁ ଓ ମହିଳାଙ୍କ ସମେତ ବୟସ୍କ ବ୍ୟକ୍ତିଙ୍କୁ ଟ୍ରେନ୍‌କୁ ଉଠିବା ପାଇଁ ବହୁ କଷ୍ଟ ସ୍ବୀକାର କରିବାକୁ ପଡ଼ିଥାଏ। ଅନେକ ସମୟରେ ଏହି କାରଣରୁ ଛୋଟ ବଡ଼ ଦୁର୍ଘଟଣା ଘଟୁଥିବା ନଜିର ରହିଛି। ଶୌଚାଳୟ ନାହିଁ। ପାନୀୟ ଜଳର ବ୍ୟବସ୍ଥା ନାହିଁ। ସବୁଠାରୁ ବଡ଼ ସମସ୍ୟା, ଗତବର୍ଷ ମାର୍ଚ୍ଚ ୨୦ ତାରିଖଠାରୁ କରୋନା ସଂକ୍ରମଣ କାରଣ ଦର୍ଶାଇ ଏଠାରେ ଟିକେଟ ବିକ୍ରି କାଉଣ୍ଟର ବନ୍ଦ କରି ଦିଆ ଯାଇଛି। ଫଳରେ ଏଠାରେ ଟ୍ରେନ୍‌ ଧରୁଥିବା ଯାତ୍ରୀମାନଙ୍କୁ ଅନ୍‌ଲାଇନରେ ଟିକେଟ କାଟିବାକୁ ପଡ଼ୁଛି। ଅଧିକାଂଶ ଯାତ୍ରୀ ବିନା ଟିକେଟରେ ଯାତ୍ରା କରିବାକୁ ବାଧ୍ୟ ହୋଇଥାନ୍ତି।
୨୦୧୯ ଜୁଲାଇ ୨୫ ତାରିଖରେ ଭାଜପାର ଏକ ପ୍ରତିନିଧି ଦଳ ଦିଲ୍ଲୀ ଗସ୍ତ କରି ତତ୍କାଳୀନ କେନ୍ଦ୍ର ରେଳମନ୍ତ୍ରୀ ପିୟୂଷ ଗୋଏଲଙ୍କୁ ସାକ୍ଷାତ୍‌ କରି ଯୁଗପୁରା ପାସେଞ୍ଜର୍‌ ହଲ୍ଟର ବିଭିନ୍ନ ସମସ୍ୟା ସମ୍ପର୍କରେ ଦାବିପତ୍ର ପ୍ରଦାନ କରିଥିଲେ। ମାତ୍ର ଇତି ମଧ୍ୟରେ ଦୁଇବର୍ଷ ବିତିଗଲାଣି। ହେଲେ ଏହି ରେଳ ରହଣିର ରୂପରେଖରେ କୌଣସି ପରିବର୍ତ୍ତନ ହୋଇନାହିଁ। ଏହି ରେଳରହଣି ଉପରେ ଆଖପାଖ ୬ଟି ପଞ୍ଚାୟତର ପ୍ରାୟ ୩୦ ହଜାରରୁ ଊର୍ଦ୍ଧ୍ୱ ଜନସାଧାରଣଙ୍କ ସମେତ ବଡ଼ସାହି ବ୍ଲକ ଅଞ୍ଚଳର ବ୍ୟବସାୟୀମାନେ ନିର୍ଭର କରିଥାନ୍ତି। ସ୍ଥାନୀୟ ରାଜନେତାଙ୍କ ଉଦାସୀନତା ଯୋଗୁ ଏହି ଗୁରୁତ୍ୱପୂର୍ଣ୍ଣ ରେଳ ରହଣି ସ୍ଥଳ ଅବହେଳିତ ଅବସ୍ଥାରେ ପଡ଼ି ରହିଛି ବୋଲିି କହିଛନ୍ତି ଆଇନଜୀବୀ ମନୋଜ କୁମାର ପଣ୍ଡା । ଆଗାମୀ ପଞ୍ଚାୟତ ନିର୍ବାଚନ ସମୟରେ କଂଗ୍ରେସ ପକ୍ଷରୁ ଏହି ପାସେଞ୍ଜର ହଲ୍ଟର ସମସ୍ୟାକୁ ପ୍ରମୁଖ ପ୍ରସଙ୍ଗରେ ପରିଣତ କରାଯାଇ ଲୋକଙ୍କ ନିକଟରେ ପହଞ୍ଚିବାକୁ ଚେଷ୍ଟା କରାଯିବ ବୋଲି ବରିଷ୍ଠ କଂଗ୍ରେସ ନେତା ରଘୁନାଥ ରାଉତ କହିଛନ୍ତି। ଅନ୍ୟପକ୍ଷେ, ସ୍ଥାନୀୟ ବିଧାୟକ ସନାତନ ବିଜୁଳିଙ୍କୁ ପଚାରିବାରୁ ଯୁଗପୁରାଠାରେ ସମ୍ପୂର୍ଣ୍ଣ ନୂତନ ହାଇଲେଭଲ୍‌ ପ୍ଲାଟଫର୍ମ ନିର୍ମାଣ ନିମନ୍ତେ ରେଳ ମନ୍ତ୍ରଣାଳୟର ମଞ୍ଜୁରୀ ମିଳିଥିବା ଏବଂ ଅର୍ଥ ବ୍ୟବସ୍ଥା ହୋଇ ସାରିଥିବା ସମ୍ପର୍କରେ ରେଳ ଡିଭିଜନାଲ ମ୍ୟାନେଜର ବର୍ଷେ ତଳେ ସୂଚନା ଦେଇଥିଲେ। ତେବେ କାହିଁକି କାର୍ଯ୍ୟ ଅଟକି ରହିଛି ଏ ସଂକ୍ରାନ୍ତରେ ସେ ଖୁବ୍‌ ଶୀଘ୍ର ଉଚ୍ଚ ଅଧିକାରୀଙ୍କୁ ଯୋଗାଯୋଗ କରିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

ଶାଳକଙ୍କୁ ଏସିଡ୍‌ ଫିଙ୍ଗି ବନ୍ଧା ହେଲେ ଭିଣୋଇ

ବ୍ରହ୍ମପୁର,୩୦ା୮(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଟାଉନ ଥାନା ପୋଲିସ ଏସିଡ ମାଡ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରିଛି l ସେ ହେଲେ ପାଟପୁର ଥାନା ପୋଡାମାରି ବଜାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri