୬ ଦିନ ହେଲା ଧାରଣାରେ ବସିଛନ୍ତି ଗୋପାଳପୁର ପୋର୍ଟ ଶ୍ରମିକ

ଛତ୍ରପୁର,୧୦।୮(ଡି.ଏନ.ଏ)- ଗୋପାଳପୁର ପୋର୍ଟ ଶ୍ରମିକମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ପୂର୍ବରୁ ୱାଗନ ଲୋଡିଂ ଶ୍ରମିକମାନେ ନର୍ଥ ସାଇଡ୍‌ ଲୋଡିଂ ପଏଣ୍ଟରେ କାମ କରି ଆସୁଥିଲେ। ପରେ ପୋର୍ଟ ସାଉଥ୍‌ ସାଇଡ ନିଜର ଏକ ସ୍ବତନ୍ତ୍ର ନୂତନ ଲୋଡିଂ ପଏଣ୍ଟ ଆରମ୍ଭ କରିଥିଲା। ଏହାପରେ ସେଠାରେ ମାଲ ବୋଝେଇ ଟ୍ରେନ ଲାଗିବା ଆରମ୍ଭ ହୋଇଥିଲା ଏବଂ ଉକ୍ତ ସ୍ଥାନରେ ୱାଗନ ଲୋଡିଂ ଶ୍ରମିକମାନଙ୍କୁ କାମ କରିବାକୁ ବାରଣ କରାଗଲା। କିନ୍ତୁ ଶ୍ରମିକମାନେ ସାଉଥ ସାଇଡ ଲୋଡିଂ ପଏଣ୍ଟରେ କାମ କରିବା ପାଇଁ ଜିଦରେ ଅଟଳ ରହିଛନ୍ତି। ସାଉଥ ସାଇଡ ଲୋଡିଂ ପଏଣ୍ଟରେ କାମ କରିବା ପାଇଁ ୩ ଶ୍ରମିକ ସଂଗଠନର ଶ୍ରମିକମାନେ ପୋର୍ଟ ମୁଖ୍ୟ ଫାଟକ ସମ୍ମୁଖରେ ୬ ଦିନ ହେଲା ଧାରଣାରେ ବସିଛନ୍ତି। ଗୋପାଳପୁର ଡକ ୱାର୍କର୍ସ ୟୁନିୟନର ସାଧାରଣ ସମ୍ପାଦକ ଜି. ଦାଲେୟା, ଉପସଭାପତି ଜି. ଜଗନ୍ନାଥ, ଯୁଗ୍ମ ସମ୍ପାଦକ ଏସ. କ୍ରିଷ୍ଣା, ମଜଦୁର ୟୁନିୟନର ସଭାପତି କେ. ଏଲେୟା, ସମ୍ପାଦକ ପି. ରାମବାବୁ, କର୍ମଚାରୀ ୟୁନିୟନର ସଭାପତି ଦାନିଏଲ ଦାସ, ସମ୍ପାଦକ ଏ. ଭେଙ୍କଟ, କୋଷାଧ୍ୟକ୍ଷ ଏମ. କାନକା ପ୍ରମୁଖ ଆନ୍ଦୋଳନର ନେତୃତ୍ୱ ନେଇଛନ୍ତି ।

ଅନ୍ୟପକ୍ଷରେ ବନ୍ଦର କର୍ତ୍ତୃପକ୍ଷ କହିଛନ୍ତି ଯେ, ସାପୁରଜି ପାଲୁନଜି ଗୋପାଳପୁର ବନ୍ଦରକୁ ନେବା ପରଠୁ ଏହା ବିକାଶ ପଥରେ ଅଗ୍ରସର। ସମସ୍ତ ଶ୍ରମିକଙ୍କୁ ଦୈନିକ କାମ ଓ ନିୟମିତ ବେତନ ପ୍ରଦାନ କରାଯାଉଛି l ରାଜ୍ୟ ଏବଂ କେନ୍ଦ୍ରର ଅର୍ଥନୀତିକୁ ମଧ୍ୟ ଗୋପାଳପୁର ବନ୍ଦର ସୁଦୃଢ଼ କରିପାରୁଛି। ତେବେ କିଛି ନ୍ୟସ୍ତ ସ୍ବାର୍ଥ ସ୍ଥାନୀୟ ଲୋକଙ୍କ ଯୋଗୁ ବାରମ୍ବାର ବନ୍ଦରରେ ଶ୍ରମିକ ଆନ୍ଦୋଳନ ଦେଖିବାକୁ ମିଳୁଛି l ଗୋପାଳପୁର ବନ୍ଦରରେ ୨୦୨୧ ବନ୍ଦର ପକ୍ଷରୁ ପୁରୁଣା ରେଳୟାର୍ଡ଼ରେ ୯୬୦ କର୍ମଚାରୀ ନିଯୁକ୍ତି ଦିଆଯାଇଥିବାବେଳେ ପ୍ରକୃତ କର୍ମଚାରୀଙ୍କ ଆବଶ୍ୟକତା ୧୨୫ରୁ କମ୍‌ ଥିଲା। ପୁରୁଣା ରେଲୱେ ସାଇଡିଂରେ ପ୍ରତି ଶ୍ରମିକ ପିଛା ମାସିକ ରୋଜଗାର ୨୦୧୯ରେ ୧୦୪୪ ଟଙ୍କା, ୨୦୨୦ରେ ୮୬୩୯ ଟଙ୍କା, ବର୍ତ୍ତମାନ ତାହା ୧୮, ୦୦୦ ଟଙ୍କା ହୋଇଛି l କେବଳ ଦିନକୁ ଦୁଇ ଘଣ୍ଟା କାମ କରି ଶ୍ରମିକମାନେ ଏହି ଅର୍ଥ ରୋଜଗାର କରିପାରୁଛନ୍ତି l ଏହା ସତ୍ତ୍ୱେ ଶ୍ରମିକମାନେ ଭାବୁଛନ୍ତି ଯେ ଏହି ଅର୍ଥ ଯଥେଷ୍ଟ ନୁହେଁ ଏବଂ ନୂଆ ସାଇଡିଂରେ କାମ କରିବାକୁ ଦାବି କରୁଛନ୍ତି। ସ୍ଥାନୀୟ ଲୋକଙ୍କ କ୍ରମାଗତ ଅନୁରୋଧ କ୍ରମେ ଗୋପାଳପୁର ବନ୍ଦର ଅତିରିକ୍ତ ୨୧୯ ଜଣ ଲୋକଙ୍କୁ ନୂଆ ୟାର୍ଡ଼ରେ ରେକ ଅନଲୋଡିଙ୍ଗ କରିବା ପାଇଁ ନିଯୁକ୍ତି ଦେଇଛି l ତେବେ ପୁରୁଣା ୟାର୍ଡର ଶ୍ରମିକମାନେ ଅନ୍ୟ କାହାକୁ ସେଠାରେ ପୁରାଇ ଦେବାକୁ ମନା କରିବା ସହ ନୂଆ ୟାର୍ଡର କାର୍ଯ୍ୟରେ ବାଧା ସୃଷ୍ଟି କରିଛନ୍ତି l ଏହା ସହ କୋଭିଡ ମହାମାରୀ ସମୟରେ ବନ୍ଦର ପକ୍ଷରୁ କାର୍ଯ୍ୟରତ ଶ୍ରମିକ ଏବଂ ସେମାନଙ୍କର ପରିବାରବର୍ଗଙ୍କୁ ସମସ୍ତ ସହାୟତା ପ୍ରଦାନ କରାଯାଇଛି। ବନ୍ଦରରେ କୌଣସି ଦୂର୍ଭାଗ୍ୟପୁର୍ଣ୍ଣ ଘଟଣା ଘଟିଲେ ଉପଯୁକ୍ତ କ୍ଷତିପୂରଣ ଦିଆଯାଉଛି। ବନ୍ଦର ପାରିପାଶର୍‌ବିକ ବିକାଶକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି। ସ୍ଥାନୀୟ ପ୍ରଶାସନ ଏ କ୍ଷେତ୍ରରେ ଆଗେଇ ଆସି ସାମ୍ପ୍ରତିକ ସ୍ଥିତିରେ ଶାନ୍ତି ବଜାୟ ରଖିବାକୁ ପଦକ୍ଷେପ ନେବା ସହ ଶ୍ରମିକ ସମସ୍ୟା ସମାଧାନ ହେଲେ ବନ୍ଦର କାର୍ଯ୍ୟ ସୁରୁଖୁରୁରେ ସମ୍ପାଦନ ହୋଇପାରିବ ବୋଲି କୁହାଯାଇଛି ।

 


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ଏଡ୍‌ସ ଦିବସ: ସମସ୍ତ ଯୁବତୀ ଯୁବକ ସଚେତନ ହେଲେ ଦୂରେଇବ ଏଡ୍‌ସ

ଭୁବନ,୧।୧୨(ଡି.ଏନ୍‌.ଏ): ଢେଙ୍କାନାଳ ଜିଲା ଭୁବନ ମହିଳା କଲେଜରେ ରବିବାର ବିଶ୍ୱ ଏଡ୍‌ସ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଏଡ୍‌ସ ସମ୍ପର୍କିତ ଏକ ସଚେତନତା ସଭା...

ଅଜଣା ଗାଡ଼ି ଧକ୍କାରେ ଅବକାରୀ କର୍ମଚାରୀଙ୍କ ଜୀବନଗଲା

ରେଢ଼ାଖୋଲ,୧୫।୨(ଡି.ଏନ୍‌.ଏ.): ସମ୍ବଲପୁର ଜିଲା ୫୫ନଂ ଜାତୀୟ ରାଜପଥ ଚାରମାଳ ନିକଟରେ ବୁଧବାର ଦୁର୍ଘଟଣା ଘଟିଛି। ଏକ ଅଜଣା ଗାଡ଼ି ଧକ୍କାରେ ସମ୍ବଲପୁର ଅବକାରୀ ବିଭାଗର କର୍ମଚାରୀ...

ଜଗନ୍ନାଥଙ୍କୁ ଯୁବା ଗୌରବ ସମ୍ମାନ

କେନ୍ଦୁଝର, ୩।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ଭଗାମୁଣ୍ଡା ପଞ୍ଚାୟତ ନୂଆଗାଁ ଗ୍ରାମରୁ ବାହାରି ବିଶ୍ବ ରେକର୍ଡର ଅଧିକାରୀ ହୋଇପାରିଛନ୍ତି ଜଗନ୍ନାଥ ମହାନ୍ତି। ତାଙ୍କ...

ସମ୍ବଲପୁର: ସର୍ବସାଧାରଣ ସ୍ଥାନ, ଅନୁଷ୍ଠାନରେ ଗଣେଶ ପୂଜା ବନ୍ଦ

ସମ୍ବଲପୁର,୨୦ା୮(ବ୍ୟୁରୋ)-ଚଳିତ ବର୍ଷ କରୋନା ଯୋଗୁ ଗଣେଶ ପୂଜା ଉପରେ କଟକଣା ଲଗାଯାଇଛି। ସର୍ବସାଧାରଣ ସ୍ଥାନ, ଶିକ୍ଷାନୁଷ୍ଠାନ, କ୍ଲବ ଗୁଡିକରେ ପୂଜା କରିବା ଉପରେ ରୋକ ଲଗାଯାଇଛି।...

ବ୍ୟାାଡ୍‌ମିଣ୍ଟନ ଟୁର୍ନାମେଣ୍ଟ: ଯଶୋବନ୍ତ-ଅଜୟଙ୍କୁ ଟାଇଟଲ୍‌

ଭବାନୀପାଟଣା,୧।୧(ଡି.ଏନ୍‌.ଏ.): ଭବାନୀପାଟଣା ଦର୍ପଣ ସାଗରପଡ଼ାରେ ଚାଲିଥିବା ନିତ୍ୟାନନ୍ଦ ମହାପାତ୍ର ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। ଟୁର୍ନାମେଣ୍ଟରେ ୧୦ଟି ଦଳ ଅଂଶ ଗ୍ରହଣ କରିଥିଲେ। ପ୍ରତ୍ୟେକ ଦଳ...

ଜଳ ସଂରକ୍ଷଣରେ ବାଧା

ବାରିପଦା ଅଫିସ,୭ା୫ ଅପଚୟ ହେଉଥିବା ବର୍ଷାଜଳକୁ ଭୂତଳଗାମୀ କରିବା ପାଇଁ ମୟୂରଭଞ୍ଜ ଜିଲାରେ ବର୍ଷାଜଳ ଅମଳ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ଭୂତଳ ଜଳସ୍ତର ବୃଦ୍ଧି ପାଇଁ...

ଶେଷ ହେଲା ଶ୍ରୀଜୀଉଙ୍କ ଅଧରପଣା

ପୁରୀ ଅଫିସ,୨୨।୭: ବିଶ୍ୱବାସୀଙ୍କୁ ବୁଧବାର ତିନି ଠାକୁର ସୁନାବେଶ ଦର୍ଶନ ଦେଇଥିଲେ। ଗୁରୁବାର ରଥ ଉପରେ ଶେଷ ହୋଇଛି ଶ୍ରୀଜୀଉଙ୍କ ଅଧରପଣା ନୀତି। ବାହୁଡ଼ା ଓ...

ଜମି ବିବାଦରୁ ଗୁଳି, ବୋମାମାଡ଼

ବଡ଼ମ୍ବା,୭ା୪(ଡି.ଏନ୍‌.ଏ.): ସରକାରୀ ଜମି ଦଖଲକୁ ନେଇ ବଡ଼ମ୍ବା ଥାନା ଅନ୍ତର୍ଗତ ବୁଢ଼ାପଙ୍କ ଓ ଭଗବତପୁର ଗ୍ରାମବାସୀଙ୍କ ମଧ୍ୟରେ ମଙ୍ଗଳବାର ସକାଳେ ଗୋଷ୍ଠୀସଂଘର୍ଷ ଘଟି ଉଗ୍ରରୂପ ଧାରଣ...

Advertisement
Archives

Model This Week