ପରଦା ପଛରେ ପୂଜା

ଅନୁଗୋଳ ଅଫିସ, ୧୧ା୮ – ଉତ୍ସବ ନୁହେଁ ଜୀବନ ବଡ଼। ଏହି ବାର୍ତ୍ତା ଦେବାକୁ ଯାଇ ରାଜ୍ୟ ସରକାର ପାର୍ବଣ ଋତୁରେ କୋଭିଡ୍‌ କଟକଣାକୁ ଆଦୌ କୋହଳ କରିନାହାନ୍ତି। କାରଣ ମହାମାରୀର ଦ୍ୱିତୀୟ ଲହରଠାରୁ ତୃତୀୟ ଲହର ଅଧିକ ମାରାତ୍ମକ ସାବ୍ୟସ୍ତ ହେବ ବୋଲି ବିଶେଷଜ୍ଞମାନେ ବହୁ ପୂର୍ବରୁ ସତର୍କ କରାଇ ସାରିଛନ୍ତି। ତେଣୁ ଆଡ଼ମ୍ବରରେ ପୂଜା ପାଳନ, ବିପଦକୁ ଆମନ୍ତ୍ରଣ କରିବା ଭଳି ହେବ। ସେଥିପାଇଁ ଗତବର୍ଷ ପରି ଚଳିତବର୍ଷ ମଧ୍ୟ କେବଳ ପରମ୍ପରା ରକ୍ଷା ପାଇଁ ମଣ୍ଡପଗୁଡ଼ିକରେ ପରଦା ପଛରେ ପୂଜା କରିବାକୁ ଅନୁମତି ଦିଆଯାଇଛି। ରାଜ୍ୟ ସରକାରଙ୍କ ଏପରି ନିୟମ ପୂରା ପାର୍ବଣକୁ ପାଣିଚିଆ କରିଦେଉଥିଲେ ବି ଏହାକୁ ଅନୁଗୋଳର ପୂଜା କମିଟିଗୁଡ଼ିକ ସ୍ବାଗତ କରିଛନ୍ତି। ସମସ୍ତ କଟକଣା ପାଳନ କରାଯାଇ ଆବଦ୍ଧ ମଣ୍ଡପରେ ଦେବଦେବୀଙ୍କୁ ଆରାଧନା କରାଯିବ ବୋଲି କମିଟି କର୍ମକର୍ତ୍ତାମାନେ ପ୍ରକାଶ କରିଛନ୍ତି।
ଅନୁଗୋଳର ଗଣପର୍ବ ହେଉଛି ଲକ୍ଷ୍ମୀ ପୂଜା। ମୋଟ୍‌ ୩୧ଟି ମଣ୍ଡପରେ ମା’ ଲକ୍ଷ୍ମୀଙ୍କୁ ଆରାଧନା କରାଯାଏ। ଏହି କମିଟିଗୁଡ଼ିକୁ ନେଇ ସେଣ୍ଟ୍ରାଲ ପୂଜା କମିଟି ଗଠନ କରାଯାଇଛି। ସେହିପରି ସହରର ୧୦ଟି ମଣ୍ଡପରେ ଦୁର୍ଗାପୂଜା ଓ ୪ଟି ମଣ୍ଡପରେ କାଳୀ ପୂଜା ପାଳନ କରାଯାଇଥାଏ। କିନ୍ତୁ ବିଭିନ୍ନ କ୍ଲବରେ ଗଣେଶପୂଜା ଆୟୋଜନ ବେଳୁ ହଁି ସହରବାସୀଙ୍କ ମଧ୍ୟରେ ପାର୍ବଣର ପ୍ରକୃତ ଉତ୍ସାହ ଭରିଯାଇଥାଏ। ଏହା ଦୁର୍ଗାପୂଜା, ଲକ୍ଷ୍ମୀପୂଜା ପରେ କାଳୀପୂଜା ଯାଏ ଜାରି ରହେ। କିନ୍ତୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗତବର୍ଷ ପରି ଏଥର ମଧ୍ୟ ଜାକଜମକରେ ପୂଜା ପାଳନକୁ ବାରଣ କରାଯାଇଛି। ତେବେ କମିଟିଗୁଡ଼ିକ ଯେପରି ମଣ୍ଡପ ଓ ପେଣ୍ଡାଲଗୁଡ଼ିକରେ ପୂଜା ପରମ୍ପରା ରକ୍ଷା କରିପାରିବେ ସେଥିପାଇଁ ସମୟ ଥାଉ ଥାଉ ସରକାର ପାର୍ବଣ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ବିନା ସାଜସଜ୍ଜାରେ ଓ ପାଲ ଘେରା ମଧ୍ୟରେ ଦେବଦେବୀଙ୍କ ଆରାଧନା କରାଯିବ। ପୂଜକ, କମିଟି କର୍ମକର୍ତ୍ତା ଓ କର୍ତ୍ତାଙ୍କୁ ନେଇ ମାତ୍ର ୭ ଜଣ ପୂଜାସ୍ଥଳରେ ରହିପାରିବେ। ମେଲୋଡି, ଭଜନସନ୍ଧ୍ୟା ପରି ସାଂସ୍କୃତିକ କାର୍ଯ୍ୟକ୍ରମ, ଭୋଜି ଆଦି ହୋଇପାରିବ ନାହିଁ। ଏପରି କି ବିସର୍ଜନ ଶୋଭାଯାତ୍ରାକୁ ମଧ୍ୟ ଅନୁମତି ଦିଆଯାଇ ନାହିଁ। ମୂର୍ତ୍ତି ୪ ଫୁଟ ମଧ୍ୟରେ ସୀମିତ ରଖିବାକୁ ସରକାର ନିର୍ଦ୍ଦେଶ ଦେଇଥିବାରୁ ଅନୁଗୋଳର ବିଭିନ୍ନ ପୂଜା କମିଟି ପକ୍ଷରୁ ସେହି ଅନୁଯାୟୀ ଆୟୋଜନ କରାଯିବାକୁ ନିଷ୍ପତ୍ତି ହୋଇଛି। ତେବେ ଦୁଇବର୍ଷ ହେଲା ପୂଜା ବେପାରକୁ ଅପେକ୍ଷା କରିଥିବା ବହୁ ବ୍ୟବସାୟୀଙ୍କୁ ପାର୍ବଣ କଟକଣା ନିରାଶ କରିଛି। କିଛିଦିନ ହେଲା କରୋନା ସାମାନ୍ୟ କାବୁରେ ଥିବାରୁ ପୂଜା ବ୍ୟବସାୟକୁ ନେଇ ଆଶାବାଦୀ ଥିବା ବେପାରୀମାନେ ଏଥିପାଇଁ ଆଗୁଆ ପ୍ରସ୍ତୁତି କରିଥିଲେ। ସରକାର କଟକଣା କୋହଳ କରିବେ ବୋଲି ସେମାନେ ଭାବିବା ସହ ବିଭିନ୍ନ ସାମଗ୍ରୀ ପାଇଁ ଆଗୁଆ ବରାଦ ଦେଇଥିଲେ। ହେଲେ ଗାଇଡ୍‌ଲାଇନ୍‌ ଆସିବା ପରେ ସମ୍ପୃକ୍ତ ବ୍ୟବସାୟୀମାନେ ଆଉ ସାମଗ୍ରୀ କ୍ରୟ କରିବେ ନାହିଁ ବୋଲି କହିଛନ୍ତି।

ନିର୍ଦ୍ଦେଶ ପାଳନ କରାଯିବ
ପାର୍ବଣରେ କରୋନା ସଂକ୍ରମଣ ଅଧିକ ବ୍ୟାପିବା ଆଶଙ୍କା ରହିଛି। ତେଣୁ ସରକାର କଡ଼ା କଟକଣା ଲଗାଇଛନ୍ତି। ନିଷ୍ପତ୍ତିକୁ ସ୍ବାଗତ କରାଯାଉଛି। ଗତବର୍ଷ ଯେଉଁଭଳି ଭାବେ ପୂଜା ହୋଇଥିଲା, ଚଳିତବର୍ଷ ସେପରି ହେବ। ସରକାରଙ୍କ ନିର୍ଦ୍ଦେଶ ପାଳନ କରାଯିବ।
-ଦିଲୀପ ପ୍ରଧାନ,
ସମ୍ପାଦକ, ସେଣ୍ଟ୍ରାଲ ପୂଜା କମିଟି
ମହାମାରୀ ମୁକାବିଲା ସହଜ ହେବ
ବିନା ଆଡ଼ମ୍ବରରେ ପୂଜା ପାଳନ କରିବାକୁ ସରକାର କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି। ଏହାକୁ କମିଟିଗୁଡ଼ିକ ମାନି ନେଇଛନ୍ତି। ଏହାଦ୍ୱାରା ସହରରେ କୋଳାହଳ ପରିବେଶ ସୃଷ୍ଟି ହେବ ନାହିଁ। କୋଭିଡ୍‌ ସଂକ୍ରମଣ ମଧ୍ୟ ଅଧିକ ଭୟାବହ ହେବନାହିଁ ଓ ମୁକାବିଲା ସରକାରଙ୍କ ପାଇଁ ସହଜ ହୋଇପାରିବ।
-ବୀରେନ୍ଦ୍ର ନାୟକ, ସଭାପତି, ପଞ୍ଚାୟତ ଇଣ୍ଡଷ୍ଟ୍ରି ଲକ୍ଷ୍ମୀନାରାୟଣ ପୂଜା କମିଟି
ସହରବାସୀ ମନଊଣା କରିବେ
କୋଭିଡ୍‌ ପାଇଁ ଗତବର୍ଷ ସହରରେ ପୂଜାର ବାତାବରଣ ନ ଥିଲା। ମଣ୍ଡପଗୁଡ଼ିକର ସମ୍ମୁଖକୁ ପାଲରେ ଆବଦ୍ଧ କରାଯାଇ ପୂଜା ହେଲା। ଚଳିତବର୍ଷ ମଧ୍ୟ ସେହି ପ୍ରକାରେ ପୂଜା ପାଳନ କରାଯିବ। ହେଲେ ଦୁଇବର୍ଷ ହେଲା ପାର୍ବଣରୁ ବଞ୍ଚିତ ଅନୁଗୋଳ ସହରବାସୀ ନିଶ୍ଚିତ ମନଊଣା କରିବେ।
-ପ୍ରତାପ ମାଝି, ସଭାପତି, ସଞ୍ଜୀବନୀ ମାର୍କେଟ ଲକ୍ଷ୍ମୀ ପୂଜା କମିଟି
କିଛି ବିକଳ୍ପ ନାହିଁ
ପ୍ରତିବର୍ଷ ଶିମିଳିପଡ଼ାରେ ବଙ୍ଗୀୟ ରୀତିନୀତିରେ ପୂଜା ହୋଇଥାଏ। ଦଶମୀରେ ସିନ୍ଦୂର ଖେଳ ନିଆରା ପରିବେଶ ସୃଷ୍ଟି କରିଥାଏ। କିନ୍ତୁ ଦୁଇବର୍ଷ ହେଲା କୋଭିଡ୍‌ ସଂକ୍ରମଣ ଏପରି ସ୍ଥିତି ସୃଷ୍ଟି କରିଛି ଯେ, କଟକଣା ମଧ୍ୟରେ ହିଁ ପୂଜା ପାଳନ କରାଯିବ। ଏହାଛଡ଼ା ଅନ୍ୟ କିଛି ବିକଳ୍ପ ନାହିଁ।
-ଅକ୍ଷୟ କୁମାର ଦାଶ, କାର୍ଯ୍ୟକାରୀ ସଭାପତି, ଶିମିଳିପଡ଼ା ଦୁର୍ଗାପୂଜା କମିଟି


Enter your email to get our daily news in your inbox.

All Right Reserved By Dharitri.Com

‘ମହାପ୍ରଭୁ ଜଗନ୍ନାଥ’ ଚଳଚ୍ଚିତ୍ର ଉପରେ ଅଙ୍କୁଶ ଲଗାଇଲେ କୋର୍ଟ, ଅନ୍ୟାଦେଶ ପର୍ଯ୍ୟନ୍ତ…

କଟକ,୧୫l୭(ପ୍ରଭୁକଲ୍ୟାଣ ପାଲ): ଆନିମେଟେଡ୍ ଚଳଚ୍ଚିତ୍ର (ମହାପ୍ରଭୁ ଜଗନ୍ନାଥ) ମୁକ୍ତିଲାଭ ଉପରେ ଅନ୍ତରୀଣ ଅଙ୍କୁଶ ଲଗାଇଛନ୍ତି ଓଡ଼ିଶା ହାଇକୋର୍ଟ। ଅନ୍ୟାଦେଶ ପର୍ଯ୍ୟନ୍ତ ଚଳଚ୍ଚିତ୍ର ପ୍ରଦର୍ଶନ ନ କରିବାକୁ ହାଇକୋର୍ଟଙ୍କ…

ଚାଷୀ ପ୍ରତିନିଧି-ଅଧିକାରୀଙ୍କ ଦ୍ୱିପାକ୍ଷିକ ବୈଠକ, ପ୍ରତଶ୍ରୁତି ମିଳିବା ପରେ…

ବରଗଡ଼,୧୫ା୭(ପ୍ରେମାନନ୍ଦ ଖମାରୀ): ଅଧିକ ଧାନ ଉପତ୍ାଦନ ପାଇଁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ମାତ୍ର ଏଠାରେ ଚାଷୀଙ୍କ ସମସ୍ୟା ଅସମାହିତ ହୋଇ ରହିଯାଇଛି। ରବିଧାନ ବିକ୍ରିବଟାରେ…

ବୋମାମାଡ଼ କରି ହତ୍ୟା ଉଦ୍ୟମ: ମାଷ୍ଟରମାଇଣ୍ଡଙ୍କ ସମେତ ୩ ଗଲେ ଜେଲ୍‌, ଅଭିଯୁକ୍ତଙ୍କ ନାଁରେ ରହିଛି କେସ୍‌ର ଲମ୍ବା ତାଲିକା

ଦିଗପହଣ୍ଡି,୧୫ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମର ଏସ୍‌.ଶିବ ରେଡ୍ଡୀଙ୍କ ଘର ଉପରକୁ ବୋମାମାଡ଼ କରି ତାଙ୍କୁ ଏବଂ ତାଙ୍କ…

ମାଜିଷ୍ଟ୍ରେଟଙ୍କ ଆଦେଶ ପରେ ହାଜର ହୋଇନଥିଲେ ଦୁଇ ଭାଇ, ଗଲେ ଜେଲ୍

ଦିଗପହଣ୍ଡି,୧୫।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ନିସ୍ତିିପୁର ଗ୍ରାମର ଟୁକୁନା ବିଶ୍ଵାଳ ଓ ମଙ୍ଗୁଳୁ ବିଶ୍ଵାଳ ଦୁଇ ଭାଇଙ୍କୁ ବୁଧବାର ପାଟପୁର ପୋଲିସ ୱାରେଣ୍ଟ…

କଂସାମାରି ରାସ୍ତାକଡରେ ଜୁଆ ଖେଳ ବେଳେ ପୋଲିସର ଚଢଉ, ଜବତ ହେଲା…

ଦିଗପହଣ୍ଡି,୧୫।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗାଁ ରାସ୍ତାକଡରେ ଜୁଆ ଖେଳ ଚାଲିଥିବା ବେଳେ ଚଢାଉ କଲା ପୋଲିସ । ବୁଧବାର ଅପରାହ୍ନ…

ନିର୍ମାଣ ହୋଇପାରିନି ଭୋଜନ ଗୃହ, ଖୋଲା ଆକାଶ ତଳେ ମଧ୍ୟାହ୍ନଭୋଜନ ଖାଉଛନ୍ତି ଛାତ୍ରୀଛାତ୍ର

ବରଗଡ଼,୧୫ା୭(ପ୍ରେମାନନ୍ଦ ଖମାରୀ): ପାଠ ପଢ଼, ଦେଶ ଗଢ଼। ବିଦ୍ୟାଳୟଗୁଡ଼ିକରେ ଅନୁଷ୍ଠିତ ବିଭିନ୍ନ ସଭା, ସମିତିରେ ସରକାରୀ କଳର ପ୍ରଶାସନିକ ଅଧିକାରୀଙ୍କଠାରୁ ଆରମ୍ଭ କରି ବିଧାୟକ, ଏମ୍‌ପି, ମନ୍ତ୍ରୀ…

ଦାଦନ ଖଟିବାକୁ ଯାଇ ଶବ ହୋଇ ଫେରୁଛନ୍ତି ଫିଲିପ୍‌, ବାପାଙ୍କୁ ଆସିଲା ଏମିତି କଲ୍‌…

ଗୁଡ଼ାରି,୧୫ା୭(ପ୍ରମୋଦ ପତି): ଦାଦନ ଖଟିବାକୁ କେରଳ ରାଜ୍ୟକୁ ଯାଇ ସେଠାରେ ମୃତ୍ୟୁ ବରଣ କରିଛନ୍ତି ଗୁଡ଼ାରି ବ୍ଲକର ଏମ୍‌କେ ରାଇ ପଞ୍ଚାୟତ ଅନ୍ତର୍ଗତ ମକାଗୁଡ଼ା ଗ୍ରାମର ଅବିବାହିତ…

ପୁରୀ ରଥଯାତ୍ରା ଡ୍ୟୁଟିବେଳେ ପ୍ରାଣ ହରାଇଥିବା ହୋମଗାର୍ଡଙ୍କ ପରିବାରକୁ ସହାୟତା

ବଞ୍ଚୋ,୧୫ା୭(ପ୍ରଦୋଷ ବିଶ୍ୱାଳ): ପୁରୀ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଡ୍ୟୁଟିରେ ନିୟୋଜିତ ଥିବା ସମୟରେ କେନ୍ଦୁଝର ପୋଲିସ ବିଭାଗର ଜଣେ ହୋମଗାର୍ଡଙ୍କ ଅକାଳ ବିୟୋଗ ଘଟିଥିଲା। ଏହି ଘଟଣା ସମଗ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri