ପ୍ରେମ ପାଇଁ ଅପହରଣ ନାଟକ: ଜେଲ ଗଲେ ଅଭିଯୁକ୍ତ

ନିରାକାରପୁର,୨୮ା୧୧(ଡି.ଏନ୍‌.ଏ.): ପ୍ରେମ ପାଇଁ ଅପହରଣ ନାଟକ ରଚିଥିବା ଅଭିଯୁକ୍ତଙ୍କୁ ଶନିବାର ଜଙ୍କିଆ ଥାନା ପୋଲିସ ଗିରଫ କରି କୋର୍ଟଚାଲାଣ କରିଥିଲା। ସେ ହେଲେ ତୋଫାନ ବେହେରା। ଜାମିନ ନାମଞ୍ଜୁର ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଛି। ଏନେଇ ଥାନାରେ ଏକ ମାମଲା (ନଂ.୨୭୩/୨୧) ରୁଜୁ ହୋଇଛି। ତୋଫାନ ପେସାରେ ଜଣେ ନୃତ୍ୟ ପ୍ରଶିକ୍ଷକ। ଦୁଇ ବର୍ଷ ପୂର୍ବେ ସେ ବିବାହ କରିଥିଲେ। ଘରେ ତାଙ୍କର ସ୍ତ୍ରୀ ରହିଥିବା ବେଳେ ତୋଫାନ ଟାଙ୍ଗୀ ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ। ତେବେ ଯୁବତୀଙ୍କୁ ପାଇବା ଆଶାରେ ତାଙ୍କ ନିକଟରେ ନୃତ୍ୟ ଶିକ୍ଷା ନେଉଥିବା ଦୁଇ ଜଣ ନାବାଳକଙ୍କୁ ନେଇ ଏକ ନାଟକ କରିଥିଲେ। ତେବେ ନାଟକରେ ନାବାଳକ ଦ୍ୱୟ ତୋଫାନଙ୍କ ହାତଗୋଡ଼ ବାନ୍ଧି ମାରୁଥିବା ଏକ ଦୃଶ୍ୟ ସ୍ତ୍ରୀଙ୍କ ମୋବାଇଲ ଫୋନକୁ ପଠାଇଥିଲେ। ଭିଡିଓରେ ତାଙ୍କୁ ଗଁା ହାଇସ୍କୁଲ ଛକଠାରୁ ଅପହରଣ କରାଯାଇଛି। ସେମାନଙ୍କୁ ୬୦ହଜାର ଟଙ୍କା ନ ଦେଲେ ସେମାନେ ଜୀବନରେ ମାରିଦେବା ଧମକ ଦେଇଥିବା ତୋଫାନ ତାଙ୍କ ସ୍ତ୍ରୀଙ୍କୁ ଜଣାଇଥିଲେ। ଏନେଇ ତୋଫାନଙ୍କ ସ୍ତ୍ରୀ ଜଙ୍କିଆ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୋଲିସ ତଦନ୍ତ ଚଳାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ସୋର ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ

ସୋର,୫।୨(ଡି.ଏନ୍‌.ଏ.): ସୋର ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ ବାସୁଦେବ ପ୍ରସାଦ ସାହୁଙ୍କୁ ବାଲେଶ୍ୱର ଭିଜିଲାନ୍ସ ବିଭାଗ ବୁଧବାର ଗିରଫ କରିଛି। ସନ୍ତୋଷ କୁମାର ନାୟକ ନାମକ...

ଗୋମାତା ସୁରକ୍ଷା ପାଇଁ ଭାରତ ପରିଭ୍ରମଣ: ବସ୍ତାରେ ପହଞ୍ଚିଲେ ଇଞ୍ଜିନିୟର ଶିବରାଜ

ବସ୍ତା, ୧୬।୫(ଡି.ଏନ.ଏ.) : ଗୋମାତାଙ୍କ ସୁରକ୍ଷା ତଥା ଗୋହତ୍ୟା ବନ୍ଦ ପାଇଁ ଜଣେ ଇଞ୍ଜିନିୟର ସଚେତନତା ପଦଯାତ୍ରାରେ ସାରା ଭାରତ ଭ୍ରମଣ କରିବା ଅବସରରେ ଚାଲି...

ପାଟୁଳି ପଞ୍ଚାୟତରେ ରନ୍ଧାଖାଦ୍ୟ ବଣ୍ଟନ

ଭଣ୍ଡାରିପୋଖରୀ, ୨୮।୪ ( ଡି.ଏନ.ଏ.)-ଭଣ୍ଡାରିପୋଖରୀ ବ୍ଲକ ପାଟୁଳି ପଞ୍ଚାୟତର ମା’ତାରିଣୀ ୟୁଥ କ୍ଲବ ପକ୍ଷରୁ ମହାମାରୀ କରୋନା ପାଇଁ ଘରେ ବସି ରହିଥିବା ପାଟୁଳି, ମୋବାରକପୁର,...

ବସୁନ୍ଧରା ଯୋଜନାରେ ଦୁର୍ନୀତିର ଛିଟା

କେନ୍ଦ୍ରାପଡ଼ା ଅଫିସ, ୨୯ା୬: ବସୁନ୍ଧରା ଯୋଜନାରେ କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ପକ୍ଷରୁ ଗତ ମାର୍ଚ୍ଚ ଶେଷ ସୁଦ୍ଧା ମୋଟ ୪୪୮.୯୬୨ ଏକର ପତିତ ଜମିର ପଟ୍ଟା...

ଚୋରା କେନ୍ଦୁପତ୍ର ସହ ଗାଡ଼ି ଜବତ, ୨ ଗିରଫ

ଆଠମଲ୍ଲିକ,୧୦ା୧୨(ଡି.ଏନ.ଏ.)- ଆଠମଲ୍ଲିକ ଡିଏଫ୍‌ଓ ସମ୍ୟକ ସାମନ୍ତରାଙ୍କ ନିର୍ଦ୍ଦେଶ କ୍ରମେ ମଙ୍ଗଳବାର ବନ ବିଭାଗ କର୍ମଚାରୀମାନେ ଚଢାଉ କରି ଲକ୍ଷାଧିକ ଟଙ୍କାର ଚୋରା କେନ୍ଦୁପତ୍ର ସହ ଗୋଟିଏ...

୧୫ ଅଙ୍ଗନଓ୍ବାଡି କେନ୍ଦ୍ରକୁ ରୂପାନ୍ତରଣ କଲା ଜେଏସ୍‌ଡବ୍ଲ୍ୟୁ

କୁଜଙ୍ଗ,୨୦ା୫(ଡି.ଏନ୍‌.ଏ.): ଜେଏସ୍‌ଡବ୍ଲ୍ୟୁ ପକ୍ଷରୁ ପ୍ରସ୍ତାବିତ ପ୍ରକଳ୍ପ ଅଞ୍ଚଳ ଢିଙ୍କିଆ, ନୂଆଗାଁ, ଗଡକୁଜଙ୍ଗ ପଞ୍ଚାୟତ ସମେତ ସନ୍ନିକଟ ବାଲିତୁଠ ପଞ୍ଚାୟତର ୧୫ ଅଙ୍ଗନଓ୍ବାଡି କେନ୍ଦ୍ରକୁ ରୂପାନ୍ତରଣ କରାଯାଇଛି।...

୧୦୦ ଖଣ୍ଡ ଭୋଟରେ ବାଜି ମାରିନେଲା ଭାଜପା

ସୋନପୁର,୨୭।୨(ନି. ପ୍ର .): ସୁବର୍ଣ୍ଣପୁର ଜିଲା ବିନିକା ଜୋନ-୧ରେ ଭାଜପା ଜିଲା ପରିଷଦ ପ୍ରାର୍ଥୀ ପ୍ରମିଳା କଲତା ବିଜୟୀ ହୋଇଛନ୍ତି। ସେ ବିଜେଡିର ଅରୁଣା ହରିପାଲଙ୍କଠାରୁ...

ଓଲଟି ପଡ଼ିଲା ପେଟ୍ରୋଲ ବୋଝେଇ ଟ୍ୟାଙ୍କର, ବୋହିନେଲେ ଲୋକେ

ଖୋର୍ଦ୍ଧା ଅଫିସ,୧୪।୨: ଖୋର୍ଦ୍ଧା ଜିଲା ବାଲୁଗାଁ-ବାଣପୁର ଓଭରବ୍ରିଜ୍‌ ନିକଟ ଅଲାଇଡିହ ଛକ ନିକଟରେ ପେଟ୍ରୋଲ ବୋଝେଇ ଟ୍ୟାଙ୍କର ଓଲଟି ପଡିଛି। ପାରାଦୀପରୁ ଛତ୍ରପୁର ଅଭିମୁଖେ ଯାଉଥିଲା...

Advertisement
Archives

Model This Week