ଗଞ୍ଜା ଲଢ଼େଇ ସାଜିଛି ଜୁଆ

ଢେଙ୍କାନାଳ ଅଫିସ, ୨୮ା୧୧-ଢେଙ୍କାନାଳ ଜିଲାର ଆଦିବାସୀ ବହୁଳ କଙ୍କଡ଼ାହାଡ ଓ ପରଜଙ୍ଗ ଥାନା ଅଞ୍ଚଳରେ ଥିବା ସାପ୍ତାହିକ ହାଟରେ ହେଉଛି ଜୁଆଖେଳ। ତାସ୍‌ ସାଙ୍ଗକୁ ଗଞ୍ଜା ଲଢ଼େଇ ଭଳି ବେଆଇନ କାର୍ଯ୍ୟକୁ ପ୍ରୋତ୍ସାହିତ କରୁଛନ୍ତି ଅସାମାଜିକ। ସ୍ଥାନୀୟ ଥାନା, ଫାଣ୍ଡିର କେତେଜଣ ପୋଲିସ କର୍ମଚାରୀଙ୍କୁ ହାତ କରି ଏଭଳି କାର୍ଯ୍ୟ ଖୋଲାଖୋଲି
କରାଯାଉଥିବାବେଳେ ଲକ୍ଷାଧିକ ଟଙ୍କାର ବାଜି ଲାଗୁଛି।
ଗଞ୍ଜା ଲଢ଼େଇକୁ ଦୀର୍ଘଦିନରୁ ବେଆଇନ ଘୋଷଣା କରାଯାଇଛି। ମନୋରଞ୍ଜନ ପାଇଁ ଏଭଳି ଅମାନୁଷିକ ଖେଳକୁ ଦମନ କରିବାକୁ ପୋଲିସକୁ ଦିଆଯାଇଛି କ୍ଷମତା। ହେଲେ ଢେଙ୍କାନାଳ ଜିଲାର ପରଜଙ୍ଗ, କଙ୍କଡ଼ାହାଡ଼ ଏବଂ କାମାକ୍ଷାନଗର ଅଞ୍ଚଳରେ ଥିବା ସାପ୍ତାହିକ ହାଟଗୁଡ଼ିକରେ ଏଭଳି କୁକୁଡ଼ା ଲଢ଼େଇ ଏବେ ଅନେକଙ୍କ ବ୍ୟବସାୟ ପାଲଟିଛି। ସ୍ଥାନୀୟ ଅଞ୍ଚଳର ଯୁବପିଢ଼ିଙ୍କୁ ଏଥିରେ ସାମିଲ କରି ଲକ୍ଷାଧିକ ଟଙ୍କାର ବାଜି ଲାଗୁଛି। ପରଜଙ୍ଗ ଥାନା ଅନ୍ତର୍ଗତ ସୋମବାର ଡୋଲିଆ ହାଟ, ରବିବାର ଦଣ୍ଡାଧର ହାଟ ଏବଂ ଶୁକ୍ରବାର ହେଉଥିବା ହାଟରେ ତାସ୍‌, ଗଞ୍ଜା ଲଢ଼େଇ ଖେଳ ହେଉଛି। ଏଥିରେ ଶତାଧିକ ଲୋକ ଭାଗ ନେଉଛନ୍ତି। ଏ ସଂକ୍ରାନ୍ତରେ ସ୍ଥାନୀୟ ପୋଲିସ ନିକଟରେ ସୂଚନା ଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବା ଅଭିଯୋଗ ହେଉଛି। କଙ୍କଡ଼ାହାଡ଼ ଥାନାଠାରୁ ଦଣ୍ଡାଧର ହାଟର ଦୂରତ୍ୱ ୧୦ କି.ମି.। ତେବେ ସ୍ପଷ୍ଟ ଦିବାଲୋକରେ ସର୍ବସାଧାରଣରେ ଜୁଆଖେଳ ସାଙ୍ଗକୁ ଗଞ୍ଜା ଲଢ଼େଇ ହେବା ଏବଂ ଏ ନେଇ ଥାନା ପାଖରେ ସୂଚନା ଥାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବା ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅନ୍ୟପଟେ ଏଭଳି ଜୁଆଖେଳ ଯୋଗୁ ହାଟକୁ ଆସୁଥିବା ବ୍ୟବସାୟୀ ଏବଂ ଗ୍ରାହକଙ୍କ ମଧ୍ୟରୁ ଅନେକେ ସର୍ବସ୍ବ ହରାଉଛନ୍ତି। ସେମାନଙ୍କ ପରିବାରରେ ଅଶାନ୍ତିର ବାତାବରଣ ସୃଷ୍ଟି ହେଉଛି। ଅସାମାଜିକ କାର୍ଯ୍ୟକଳାପ ମଧ୍ୟ ବଢୁଛି। ଏ ଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।
ଏ ନେଇ କଙ୍କଡ଼ାହାଡ ଥାନାଧିକାରୀ ନିର୍ମଳା ଗୋଛାୟତ କୁହନ୍ତି, ସୂଚନା ମିଳିବା ପରେ କେତେକ ସ୍ଥାନରେ ଚଢ଼ାଉ କରାଯାଇଥିଲା। କିନ୍ତୁ କାହାରିକୁ ଗିରଫ କରାଯାଇନାହିଁ। ପୋଲିସ ସବୁବେଳେ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ପାଇଁ ଆଲର୍ଟ ରହିଛି। ସେହିପରି ପରଜଙ୍ଗ ଥାନାଧିକାରୀ ନମିତା ନାୟକ କୁହନ୍ତି, ମହାବିରୋଡ ଫାଣ୍ଡି ଅଞ୍ଚଳରେ ଜୁଆଖେଳ ଓ ଗଞ୍ଜା ଲଢ଼େଇ ଚାଲିଥିବା ସୂଚନା ଅଛି। ଖୁବ୍‌ଶୀଘ୍ର ଜୁଆଖେଳ ଚାଲୁଥିବା ଜାଗାରେ ଚଢ଼ାଉ କରାଯିବ। କାମାକ୍ଷାନଗର ଏସ୍‌ଡିପିଓ ରଞ୍ଜନ କୁମାର ଦେ କୁହନ୍ତି, କିଛିଦିନ ତଳେ ଭୁବନ ଥାନା ଅଞ୍ଚଳ ଏବଂ ମହାବିରୋଡ ଅଞ୍ଚଳରେ ଚଢ଼ାଉ କରାଯାଇଥିଲା। ପୋଲିସ ପକ୍ଷରୁ ଜୁଆଖେଳକୁ ପ୍ରୋତ୍ସାହିତ କରୁଥିବା ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ା


Enter your email to get our daily news in your inbox.

All Right Reserved By Dharitri.Com

ଧରଣୀଧର ବିଶ୍ୱବିଦ୍ୟାଳୟରେ ୪ ନୂଆ ପଦବୀ

କେନ୍ଦୁଝର,୨୭ା୪(ସ୍ବ.ପ୍ର.): କେନ୍ଦୁଝରରେ ଘୋଷିତ ହୋଇଥିବା ଧରଣୀଧର ବିଶ୍ୱବିଦ୍ୟାଳୟ ପାଇଁ ୪ଟି ନୂଆ ପଦବୀ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୃଷ୍ଟି ହୋଇଛି। ନୂତନ ଭାବେ କୁଳପତି,କୁଳସଚିବ,କଣ୍ଟ୍ରୋଲର ଅଫ୍‌...

୯ ତାରିଖରେ ୯ ଜିଲାର ଶିକ୍ଷାନୁଷ୍ଠାନ ବନ୍ଦ

ଭୁବନେଶ୍ୱର, ୭।୧୧(ବ୍ୟୁରୋ)-ସମ୍ଭାବ୍ୟ ବାତ୍ୟା ‘ବୁଲ୍‌ବୁଲ’କୁ ଦୃଷ୍ଟିରେ ରଖି ୯ଟି ଜିଲାର ସ୍କୁଲ, କଲେଜ ଓ ଅଙ୍ଗନଓ୍ବାଡି କେନ୍ଦ୍ରକୁ ୯ ତାରିଖରେ ଛୁଟି ଘୋଷଣା କରାଯାଇଛି। ସେହି...

ଉପାନ୍ତକୁ ଅଣଦେଖା: ମଣ୍ଡିରେ ପଡ଼ିଛି ଧାନ

ବରଗଡ଼ ଅଫିସ୍‌/ଝାରବନ୍ଧ/ ଅମ୍ବାଭୋନା,୨୭।୧୨: ଖରିଫ ଧାନ ସଂଗ୍ରହରେ ବରଗଡ଼ ଜିଲାର ଉପାନ୍ତ ଅଞ୍ଚଳଗୁଡ଼ିକୁ ଅଣଦେଖା କରାଯାଉଛି। ମଣ୍ଡିରେ ପଡ଼ିଥିବା ଧାନ ଉଠାଯାଉନାହିଁ। ଫଳରେ ଚାଷୀମାନେ ଶୀତ,...

ରାଜ୍ୟରେ ୨ ହଜାର ତଳକୁ ଖସିଲା ସଂକ୍ରମଣ

ଭୁବନେଶ୍ୱର,୧୨।୭(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ପ୍ରତିଦିନ ରେକର୍ଡ ଭାଙ୍ଗୁ ଥିବାବେଳେ କିଛିଦିନ ହେବ ସଂକ୍ରମଣ ମାତ୍ରା କିଛିଟା କମିଛି। ସୋମବାର ରାଜ୍ୟରେ ୧୯୯୩ କରୋନା ଆକ୍ରାନ୍ତ...

ଆଜିଠୁ ବସ୍ତିବାସିନ୍ଦାଙ୍କ ସ୍ବାସ୍ଥ୍ୟ ପରୀକ୍ଷା

ଭୁବନେଶ୍ୱର, ୧୪ା୪(ବ୍ୟୁରୋ): ଭୁବନେଶ୍ୱରରେ ବସବାସ କରୁଥିବା ବସ୍ତିବାସିନ୍ଦାଙ୍କ ସ୍ବାସ୍ଥ୍ୟ ପରୀକ୍ଷା ମଙ୍ଗଳବାରଠାରୁ ଆରମ୍ଭ ହେବ। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଦ୍ୱାରା ଏହି କାର୍ଯ୍ୟ ହାତକୁ...

୫ଜଣଙ୍କୁ ‘ଓଡ଼ିଶା ସାମ୍ବାଦିକତା’ ପୁରସ୍କାର

ଭୁବନେଶ୍ୱର,୨୩ା୭ (ବନ୍ଦନା ସେଠୀ)ଓଡ଼ିଶାର ସ୍ଥିତି ଦେଖିଲେ ତାହା ଚିନ୍ତାଜନକ ଲାଗୁଛି। ଏବେ ଓଡ଼ିଆର ଓଡ଼ିଆତ୍ୱ ଧୂମିଳ ହେଉଥିବା କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା...

ବଲିଉଡ୍‌ ଅଭିନେତା ବିକୁଛନ୍ତି ପରିବା

ଭୁବନେଶ୍ୱର,୨୧।୭(ବ୍ୟୁରୋ): ବଲିଉଡ୍‌ରୁ ପରିବା ବିକ୍ରେତା। କରୋନା ଲୋକଙ୍କ ଜୀବନ ନେବା ସହ ଜୀବିକା ମଧ୍ୟ ବଦଳାଇ ଦେଇଛି। ପରିବାରର ପ୍ରତିପୋଷଣ ପାଇଁ ଶେଷରେ ପରିବା ବିକିବାକୁ ବାଧ୍ୟ...

୧୭ ହାତୀଙ୍କ ଉତ୍ପାତ, ନାକେଦମ ବନ ବିଭାଗ

ଚମ୍ପୁଆ,୮।୫: କେନ୍ଦୁଝର ଜିଲା ଚମ୍ପୁଆ ବନାଞ୍ଚଳ ଅଧୀନ ଚମ୍ପୁଆ ଓ ଉଖୁଣ୍ଡା ଅଞ୍ଚଳରେ ୬ଦିନ ଧରି ହାତୀ ପଲଙ୍କ ଉପତ୍ାତ ଜାରି ରହିଛି। ଏଥିରେ ବନ...

Advertisement
Archives

Model This Week