ସୌନ୍ଦର୍ଯ୍ୟ ହରାଉଛି ଡୁଲୁରୀ ପାଇନ୍‌ ବଣ, ବିଗୁଡୁଛି ପରିବେଶ

ଦାରିଙ୍ଗବାଡ଼ି,୨୮ା୧୧(ଡି.ଏନ୍‌.ଏ.): ଓଡ଼ିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ବତନ୍ତ୍ର ସ୍ଥାନ ପାଇଛି। ଶୀତ ହେଉ କି ଗ୍ରୀଷ୍ମ, ଏହାର ଜଳବାୟୁ ଏବଂ ସସ୍ତୁଳିତ ପରିବେଶ ପାଇଁ ଦୈନିକ ଶହ ଶହ ପର୍ଯ୍ୟଟକ ଦାରିଙ୍ଗବାଡ଼ି ଆସିବାକୁ ପସନ୍ଦ କରିଥାନ୍ତି।

ପର୍ଯ୍ୟଟନ କେନ୍ଦ୍ର ମଧ୍ୟରେ ମିଡ଼ିୟୁବାନ୍ଦା ଜଳପ୍ରପାତ ସମେତ କଫି ବଗିଚା, ଶାନ୍ତ ଉପତ୍ୟକା, ହିଲ୍‌ ଏ ଭିୟୁ ପାର୍କ, ନେଚର ପାର୍କ, ଲଭର୍ସ ପଏଣ୍ଟ , ଡୁଲୁରୀ ପାଇନ୍‌ ବଣ ଭଳି ଅତ୍ୟନ୍ତ ମନୋରମ ସ୍ଥାନ ରହିଛି। ହେଲେ ରକ୍ଷଣାବେକ୍ଷଣ ତଥା ପ୍ରଶାସନର ଆନ୍ତରିକ ଇଚ୍ଛାଶକ୍ତିର ଅଭାବ ଯୋଗୁ ପର୍ଯ୍ୟଟନ କେନ୍ଦ୍ରଗୁଡ଼ିକର ବିକାଶ ହୋଇପାରୁନାହିଁ। କେବଳ ଇକୋରିଟ୍ରିଟ୍‌କୁ ଜିଲା ପ୍ରଶାସନ ଆଗ୍ରହ ପ୍ରକାଶ କରୁଥିବାବେଳେ ସେଠାକୁ ଆସୁଥିବା ପର୍ଯ୍ୟଟକଙ୍କ ପ୍ରତି ଗୁରୁତ୍ୱ ଦେଉ ନ ଥିବା ସାଧାରଣରେ ମତ ପ୍ରକାଶ ପାଇଛି। ପୂର୍ବରୁ ଦାରିଙ୍ଗବାଡ଼ିକୁ ଥରେ ଯିଏ ଆସି ବୁଲି ଯାଇଥାଏ ସେ ବାରମ୍ବାର ଆସିବାକୁ ପସନ୍ଦ କରିଥାନ୍ତ। କିନ୍ତୁ ଏବେ ପର୍ଯ୍ୟଟକଙ୍କ ମନରେ ଧିରେ ଧିରେ ଦାରିଙ୍ଗବାଡ଼ି ଆସିବାକୁ ପୂର୍ବଭଳି ଇଚ୍ଛା ପ୍ରକାଶ କରୁ ନ ଥିବା ଭୁବନେଶ୍ୱରର ଜଣେ ପର୍ଯ୍ୟଟକ ସମରେନ୍ଦ୍ର ସାହୁ କହିଛନ୍ତି।

ଦାରିଙ୍ଗବାଡ଼ିର ସମସ୍ତ ପର୍ଯ୍ୟଟନକେନ୍ଦ୍ର ମଧ୍ୟରେ ଡୁଲୁରୀ ପାଇନ୍‌ ବଣ ଅନ୍ୟତମ। ଯେଉଁଠି ଏହି ଶୀତରୁତୁରେ ବଣ ଭୋଜି କରିବାକୁ ପର୍ଯ୍ୟଟକମାନେ ପସନ୍ଦ କରିଥାନ୍ତି। ଏଠାରେ ଡିସେମ୍ବରରେ ୧୦ ହଜାରରୁ ଊର୍ଦ୍ଧ୍ୱ ପର୍ଯ୍ୟଟକ ବଣ ଭୋଜି କରି ମଜା ନେବା ପାଇଁ କ୍ଷେତ୍ର ରହିଛି। ଲମ୍ବା ଲମ୍ବା ପାଇନ୍‌ ଗଛର ସୌନ୍ଦର୍ଯ୍ୟ ଏବଂ ସିମେଣ୍ଟରେ ପିଣ୍ଡି କରାଯାଇଛି। ସେଠାରେ ପର୍ଯ୍ୟଟକ ବସିବା ସହ ରୋଷେଇ କରି ଖାଇବା ବ୍ୟବସ୍ଥା ବି ରହିଛି।

ସେହିପରି ପାଇନ୍‌ ବଣ ମଧ୍ୟରେ ବୁଲାବୁଲି କରିବା ପାଇଁ ମାଟିରାସ୍ତା ରହିଛି। ହେଲେ ଏବେ ଲଘୁଚାପ ଜନିତ ବାରମ୍ବାର ବର୍ଷା ଯୋଗୁ ରାସ୍ତାଗୁଡ଼ିକର ଅବସ୍ଥା ଶୋଚନୀୟ ହୋଇପଡ଼ିବା ସହ କର୍ଦ୍ଦମାକ୍ତ ହୋଇପଡ଼ିଛି। ଯଦ୍ଦ୍ବାରା ଏବେ ଡୁଲୁରୀ ପାଇନ୍‌ ବଣ ଭିତରେ ବୁଲିବା ମୁସ୍କିଲ ହୋଇପଡ଼ିଛି। ସେହିପରି ପର୍ଯ୍ୟଟକମାନଙ୍କ ପାଇଁ ଶୌଚାଳୟ ନାହିଁ। ତେଣୁ ପ୍ରଶାସନ ସେଠାରେ ଶୌଚାଳୟ ନିର୍ମାଣ କରିବାକୁ ପର୍ଯ୍ୟଟକଙ୍କ ସମେତ ଅଞ୍ଚଳବାସୀ ଏବଂ ସଫେଇ ଦାୟିତ୍ୱରେ ରହିଥିବା ମହିଳା ଗ୍ରୁପ୍‌ର ସଦସ୍ୟମାନେ କହିଛନ୍ତି।

ଏନେଇ ଦାରିଙ୍ଗବାଡ଼ି ବନାଞ୍ଚଳ ଅଧିକାରୀ ସତୀଶ କୁମାର ଧାରୁଆଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି, ଯେ କେବଳ ପାଇନ୍‌ ବଣଟି ତାଙ୍କ ଅଧିନରେ ରହିଛି। ଉନ୍ନୟନ କାର୍ଯ୍ୟ ବ୍ଲକ ପ୍ରଶାସନ ହାତରେ ରହିଛି। ତେଣୁ ସେ ବିଡିଓଙ୍କୁ କହି ରାସ୍ତାର ବିକାଶ କରାଇବେ ବୋଲି କହିଛନ୍ତି। ଏନେଇ ବିଡିଓ ଗଦାଧର ପାତ୍ରଙ୍କ ସହ ଯୋଗାଯୋଗ କରିବାରୁ ମରାମତି କାର୍ଯ୍ୟ ସହ ବିକାଶ ପାଇଁ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।

ଅରୁଣ କୁମାର ସାହୁ


Enter your email to get our daily news in your inbox.

All Right Reserved By Dharitri.Com

ଓଡିଶା ଆସୁଛନ୍ତି ଅମିତ ଶାହା, କରିବେ ନିର୍ବାଚନୀ ପ୍ରଚାର

ଭୁବନେଶ୍ୱର,୨୪।୪: ଗୁରୁବାର ଓଡିଶା ଆସିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା। କାଲିଠୁ ଭାଜପାର ବିଧିବଦ୍ଧ ଭାବେ ନିର୍ବାଚନୀ ପ୍ରଚାର ଆରମ୍ଭ କରିବେ। ଅପରାହ୍ଣ ସାଢ଼େ...

ହିଞ୍ଜିଳିକାଟୁରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ବିଜେଡିର ଷ୍ଟାର ପ୍ରଚାରକ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପାରମ୍ପରିକ ଆସନରୁ ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିଛନ୍ତି। ତାଙ୍କ ସହ ଫାଇଭ-ଟି...

କାର୍‌ରୁ ୩୦ ଲକ୍ଷ ଟଙ୍କା ଜବତ କଲା ପୋଲିସ

ମାଲକାନଗିରି,୨୪।୪(ଦୁର୍ଯ୍ୟୋଧନ ପାତ୍ର): ନିର୍ବାଚନ ନେଇ ସୀମାରେ ହାଇଆଲର୍ଟ ଜାରି କରାଯିବା ସହ ଯାଞ୍ଚକୁ କଡାକଡି କରାଯାଉଛି। ଛତିଶଗଡ଼ ପଟୁ ଆସୁଥିବା ଏକ କାରକୁ ପୋଲିସ ଯାଞ୍ଚ...

୧୫ ଦିନରେ ଦଳବଦଳ: ଭାଜପାରେ ମିଶିଥିବା କର୍ମୀ ବିଜେଡିକୁ ଫେରିଲେ

ବିଞ୍ଝାରପୁର,୨୪ା୪(ରାମକୃଷ୍ଣ ଦାସ):ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଞ୍ଝାରପୁରରେ ଏଥର ୩ ପ୍ରମୁଖ ରାଜନୈତିକ ଦଳ ନିଜର ରଣନୀତି ସୁଦୃଢ଼ କରୁଛନ୍ତି। ବିଞ୍ଝାରପୁର ନିର୍ବାଚନମଣ୍ଡଳୀ ଭାଜପା ପ୍ରାର୍ଥୀ...

ବର୍ଷାଙ୍କୁ ଜିତାଇବାକୁ ପ୍ରଣବଙ୍କ ନିବେଦନ

ଚଣ୍ଡିଖୋଲ/ବଡ଼ଚଣା,୨୪ା୪(ପ୍ରଦୀପ୍ତ କୁମାର ପୃଷ୍ଟି/ଦିଲୀପ କୁମାର ମହାନ୍ତି):ଯାଜପୁର ଜିଲା ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିଛି। ରାଜନୀତି କ୍ଷେତ୍ରରେ ସମ୍ପୂର୍ଣ୍ଣ...

୨୯ ଓଭର ହେଡ୍‌ ଟାଙ୍କି, ଲୋକଙ୍କୁ ପାଣି ମୁନ୍ଦେ ମିଳୁନି

ମାର୍ଶାଘାଇ,୨୪ା୪ (ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ଅଞ୍ଚଳରେ ପାନୀୟ ଜଳ ସମସ୍ୟାକୁ ନେଇ ଲୋକେ ତ୍ରାହି ତ୍ରାହି ଡାକିଲେଣି। ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ...

ଋ଼ଣ ଖିଲାପ ପରେ ଘର ଅଧିଗ୍ରହଣ କଲା ବ୍ୟାଙ୍କ

ପାରାଦୀପ,୨୪।୪(ଶରତ ରାଉତ):ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଗଡ଼ଠାରେ ମଙ୍ଗଳବାର ଏକ କୋଠାଘରକୁ ବ୍ୟାଙ୍କ କର୍ତ୍ତୃପକ୍ଷ ନିଜ ହେପାଜତକୁ ନେଇଛନ୍ତି। ଉକ୍ତ ଘର ପାଇଁ ନିଆଯାଇଥିବା ଋ଼ଣ...

ଶୁଖିଲାଣି ଜଳାଶୟ, ଉତ୍କଟ ଜଳ ସଙ୍କଟ

ଜଗତ୍‌ସିଂହପୁର, ୨୩ା୪ (ପ୍ରମୋଦ କୁମାର ନାୟକ):ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁ ଜଗତ୍‌ସିଂହପୁର ସହରରେ ଜଳସଙ୍କଟ ସୃଷ୍ଟି ହୋଇଛି। ଗଡିଆ, ପୋଖରୀଗୁଡିକ ଶୁଖିଯିବା ସହ ଭୂତଳ ଜଳସ୍ତର ହ୍ରାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri