ଗଞ୍ଜେଇ ବ୍ୟବସାୟ କରି କୋଟିପତି

ଛେଣ୍ଡିପଦା, ୨୮ା୧୧(ସ୍ବ.ପ୍ର.)-ଗଞ୍ଜେଇ ବ୍ୟବସାୟ କରି ଛିଡ଼ା କରିଥିଲେ ବିଶାଳ ସାମ୍ରାଜ୍ୟ। ରାଜ୍ୟ ବାହାର ବ୍ୟବସାୟୀଙ୍କ ସହ ସମ୍ପର୍କ ବଢ଼ାଇ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ଚାଲିଥିଲା କୋଟି କୋଟି ଟଙ୍କାର କାରବାର। ଏଭଳି ଏକାଧିକ ଅଭିଯୋଗ ଆସିବା ପରେ ପୋଲିସ ସ୍କାନରରେ ଥିବା ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଶିମିଳିପାଳ ପଞ୍ଚାୟତ ସାପୋଇନାଳି ଗ୍ରାମର ଚିତ୍ତରଞ୍ଜନ ସାହୁ ଓରଫ୍‌ ପିଣ୍ଟୁ (୪୧)ଙ୍କ ଘରେ ଶନିବାର ଭୋର୍‌ ୩ଟାରେ ଅତର୍କିତ ଚଢ଼ାଉ କରାଯାଇଛି। ଘଟଣାସ୍ଥଳରୁ ନଗଦ ୨୦ଲକ୍ଷ ୫୦ହଜାର ଟଙ୍କା ସମେତ ଦେଢ଼ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ଜବତ ହୋଇଛି। ତେବେ ଅଭିଯୁକ୍ତଙ୍କୁ ପୋଲିସ ଧରିପାରିନାହିଁ।
ଏସ୍‌ପି ଜଗମୋହନ ମୀନାଙ୍କ ନିର୍ଦ୍ଦେଶରେ ମାଜିଷ୍ଟ୍ରେଟ୍‌ ଭାବେ ତହସିଲଦାର ଡାନିଏଲ୍‌ ଏକ୍କାଙ୍କ ଉପସ୍ଥିତିରେ ଏସ୍‌ଡିପିଓ ଭବାନୀ ଶଙ୍କର ଉଦ୍‌ଗାତା, ଆଇଆଇସି ଧୀରେନ୍ଦ୍ର ବେହେରା ସଦଳବଳ ଚଢ଼ାଉ କରିଥିଲେ। ତାଙ୍କ ଘରୁ ନଗଦ ୨୦ ଲକ୍ଷ ୫୦ ହଜାର ଟଙ୍କା, ପରିବାର ସଦସ୍ୟଙ୍କ ନାମରେ ବିଭିନ୍ନ ବ୍ୟାଙ୍କରେ ଥିବା ୬ ପାସ୍‌ବୁକ୍‌, ୧୫ରୁ ଊର୍ଦ୍ଧ୍ୱ ଜମିପଟ୍ଟା, ଦାମୀ କାର, ମିନି ଟ୍ରକ୍‌, ଟ୍ରାକ୍ଟର, ଧାନ ଅମଳ ଯନ୍ତ୍ର, ଲଙ୍ଗଳ, ପେପର ପ୍ଲେଟ ମେଶିନ, ଡିଜେ ସାଉଣ୍ଡ୍‌ ସିଷ୍ଟମ, ଜେନେରେଟର, ଟେଣ୍ଟ ହାଉସ୍‌ ସାମଗ୍ରୀ, ବିପୁଳ ପରିମାଣର ଶାଳ ଓ ଶାଗୁଆନ କାଠ ଜବତ ହୋଇଛି ା ଟେଣ୍ଟ ହାଉସ୍‌ ସାମଗ୍ରୀର ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।
ପିଣ୍ଟୁଙ୍କ ବେଆଇନ ଗଞ୍ଜେଇ କାରବାର ଚେର ରାଜ୍ୟ ସୀମା ଡେଇଁ ରାଜସ୍ଥାନ, ହରିୟାଣା, ଉତ୍ତରପ୍ରଦେଶକୁ ଲମ୍ବିଛି। ରାଜ୍ୟ ବାହାର ବ୍ୟବସାୟୀଙ୍କ ସହ ସମ୍ପର୍କ ବଢ଼ାଇ ସେ ସ୍ଥାନୀୟ ଅଞ୍ଚଳରୁ କୋଟି କୋଟି ଟଙ୍କାର ଗଞ୍ଜେଇ ଚାଲାଣ କରୁଥିଲେ। ବିଭିନ୍ନ ଆକାଉଣ୍ଟକୁ ବିପୁଳ ପରିମାଣର ଟଙ୍କା ନେଣଦେଣ କରାଯାଉଥିବା ଜଣାପଡ଼ିବା ପରେ ସେ ପୋଲିସ ସ୍କାନରକୁ ଆସିଥିଲେ। ଗତ ଜୁଲାଇରେ ଏକ ସାଇବର କ୍ରାଇମ୍‌ ମାମଲାରେ ରାଜସ୍ଥାନ ପୋଲିସ ଅନୁଗୋଳରେ ପହଞ୍ଚତ୍ ପିଣ୍ଟୁଙ୍କୁ ଖୋଜିଥିଲା। ହେଲେ ଅଭିଯୁକ୍ତ ଚକ୍‌ମା ଦେଇ ଫେରାର ହୋଇଯାଇଥିଲେ। ଅନୁରୂପ ଭାବେ ଗତ ଅଗଷ୍ଟ ୨୩ରେ ଏକ କାର୍‌ରେ ୭୦ କେ.ଜି. ୩୦୦ ଗ୍ରାମ ଗଞ୍ଜେଇ ଚାଲାଣ କରାଯାଇଥିବାବେଳେ ପୋଲିସ ଗୋବିନ୍ଦ ନାଏକ ନାମକ ଜଣେ ବ୍ୟକ୍ତିକୁ ଗିରଫ କରିଥିଲା। ହେଲେ ପିଣ୍ଟୁ ପୁନର୍ବାର ଫେରାର ହେବାରେ ସକ୍ଷମ ହୋଇଥିଲେ। ଶନିବାର ପୋଲିସ ଯୋଜନାବଦ୍ଧ ଭାବେ ତାଙ୍କ ଘରେ ଚଢ଼ାଉ କରି ବିପୁଳ ପରିମାଣର ସମ୍ପତ୍ତି ଜବତ କରିଛି।
ଏ ସଂକ୍ରାନ୍ତରେ ଏସ୍‌ଡିପିଓ କହିଛନ୍ତି, ଦିନକରେ ଏହି ମାମଲାର ତଦନ୍ତ ସରିବ ନାହିଁ। ଜବତ ପାସ୍‌ବୁକ୍‌ଗୁଡ଼ିକୁ ଯାଞ୍ଚ କରାଯିବା ପରେ ପ୍ରକୃତ ସମ୍ପତ୍ତିର ମୂଲ୍ୟ ଜଣାପଡ଼ିବ। ଅଭିଯୁକ୍ତଙ୍କୁ ଗିରଫ କରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଘରେ ଏକାକୀ ଥିବାବେଳେ ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ! ଗୋଡ଼ାଇ ଗୋଡ଼ାଇ ନିର୍ଦ୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସକୁ…

ଦିଗପହଣ୍ଡି,୨୯।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀଙ୍କୁ ଘରେ ପଶି ବଳାତ୍କାର…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

 ଚାଷୀ ପଞ୍ଜୀକରଣକୁ ଆଉ ମାତ୍ର ୨ ଦିନ ବାକି, ସର୍ଭର ଡାଉନ୍‌ ବଢ଼ାଉଛି ଚିନ୍ତା

ନବରଙ୍ଗପୁର, ୨୯।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାରେ ୨୦୨୬-୨୭ ଖରିଫ ଧାନମଣ୍ଡି ନିମନ୍ତେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିଛି। ପଞ୍ଜୀକରଣର ଶେଷ ତାରିଖ ଅଗଷ୍ଟ ୩୧ ଥିବାବେଳେ…

ତାରାତାରିଣୀ ଛକରେ ସାଙ୍ଘାତିକ କାର୍ ଦୁର୍ଘଟଣା: ତହସିଲଦାରଙ୍କ କଲ୍‌କୁ ବି ଖାତିର କଲାନି ଆମ୍ବୁଲାନ୍ସ କଲ୍ ସେଣ୍ଟର; ଛଟପଟ ହେଲେ…

ପୁରୁଷୋତ୍ତମପୁର,୨୯।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ତାରାତାରିଣୀ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର: ଅକ୍ଟୋବର ୨୯ରୁ …

କଟକ,୨୯।୮: ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ଓଡ଼ିଶା ସିଭିଲ ସର୍ଭିସ (OCS) ମେନ୍ ପରୀକ୍ଷାର ତାରିଖ ଘୋଷଣା କରାଯାଇଛି। ଆସନ୍ତା ଅକ୍ଟୋବର ୨୯ ତାରିଖରୁ ନଭେମ୍ବର…

ରାକ୍ଷୀ ପୂର୍ଣ୍ଣିମା ପାଇଁ ବାପଘରକୁ ଆସିଥିଲେ: ମାଟି କାନ୍ଥ ଭୁଶୁଡ଼ି ଶିଶୁ ସମେତ ୩ ଗୁରୁତର

ବାରିପଦା, ୨୯।୮ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅନ୍ତର୍ଗତ ପଟିସାରି ଗ୍ରାମପଞ୍ଚାୟତର ଜଡ଼ିପଦା ଗାଁରେ ମାଟି କାନ୍ଥ ଭୁଶୁଡ଼ି ଶିଶୁ ସମେତ ୩…

ଗଣତନ୍ତ୍ରକୁ ସଶକ୍ତ କରିବା ପାଇଁ ଯୁବପିଢ଼ିଙ୍କୁ ଆହ୍ବାନ: ସଚେତନ ନାଗରିକ ହେବାକୁ ଛାତ୍ରୀଛାତ୍ରଙ୍କ ଶପଥ

ଭଞ୍ଜନଗର,୨୯ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଅନ୍ତର୍ଗତ ପିଏମ ସରକାରୀ ଉଚ୍ଚ ବିଦ୍ୟାଳୟ, ମୁଜାଗଡ଼ ଏବଂ କବିସମ୍ରାଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କୁଲାଡ଼ରେ ନିର୍ବାଚନ ସାକ୍ଷରତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri