ପରଦା ପଛରେ ପୂଜା

ଅନୁଗୋଳ ଅଫିସ, ୧୧ା୮ – ଉତ୍ସବ ନୁହେଁ ଜୀବନ ବଡ଼। ଏହି ବାର୍ତ୍ତା ଦେବାକୁ ଯାଇ ରାଜ୍ୟ ସରକାର ପାର୍ବଣ ଋତୁରେ କୋଭିଡ୍‌ କଟକଣାକୁ ଆଦୌ କୋହଳ କରିନାହାନ୍ତି। କାରଣ ମହାମାରୀର ଦ୍ୱିତୀୟ ଲହରଠାରୁ ତୃତୀୟ ଲହର ଅଧିକ ମାରାତ୍ମକ ସାବ୍ୟସ୍ତ ହେବ ବୋଲି ବିଶେଷଜ୍ଞମାନେ ବହୁ ପୂର୍ବରୁ ସତର୍କ କରାଇ ସାରିଛନ୍ତି। ତେଣୁ ଆଡ଼ମ୍ବରରେ ପୂଜା ପାଳନ, ବିପଦକୁ ଆମନ୍ତ୍ରଣ କରିବା ଭଳି ହେବ। ସେଥିପାଇଁ ଗତବର୍ଷ ପରି ଚଳିତବର୍ଷ ମଧ୍ୟ କେବଳ ପରମ୍ପରା ରକ୍ଷା ପାଇଁ ମଣ୍ଡପଗୁଡ଼ିକରେ ପରଦା ପଛରେ ପୂଜା କରିବାକୁ ଅନୁମତି ଦିଆଯାଇଛି। ରାଜ୍ୟ ସରକାରଙ୍କ ଏପରି ନିୟମ ପୂରା ପାର୍ବଣକୁ ପାଣିଚିଆ କରିଦେଉଥିଲେ ବି ଏହାକୁ ଅନୁଗୋଳର ପୂଜା କମିଟିଗୁଡ଼ିକ ସ୍ବାଗତ କରିଛନ୍ତି। ସମସ୍ତ କଟକଣା ପାଳନ କରାଯାଇ ଆବଦ୍ଧ ମଣ୍ଡପରେ ଦେବଦେବୀଙ୍କୁ ଆରାଧନା କରାଯିବ ବୋଲି କମିଟି କର୍ମକର୍ତ୍ତାମାନେ ପ୍ରକାଶ କରିଛନ୍ତି।
ଅନୁଗୋଳର ଗଣପର୍ବ ହେଉଛି ଲକ୍ଷ୍ମୀ ପୂଜା। ମୋଟ୍‌ ୩୧ଟି ମଣ୍ଡପରେ ମା’ ଲକ୍ଷ୍ମୀଙ୍କୁ ଆରାଧନା କରାଯାଏ। ଏହି କମିଟିଗୁଡ଼ିକୁ ନେଇ ସେଣ୍ଟ୍ରାଲ ପୂଜା କମିଟି ଗଠନ କରାଯାଇଛି। ସେହିପରି ସହରର ୧୦ଟି ମଣ୍ଡପରେ ଦୁର୍ଗାପୂଜା ଓ ୪ଟି ମଣ୍ଡପରେ କାଳୀ ପୂଜା ପାଳନ କରାଯାଇଥାଏ। କିନ୍ତୁ ବିଭିନ୍ନ କ୍ଲବରେ ଗଣେଶପୂଜା ଆୟୋଜନ ବେଳୁ ହଁି ସହରବାସୀଙ୍କ ମଧ୍ୟରେ ପାର୍ବଣର ପ୍ରକୃତ ଉତ୍ସାହ ଭରିଯାଇଥାଏ। ଏହା ଦୁର୍ଗାପୂଜା, ଲକ୍ଷ୍ମୀପୂଜା ପରେ କାଳୀପୂଜା ଯାଏ ଜାରି ରହେ। କିନ୍ତୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗତବର୍ଷ ପରି ଏଥର ମଧ୍ୟ ଜାକଜମକରେ ପୂଜା ପାଳନକୁ ବାରଣ କରାଯାଇଛି। ତେବେ କମିଟିଗୁଡ଼ିକ ଯେପରି ମଣ୍ଡପ ଓ ପେଣ୍ଡାଲଗୁଡ଼ିକରେ ପୂଜା ପରମ୍ପରା ରକ୍ଷା କରିପାରିବେ ସେଥିପାଇଁ ସମୟ ଥାଉ ଥାଉ ସରକାର ପାର୍ବଣ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ବିନା ସାଜସଜ୍ଜାରେ ଓ ପାଲ ଘେରା ମଧ୍ୟରେ ଦେବଦେବୀଙ୍କ ଆରାଧନା କରାଯିବ। ପୂଜକ, କମିଟି କର୍ମକର୍ତ୍ତା ଓ କର୍ତ୍ତାଙ୍କୁ ନେଇ ମାତ୍ର ୭ ଜଣ ପୂଜାସ୍ଥଳରେ ରହିପାରିବେ। ମେଲୋଡି, ଭଜନସନ୍ଧ୍ୟା ପରି ସାଂସ୍କୃତିକ କାର୍ଯ୍ୟକ୍ରମ, ଭୋଜି ଆଦି ହୋଇପାରିବ ନାହିଁ। ଏପରି କି ବିସର୍ଜନ ଶୋଭାଯାତ୍ରାକୁ ମଧ୍ୟ ଅନୁମତି ଦିଆଯାଇ ନାହିଁ। ମୂର୍ତ୍ତି ୪ ଫୁଟ ମଧ୍ୟରେ ସୀମିତ ରଖିବାକୁ ସରକାର ନିର୍ଦ୍ଦେଶ ଦେଇଥିବାରୁ ଅନୁଗୋଳର ବିଭିନ୍ନ ପୂଜା କମିଟି ପକ୍ଷରୁ ସେହି ଅନୁଯାୟୀ ଆୟୋଜନ କରାଯିବାକୁ ନିଷ୍ପତ୍ତି ହୋଇଛି। ତେବେ ଦୁଇବର୍ଷ ହେଲା ପୂଜା ବେପାରକୁ ଅପେକ୍ଷା କରିଥିବା ବହୁ ବ୍ୟବସାୟୀଙ୍କୁ ପାର୍ବଣ କଟକଣା ନିରାଶ କରିଛି। କିଛିଦିନ ହେଲା କରୋନା ସାମାନ୍ୟ କାବୁରେ ଥିବାରୁ ପୂଜା ବ୍ୟବସାୟକୁ ନେଇ ଆଶାବାଦୀ ଥିବା ବେପାରୀମାନେ ଏଥିପାଇଁ ଆଗୁଆ ପ୍ରସ୍ତୁତି କରିଥିଲେ। ସରକାର କଟକଣା କୋହଳ କରିବେ ବୋଲି ସେମାନେ ଭାବିବା ସହ ବିଭିନ୍ନ ସାମଗ୍ରୀ ପାଇଁ ଆଗୁଆ ବରାଦ ଦେଇଥିଲେ। ହେଲେ ଗାଇଡ୍‌ଲାଇନ୍‌ ଆସିବା ପରେ ସମ୍ପୃକ୍ତ ବ୍ୟବସାୟୀମାନେ ଆଉ ସାମଗ୍ରୀ କ୍ରୟ କରିବେ ନାହିଁ ବୋଲି କହିଛନ୍ତି।

ନିର୍ଦ୍ଦେଶ ପାଳନ କରାଯିବ
ପାର୍ବଣରେ କରୋନା ସଂକ୍ରମଣ ଅଧିକ ବ୍ୟାପିବା ଆଶଙ୍କା ରହିଛି। ତେଣୁ ସରକାର କଡ଼ା କଟକଣା ଲଗାଇଛନ୍ତି। ନିଷ୍ପତ୍ତିକୁ ସ୍ବାଗତ କରାଯାଉଛି। ଗତବର୍ଷ ଯେଉଁଭଳି ଭାବେ ପୂଜା ହୋଇଥିଲା, ଚଳିତବର୍ଷ ସେପରି ହେବ। ସରକାରଙ୍କ ନିର୍ଦ୍ଦେଶ ପାଳନ କରାଯିବ।
-ଦିଲୀପ ପ୍ରଧାନ,
ସମ୍ପାଦକ, ସେଣ୍ଟ୍ରାଲ ପୂଜା କମିଟି
ମହାମାରୀ ମୁକାବିଲା ସହଜ ହେବ
ବିନା ଆଡ଼ମ୍ବରରେ ପୂଜା ପାଳନ କରିବାକୁ ସରକାର କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି। ଏହାକୁ କମିଟିଗୁଡ଼ିକ ମାନି ନେଇଛନ୍ତି। ଏହାଦ୍ୱାରା ସହରରେ କୋଳାହଳ ପରିବେଶ ସୃଷ୍ଟି ହେବ ନାହିଁ। କୋଭିଡ୍‌ ସଂକ୍ରମଣ ମଧ୍ୟ ଅଧିକ ଭୟାବହ ହେବନାହିଁ ଓ ମୁକାବିଲା ସରକାରଙ୍କ ପାଇଁ ସହଜ ହୋଇପାରିବ।
-ବୀରେନ୍ଦ୍ର ନାୟକ, ସଭାପତି, ପଞ୍ଚାୟତ ଇଣ୍ଡଷ୍ଟ୍ରି ଲକ୍ଷ୍ମୀନାରାୟଣ ପୂଜା କମିଟି
ସହରବାସୀ ମନଊଣା କରିବେ
କୋଭିଡ୍‌ ପାଇଁ ଗତବର୍ଷ ସହରରେ ପୂଜାର ବାତାବରଣ ନ ଥିଲା। ମଣ୍ଡପଗୁଡ଼ିକର ସମ୍ମୁଖକୁ ପାଲରେ ଆବଦ୍ଧ କରାଯାଇ ପୂଜା ହେଲା। ଚଳିତବର୍ଷ ମଧ୍ୟ ସେହି ପ୍ରକାରେ ପୂଜା ପାଳନ କରାଯିବ। ହେଲେ ଦୁଇବର୍ଷ ହେଲା ପାର୍ବଣରୁ ବଞ୍ଚିତ ଅନୁଗୋଳ ସହରବାସୀ ନିଶ୍ଚିତ ମନଊଣା କରିବେ।
-ପ୍ରତାପ ମାଝି, ସଭାପତି, ସଞ୍ଜୀବନୀ ମାର୍କେଟ ଲକ୍ଷ୍ମୀ ପୂଜା କମିଟି
କିଛି ବିକଳ୍ପ ନାହିଁ
ପ୍ରତିବର୍ଷ ଶିମିଳିପଡ଼ାରେ ବଙ୍ଗୀୟ ରୀତିନୀତିରେ ପୂଜା ହୋଇଥାଏ। ଦଶମୀରେ ସିନ୍ଦୂର ଖେଳ ନିଆରା ପରିବେଶ ସୃଷ୍ଟି କରିଥାଏ। କିନ୍ତୁ ଦୁଇବର୍ଷ ହେଲା କୋଭିଡ୍‌ ସଂକ୍ରମଣ ଏପରି ସ୍ଥିତି ସୃଷ୍ଟି କରିଛି ଯେ, କଟକଣା ମଧ୍ୟରେ ହିଁ ପୂଜା ପାଳନ କରାଯିବ। ଏହାଛଡ଼ା ଅନ୍ୟ କିଛି ବିକଳ୍ପ ନାହିଁ।
-ଅକ୍ଷୟ କୁମାର ଦାଶ, କାର୍ଯ୍ୟକାରୀ ସଭାପତି, ଶିମିଳିପଡ଼ା ଦୁର୍ଗାପୂଜା କମିଟି


Enter your email to get our daily news in your inbox.

All Right Reserved By Dharitri.Com

ବାହାନଗା ବିଦ୍ୟାଳୟ କୋଠରି ଭଙ୍ଗାଯିବ

ବାଲେଶ୍ୱର ଅଫିସ, ୯।୬: ବାଲେଶ୍ୱର ଜିଲା ବାହାନଗା ନିକଟରେ ଗତ ୨ ତାରିଖ ସନ୍ଧ୍ୟାରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତଦେହଗୁଡ଼ିକୁ ସ୍ଥାନୀୟ...

ସ୍ବାଇନ୍‌ ଫ୍ଲୁ ପାଇଁ ପ୍ରସ୍ତୁତ ଏସ୍‌ସିବି ମେଡିକାଲ

କଟକ ଅଫିସ,୨୮।୨: ଏସ୍‌ସିବି ମେଡିକାଲ ଚକ୍ଷୁ ବିଭାଗର ତୃତୀୟ ମହଲାରେ ଖୋଲାଯାଇଥିବା ସ୍ବତନ୍ତ୍ର ସ୍ବାଇନ୍‌ ଫ୍ଲୁ ୱାର୍ଡରେ ତିନି ଜଣ ସନ୍ଦେହରେ ଚିକିତ୍ସିତ ହୋଇ ଫେରିଛନ୍ତି।...

ଛାତ୍ରୀଙ୍କୁ ପୋଡ଼ି ମାରିବା ଉଦ୍ୟମ ଘଟଣା: ୨ ଅଟକ

କଟକ ଅଫିସ, ୨୭।୨: କଟକ ମାନସିଂପାଟଣା ମସ୍ତରାମ ମଠ ଗଳିରେ ଜଣେ କଲେଜ ଛାତ୍ରୀଙ୍କୁ ହାତଗୋଡ଼ ବାନ୍ଧି ପୋଡ଼ି ମାରିବାକୁ ଉଦ୍ୟମ ଘଟଣାରେ ଲାଲବାଗ ପୋଲିସ...

ନବରଙ୍ଗପୁରରେ ୭୩ତମ ସ୍ବାଧୀନତା ଦିବସ

ନବରଙ୍ଗପୁର,୧୫।୮(ବି.ପ୍ର.): ନବରଙ୍ଗପୁର ଷ୍ଟାଡିୟମଠାରେ ଜିଲାସ୍ତରୀୟ ୭୩ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ...

୧ହଜାର କି.ମି ଦୂରରୁ ଶତ୍ରୁକୁ ଲକ୍ଷ୍ୟଭେଦ କରିପାରିବ ନିର୍ଭୟ

ବାଲେଶ୍ବର ଅଫିସ,୭।୧୦: ଡିଆର୍‌ଡିଓ ଦ୍ୱାରା ପରିଚାଳିତ ବାଲେଶ୍ବର ଜିଲା ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ ନମ୍ବର ଲଞ୍ଚ ପ୍ୟାଡ଼ରୁ ଗୁରୁବାର କ୍ରୁଜ ମିସାଇଲ ନିର୍ଭୟର...

ଉଚ୍ଚଶିକ୍ଷା ପାଇଁ ବିଦେଶ ଯିବେ ଡିଆଇଜି

ଅନୁଗୋଳ ଅଫିସ, ୩।୭ ବରିଷ୍ଠ ଆଇପିଏସ୍‌ ଅଫିସର ତଥା ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ଡ.ସାର୍ଥକ ଷଡ଼ଙ୍ଗୀ ଉଚ୍ଚଶିକ୍ଷା ପାଇଁ ବିଦେଶ ଯାତ୍ରା କରିଛନ୍ତି। ସେ ନ୍ୟୁୟର୍କସ୍ଥିତ...

ରାସ୍ତାରେ ଖାଲଖମା, ବଢୁଛି ଦୁର୍ଘଟଣା

ଖୋର୍ଦ୍ଧା ଅଫିସ,୧୨ା୮: ସରକାର ଲୋକଙ୍କ ଗମନାଗମନର ସୁବିଧା ପାଇଁ ବିଭିନ୍ନ ଯୋଜନା କରିଛନ୍ତି। ହେଲେ କେତେଜଣ ବିଭାଗୀୟ କର୍ମଚାରୀ ଓ ଠିକାଦାରଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁ...

ପ୍ରଭାବ ବିସ୍ତାର ପାଇଁ ନେତାଙ୍କ ପ୍ରତିଯୋଗିତା

ଯୋଡ଼ା,୧୪ା୨(ଡି.ଏନ.ଏ.): ଖଣିଜ ସମ୍ପଦରେ ପରିପୂର୍ଣ୍ଣ କେନ୍ଦୁଝର ଜିଲା ଯୋଡ଼ା ବ୍ଲକରେ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରଚାର ଜୋର ଧରିଛି। ଭୋଟରମାନେ ପ୍ରାର୍ଥୀଙ୍କ ଦକ୍ଷତାକୁ ପରଖୁଛନ୍ତି। ଖଣି ଅଞ୍ଚଳ...

Advertisement
Archives

Model This Week