ତାଲିକାରେ ଆଗୁଆ, କାମରେ ପଛୁଆ

ଜଟଣୀ,୨୮ା୧୧(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଜଟଣୀ ପୌରପରିଷଦ ସର୍ବଭାରତୀୟ ସ୍ତରରେ ସ୍ବଚ୍ଛ ସର୍ବେକ୍ଷଣ ତାଲିକାରେ ଷଷ୍ଠ ଏବଂ ରାଜ୍ୟରେ ପ୍ରଥମ ସ୍ଥାନରେ ରହିଛି। ୨୦୨୦-୨୧ ମସିହାରେ ସ୍ବଚ୍ଛତା ଅଭିଯାନ ପରିପ୍ରେକ୍ଷୀରେ ଜଟଣୀ ପୌରପରିଷଦକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଉକ୍ତ ସ୍ଥାନ ପ୍ରଦାନ କରାଯାଇଥିବା ନେଇ ତାଲିକା ପ୍ରକାଶ ପାଇଛି। ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଏହି ସର୍ବେକ୍ଷଣ ତାଲିକାର ସ୍ବଚ୍ଛତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସହରର ବିଭିନ୍ନ ସାହି ବସ୍ତି ଏବଂ ମୁଖ୍ୟ ରାସ୍ତାରେ ଅଳିଆ ଆବର୍ଜନା ଜମାହୋଇ ପଡିରହିଛି। ଅନେକ ସାହି ବସ୍ତିରେ ଡ୍ରେନ୍‌ ନାହିଁ। ଯେଉଁଠି ଡ୍ରେନ୍‌ ଅଛି ସଫା ନ ହେବାରୁ ପୋତି ହୋଇ ଅସରାଏ ବର୍ଷାରେ ଲୋକଙ୍କ ଘରେ ଏବଂ ରାସ୍ତାରେ ପାଣି ଲହଡି ମାରୁଥିବା ଅଭିଯୋଗ ହେଉଛି। ତେବେ ଅନେକ ସମୟରେ ପୌରପରିଷଦ ଅଧୀନରେ ଠିକା ଭାବେ କାର୍ଯ୍ୟ କରୁଥିବା ସଫେଇ କର୍ମଚାରୀଙ୍କୁ ସେମାନଙ୍କ ବେତନ ପ୍ରଦାନରେ ଅନିୟମିତତାକୁ ନେଇ ସଫେଇ କର୍ମଚାରୀମାନେ ଧାରଣା ଦେଉଥିବା ନଜିର ରହିଛି। ସାଧାରଣ ନାଗରିକ ମୌଳିକ ସୁବିଧାର ବଞ୍ଚିତ ହେଉଛନ୍ତି। ତେବେ କିଭଳି ସର୍ବଭାରତୀୟ ସ୍ତରରେ ଜଟଣୀ ପୌରପରିଷଦ ଷଷ୍ଠ ସ୍ଥାନର ମାନ୍ୟତା ମିଳିଲା ସେନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

କେନ୍ଦ୍ରୀୟ ସର୍ଭେ କମିଟି ରିପୋର୍ଟ ଦେଇଛନ୍ତି। ପୌରାଞ୍ଚଳକୁ କିପରି ଦେଶରେ ଏକ ନମ୍ବର କରାଯିବ ପ୍ରୟାସ ଜାରି ରଖିଛୁ। ଜନସାଧାରଣଙ୍କୁ ସମସ୍ତ ସୁବିଧା ଯୋଗାଇ ଦେବା ଲାଗି ଆମ ନିକଟରେ ପର୍ଯ୍ୟାପ୍ତ କର୍ମଚାରୀ ରହିଛନ୍ତି। ସହରକୁ ଆହୁରି ସ୍ବଚ୍ଛତା ଲାଗି ଉଦ୍ୟମ ଜାରି ରହିଛି।

ଦିଲୀପ ମହାନ୍ତି,

ପୌର କାର୍ଯ୍ୟନିର୍ବାହୀ ଅଧିକାରୀକାଗଜକଲମରେ ଏକ ନମ୍ବର। କିନ୍ତୁ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଅଲଗା। ସହରର ଅନେକ ସ୍ଥାନରେ ରାସ୍ତା ଖାଲଖମା ସହ ଡ୍ରେନ୍‌ ସଫା ନ ହୋଇ ଅଳିଆଆବର୍ଜନାରେ ପୋତି ହୋଇଗଲାଣି। ଅସରାଏ ବର୍ଷାରେ ଡ୍ରେନ୍‌ ପାଣି ଲୋକଙ୍କ ଘରେ ପଶୁଛି। ପୌର ପ୍ରଶାସନ ପକ୍ଷରୁ ଠିକ୍‌ ଭାବେ କାର୍ଯ୍ୟ କରାଯାଉ ନାହିଁ।

ସଂଗ୍ରାମ କେଶରୀ ରାଉତରାୟ, ପୂର୍ବତନ ପୌରାଧ୍ୟକ୍ଷ

ପୌରାଞ୍ଚଳରେ ଯେଉଁ କାର୍ଯ୍ୟ କରାଯାଇଛି ତା’ର ସ୍ଥାୟିତ୍ୱକୁ ନେଇ ସନ୍ଦେହ ସୃଷ୍ଟି ହେଉଛି। କେତେଜଣ ଠିକାଦାର, ଅଧିକାରୀ ଏବଂ ନେତାଙ୍କୁ ସନ୍ତୁଷ୍ଟ କରିବା ପାଇଁ କାର୍ଯ୍ୟ କରାଯାଉଛି। ବିଭିନ୍ନ ଓ୍ବାର୍ଡର ବାସ୍ତବ ସ୍ଥିତି ପରଖିଲେ ଉକ୍ତ ଅଞ୍ଚଳ କେତେ ସ୍ବଚ୍ଛ ଜଣାପଡ଼ିବ।

ସୁଶୀଲ କୁମାର ମହାନ୍ତି, ସଭାପତି, ଜଟଣୀ ଲୟର୍ସ ଆସୋସିଏଶନ

ରାଜ୍ୟର ଅନ୍ୟ ସହର ତୁଳନାରେ ଜଟଣୀ ସହର ସ୍ବଚ୍ଛତାରେ ପଛରେ ରହିଛି। ମଇଳା ଆବର୍ଜନା ଠିକ୍‌ ଭାବେ ସଫେଇ ନ ହେବାରୁ ଅନେକ ସ୍ଥାନରେ କୁଢ଼ କୁଢ଼ ଅଳିଆ ଜମା ରହିଛି। ଡ୍ରେନରେ ମଶାତେଲ କିମ୍ବା ବ୍ଲିଚିଂ କେବେ ପକାଯାଉ ନାହିଁ। ତେବେ ଏହି ସହର କିପରି ସ୍ବଚ୍ଛତାର ମାନ୍ୟତା ପାଇଲା ସାଧାରଣରେ ସନ୍ଦେହ ସୃଷ୍ଟି ହେଉଛି।

ଅଶୋକ ମହାରଣା, ସ୍ଥାନୀୟ ବାସିନ୍ଦା

ବିଭିନ୍ନ ଓ୍ବାର୍ଡରୁ ଅଳିଆ ସଫା କରାଯାଉନାହିଁ। ଜଟଣୀ ସହରର କେତେକ ମୁଖ୍ୟ ରାସ୍ତା, ଛକକୁ ସୌନ୍ଦର୍ଯ୍ୟକରଣ କରାଯାଇ ସ୍ବଚ୍ଛତାର ମାନ୍ୟତା ମିଳିଛି। ଟିକସ ଦାତାମାନେ ମୌଳିକ ସୁବିଧାରୁ ବଞ୍ଚିତ ହେଉଥିଲେ ମଧ୍ୟ ଏହି ସହରକୁ କିପରି ସ୍ବଚ୍ଛତାର ଆଖ୍ୟା ପ୍ରଦାନ କରାଯାଇଛି ତାହା ବାସ୍ତବ ଚିତ୍ର ଦେଖିଲେ ଜଣାପଡ଼ିବ। ଏହାର ନିରପେକ୍ଷ ଏବଂ ଉଚ୍ଚସ୍ତରୀୟ ତଦନ୍ତର ଆବଶ୍ୟକ ରହିଛି।
ସୁନିତା ସାହୁ, ପୂର୍ବତନ କାଉନ୍‌ସିଲର


Enter your email to get our daily news in your inbox.

All Right Reserved By Dharitri.Com

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ବାପା-ଝିଅ ଯାଉଥିଲେ, ଜଳିଗଲା ବ୍ୟାଟେରୀ ସ୍କୁଟି

କେନ୍ଦୁଝର,୧୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର-ଗୋବର୍ଦ୍ଧନ ମଝିରେ ଥିବା ପେଟ୍ରୋଲପମ୍ପ ଓ ଇଟାଫେକ୍ଟ୍ରି ନିକଟରେ ଏକ(ଓଡି-୩୩-ଏ ଏଫ-୯୯୭୪)ଓକିନାୱା ନାମକ ବ୍ୟାଟେରୀ...

ନିର୍ବାଚନ ପୂର୍ବରୁ ଝଟ୍‌କା: ବିଜେଡି ଛାଡ଼ିଲେ ପୂର୍ବତନ ପୌରାଧ୍ୟକ୍ଷ

ଝାରସୁଗୁଡ଼ା,୧୮ା୪(ସଞ୍ଜୟ ମାଲି): ଝାରସୁଗୁଡ଼ା ଜିଲା ବେଲପାହାଡ଼ ଟାଉନ ବିଜେଡି ସଭାପତି ତଥା ବେଲପାହାଡ଼ ପୌର ପରିଷଦ ପୂର୍ବତନ ଅଧ୍ୟକ୍ଷ କୈଳାସ ନାଏକ ବିଜେଡି ଛାଡିଥିବା ନେଇ...

ସଡ଼କ ଦୁର୍ଘଟଣାରେ ୨ ମୃତ: ରାସ୍ତାରେ ମୃତଦେହ ରଖି କ୍ଷତିପୂରଣ ଦାବି କଲେ

ଗୋପାଳପୁର,୧୮।୪(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା କନିସି-ତୁଳୁ ରାସ୍ତା ମଝିରେ ବୁଧବାର ବାଇକ ମୁହାଁମୁହିଁ ଧକ୍କା ହୋଇ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା l ମୃତକମାନେ ହେଲେ...

ସୂଚନା ଅଧିକାରୀଙ୍କୁ ୨୫ ହଜାର ଟଙ୍କା ଜୋରିମନା

ହାଟଡିହୀ,୧୮l୪(ଶୁଭକାନ୍ତ ନାୟକ): ଓଡିଶା ସୂଚନା କମିଶନଙ୍କ ତରଫରୁ ଏକ ମାମଲା ବିଚାର କରି କମିଶନର ବି.କେ. ମହାପାତ୍ର କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଜନ ସୂଚନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri