୩ ମାସ ହେଲା ୪୦ ପରିବାର ଜଳବନ୍ଦୀ

ବାହାନଗା, ୧୦ା୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ଖରାସାହାପୁର ପଞ୍ଚାୟତ ୨ଟି ୱାର୍ଡର ଦୁଃଖ କହିଲେ ନ ସରେ। ୟାସ୍‌ ବାତ୍ୟାକୁ ୩ମାସ ବିତିଯାଇଥିଲେ ମଧ୍ୟ ଖପରପଦା ସାହିର ୪୦ ପରିବାର ଏବେ ବି ଜଳବନ୍ଦୀ ହୋଇରହିଛନ୍ତି। ଅନ୍ୟ ଏକ ପାଖ ୱାର୍ଡର ୪ଟି ସାହିର ୧୫୦ ପରିବାରର ଲୋକେ ଘରୁ ରାସ୍ତାକୁ ବାହାରି ପାରୁନାହାନ୍ତି। ପୁରୁଣା ପାଣି ନାଳ ଜବରଦଖଲ କରି ରଖାଯାଇଥିବାରୁ ୨ଟି ୱାର୍ଡରେ ବନ୍ୟାପାଣି ନିଷ୍କାସନ ହୋଇପାରୁନାହିଁ। ଫଳରେ ସନ୍ତସନ୍ତିଆ ପରିବେଶ ସହ ଘର ଚାରିପାଖରେ ପାଣି ଜମିରହିବାରୁ ଲୋକମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି। ସବୁ ଜାଣି ବ୍ଲକ ପ୍ରଶାସନ ନିରୁପାୟ ହୋଇପଡିଛି ା
ବାହାନଗା ବ୍ଲକ ଖରାସାହାପୁର ପଞ୍ଚାୟତ ୯ନମ୍ବର ୱାର୍ଡର ନାୟକ ସାହି, ସେଠୀ ସାହି, ଦାସ ସାହି, ପଲେଇ ସାହି, ଓ ୭ ନମ୍ବର ୱାର୍ଡର ଖପରପଦା ସାହି ମିଶି ପାଖାପାଖି ୨ ଶହ ପରିବାରର ଲୋକଙ୍କ ଦୁଃଖ ଏପର୍ଯ୍ୟନ୍ତ ଦୂର ହୋଇନାହିଁ ା ସାହିରୁ ଜଳ ନିଷ୍କାସନ ପାଇଁ ଗ୍ରାମବାସୀ ବାରମ୍ବାର ତହସିଲଦାରଙ୍କଠାରେ ଅଭିଯୋଗ କରିଥିଲେ ମଧ୍ୟ ତହସିଲ ପ୍ରଶାସନ ତଦନ୍ତ କରିବାକୁ ଯାଇ ଚୁପ୍‌ ରହିଥିବାରୁ କ୍ଷତିଗ୍ରସ୍ତ ହେଉଥିବା ପରିବାର ଓ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଖପରପଦା ସାହିର ରନତ୍ାକର ମହାଳିକ, ହରିହର ମହାଳିକ, ପୁରୁଷୋତ୍ତମ ମହାଳିକ, ବିଷ୍ଣୁମୋହନ ମହାଳିକ, ମଣ୍ଟୁ ମହାଳିକ, କାମିନୀକାନ୍ତ ମହାଳିକ ପ୍ରମୁଖ ୪୦ ପରିବାରର ଘର ଏବେ ବି ଜଳବନ୍ଦୀ ହୋଇରହିଛି ା ସେମାନଙ୍କ ଘର ଚାରିପାଖରେ ୩ଫୁଟ ଉଚ୍ଚରେ ପାଣି ଜମି ରହିଛି ା ଦୀର୍ଘ ୩ ମାସ ହେଲାଣି ଜଳ ବାହାରକୁ ନିଷ୍କାସନ ହୋଇପାରୁନାହିଁ। ଫଳରେ ଛୋଟ ପିଲାଠାରୁ ବୃଦ୍ଧାବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ପାଣିରେ ଯାତାୟାତ କରିବା ସହିତ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି ା ରାତିରେ ସାପ କାମୁଡିବା ଭୟ ଥିବାରୁ ଅଧିକାଂଶ ପରିବାରର ଲୋକମାନେ ଅନ୍ୟ ଲୋକଙ୍କ ଘରେ ଯାଇ ରାତ୍ରୀଯାପନ କରୁଛନ୍ତି ା ଗୃହପାଳିତ ପ୍ରାଣୀ ମଧ୍ୟ ପାଣିଘେରରେ ରହୁଥିବାରୁ ୩ଟି ଗୋରୁ ମୃତ୍ୟୁବରଣ କରିସାରିଲୋଣି। ସେହିପରି ୯ନମ୍ବର ୱାର୍ଡର ବାସିନ୍ଦାଙ୍କୁ ଘରୁ ବାହାରିବା ଅସମ୍ଭବ ହୋଇପଡିଛି। ସାହିରୁ ପାଣି ନିଷ୍କାସନ ହୋଇ ନ ପାରିବାରୁ ରାସ୍ତା ଉପରେ ୩ ମାସ ଧରି ବନ୍ୟପାଣି ଜମି ରହିଛି। ଲୋକମାନେ ଯାତାୟାତ କରିବାରେ ଅସୁବିଧା ଭୋଗୁଛନ୍ତି। ଫଳରେ ୪ଟି ସାହିର ୧୫୦ ପରିବାରର ଲୋକମାନେ ନାହିଁ ନ ଥିବା ହଇରାଣ ହେଉଛନ୍ତି। ୨ଟି ୱାର୍ଡର ବର୍ଷା ପାଣି ଓ ବନ୍ୟା ପାଣି ଗୋଟିଏ ନାଳ ଦେଇ ପୂର୍ବରୁ ନିଷ୍କାସନ ହେଉଥିଲା। ପୁରୁଣା ପାଣି ନାଳ ଯେଉଁ ରାସ୍ତାକଡ ଦେଇ ଯାଇଥିଲା ତାହା ଗ୍ରାମର କିଛି ପରିବାର ଲୋକଙ୍କ ବ୍ୟକ୍ତିଗତ ଜମି ଉପରେ ଦୀର୍ଘ ବର୍ଷ ଧରି ନାଳରେ ପାଣି ନିଷ୍କାସନ ହେଉଥିଲା। କାଳକ୍ରମେ ପରିବାର ବଢିବାରୁ ଘରଲୋକ ନାଳକୁ ପୋତି ଦେବାରୁ ଆଉ ପାଣି ନିଷ୍କାସନ ହୋଇପାରୁନାହିଁ। ପ୍ରଶାସନ ଆସି ଦେଖିଲେ ମଧ୍ୟ ବ୍ୟକ୍ତିଗତ ଜମି ଥିବାରୁ ଚୁପ୍‌ଚାପ୍‌ ରହୁଛନ୍ତି। ଉପଜିଲାପାଳଙ୍କ କୋର୍ଟରେ ୧୩୩ ନମ୍ବରରେ ଏକ ଇଜିମେଣ୍ଟେଡ୍‌ ରାଇଟ୍‌ ମାମଲା ରୁଜୁ କରାଯାଇଛି। ସେହି କେସ୍‌ ଫାଇନାଲ ହେବା ପରେ ଲୋକମାନଙ୍କ ସ୍ବାର୍ଥ ଓ ମାନବ ଅଧିକାର ଅନୁଯାୟୀ ସମସ୍ତଙ୍କର ବଞ୍ଚିବାର ଅଧିକାର ଓ ସୁସ୍ଥ ରହିବାର ଅଧିକାର ନେଇ ପ୍ରଶାସନ ବ୍ୟକ୍ତିଗତ ଜମିରେ ଜଳ ନିଷ୍କାସନ କରିବା ପାଇଁ ଡ୍ରେନେଜ ଖୋଳି ଜଳ ନିଷ୍କାସନ କରିପାରିବେ। ଗ୍ରାମରେ ଥିବା ପୁରୁଣା ନାଳର ପୁନରୁଦ୍ଧାର କରାଯାଇ ଜଳ ନିଷ୍କାସନ ଶୀଘ୍ର କରିବା ପାଇଁ ଗ୍ରାମ୍ୟ କମିଟି ସଭାପତି ନିର୍ମଳ ନାୟକ ଦାବି କରିଛନ୍ତି। ଏନେଇ ବାହାନଗା ତହସିଲଦାର ରାଜେନ୍ଦ୍ର ନାରାୟଣ କର କହିଛନ୍ତି, ମୁଁ ଏପର୍ଯ୍ୟନ୍ତ ସେ ବିଷୟରେ କିଛି ଜାଣିନାହିଁ କି ଦେଖିନାହିଁ ା ଫୋନ୍‌ ମାଧ୍ୟମରେ ଯାହା ଖବର ପାଇଛି ା ସାହିକୁ ଯାଇ କିପରି ଜଳ ନିଷ୍କାସନ ହୋଇପାରିବ ସେ ଦିଗରେ ନିଶ୍ଚିତ ପଦକ୍ଷେପ ନିଆଯିବ।

 


Enter your email to get our daily news in your inbox.

All Right Reserved By Dharitri.Com

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

ଶାଳକଙ୍କୁ ଏସିଡ୍‌ ଫିଙ୍ଗି ବନ୍ଧା ହେଲେ ଭିଣୋଇ

ବ୍ରହ୍ମପୁର,୩୦ା୮(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଟାଉନ ଥାନା ପୋଲିସ ଏସିଡ ମାଡ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରିଛି l ସେ ହେଲେ ପାଟପୁର ଥାନା ପୋଡାମାରି ବଜାର…

ନାବାଳିକା ଛାତ୍ରୀଙ୍କୁ ଅପହରଣ କରିନେଲେ ୨୨ ବର୍ଷୀୟ ଯୁବକ, ଗାଁରେ ଉତ୍ତେଜନା ପରେ…

ହାଟଡିହୀ/ଛେନାପଦୀ,୩୦ା୮(ଶୁଭକାନ୍ତ ନାୟକ/ନିରାକାର): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ନନ୍ଦିପଦା ଥାନା ଅଞ୍ଚଳରେ ଜଣେ ନାବାଳିକା ଦଶମ ଶ୍ରେଣୀ ଛାତ୍ରୀକୁ ଅପହରଣ କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ଏହାକୁ…

ନିଟ୍‌ରେ ସଫଳ ଦୁଇ ଭଉଣୀଙ୍କ ଡାକ୍ତରୀ ପାଠରେ ଅର୍ଥ ସାଜିଛି ବାଧକ, ସ୍ବପ୍ନରେ ରହିଯିବ କି ଉଭୟଙ୍କ…

କର୍ଲାମୁଣ୍ଡା,୩୦ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ଗ୍ରାମର ଏକ ମେଧାବୀ ପରିବାରର ଦୁଇ ଭଉଣୀ ଏକାସାଙ୍ଗେ ନିଟ୍‌ ପରୀକ୍ଷାରେ ସଫଳତା ହାସଲ କରିବା…

୩୨ କେଭି ବିଦ୍ୟୁତ୍‌ ତାରରେ ବାଜିଗଲା ଛାତ୍ରଙ୍କ ହାତ, ଚାଲିଗଲା ଜୀବନ

ପାତ୍ରପୁର,୩୦ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ତହସିଲ ଜରଡ଼ା ଥାନା ଅନ୍ତର୍ଗତ ଭୈରପୁର ଗ୍ରାମର ସୁଶାନ୍ତ ପ୍ରଧାନଙ୍କ ପୁଅ ଚନ୍ଦନ( ୧୬)ଙ୍କ ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ…

ଛାତ୍ରୀଛାତ୍ରଙ୍କୁ ନିଶାଠାରୁ ଦୂରେଇ ରହିବାକୁ ଆହ୍ବାନ

ବଞ୍ଚୋ,୩୦ା୮(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ବଞ୍ଚୋର ପ୍ରାଣବଲ୍ଲଭ ପବ୍ଲିକ ସ୍କୁଲରେ ‘ନିଶାମୁକ୍ତ ଭାରତ ଅଭିଯାନ’ ଅଧୀନରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆନନ୍ଦପୁର ଏସ୍‌ଡିପିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri