ଦେଶୀ ବନ୍ଧୁକ ଧରି ଅବାଧରେ ବୁଲୁଥିଲେ; ବାନ୍ଧିଲା ବ୍ରଜରାଜନଗର ଥାନା ପୋଲିସ

ଝାରସୁଗୁଡା ଅଫିସ, ୧୦।୮: ଝାରସୁଗୁଡା ଜିଲା ବ୍ରଜରାଜନଗର ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ଏକ ଦେଶୀ ବନ୍ଧୁକ ଜବତ କରିଛି । ଗିରଫ ଯୁବକ ଜଣଙ୍କ ହେଲେ ରାଜପୁର ଗ୍ରାମର ମନୋଜ କିଷାନ(୩୪)। ଏନେଇ ପୋଲିସ ବ୍ରଜରାଜନଗର ଥାନାରେ ମାମଲା ନଂ(୨୧୪/୨୧)ରୁଜୁ କରି ତଦନ୍ତ ଚଳାଇଛି। ଏଥିସହ ଅଭିଯୁକ୍ତ ଯୁବକଙ୍କୁ ପୋଲିସ ମଙ୍ଗଳବାର କୋର୍ଟ ଚାଲାଣ କରିଛି ।

ଯୁବକଜଣଙ୍କ ଗତ ସୋମବାର ମଧ୍ୟାହ୍ନ ରେ ଓରିଏଣ୍ଟ ପେପର୍‌ ମିଲ ଖେଳପଡିଆ ନିକଟରେ ଏକ ବନ୍ଧୁକ ଧରି ଅବାଧରେ ବୁଲୁଥିବା ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ । ଖବରପାଇ ପୋଲିସ ଅଧିକାରୀ ପି.କେ. ସ୍ବାଇଁ ଘଟଣା ସ୍ଥଳରେ ପହଞ୍ଚି ଯୁବକଙ୍କୁ କାବୁ କରି ତାଙ୍କ ନିକଟରୁ ଏକ ବନ୍ଧୁକ ଜବତ କରିଥିଲେ। ସମ୍ପୃକ୍ତ ଯୁବକଙ୍କ ନାମରେ ଏହା ପୂର୍ବରୁ ବ୍ରଜରାଜନଗର ଥାନାରେ ୨ ମାମଲା ରହିଥିବା ଆଇଆଇସି ବୈକୁଣ୍ଠ ବିହାରୀ ସେଠ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା କର୍ମଚାରୀଙ୍କୁ ଅସଦାଚରଣ କରି କନଷ୍ଟେବଳ ଗିରଫ

କେନ୍ଦୁଝର,୧୮ା୮(ସ୍ବ.ପ୍ର.): ଜିଲା ମୁଖ୍ୟ ଡାକ୍ତରଖାନାର ଟିକାକରଣ କେନ୍ଦ୍ରରେ କାର୍ଯ୍ୟରତ ଜଣେ ସ୍ବାସ୍ଥ୍ୟ ବିଭାଗ ମହିଳାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଟାଉନ ଥାନା ପୋଲିସ ଜଣେ କନଷ୍ଟେବଳଙ୍କୁ...

ନୀରବ ବିଦ୍ରୋହ ଭାରି ପଡ଼ିବ

ତିର୍ତ୍ତୋଲ, ୩୧ା୧୦ (ସ୍ବ.ପ୍ର.): ୨୦୧୯ ନିର୍ବାଚନରେ ତିର୍ତ୍ତୋଲ ବିଧାନସଭା ଆସନରୁ ବିଜୟୀ ହୋଇଥିବା ବିଜେଡି ନେତା ବିଷ୍ଣୁଚରଣ ଦାସଙ୍କ ପରଲୋକ ପରେ ଏବେ ଚାଲିଛି ସେଠାରେ...

ମା’ର ପରେ ବାପ୍‌ ଆରପାରେ: ଛେଉଁଡ ନାତିନାତେନ୍‌ ଚିନ୍‌ତାରେ ଅଜାଆଈ

ଲୋଇସିଂହା, ୩୦।୧୦(ଡି.ଏନ୍‌.ଏ.)-ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ସେମେଲମୁଣ୍ଡା ଗଁାରେ ଗୁଟେ ଦୁଖର ଘଟନା ଦେଖ୍‌ବାକେ ମିଲିଛେ। ଆଏଜ୍‌କେ ୫ ବଛର ତଲେ ଗଁାର ଝନେ ମହିଲାକଁର...

ନନ୍ଦନକାନନରେ କଲରାପତରିଆ ବାଘ ‘ସୂରଜ’ର ମୃତ୍ୟୁ, ଆସିଲେ ୬ ନୂଆ ଅତିଥି

ବାରଙ୍ଗ,୧୮।୩(ଡି.ଏନ୍‌.ଏ.): ନନ୍ଦନକାନନର ଅନ୍ୟତମ ଆକର୍ଷକ କଲରାପତରିଆ ବାଘ ସୂରଜର ଗତକାଲି ରାତିରେ ମୃତ୍ୟୁ ଘଟିଛି। ମୃତ୍ୟୁବେଳକୁ ତାକୁ ୧୬ବର୍ଷ ହୋଇଥିଲା । ଦେଢମାସ ହେବ ସେ...

ନିଶା ଦେଇ ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ

ବୁଗୁଡ଼ା,୯ା୪: ଗଞ୍ଜାମ ଜିଲା ବୁଗୁଡ଼ା ଥାନା ଅଞ୍ଚଳରେ ଜଣେ ୧୨ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ କରାଯାଇଥିବା ପୋଲିସ ନିକଟରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି...

ପୋତି ହୋଇଛି ଡ୍ରେନ, ରାସ୍ତା ଉପରେ ନର୍ଦ୍ଦମା ପାଣି

ଖଣ୍ଡପଡ଼ା,୧୬ା୯(ସ୍ବ.ପ୍ର.): ନୟାଗଡ଼ ଜିଲା ଖଣ୍ଡପଡ଼ା ଅଞ୍ଚଳର ବିଭିନ୍ନ ସାହି ବସ୍ତି ଓ ମୁଖ୍ୟ ରାସ୍ତା କଡରେ ଥିବା ଡ୍ରେନଗୁଡିକ ରକ୍ଷଣାବେକ୍ଷଣ ଅଭାବରୁ ପୋତି ହୋଇଗଲାଣି। ଫଳରେ...

ରୋକାଗଲା ନାବାଳିକା ବିବାହ

ଗଣିଆ,୫ା୩ (ଡି.ଏନ.ଏ.): ନୟାଗଡ଼ ଜିଲା ଗଣିଆ ବ୍ଲକ ବେଲପଡାପାଟଣା ପଞ୍ଚାୟତରେ ମଙ୍ଗଳବାର ଏକ ନାବାଳିକା ବିବାହ ରୋକାଯାଇଛି। ୧୬ ବର୍ଷ ବୟସର ନାବାଳିକାଙ୍କ ମା’ କଟକ...

ଦୁର୍ଘଟଣା ରୋକିବା ପାଇଁ ନୂଆ ପ୍ରୟାସ, ଜାତୀୟ ରାଜପଥ କଡ଼ରେ ଲୋକଙ୍କ ପୂଜାର୍ଚ୍ଚନା

ବ୍ରହ୍ମପୁର ଅଫିସ,୩୧ା୧- ସଡକ ଦୁର୍ଘଟଣା ଜନିତ ମୃତ୍ୟୁହାର କମାଇବା ପାଇଁ ସରକାର ଅନେକ ସଚେତନତା କାର୍ଯ୍ୟକ୍ରମ କରୁଛନ୍ତି। ଏପରିକି ଦ୍ରୁତ ଗାଡି ଚାଳକଙ୍କୁ ସାବାଡ଼ କରିବା...

Advertisement
Archives

Model This Week