ବନ୍ଧୁକ କାରବାରରେ କେବିଏନ୍‌ ଗ୍ୟାଙ୍ଗ

ଭୁବନେଶ୍ୱର, ୨୮।୧୧(ବ୍ୟୁରୋ): ଅପରାଧ ଘଟାଇ ଭିଡିଓ ଭାଇରାଲ କରି ରାଜଧାନୀରେ ଆତଙ୍କ ଖେଳାଇଥିବା ବୁବୁ ଜେନାଙ୍କ କେବିଏନ୍‌ ଗ୍ୟାଙ୍ଗ ସମ୍ପର୍କରେ ତଦନ୍ତବେଳେ କମିଶନରେଟ ପୋଲିସକୁ ସଫଳତା ମିଳିଛି। ଶନିବାର ସ୍ପେଶାଲ ସ୍କ୍ବାଡ୍‌ ଓ ନୟାପଲ୍ଲୀ ଥାନା ପୋଲିସ ନୟାପଲ୍ଲୀ ଆଇଆର୍‌ସି ଭିଲେଜସ୍ଥିତ ସ୍ବପ୍ନେଶ୍ୱର ମନ୍ଦିର ନିକଟରେ ଚଢ଼ାଉ କରି ଜଣଙ୍କୁ ଧରିବା ସହ ତାଙ୍କଠାରୁ ୨ଟି ପିସ୍ତଲ ଜବତ କରିଛି। ତେବେ ଗୁଳି ଫୁଟାଇ ଅନ୍ୟ କେତେଜଣ ଘଟଣାସ୍ଥଳରୁ ଖସିଯାଇଥିବାବେଳେ ଧରାପଡିଥିବା ସମ୍ପୃକ୍ତ ଅଭିଯୁକ୍ତଙ୍କୁ ପୋଲିସ ଏକ ଅଜ୍ଞାତ ସ୍ଥାନରେ ରଖି ପଚରାଉଚରା କରୁଛି। ଗ୍ୟାଙ୍ଗ ଓ ଚୋରା ବନ୍ଧୁକ କାରବାର ସଂକ୍ରାନ୍ତରେ ତାଙ୍କଠାରୁ ପୋଲିସ କେତେକ ତଥ୍ୟ ହାସଲ କରିଛି। ସେ ଜଣେ ପେସାଦାର ଅପରାଧୀ ହୋଇଥିବାବେଳେ ତାଙ୍କ ନାମରେ ଭୁବନେଶ୍ୱର ସମେତ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିବା ପୋଲିସ ଜାଣିବାକୁ ପାଇଛି। ଏଥିସହ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ବିଭିନ୍ନ ବାର୍‌, ହୋଟେଲରେ ଚଢାଉ ଜାରି ରହିଥିବାବେଳେ ତଦନ୍ତରେ ବାଧା ଉପୁଜିବା ଆଶଙ୍କାରେ ପୋଲିସ ଏ ସମ୍ପର୍କରେ କୌଣସି ତଥ୍ୟ ପ୍ରଘଟ କରୁନାହିଁ। ସୂଚନା ମୁତାବକ, ସ୍ପେଶାଲ ସ୍କ୍ବାଡ୍‌ କବ୍‌ଜାରେ ଥିବା ଅଭିଯୁକ୍ତ କେବିଏନ୍‌ ଗ୍ୟାଙ୍ଗ ସହ ହାତ ମିଳାଇ ଲୁଟ୍‌ପାଟ୍‌ କରୁଥିଲେ। ଏଥିସହ ରାଜ୍ୟ ବାହାରୁ ଚୋରା ବନ୍ଧୁକ ଆଣି ଭୁବନେଶ୍ୱରରେ ବିଭିନ୍ନ ଅସାମାଜିକ ଯୁବକ ଓ କଲେଜ ଛାତ୍ରଙ୍କୁ କମ୍‌ ଦାମରେ ବିକ୍ରି କରୁଥିଲେ। ଏପରି କି ଏହି ବନ୍ଧୁକ ସାହାଯ୍ୟରେ ଗ୍ୟାଙ୍ଗ୍‌ ସଦସ୍ୟମାନେ ବେଶ୍‌ ସକ୍ରିୟ ହୋଇଉଠିଥିଲେ। ପୂର୍ବରୁ ଗିରଫ ହୋଇଥିବା ଗ୍ୟାଙ୍ଗ ସଦସ୍ୟଙ୍କୁ ପଚରାଉଚରାବେଳେ ବନ୍ଧୁକ କାରବାର ଓ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କ ସମ୍ପର୍କରେ ସୂଚନା ମିଳିଥିଲା। ତେଣୁ ଏହାକୁ ଧରିବା ପାଇଁ ସ୍ପେଶାଲ ସ୍କ୍ବାଡ୍‌ ଓ ନୟାପଲ୍ଲୀ ଥାନା ପୋଲିସ ଯୋଜନା ପ୍ରସ୍ତୁତ କରି ଅଭିଯୁକ୍ତଙ୍କ ଉପରେ ନଜର ରଖିଥିଲା। ଶୁକ୍ରବାର ବିଳମ୍ବିତ ରାତିରେ ଗ୍ୟାଙ୍ଗର ସଦସ୍ୟମାନେ ଆଇଆର୍‌ସି ଭିଲେଜ ନିକଟ ସ୍ବପ୍ନେଶ୍ୱର ମନ୍ଦିରରେ ବସି ଅପରାଧ ପାଇଁ ଯୋଜନା କରୁଥିଲେ। ଖବରପାଇ ମିଳିତ ପୋଲିସ ଟିମ୍‌ ସେଠାରେ ଚଢ଼ାଉ କରିଥିଲା। ଏହି ସମୟରେ ଅଭିଯୁକ୍ତମାନେ ଫାଙ୍କା ଗୁଳି ଚାଳନା କରି ଖସିଯାଉଥିବାବେଳେ ଜଣକୁ ପୋଲିସ କାବୁ କରିନେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ଆନ୍ଦୋଳନ ପରେ ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ)- ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଚତୁର୍ଥ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରୀମାନେ ଆନ୍ଦୋଳନ କରିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୂର୍ବ ନିଷ୍ପତ୍ତିରେ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

ଏଥର ଧାମନଗରରେ ବିଗ୍‌ ଫାଇଟ୍‌, ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର

ଭଦ୍ରକ,୨୬।୪: ଏଥର ଧାମନଗର ଦେଖିବ ବଡ଼ ଫାଇଟ୍‌। ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର। ଭଦ୍ରକ ଲୋକ ସଭାର ଧାମନଗର ବିଧାନସଭା ଆସନରେ ହେବ କାଣ୍ଟେ କା ଟକ୍କର।...

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନିରଞ୍ଜନ

ବନ୍ତ,୨୬।୪(ହରିନାରାୟଣ ମହାନ୍ତି): ବନ୍ତ ବଜାରଠାରେ ଶୁକ୍ରବାର ବ୍ଲକ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଆଗାମୀ...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri