ଆମ ଜିଲା ଖବର

ପୋଲିସ, ଆର୍‌ଟିଓଙ୍କ ସହଯୋଗରେ ଚାଲିଛି ଗ୍ରାନାଇଟ୍‌ ଚାଲାଣ

ମାଲକାନଗିରି,୧୯।୯(ଡି.ଏନ୍‌.ଏ.): ମାଲକାନଗିରି ଜିଲା ମୋଟୁ ଥାନାଧିକାରୀ ଏବଂ ପରିବହନ ଅଧିକାରୀ(ଆର୍‌ଟିଓ)ଙ୍କ ମିଳିତ ସହଯୋଗରେ ମୋଟୁ ତହସିଲ ଅଧୀନ ପେଟା ଗ୍ରାମରୁ ଭିଜି ଗ୍ରାନାଇଟ୍‌ ବେଆଇନ ପରିବହନ କରାଯାଇଥିବା ପୂର୍ବତନ ନବରଙ୍ଗପୁର ଏମ୍‌ପି ତଥା କଂଗ୍ରେସ ନେତା ପ୍ରଦୀପ ମାଝି ଅଭିଯୋଗ କରିଛନ୍ତି।…

ଅଧେ ରହିଛି ଅଚଳ

ଛେଣ୍ଡିପଦା,୧୯ା୯(ସ୍ୱ.ପ୍ର.) – ସ୍ୱଳ୍ପ ବୃଷ୍ଟି ପରି ସମସ୍ୟା ବେଳେ ଅଧିକ କାମରେ ଆସେ ଉଠା ଜଳସେଚନ ପ୍ରକଳ୍ପ। ଫସଲ ରକ୍ଷା ନିମନ୍ତେ ଚାଷୀଙ୍କ ପାଇଁ ଏହା ଏକ ବଡ଼ ବିକଳ୍ପ। ହେଲେ ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଅଞ୍ଚଳରେ ଏହି ବ୍ୟବସ୍ଥା…

ଚିକିତ୍ସା ନ କରି ବୃଦ୍ଧାଙ୍କୁ ଜଙ୍ଗଲରେ ଛାଡ଼ି ଦେଲେ

ବରଗଡ଼ ଅଫିସ୍‌,୧୯।୯: ବରଗଡ଼ ଜିଲା ଅତାବିରା ଥାନା ଅଧୀନ ଖରମୁଣ୍ଡା ପଞ୍ଚାୟତ ଘନଘଟି ଗ୍ରାମର ଜଣେ ବୃଦ୍ଧାଙ୍କୁ ଚିକିତ୍ସା ନ କରି ପରିବାର ଲୋକେ ଜଙ୍ଗଲରେ ଛାଡ଼ିଦେବା ଘଟଣା ଶନିବାର ସାମ୍ନାକୁ ଆସିଛି। ସୂଚନା ଅନୁଯାୟୀ, ବୃଦ୍ଧା ଜଣକ ବାର୍ଦ୍ଧକ୍ୟଜନିତ ଅସୁସ୍ଥତାରେ…

୧୨ ଗେଟ୍‌ରେ ଜଳ ନିଷ୍କାସନ

ସମ୍ବଲପୁର,୧୮ା୯(ବ୍ୟୁରୋ): ହୀରାକୁଦ ଜଳଭଣ୍ଡାରରେ ଜଳଧାରଣ କ୍ଷମତା ୬୩୦ ଫୁଟ୍‌ ରହିଥିବା ବେଳେ ଶନିବାର ଏହା ୬୨୮.୧୭ ଫୁଟ୍‌ରେ ପହଞ୍ଚତ୍ଛି। ରାତି ୧୦.୩୦ସୁଦ୍ଧା ବାମପାର୍ଶ୍ୱରେ ୮ ଓ ଡାହାଣପାର୍ଶ୍ୱରେ ୪ ମୋଟ ୧୨ ଗେଟ୍‌ ଦେଇ ଜଳ ନିଷ୍କାସନ ହେଉଛି। ଗେଟ୍‌ ଦେଇ…

ନବ ବିବାହିତା ଝିଅକୁ ହତ୍ୟା କରି ଟାଙ୍ଗି ଦେଲେ ଶାଶୁ ଘର ଲୋକେ

ଜୁନାଗଡ଼,୧୮।୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ବଣିଜରା ଗ୍ରାମରେ ପୋଲିସ ଶନିବାର ଜଣେ ନବ ବିବାହିତା ମହିଳାଙ୍କ ଝୁଲନ୍ତା ମୃତଦେହ ଜବତ କରିଛି। ମୃତା ମହିଳାଙ୍କ ନାମ ପଦ୍ମିନୀ ରାଉତ(୧୮) ବୋଲି ଜଣାପଡିଛି। ଏପଟେ ଝିଅକୁ ହତ୍ୟା କରାଯାଇଥିବା ନେଇ ପଦ୍ମିନୀଙ୍କ…

ଯାତ୍ରୀବାହୀ ବସ୍‌ ଧକ୍କାରେ ଓଲଟିଲା ଭିଜିଲାନ୍ସ ଗାଡ଼ି

ଖଲ୍ଲିକୋଟ,୧୮ା୯(ଡି.ଏନ.ଏ.):ଭିଜିଲାନ୍ସ ଗାଡ଼ିକୁ ଧକ୍କା ଦେଇଛି ଏକ ଯାତ୍ରୀବାହୀ ବସ୍‌। ଏଥିରେ ୨ ଜଣ ଆହତ ହୋଇଛନ୍ତି। ସେମାନେ ହେଲେ ଭିଜିଲାନ୍ସ ଗାଡ଼ି ଚଳାଉଥିବା ହାବିଲଦାର ସୁଶୀଲ କୁମାର ଖଟୁଆ ଓ ଗାଡ଼ିରେ ବସିଥିବା ଭିଜିଲାନ୍ସ କଟକ ଅତିରିକ୍ତ ଏସ୍‌ପି ବେଣୁଧର ନାୟକ।…

ହାତୀ ପାଇଁ ଗଲା ଜୀବନ

ଚିତ୍ରଡ଼ା,୧୮।୯(ଡି.ଏନ.ଏ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ବନାଞ୍ଚଳରେ ହାତୀ ଆତଙ୍କ ଥମିବାର ନାଁ ଧରୁନି। ପୁଣି ହାତୀ ପାଇଁ ଜଣେ ବାଳକଙ୍କ ଜୀବନ ଯାଇଛି। ମୃତକ ହେଲେ ରାସଗୋବିନ୍ଦପୁର ଥାନା ଅଧୀନ ନଳଗଜା ପଞ୍ଚାୟତ ଉପର ମଧୁରିଆ ଗ୍ରାମର ଫାତାଇ ମୁର୍ମୁଙ୍କ ପୁଅ…

ଭାସିଗଲା ମାଛ ବୋଝେଇ ଟ୍ରାକ୍ଟର

ବାଲେଶ୍ୱର ଅଫିସ,୧୮ ।୯: ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ବାହାବଳପୁର-ହଳଦୀପଦା ରାସ୍ତାର ଚିରକୁଣି ଚଟାଣରେ ଶୁକ୍ରବାର ବନ୍ୟାଜଳ ସ୍ରୋତରେ ଏକ ମାଛ ବୋଝେଇ ଟ୍ରାକ୍ଟର ଭାସିଯାଇଛି । ଛାନୁଆ ଗ୍ରାମର ବଳରାମ ସାହୁଙ୍କ ଟ୍ରାକ୍ଟରରେ ମୁହାଣରୁ ପ୍ରାୟ ୫ଲକ୍ଷ ଟଙ୍କାର ମାଛ…

ଚିଲିକା ମଝିରେ ଲଞ୍ଚ ଅଚଳ: ଫସିରହିଲେ ଯାତ୍ରୀ

କୃଷ୍ଣପ୍ରସାଦ,୧୮।୯(ଡି.ଏନ୍‌.ଏ.): ଚିଲିକା ମଧ୍ୟରେ ଶନିବାର ଏକ ଲଞ୍ଚ ଅଚଳ ହୋଇଯାଇଥିଲା। ଫଳରେ ଯାତ୍ରୀ ୨ ଘଣ୍ଟା ଜଳବନ୍ଦୀ ହୋଇ ରହିଥିଲେ। ଅନ୍ତର୍ଜାତୀୟ ଜଳପଥ ପରିବହନ ବିଭାଗର ଏହି ଲଞ୍ଚଟି ପୁରୀ ଜିଲା କୃଷ୍ଣପ୍ରସାଦ ଜେଟିରୁ ଶନିବାର ସକାଳେ ବାଲୁଗାଁ ଅଭିମୁଖେ ଯାଉଥିବା…

ଏସିଏଫ୍‌ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ଡିଏଫ୍‌ଓଙ୍କ ଲାଇ ଡିଟେକ୍ସନ ଟେଷ୍ଟ

ଭୁବନେଶ୍ୱର,୧୮ା୯(ବ୍ୟୁରୋ): ଗଜପତି ଜିଲା ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରୁ ଆଜି ପର୍ଯ୍ୟନ୍ତ ପରଦା ହଟିପାରିନାହିଁ। ମୃତ୍ୟୁ ମାମଲାର ତଦନ୍ତ ପ୍ରଥମେ ପୋଲିସ ଏବଂ ପରେ କ୍ରାଇମବ୍ରାଞ୍ଚ କରୁଥିବା ବେଳେ ଏବେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ସୌମ୍ୟଙ୍କ ମୃତ୍ୟୁ…

ପରଲୋକରେ ପାଟଣାର ପୂର୍ବତନ ବିଧାୟକ ରାମରାୟ ମୁଣ୍ଡା

ପାଟଣା,୧୮ା୯(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ରାମରାୟ ମୁଣ୍ଡାଙ୍କର ଶନିବାର ପାଟଣା ବ୍ଲକ ଚାକୁଣ୍ଡାପାଳସ୍ଥିତ ବାସଭବନରେ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା। ଦୀର୍ଘ ଦିନ ହେବ ସେ ବାର୍ଦ୍ଧକ୍ୟଜନିତ କାରଣରୁ ଅସୁସ୍ଥ ଥିଲେ। ସେ…

ତଥ୍ୟ ଲିକ୍‌ ଘଟଣା: ୫ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରିବ କ୍ରାଇମବ୍ରାଞ୍ଚ

ବାଲେଶ୍ୱର ଅଫିସ, ୧୮।୯: ବାଲେଶ୍ୱର ଚାନ୍ଦିପୁର ଡିଆରଡିଓରେ ଗୁପ୍ତଚର ମାମଲାରେ ଗିରଫ ହୋଇଥିବା ୫ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ। ପୂର୍ବରୁ ରିମାଣ୍ଡରେ ନେବା ପାଇଁ କୋର୍ଟରେ ଆବେଦନ କରିଥିଲା ବେଳେ ଏହା ଶନିବାର ମଞ୍ଜୁର ହୋଇଛି । କ୍ରାଇମବ୍ରାଞ୍ଚର ସ୍ବତନ୍ତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?