ଜଳ ନିଷ୍କାସନ ବ୍ୟବସ୍ଥା ନାହିଁ, ଉଜୁଡୁଛି ଫସଲ

କଣାସ, ୨୮ା୧୧(ସ୍ବ.ପ୍ର.): ପୁରୀ ଜିଲାରେ ପ୍ରବାହିତ ଦୟା, ଭାର୍ଗବୀ, ରାଜୁଆ, ମକରା, ଲୁଣା, କାଣିଆ, ମଲାଗୁଣି, କୁଶଭଦ୍ରା, ପ୍ରାଚୀ ଏବଂ ଦେବୀ ନଦୀର ବନ୍ୟାଜଳ ପ୍ରତିବର୍ଷ ଠିକ୍‌ ଭାବେ ନିଷ୍କାସନ ହୋଇ ପାରୁନାହିଁ। ଫଳରେ ଚାଷୀଙ୍କର ବ୍ୟାପକ ଫସଲ କ୍ଷତିଗ୍ରସ୍ତ ହେଉଛି। କଣାସ ବ୍ଲକର ୯୨, ଡେଲାଙ୍ଗ ବ୍ଲକର ୮୪, ପୁରୀ ସଦର ବ୍ଲକର ୬୭, ସତ୍ୟବାଦୀ ବ୍ଲକର ୩୨, ବ୍ରହ୍ମଗିରି ବ୍ଲକର ୫୦ ଏବଂ ପିପିଲି ବ୍ଲକ ଅଧୀନ ୧୮ଟି ଗ୍ରାମର ଚାଷୀଙ୍କ ଦୁର୍ଦ୍ଦଶା ଗତ ୫୦ ବର୍ଷ ହେଲା ବଢ଼ି ଚାଲିଛି। ପ୍ରତିବର୍ଷ ବନ୍ୟା ସମୟରେ ପ୍ରଶାସନ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ଲୋକଙ୍କୁ ଚୁଡ଼ା, ଚାଉଳ ବାଣ୍ଟି ଦାୟିତ୍ୱ ସାରିଦିଆଯାଏ। ମାତ୍ର ବନ୍ୟାଜଳ ନିଷ୍କାସନ ସମସ୍ୟା ନେଇ ସ୍ଥାୟୀ ପ୍ରତିକାର ପାଇଁ ସରକାରୀ ସ୍ତରରେ ଆନ୍ତରିକତାର ସହ ପଦକ୍ଷେପ ନିଆଯାଉ ନାହିଁ। ଏଥିଯୋଗୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି।
ବନ୍ୟା ପ୍ରପୀଡ଼ିତ ଅଞ୍ଚଳ ଭାବେ ଚିହ୍ନଟ କଣାସ ବ୍ଲକରେ ଜଳ ନିଷ୍କାସନ ସମସ୍ୟା ଲାଗିରହିଛି। ରାଜୁଆ ନଦୀ ବାମପାର୍ଶ୍ୱରେ ପୂର୍ଣ୍ଣାଙ୍ଗ ନଦୀବନ୍ଧ ନ ଥିବାରୁ ବନ୍ୟାଜଳ ଦୟା ଓ ରାଜୁଆ ନଦୀ ମଧ୍ୟବର୍ତ୍ତୀ ଅଞ୍ଚଳ ଦୋକନ୍ଦା, ବଡ଼ାସ, ଗଡ଼ବଳଭଦ୍ରପୁର ପଞ୍ଚାୟତର ଚାଷଜମି କ୍ଷୟକ୍ଷତି କରିବା ସହିତ ବାଲିଚର କରିଦେଇଛି। ଏହି ବ୍ଲକର ତ୍ରିଲୋଚନପୁର, କଣାସ, ସିରେଇ, ଗଡ଼ସାହି, ବିଜିପୁର, ବିନ୍ଧଣ, ଅଣ୍ଡାଳସିଂହ, ଖଣ୍ଡହତା, ଆଳିବାଡ଼, ଯାମଳଗୋଦା ଏବଂ ଗଡ଼ିଶାଗୋଦା ପଞ୍ଚାୟତରେ ବର୍ଷାଜଳ ନିଷ୍କାସନ ପାଇଁ ଥିବା ଆରଦଙ୍ଗା, ସୁହାଗପୁର ନାଳ ପୋତି ହୋଇପଡ଼ିିଥିବାବେଳେ କଲିକତି ଦଳ ଜମିରହିଛି। ଫଳରେ ପ୍ରତିବର୍ଷ ଉକ୍ତ ଅଞ୍ଚଳର ବର୍ଷା ଓ ବନ୍ୟାଜଳ ମାସ ମାସ ଧରି ଚାଷ ଜମିରେ ଜମିରହୁଥିବାରୁ ଶାରଦ ଧାନ ଫସଲ କ୍ଷତିଗ୍ରସ୍ତ ହେଉଛି। ତ୍ରିଲୋଚନପୁର ଠାରୁ ନୂଆପଡ଼ା, ସିରେଇଶର, ଜଙ୍ଘାର, ପଶିଆପଡ଼ା, ମାଢିପୁର ଓ ବିଜିପୁର ମଧ୍ୟଦେଇ ଖଣ୍ଡହତା ନିକଟରେ ଖରଖରା ଖଲାସି ସହିତ ମିଶିଥିବା ମୂଳଖରଖରା ବର୍ତ୍ତମାନ ନିଶ୍ଚିହ୍ନ ହୋଇଗଲାଣି। ସମ୍ପୃକ୍ତ ଅଞ୍ଚଳରେ ଧାନଜମିରେ ପାଣି ଜମିରହି ବ୍ୟାପକ ଫସଲ ହାନି ହେଉଛି। ଡେଲାଙ୍ଗ ଓ ପିପିଲି ବ୍ଲକର ଦୁଇ ତୃତୀୟାଂଶ ଜମିରେ ଲୁଣାନଦୀ ଶଯ୍ୟା ପୋତିହୋଇ ପଡ଼ିଥିବାରୁ ଜଳ ନିଷ୍କାସନରେ ବାଧା ଉପୁଜୁଛି। ସେହିପରି ଭାର୍ଗବୀ ଓ ଲୁଣା ନଦୀର ମିଶ୍ରଣସ୍ଥଳ ବଡ଼ଗୋଠରୁ ଚିଲିକା ମୁହଁାଣ ପର୍ଯ୍ୟନ୍ତ ନଦୀଶଯ୍ୟା ପୋତିହେବା ସହ ଅନାବନା ଦଳ ଜମିଛି। ସତ୍ୟବାଦୀ, ଡେଲାଙ୍ଗ, ପିପିଲି ଅଞ୍ଚଳର ବର୍ଷାଜଳ ଲୁଣା ନଦୀକୁ ଖଲାସ ହେବା ପାଇଁ ଥିବା ବାରପଲ୍ଲିଆ ଖଲାସି, ଜୟଲୁଣ୍ଡା ଖଲାସି, ରତ୍ନଚିରା ଖଲାସି, ତୁପୁରୀ ଖଲାସି ଆଦି ପୋତି ହୋଇପଡ଼ିଥିବା ସହ ଦଳ ଜମିଛି। ଏଥିସହ କୁର ଓ ବାସ୍ତରୀପଲ୍ଲିଆ ନାଳ ସହିତ ଅନେକ ଛୋଟନାଳର ଗତିପଥ ଅବରୋଧ ହେବା ଫଳରେ ୫ଟି ବ୍ଲକରେ ଫସଲ ନଷ୍ଟ ହେଉଛି। ସତ୍ୟବାଦୀ ଓ ପୁରୀ ସଦର ବ୍ଲକରେ ବର୍ଷାଜଳ ରତ୍ନଚିରା ମୁଖ୍ୟ ଖଲାସି ମାଧ୍ୟମରେ ଖଜୁରିଆଠାରେ ଭାର୍ଗବୀ ନଦୀକୁ ନିଷ୍କାସନ ବ୍ୟବସ୍ଥା ଥିବାବେଳେ ଗମନାଗମନ ପାଇଁ ଏହି ଖଲାସି ଉପରେ କଲଭର୍ଟ ନିର୍ମାଣ କରାଯାଇଛି। ଅନାବନା ଦଳ ଜମିରହି ଥିବାରୁ ଜଳ ନିଷ୍କାସନ ହୋଇ ନ ପାରି କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି କରୁଛି। ଗମନାଗମନ ପାଇଁ ନିର୍ମିତ ନୂଆ ଜଗନ୍ନାଥ ସଡ଼କରେ ଆବଶ୍ୟକ ସଂଖ୍ୟକ କଲଭର୍ଟ ନ ଥିବାରୁ ବର୍ଷାଜଳ ଜମିରହି କଣାସ ବ୍ଲକର କଣାସ, ସିରେଇ, ଗଡ଼ସାହି, ତ୍ରିଲୋଚନପୁର ଏବଂ ଡେଲାଙ୍ଗ ବ୍ଲକର କଲ୍ୟାଣପୁର, ସାଉରିଆ, ମୁନିଦିଆ, ଧାନକେରା, ଅଭମୁଖୀ, ଡେଲାଙ୍ଗ କୋଠବାଡ଼ ପଞ୍ଚାୟତ ଚାଷଜମି ଜଳମଗ୍ନ ହେଉଛି। ପ୍ରାୟ ୧୦ବର୍ଷ ତଳେ ଖୋଳାଯାଇଥିବା ନଦୀ ମୁହଁାଣଗୁଡ଼ିକ ପୋତି ହୋଇଯାଇଥିବାରୁ ଚିଲିକାକୁ ସହଜରେ ଜଳ ନିଷ୍କାସନ ହୋଇପାରୁନାହିଁ। ତୁରନ୍ତ ନଦୀନାଳଗୁଡ଼ିିକ ଖନନ ସହ ଦଳ ସଫେଇ କରା ନ ଗଲେ ଆଗାମୀ ଦିନରେ ୬ଟି ବ୍ଲକର ଚାଷଜମି ଚିଲିକାରେ ପରିଣତ ହେବ ବୋଲି କୃଷକ ସଙ୍ଗଠନଗୁଡ଼ିକ ପକ୍ଷରୁ ଚେତାବନୀ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୨ା୪: ଗଞ୍ଜାମ ଜିଲା ଦିଗପହଣ୍ଡି ବିଧାନସଭା ଆସନରୁ ପ୍ରାର୍ଥୀ ଘୋଷଣା କରିବାର ୧୧ ଦିନ ପରେ ପ୍ରାର୍ଥୀ ବଦଳାଇଛି କଂଗ୍ରେସ। ଶ୍ରୀଧର ଦେବଙ୍କ ସ୍ଥାନରେ ସାକା...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ଡେରାବିଶ ବ୍ଲକର ପୂର୍ବତନ କିରାଣି ଭିଜିଲାନ୍ସ କୋର୍ଟରେ ଦଣ୍ଡିତ

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକର ପୂର୍ବତନ କିରାଣି ତଥା ଡିଲିଂ ଆସିଷ୍ଟାଣ୍ଟ ମାଧବ ଚନ୍ଦ୍ର ଆଚାର୍ଯ୍ୟ ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି। ସେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

ଘରେ ପଶି ଗୃହକର୍ତ୍ତାଙ୍କ ପାଟିରେ ବନ୍ଧୁକ ଭର୍ତ୍ତି କରି ଡକାୟତି ଉଦ୍ୟମ, ମରଣାନ୍ତକ ଆକ୍ରମଣ କରି ୩ ଫେରାର

ବଡ଼ବିଲ,୨୪ା୪(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ପିଏଚ୍‌ଡି ରୋଡ୍‌ସ୍ଥିତ ଭଞ୍ଜ କଲୋନୀରେ ବୁଧବାର ଜଣେ ବ୍ୟକ୍ତିଙ୍କ ଘରେ ସ୍ପଷ୍ଟ ଦିବାଲୋକରେ ଡକାୟତି ପାଇଁ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ନାବାଳିକାଙ୍କୁ ବଳାତ୍କାର କରି ଯୁବକଙ୍କୁ ୧୦ ବର୍ଷ ଜେଲ୍‌ଦଣ୍ଡ

କେନ୍ଦୁଝର,୨୪ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଫାଷ୍ଟଟ୍ରାକ୍‌ କୋର୍ଟର ମାନ୍ୟବର ବିଚାରପତି ବିଜୟ କୁମାର ମିଶ୍ର ଏକ ବଳାତ୍କାର ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ଦଣ୍ତାଦେଶ ଶୁଣାଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri