ଗଞ୍ଜେଇ ବ୍ୟବସାୟ କରି କୋଟିପତି

ଛେଣ୍ଡିପଦା, ୨୮ା୧୧(ସ୍ବ.ପ୍ର.)-ଗଞ୍ଜେଇ ବ୍ୟବସାୟ କରି ଛିଡ଼ା କରିଥିଲେ ବିଶାଳ ସାମ୍ରାଜ୍ୟ। ରାଜ୍ୟ ବାହାର ବ୍ୟବସାୟୀଙ୍କ ସହ ସମ୍ପର୍କ ବଢ଼ାଇ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ଚାଲିଥିଲା କୋଟି କୋଟି ଟଙ୍କାର କାରବାର। ଏଭଳି ଏକାଧିକ ଅଭିଯୋଗ ଆସିବା ପରେ ପୋଲିସ ସ୍କାନରରେ ଥିବା ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଶିମିଳିପାଳ ପଞ୍ଚାୟତ ସାପୋଇନାଳି ଗ୍ରାମର ଚିତ୍ତରଞ୍ଜନ ସାହୁ ଓରଫ୍‌ ପିଣ୍ଟୁ (୪୧)ଙ୍କ ଘରେ ଶନିବାର ଭୋର୍‌ ୩ଟାରେ ଅତର୍କିତ ଚଢ଼ାଉ କରାଯାଇଛି। ଘଟଣାସ୍ଥଳରୁ ନଗଦ ୨୦ଲକ୍ଷ ୫୦ହଜାର ଟଙ୍କା ସମେତ ଦେଢ଼ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ଜବତ ହୋଇଛି। ତେବେ ଅଭିଯୁକ୍ତଙ୍କୁ ପୋଲିସ ଧରିପାରିନାହିଁ।
ଏସ୍‌ପି ଜଗମୋହନ ମୀନାଙ୍କ ନିର୍ଦ୍ଦେଶରେ ମାଜିଷ୍ଟ୍ରେଟ୍‌ ଭାବେ ତହସିଲଦାର ଡାନିଏଲ୍‌ ଏକ୍କାଙ୍କ ଉପସ୍ଥିତିରେ ଏସ୍‌ଡିପିଓ ଭବାନୀ ଶଙ୍କର ଉଦ୍‌ଗାତା, ଆଇଆଇସି ଧୀରେନ୍ଦ୍ର ବେହେରା ସଦଳବଳ ଚଢ଼ାଉ କରିଥିଲେ। ତାଙ୍କ ଘରୁ ନଗଦ ୨୦ ଲକ୍ଷ ୫୦ ହଜାର ଟଙ୍କା, ପରିବାର ସଦସ୍ୟଙ୍କ ନାମରେ ବିଭିନ୍ନ ବ୍ୟାଙ୍କରେ ଥିବା ୬ ପାସ୍‌ବୁକ୍‌, ୧୫ରୁ ଊର୍ଦ୍ଧ୍ୱ ଜମିପଟ୍ଟା, ଦାମୀ କାର, ମିନି ଟ୍ରକ୍‌, ଟ୍ରାକ୍ଟର, ଧାନ ଅମଳ ଯନ୍ତ୍ର, ଲଙ୍ଗଳ, ପେପର ପ୍ଲେଟ ମେଶିନ, ଡିଜେ ସାଉଣ୍ଡ୍‌ ସିଷ୍ଟମ, ଜେନେରେଟର, ଟେଣ୍ଟ ହାଉସ୍‌ ସାମଗ୍ରୀ, ବିପୁଳ ପରିମାଣର ଶାଳ ଓ ଶାଗୁଆନ କାଠ ଜବତ ହୋଇଛି ା ଟେଣ୍ଟ ହାଉସ୍‌ ସାମଗ୍ରୀର ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।
ପିଣ୍ଟୁଙ୍କ ବେଆଇନ ଗଞ୍ଜେଇ କାରବାର ଚେର ରାଜ୍ୟ ସୀମା ଡେଇଁ ରାଜସ୍ଥାନ, ହରିୟାଣା, ଉତ୍ତରପ୍ରଦେଶକୁ ଲମ୍ବିଛି। ରାଜ୍ୟ ବାହାର ବ୍ୟବସାୟୀଙ୍କ ସହ ସମ୍ପର୍କ ବଢ଼ାଇ ସେ ସ୍ଥାନୀୟ ଅଞ୍ଚଳରୁ କୋଟି କୋଟି ଟଙ୍କାର ଗଞ୍ଜେଇ ଚାଲାଣ କରୁଥିଲେ। ବିଭିନ୍ନ ଆକାଉଣ୍ଟକୁ ବିପୁଳ ପରିମାଣର ଟଙ୍କା ନେଣଦେଣ କରାଯାଉଥିବା ଜଣାପଡ଼ିବା ପରେ ସେ ପୋଲିସ ସ୍କାନରକୁ ଆସିଥିଲେ। ଗତ ଜୁଲାଇରେ ଏକ ସାଇବର କ୍ରାଇମ୍‌ ମାମଲାରେ ରାଜସ୍ଥାନ ପୋଲିସ ଅନୁଗୋଳରେ ପହଞ୍ଚତ୍ ପିଣ୍ଟୁଙ୍କୁ ଖୋଜିଥିଲା। ହେଲେ ଅଭିଯୁକ୍ତ ଚକ୍‌ମା ଦେଇ ଫେରାର ହୋଇଯାଇଥିଲେ। ଅନୁରୂପ ଭାବେ ଗତ ଅଗଷ୍ଟ ୨୩ରେ ଏକ କାର୍‌ରେ ୭୦ କେ.ଜି. ୩୦୦ ଗ୍ରାମ ଗଞ୍ଜେଇ ଚାଲାଣ କରାଯାଇଥିବାବେଳେ ପୋଲିସ ଗୋବିନ୍ଦ ନାଏକ ନାମକ ଜଣେ ବ୍ୟକ୍ତିକୁ ଗିରଫ କରିଥିଲା। ହେଲେ ପିଣ୍ଟୁ ପୁନର୍ବାର ଫେରାର ହେବାରେ ସକ୍ଷମ ହୋଇଥିଲେ। ଶନିବାର ପୋଲିସ ଯୋଜନାବଦ୍ଧ ଭାବେ ତାଙ୍କ ଘରେ ଚଢ଼ାଉ କରି ବିପୁଳ ପରିମାଣର ସମ୍ପତ୍ତି ଜବତ କରିଛି।
ଏ ସଂକ୍ରାନ୍ତରେ ଏସ୍‌ଡିପିଓ କହିଛନ୍ତି, ଦିନକରେ ଏହି ମାମଲାର ତଦନ୍ତ ସରିବ ନାହିଁ। ଜବତ ପାସ୍‌ବୁକ୍‌ଗୁଡ଼ିକୁ ଯାଞ୍ଚ କରାଯିବା ପରେ ପ୍ରକୃତ ସମ୍ପତ୍ତିର ମୂଲ୍ୟ ଜଣାପଡ଼ିବ। ଅଭିଯୁକ୍ତଙ୍କୁ ଗିରଫ କରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଅମ୍ଫନ୍‌’ରେ ଓଡ଼ିଶାର ୮୯ ବ୍ଲକ ପ୍ରଭାବିତ, ୪୪ ଲକ୍ଷ ୮୦ ହଜାର ଲୋକ କ୍ଷତିଗ୍ରସ୍ତ

ଭୁବନେଶ୍ୱର,୨୧।୫(ବ୍ୟୁରୋ): ବାତ୍ୟା ‘ଅମ୍ଫନ୍‌’ ପରର ସ୍ଥିତି ସମ୍ପର୍କରେ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ଗୁରୁବାର ସମୀକ୍ଷା କରିଛନ୍ତି। ବାତ୍ୟାରେ ଓଡ଼ିଶାର ୮୯ ବ୍ଲକ ପ୍ରଭାବିତ...

ଯୁକ୍ତ ୩ ଦ୍ୱିତୀୟ ପର୍ଯ୍ୟାୟ ମେରିଟ୍‌ ଲିଷ୍ଟ ତାରିଖ ଘୁଞ୍ଚିଲା

ଭୁବନେଶ୍ୱର, ୧୬।୯ (ବ୍ୟୁରୋ): ବଢିଲା ଯୁକ୍ତ ୩ ପ୍ରଥମ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ଅବଧି। ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ନାମଲେଖା ସମୟ ଆହୁରି ଦୁଇ...

ମନଇଚ୍ଛା ବୋହି ନେଉଛନ୍ତି ମୋରମ

ବଇଣ୍ଡା,୨୭ା୮(ପରିକ୍ଷିତ ସାହୁ) ରାତିରେ ଚାଲିଛି ଲଘୁ ଖଣିଜ ଲୁଟ୍‌। ବେଆଇନ ଭାବେ ପାହାଡ଼ ଖୋଳାଯାଇ ମନଇଚ୍ଛା ବୁହା ହେଉଛି ମୋରମ ଓ ମାଟି। ଏପରିକି ସଂରକ୍ଷିତ...

ଏଡିଏମ୍‌ଓଙ୍କୁ ନିଲମ୍ବନର ଅଭିନବ ପ୍ରତିବାଦ : ପୋଷାକରେ ପ୍ଲିଜ ସସ୍‌ପେଣ୍ଡ ମି ବ୍ୟାଜ୍‌ ଲଗାଇଲେ କାର୍ଯ୍ୟରତ ଡାକ୍ତର

ବରଗଡ଼ ଅଫିସ,୨୬।୧୦: ବରଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପରିବାର ନିୟୋଜନ ଅସ୍ତ୍ରୋପଚାର ପାଇଁ ଆସିଥିବା ୨୭ଜଣ ମହିଳାଙ୍କୁ ନିଶ୍ଚେତକ ଇଞ୍ଜେକସନ ଦେଇ ସେମାନଙ୍କୁ ବିନା ଅସ୍ତ୍ରୋପଚାରରେ...

ନାକରେ ବିରଳ ଅସ୍ତ୍ରୋପଚାର: ସ୍ବାଭାବିକ ହେଲା ଶ୍ୱାସକ୍ରିୟା

କଟକ ଅଫିସ,୨୦ା୨: କଟକ ଜିଲା ଟାଙ୍ଗୀସ୍ଥିତ ପଦ୍ମିନୀ କେୟାର ହସ୍ପିଟାଲରେ ଜଣେ ଯୁବକଙ୍କ ନାକ ସଫଳତାର ସହ ବିରଳ ଅସ୍ତ୍ରୋପଚାର କରାଯାଇଛି। ଫଳରେ ସେ ଏବେ...

ଟାର୍ଗେଟକୁ ନେଇ ଟୋକନଧାରୀ ଅସନ୍ତୁଷ୍ଟ

ଅନୁଗୋଳ ଅଫିସ, ୨୨।୨: ଚାଷୀଙ୍କଠାରୁ ଧାନ କିଣିବାକୁ ସରକାରଙ୍କ ପକ୍ଷରୁ ମଣ୍ଡି ବ୍ୟବସ୍ଥା ହୋଇଛି। କେତେ ଅନ୍ନଦାତା କେତେ ଜମିରେ କରିଥିବା ଫସଲ ବିକ୍ରି କରିବେ ସେ...

ଭରସା ପାଉନି, ଜୀବନ ହାରୁଛନ୍ତି

ଭୁବନେଶ୍ୱର (ବ୍ୟୁରୋ)/ବ୍ରହ୍ମପୁର ଅଫିସ,୧୭ା୧୧:ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ ପୋଲିସ ବ୍ୟବସ୍ଥା ରହିଛି। ପୋଲିସ ବିଭାଗରେ ସରକାର ବହୁ କୋଟି ଟଙ୍କା ଖର୍ଚ୍ଚ କରି ଅନେକ ସଂସ୍କାର...

ମଞ୍ଚେଶ୍ୱର ଥାନା ଅଧିକାରୀଙ୍କ ଅନୁଭୂତି: ଫାର୍ମାସିଷ୍ଟଙ୍କ ସୂଚନାରୁ ଧରାପଡ଼ିଲେ ହତ୍ୟା ଅଭିଯୁକ୍ତ

ରାଜ୍ୟରେ ଅନେକ ଅପରାଧ ଘଟୁଛି। କେତେକ ମାମଲାର ତଦନ୍ତରେ ପୋଲିସ ସଫଳ ହେଉଥିବାବେଳେ ଆଉ କେତେକରେ ବିଫଳ ହେଉଛି। ଜଣେ ଥାନା ଅଧିକାରୀଙ୍କ ଚାକିରି କାଳର...

Advertisement
Archives

Model This Week