ସ୍ମାର୍ଟ ବିଦ୍ୟାଳୟରେ ବି ଅବ୍ୟବସ୍ଥା

ନୂଆଗାଁ,୨୮।୧୧(ଡି.ଏନ୍‌.ଏ.): ଅତ୍ୟାଧୁନିକ ଶିକ୍ଷା ବ୍ୟବସ୍ଥା ସହିତ ସ୍କୁଲ ଢାଞ୍ଚାର ପରିବର୍ତ୍ତନ ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡିଛନ୍ତି। ଏଥିପାଇଁ ବିଭିନ୍ନ ଅଞ୍ଚଳରେ ଥିବା ପୁରାତନ ସ୍କୁଲକୁ ନୂଆ ରୂପ ଦିଆଯାଇ ସ୍ମାର୍ଟ ବିଦ୍ୟାଳୟରେ ପରିଣତ କରାଯାଉଛି। ସେହି ସ୍କୁଲକୁ ରୂପାନ୍ତରଣ ସ୍କୁଲ ବୋଲି କୁହାଯାଉଛି। ଏଥିପାଇଁ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ କରାଯାଉଛି। ହେଲେ ଅଧିକାଂଶ ରୂପାନ୍ତରଣ ସ୍କୁଲରେ ଆବଶ୍ୟକ ଭିତ୍ତିଭୂମିର ଅଭାବ ରହିଥିବା ଅଭିଯୋଗ ହେଉଛି। ନୂଆଗାଁ ବ୍ଲକ ଚାହାଲି ପଞ୍ଚାୟତ ଜନଶକ୍ତି ସରକାରୀ ଉଚ୍ଚ ବିଦ୍ୟାଳୟକୁ ସ୍ମାର୍ଟ ସ୍କୁଲରେ ରୂପାନ୍ତରଣ କରାଯାଇଛି। ହେଲେ ସେହି ସ୍କୁଲରେ ଶ୍ରେଣୀଗୃହର ଅଭାବ ରହିଥିବା ବେଳେ ଆବଶ୍ୟକ ଶିକ୍ଷୟିତ୍ରୀ, ଶିକ୍ଷକ ନାହାନ୍ତି। ଅତିଥି ଶିକ୍ଷକମାନଙ୍କ ଦ୍ୱାରା ଶିକ୍ଷାଦାନ ଚାଲିଛି। ଏପରି କି ନୂତନ ଭାବେ ତିଆରି କରାଯାଇଥିବା ଉଦ୍ୟାନ ପାଇଁ ପାଣିର ଅଭାବ ରହିଥିବା ଅଭିଯୋଗ ହୋଇଛି।

୧୯୭୨ରେ ପ୍ରତିଷ୍ଠିତ ଚାହାଳି ଜନଶକ୍ତି ସରକାରୀ ଉଚ୍ଚ ବିଦ୍ୟାଳୟକୁ ସ୍ମାର୍ଟ ସ୍କୁଲ କରିବା ପାଇଁ ୬୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ସେହି ଅର୍ଥ ବ୍ୟୟରେ ସ୍ମାର୍ଟ ଶ୍ରେଣୀଗୃହ, ଅତ୍ୟାଧୁନିକ ବିଜ୍ଞାନାଗାର, ଇ-ପାଠାଗାର, ଆଧୁନିକ ଶୌଚାଳୟ,ସ୍କୁଲ ପରିସରରେ ଉଦ୍ୟାନ, ଫୁଲ ବଗିଚା, ଆକୃଷ୍ଟ କଲାଭଳି ରଙ୍ଗବେରଙ୍ଗରେ ସ୍କୁଲକୁ ସଜ୍ଜା ଯାଇଛି। କିନ୍ତୁ ପ୍ରଥମରୁ ଦଶମ ଶ୍ରେଣୀଯାଏ ମୋଟ ୩୪୦ ଛାତ୍ରୀଛାତ୍ର ଅଧ୍ୟୟନ କରୁଥିଲେ ମଧ୍ୟ ଉକ୍ତ ସ୍କୁଲରେ ସ୍ଥାୟୀ ପ୍ରଧାନ ଶିକ୍ଷକ ନାହାନ୍ତି। ଅନ୍ୟ ଜଣେ ଶିକ୍ଷକଙ୍କୁ ପ୍ରଧାନଶିକ୍ଷକ ଦାୟିତ୍ୱରେ ରଖାଯାଇଛି । ସେହିପରି ଅତ୍ୟାଧୁନିକ ବିଜ୍ଞାନାଗାର ନିର୍ମାଣ ହୋଇଥିବା ବେଳେ ବିଜ୍ଞାନ ଶିକ୍ଷକ ନାହାନ୍ତି। ବିଜ୍ଞାନାଗାରକୁ ଅତ୍ୟାଧୁନିକ ଗବେଷଣା ସାମଗ୍ରୀ ଯୋଗାଇ ଦିଆଯାଇନାହିଁ। ହିନ୍ଦୀ କିମ୍ବା ସଂସ୍କୃତ ଶିକ୍ଷକ ମଧ୍ୟ ନାହାନ୍ତି। ତେଣୁ ସେମାନଙ୍କ ସ୍ଥାନରେ ପାଠ ପଢ଼ାଇବା ପାଇଁ ଦୁଇଜଣ ଅତିଥି ଶିକ୍ଷକଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। ଅତ୍ୟାଧୁନିକ ଜ୍ଞାନକୌଶଳରେ କମ୍ପ୍ୟୁଟର ଲ୍ୟାବ୍‌ ନିର୍ମାଣ କରାଯାଇଥିଲେ ମଧ୍ୟ କମ୍ପ୍ୟୁଟର ଯୋଗାଇ ଦିଆଯାଇନାହିଁ । ୭ ବର୍ଷ ତଳେ ସ୍କୁଲକୁ ଆସିଥିବା କମ୍ପ୍ୟୁଟରଗୁଡ଼ିକ ଶିକ୍ଷକ ଅଭାବରୁ ଅଚଳ ହୋଇପଡିଛି । ପୂର୍ବରୁ ନିର୍ମାଣ ହୋଇଥିବା ଗୃହ ବିଜ୍ଞାନାଗାର, ଇ-ଲାଇବ୍ରେରୀ, କମ୍ପ୍ୟୁଟର ପ୍ରକୋଷ୍ଠ ସାଜିଥିବାରୁ ୨ ଶ୍ରେଣୀ ଗୃହ, ଛାତ୍ରୀଛାତ୍ର ଓ ଶିକ୍ଷୟିତ୍ରୀ ଶିକ୍ଷକ ବସିବା ପାଇଁ କମନ ରୁମ୍‌ର ଅଭାବ ସୃଷ୍ଟି ହୋଇଛି। ସ୍କୁଲ ପରିସରରେ ଉଦ୍ୟାନ ସୃଷ୍ଟି କରାଯାଇଥିବା ବେଳେ ସେଥିପାଇଁ ପର୍ଯ୍ୟାପ୍ତ ପରିମାଣ ପାଣିର ଆବଶ୍ୟକତା ରହିଛି। କିନ୍ତୁ ପୂର୍ବରୁ ରହିଥିବା ପାଣିର ଉତ୍ସଟି ଖରାଦିନେ ଶୁଖିଯାଉଛି। ଉଦ୍ୟାନରେ କିଭଳି ପାଣି ଦିଆଯିବ ସେ ନେଇ ଶିକ୍ଷୟିତ୍ରୀ, ଶିକ୍ଷକଙ୍କ ଚିନ୍ତା ବଢ଼ିଛି । ଏ ସଂକ୍ରାନ୍ତରେ ନୂଆଗାଁ ବ୍ଲକ ଶିକ୍ଷାଧିକାରୀ ପ୍ରସନ୍ନ କୁମାର ପଣ୍ଡାଙ୍କୁ ପଚାରିବାରୁ ସେ କହିଛନ୍ତି, ଏ ସଂକ୍ରାନ୍ତରେ ଆମେ ଉପରିସ୍ଥ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛୁ। ଧୀରେ ଧୀରେ ସବୁ ଅସୁବିଧା ଦୂର କରିବାକୁ ଚେଷ୍ଟା କରାଯିବ। ଏଣେ ନୂଆଗାଁ ବିଡିଓ ପ୍ରମୋଦ କୁମାର ନାୟକଙ୍କୁ ଏ ନେଇ ପ୍ରଶ୍ନ କରିବାରୁ ଆମ ହାତରେ କିଛି ନାହିଁ କହି ଅଭିଯୋଗକୁ ଏଡ଼ାଇ ଯାଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

UGC NET 2026: ପରୀକ୍ଷା ନେଇ ବଡ଼ ଖବର: ଏହି ୩ବିଷୟରେ ପୁନଃ ପରୀକ୍ଷା ଦେବେ ଛାତ୍ରୀଛାତ୍ର!

ନୂଆଦିଲ୍ଲୀ,୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଇଂରାଜୀ, କମର୍ସ ଏବଂ…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri