ଗଞ୍ଜା ଲଢ଼େଇ ସାଜିଛି ଜୁଆ

ଢେଙ୍କାନାଳ ଅଫିସ, ୨୮ା୧୧-ଢେଙ୍କାନାଳ ଜିଲାର ଆଦିବାସୀ ବହୁଳ କଙ୍କଡ଼ାହାଡ ଓ ପରଜଙ୍ଗ ଥାନା ଅଞ୍ଚଳରେ ଥିବା ସାପ୍ତାହିକ ହାଟରେ ହେଉଛି ଜୁଆଖେଳ। ତାସ୍‌ ସାଙ୍ଗକୁ ଗଞ୍ଜା ଲଢ଼େଇ ଭଳି ବେଆଇନ କାର୍ଯ୍ୟକୁ ପ୍ରୋତ୍ସାହିତ କରୁଛନ୍ତି ଅସାମାଜିକ। ସ୍ଥାନୀୟ ଥାନା, ଫାଣ୍ଡିର କେତେଜଣ ପୋଲିସ କର୍ମଚାରୀଙ୍କୁ ହାତ କରି ଏଭଳି କାର୍ଯ୍ୟ ଖୋଲାଖୋଲି
କରାଯାଉଥିବାବେଳେ ଲକ୍ଷାଧିକ ଟଙ୍କାର ବାଜି ଲାଗୁଛି।
ଗଞ୍ଜା ଲଢ଼େଇକୁ ଦୀର୍ଘଦିନରୁ ବେଆଇନ ଘୋଷଣା କରାଯାଇଛି। ମନୋରଞ୍ଜନ ପାଇଁ ଏଭଳି ଅମାନୁଷିକ ଖେଳକୁ ଦମନ କରିବାକୁ ପୋଲିସକୁ ଦିଆଯାଇଛି କ୍ଷମତା। ହେଲେ ଢେଙ୍କାନାଳ ଜିଲାର ପରଜଙ୍ଗ, କଙ୍କଡ଼ାହାଡ଼ ଏବଂ କାମାକ୍ଷାନଗର ଅଞ୍ଚଳରେ ଥିବା ସାପ୍ତାହିକ ହାଟଗୁଡ଼ିକରେ ଏଭଳି କୁକୁଡ଼ା ଲଢ଼େଇ ଏବେ ଅନେକଙ୍କ ବ୍ୟବସାୟ ପାଲଟିଛି। ସ୍ଥାନୀୟ ଅଞ୍ଚଳର ଯୁବପିଢ଼ିଙ୍କୁ ଏଥିରେ ସାମିଲ କରି ଲକ୍ଷାଧିକ ଟଙ୍କାର ବାଜି ଲାଗୁଛି। ପରଜଙ୍ଗ ଥାନା ଅନ୍ତର୍ଗତ ସୋମବାର ଡୋଲିଆ ହାଟ, ରବିବାର ଦଣ୍ଡାଧର ହାଟ ଏବଂ ଶୁକ୍ରବାର ହେଉଥିବା ହାଟରେ ତାସ୍‌, ଗଞ୍ଜା ଲଢ଼େଇ ଖେଳ ହେଉଛି। ଏଥିରେ ଶତାଧିକ ଲୋକ ଭାଗ ନେଉଛନ୍ତି। ଏ ସଂକ୍ରାନ୍ତରେ ସ୍ଥାନୀୟ ପୋଲିସ ନିକଟରେ ସୂଚନା ଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବା ଅଭିଯୋଗ ହେଉଛି। କଙ୍କଡ଼ାହାଡ଼ ଥାନାଠାରୁ ଦଣ୍ଡାଧର ହାଟର ଦୂରତ୍ୱ ୧୦ କି.ମି.। ତେବେ ସ୍ପଷ୍ଟ ଦିବାଲୋକରେ ସର୍ବସାଧାରଣରେ ଜୁଆଖେଳ ସାଙ୍ଗକୁ ଗଞ୍ଜା ଲଢ଼େଇ ହେବା ଏବଂ ଏ ନେଇ ଥାନା ପାଖରେ ସୂଚନା ଥାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବା ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅନ୍ୟପଟେ ଏଭଳି ଜୁଆଖେଳ ଯୋଗୁ ହାଟକୁ ଆସୁଥିବା ବ୍ୟବସାୟୀ ଏବଂ ଗ୍ରାହକଙ୍କ ମଧ୍ୟରୁ ଅନେକେ ସର୍ବସ୍ବ ହରାଉଛନ୍ତି। ସେମାନଙ୍କ ପରିବାରରେ ଅଶାନ୍ତିର ବାତାବରଣ ସୃଷ୍ଟି ହେଉଛି। ଅସାମାଜିକ କାର୍ଯ୍ୟକଳାପ ମଧ୍ୟ ବଢୁଛି। ଏ ଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।
ଏ ନେଇ କଙ୍କଡ଼ାହାଡ ଥାନାଧିକାରୀ ନିର୍ମଳା ଗୋଛାୟତ କୁହନ୍ତି, ସୂଚନା ମିଳିବା ପରେ କେତେକ ସ୍ଥାନରେ ଚଢ଼ାଉ କରାଯାଇଥିଲା। କିନ୍ତୁ କାହାରିକୁ ଗିରଫ କରାଯାଇନାହିଁ। ପୋଲିସ ସବୁବେଳେ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ପାଇଁ ଆଲର୍ଟ ରହିଛି। ସେହିପରି ପରଜଙ୍ଗ ଥାନାଧିକାରୀ ନମିତା ନାୟକ କୁହନ୍ତି, ମହାବିରୋଡ ଫାଣ୍ଡି ଅଞ୍ଚଳରେ ଜୁଆଖେଳ ଓ ଗଞ୍ଜା ଲଢ଼େଇ ଚାଲିଥିବା ସୂଚନା ଅଛି। ଖୁବ୍‌ଶୀଘ୍ର ଜୁଆଖେଳ ଚାଲୁଥିବା ଜାଗାରେ ଚଢ଼ାଉ କରାଯିବ। କାମାକ୍ଷାନଗର ଏସ୍‌ଡିପିଓ ରଞ୍ଜନ କୁମାର ଦେ କୁହନ୍ତି, କିଛିଦିନ ତଳେ ଭୁବନ ଥାନା ଅଞ୍ଚଳ ଏବଂ ମହାବିରୋଡ ଅଞ୍ଚଳରେ ଚଢ଼ାଉ କରାଯାଇଥିଲା। ପୋଲିସ ପକ୍ଷରୁ ଜୁଆଖେଳକୁ ପ୍ରୋତ୍ସାହିତ କରୁଥିବା ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ା


Enter your email to get our daily news in your inbox.

All Right Reserved By Dharitri.Com

କରଞ୍ଜିଆରୁ ଫେରୁଥିଲେ ଏସ୍‌ପି, ଡ୍ୟୁଟିରୁ ଗାଏବ୍ ଥିଲେ ସାହାରପଡ଼ା ଫାଣ୍ଡି ଅଧିକାରୀ: ତୁରନ୍ତ ସସପେଣ୍ଡ୍…

ପାଟଣା,୩ା୧୦(ବୀର କିଶୋର ଦାଶ): କାର୍ଯ୍ୟରେ ଅବହେଳା, ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ନିର୍ଦ୍ଦେଶ ଅବମାନନା ଏବଂ ଶୃଙ୍ଖଳାହୀନ ଆଚରଣ ଅଭିଯୋଗରେ କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ…

ଓଡ଼ିଶାରେ ପ୍ରତିଷ୍ଠା ହେବ ପାଲି ଭାଷା ଅଧ୍ୟୟନ କେନ୍ଦ୍ର

କୋରାପୁଟ,୩।୧୦(ଅମିତାଭ ବେହେରା): ଶାସ୍ତ୍ରୀୟ ଭାଷା ପାଲିର ଅଧ୍ୟୟନ, ଗବେଷଣା ଓ ସଂରକ୍ଷଣକୁ ଗୁରୁତ୍ୱ ଦେଇ କୋରାପୁଟର ସୁନାବେଡ଼ାସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ‘ସେଣ୍ଟର ଅଫ ଏକ୍ସିଲେନ୍ସ’ ପ୍ରତିଷ୍ଠା ହେବ।…

ବନ୍ୟଜନ୍ତୁଙ୍କ ସୁରକ୍ଷା ସମସ୍ତଙ୍କ ଦାୟିତ୍ଵ

ଦିଗପହଣ୍ଡି,୩|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବନାଞ୍ଚଳ କାର୍ଯ୍ୟାଳୟ ଅଧିନ ଖମାରିଗାଁ ପଞ୍ଚାୟତ ଅନ୍ତର୍ଗତ ବୁରୁବନ୍ଧ ଗ୍ରାମ ବନସୁରକ୍ଷା ସମିତି ପକ୍ଷରୁ ରାଜ୍ୟ ଜଙ୍ଗଲ ପରିବେଶ…

ଦୁର୍ଗାପୂଜା ପାଇଁ କଡ଼ା ସୁରକ୍ଷା ବ୍ୟାଙ୍କ ଓ ସୁନା ଋଣ ପ୍ରତିଷ୍ଠାନ: ପରିଦର୍ଶନ କଲା ପୋଲିସ

ବଞ୍ଚୋ, ୩।୧୦ (ପ୍ରଦୋଷ ବିଶ୍ୱାଳ): ଆଗାମୀ ଦୁର୍ଗାପୂଜାକୁ ଦୃଷ୍ଟିରେ ରଖି ଘଷିପୁରା ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଘଷିପୁରା…

ପାରାଲିସିସ୍‌ ପୀଡ଼ିତାଙ୍କ ପରିବାର ପାଖରେ ବିଧାୟକ: ବଢ଼ାଇଲେ ଆର୍ଥିକ ସହାୟତାର ହାତ

ଗଞ୍ଜାମ, ୩।୧୦ (ଅନାଥ ତରାଇ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ପୁଇଁତୋଳା ବଡ଼ସାହିର ଲକ୍ଷ୍ମୀନାରାୟଣ ବେହେରାଙ୍କ ପତ୍ନୀ ପାର୍ବତୀ ବେହେରା ପାରାଲିସିସ୍‌ ରୋଗରେ ପୀଡ଼ିତ ଥିବା ଖବର ପାଇ…

ନଦୀରେ ଗାଧୋଇବାବେଳେ ବୁଡ଼ିଗଲେ ଦୁଇ ନାବାଳକ

ଜଳେଶ୍ୱର,୩ା୧୦(ନବୀନ ସାହୁ): ଜଳେଶ୍ୱର ଥାନା ଅନ୍ତର୍ଗତ ରାଜପୁର ବସ୍ତି ନିକଟସ୍ଥ ସାଜଲ ଘାଟରେ ଶନିବାର ପୂର୍ବାହ୍ନରେ ସୁବର୍ଣ୍ଣରେଖା ନଦୀରେ ଗାଧୋଉଥିବା ଅବସ୍ଥାରେ ପାଣି ସ୍ରୋତରେ ଭାସିଯାଇ ଦୁଇ…

୧୦ ଜଣଙ୍କୁ କାମୁଡ଼ିଲା ଗୋଟିଏ କୁକୁର, ଡାକ୍ତରଖାନାରେ ଭିଡ଼

ଗୁଣପୁର,୩ା୧୦(ସଙ୍କେତ ପାତ୍ର): ଶନିବାର ସକାଳୁ ମଧ୍ୟାହ୍ନ ୩ଟା ମଧ୍ୟରେ ଗୁଣପୁର ସହରରେ ଗୋଟିଏ କୁକୁର କାମୁଡ଼ାରେ ୧୦ ଜଣ ଆହତ ହୋଇଥିବା ଜଣାପଡ଼ିଛି। କୁକୁରଟି ଏକାଧିକ ଲୋକଙ୍କୁ…

ନୟାପଲ୍ଲୀ ବଳାତ୍କାର ଘଟଣା: ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର

ଭୁବନେଶ୍ୱର,୩ା୧୦: ରାଜଧାନୀ ଭୁବନେଶ୍ୱରର ନୟାପଲ୍ଲୀ ଥାନା ଅଞ୍ଚଳରେ ଘଟିଥିବା ଚର୍ଚ୍ଚିତ ଯୁବତୀ ବଳାତ୍କାର ଘଟଣାରେ ପୋଲିସକୁ ମିଳିଛି ବଡ଼ ସଫଳତା। ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଚଢ଼ାଉ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?