ତାଲିକାରେ ଆଗୁଆ, କାମରେ ପଛୁଆ

ଜଟଣୀ,୨୮ା୧୧(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଜଟଣୀ ପୌରପରିଷଦ ସର୍ବଭାରତୀୟ ସ୍ତରରେ ସ୍ବଚ୍ଛ ସର୍ବେକ୍ଷଣ ତାଲିକାରେ ଷଷ୍ଠ ଏବଂ ରାଜ୍ୟରେ ପ୍ରଥମ ସ୍ଥାନରେ ରହିଛି। ୨୦୨୦-୨୧ ମସିହାରେ ସ୍ବଚ୍ଛତା ଅଭିଯାନ ପରିପ୍ରେକ୍ଷୀରେ ଜଟଣୀ ପୌରପରିଷଦକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଉକ୍ତ ସ୍ଥାନ ପ୍ରଦାନ କରାଯାଇଥିବା ନେଇ ତାଲିକା ପ୍ରକାଶ ପାଇଛି। ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଏହି ସର୍ବେକ୍ଷଣ ତାଲିକାର ସ୍ବଚ୍ଛତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସହରର ବିଭିନ୍ନ ସାହି ବସ୍ତି ଏବଂ ମୁଖ୍ୟ ରାସ୍ତାରେ ଅଳିଆ ଆବର୍ଜନା ଜମାହୋଇ ପଡିରହିଛି। ଅନେକ ସାହି ବସ୍ତିରେ ଡ୍ରେନ୍‌ ନାହିଁ। ଯେଉଁଠି ଡ୍ରେନ୍‌ ଅଛି ସଫା ନ ହେବାରୁ ପୋତି ହୋଇ ଅସରାଏ ବର୍ଷାରେ ଲୋକଙ୍କ ଘରେ ଏବଂ ରାସ୍ତାରେ ପାଣି ଲହଡି ମାରୁଥିବା ଅଭିଯୋଗ ହେଉଛି। ତେବେ ଅନେକ ସମୟରେ ପୌରପରିଷଦ ଅଧୀନରେ ଠିକା ଭାବେ କାର୍ଯ୍ୟ କରୁଥିବା ସଫେଇ କର୍ମଚାରୀଙ୍କୁ ସେମାନଙ୍କ ବେତନ ପ୍ରଦାନରେ ଅନିୟମିତତାକୁ ନେଇ ସଫେଇ କର୍ମଚାରୀମାନେ ଧାରଣା ଦେଉଥିବା ନଜିର ରହିଛି। ସାଧାରଣ ନାଗରିକ ମୌଳିକ ସୁବିଧାର ବଞ୍ଚିତ ହେଉଛନ୍ତି। ତେବେ କିଭଳି ସର୍ବଭାରତୀୟ ସ୍ତରରେ ଜଟଣୀ ପୌରପରିଷଦ ଷଷ୍ଠ ସ୍ଥାନର ମାନ୍ୟତା ମିଳିଲା ସେନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

କେନ୍ଦ୍ରୀୟ ସର୍ଭେ କମିଟି ରିପୋର୍ଟ ଦେଇଛନ୍ତି। ପୌରାଞ୍ଚଳକୁ କିପରି ଦେଶରେ ଏକ ନମ୍ବର କରାଯିବ ପ୍ରୟାସ ଜାରି ରଖିଛୁ। ଜନସାଧାରଣଙ୍କୁ ସମସ୍ତ ସୁବିଧା ଯୋଗାଇ ଦେବା ଲାଗି ଆମ ନିକଟରେ ପର୍ଯ୍ୟାପ୍ତ କର୍ମଚାରୀ ରହିଛନ୍ତି। ସହରକୁ ଆହୁରି ସ୍ବଚ୍ଛତା ଲାଗି ଉଦ୍ୟମ ଜାରି ରହିଛି।

ଦିଲୀପ ମହାନ୍ତି,

ପୌର କାର୍ଯ୍ୟନିର୍ବାହୀ ଅଧିକାରୀକାଗଜକଲମରେ ଏକ ନମ୍ବର। କିନ୍ତୁ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଅଲଗା। ସହରର ଅନେକ ସ୍ଥାନରେ ରାସ୍ତା ଖାଲଖମା ସହ ଡ୍ରେନ୍‌ ସଫା ନ ହୋଇ ଅଳିଆଆବର୍ଜନାରେ ପୋତି ହୋଇଗଲାଣି। ଅସରାଏ ବର୍ଷାରେ ଡ୍ରେନ୍‌ ପାଣି ଲୋକଙ୍କ ଘରେ ପଶୁଛି। ପୌର ପ୍ରଶାସନ ପକ୍ଷରୁ ଠିକ୍‌ ଭାବେ କାର୍ଯ୍ୟ କରାଯାଉ ନାହିଁ।

ସଂଗ୍ରାମ କେଶରୀ ରାଉତରାୟ, ପୂର୍ବତନ ପୌରାଧ୍ୟକ୍ଷ

ପୌରାଞ୍ଚଳରେ ଯେଉଁ କାର୍ଯ୍ୟ କରାଯାଇଛି ତା’ର ସ୍ଥାୟିତ୍ୱକୁ ନେଇ ସନ୍ଦେହ ସୃଷ୍ଟି ହେଉଛି। କେତେଜଣ ଠିକାଦାର, ଅଧିକାରୀ ଏବଂ ନେତାଙ୍କୁ ସନ୍ତୁଷ୍ଟ କରିବା ପାଇଁ କାର୍ଯ୍ୟ କରାଯାଉଛି। ବିଭିନ୍ନ ଓ୍ବାର୍ଡର ବାସ୍ତବ ସ୍ଥିତି ପରଖିଲେ ଉକ୍ତ ଅଞ୍ଚଳ କେତେ ସ୍ବଚ୍ଛ ଜଣାପଡ଼ିବ।

ସୁଶୀଲ କୁମାର ମହାନ୍ତି, ସଭାପତି, ଜଟଣୀ ଲୟର୍ସ ଆସୋସିଏଶନ

ରାଜ୍ୟର ଅନ୍ୟ ସହର ତୁଳନାରେ ଜଟଣୀ ସହର ସ୍ବଚ୍ଛତାରେ ପଛରେ ରହିଛି। ମଇଳା ଆବର୍ଜନା ଠିକ୍‌ ଭାବେ ସଫେଇ ନ ହେବାରୁ ଅନେକ ସ୍ଥାନରେ କୁଢ଼ କୁଢ଼ ଅଳିଆ ଜମା ରହିଛି। ଡ୍ରେନରେ ମଶାତେଲ କିମ୍ବା ବ୍ଲିଚିଂ କେବେ ପକାଯାଉ ନାହିଁ। ତେବେ ଏହି ସହର କିପରି ସ୍ବଚ୍ଛତାର ମାନ୍ୟତା ପାଇଲା ସାଧାରଣରେ ସନ୍ଦେହ ସୃଷ୍ଟି ହେଉଛି।

ଅଶୋକ ମହାରଣା, ସ୍ଥାନୀୟ ବାସିନ୍ଦା

ବିଭିନ୍ନ ଓ୍ବାର୍ଡରୁ ଅଳିଆ ସଫା କରାଯାଉନାହିଁ। ଜଟଣୀ ସହରର କେତେକ ମୁଖ୍ୟ ରାସ୍ତା, ଛକକୁ ସୌନ୍ଦର୍ଯ୍ୟକରଣ କରାଯାଇ ସ୍ବଚ୍ଛତାର ମାନ୍ୟତା ମିଳିଛି। ଟିକସ ଦାତାମାନେ ମୌଳିକ ସୁବିଧାରୁ ବଞ୍ଚିତ ହେଉଥିଲେ ମଧ୍ୟ ଏହି ସହରକୁ କିପରି ସ୍ବଚ୍ଛତାର ଆଖ୍ୟା ପ୍ରଦାନ କରାଯାଇଛି ତାହା ବାସ୍ତବ ଚିତ୍ର ଦେଖିଲେ ଜଣାପଡ଼ିବ। ଏହାର ନିରପେକ୍ଷ ଏବଂ ଉଚ୍ଚସ୍ତରୀୟ ତଦନ୍ତର ଆବଶ୍ୟକ ରହିଛି।
ସୁନିତା ସାହୁ, ପୂର୍ବତନ କାଉନ୍‌ସିଲର


Enter your email to get our daily news in your inbox.

All Right Reserved By Dharitri.Com

ଖଡ଼ିଆଳରେ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ

ଖଡ଼ିଆଳ,୨୯ା୮(ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ରାଜଦରବାର ହଲଠାରେ ପଣ୍ଡିତ ମଣ୍ଡଳୀ ନବାନ୍ନ ଲଗ୍ନ ଧାର୍ଯ୍ୟ କରିଛନ୍ତି। ପରମ୍ପରାନୁସାରେ ଆସନ୍ତା ୧୫ ତାରିଖ ମଙ୍ଗଳବାର ଘ.୯.୦୫ମି.ରୁ ଘ.୧୦. ୦୦…

ଖଟ ତଳକୁ ଓହ୍ଲାଇବା ବେଳେ ଚୋଟ ମାରିଲା ସାପ, ରାତିସାରା ଗୁଣିଆ ଡାକି ଝଡ଼ାଫୁଙ୍କା କଲେ, ମେଡିକାଲ ନେବାରେ ବିଳମ୍ବ ଯୋଗୁ…

ଡୁଙ୍ଗୁରିପାଲି,୨୯।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ଅନ୍ତର୍ଗତ ବଡ଼ଭାଲୁପାଲି ଗ୍ରାମରେ ଅନ୍ଧବିଶ୍ୱାସ ଯୋଗୁ ଜଣେ ବୃଦ୍ଧଙ୍କର ଅକାଳ ମୃତ୍ୟୁ ଘଟିଛି। ବିଷାକ୍ତ ସାପ…

ଘରେ ଏକାକୀ ଥିବାବେଳେ ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ! ଗୋଡ଼ାଇ ଗୋଡ଼ାଇ ନିର୍ଦ୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସକୁ…

ଦିଗପହଣ୍ଡି,୨୯।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀଙ୍କୁ ଘରେ ପଶି ବଳାତ୍କାର…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

 ଚାଷୀ ପଞ୍ଜୀକରଣକୁ ଆଉ ମାତ୍ର ୨ ଦିନ ବାକି, ସର୍ଭର ଡାଉନ୍‌ ବଢ଼ାଉଛି ଚିନ୍ତା

ନବରଙ୍ଗପୁର, ୨୯।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାରେ ୨୦୨୬-୨୭ ଖରିଫ ଧାନମଣ୍ଡି ନିମନ୍ତେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିଛି। ପଞ୍ଜୀକରଣର ଶେଷ ତାରିଖ ଅଗଷ୍ଟ ୩୧ ଥିବାବେଳେ…

ତାରାତାରିଣୀ ଛକରେ ସାଙ୍ଘାତିକ କାର୍ ଦୁର୍ଘଟଣା: ତହସିଲଦାରଙ୍କ କଲ୍‌କୁ ବି ଖାତିର କଲାନି ଆମ୍ବୁଲାନ୍ସ କଲ୍ ସେଣ୍ଟର; ଛଟପଟ ହେଲେ…

ପୁରୁଷୋତ୍ତମପୁର,୨୯।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ତାରାତାରିଣୀ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

ଭଉଣୀ ଘରକୁ ଆସି ଗାଁକୁ ଫେରୁଥିଲେ, ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଛିଟିକି ପଡ଼ିଲା ବାଇକ୍, ଦୁଇ ଜଣ…

ଥୁଆମୂଳ ରାମପୁର,୨୯।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ କୋଷାବରା-କଲେଜ ଛକ ମଧ୍ୟବର୍ତ୍ତୀ ଡୁମେର ଗଛ ବୁଲାଣି ନିକଟରେ ଶନିବାର ସନ୍ଧ୍ୟା ପ୍ରାୟ ୬:୧୦…

କେସିଙ୍ଗାରେ ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ: ୨୧ ଦୋକାନରୁ ୧୩ ହଜାର ଜରିମାନା, ୩୮ କେଜି ବାସି ଖାଦ୍ୟ ନଷ୍ଟ

କେସିଙ୍ଗା,୨୯।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରର ବିଭିନ୍ନ ହୋଟେଲ, ରେଷ୍ଟୁରାଣ୍ଟ ଓ ମିଠା ଦୋକାନଗୁଡ଼ିକରେ ଶନିବାର କଳାହାଣ୍ଡି ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଆକସ୍ମିକ ଚଢ଼ାଉ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri