ଆମ ଜିଲା ଖବର

୮୨ ଗ୍ରାମରୁ ଊର୍ଦ୍ଧ୍ୱ ବ୍ରାଉନସୁଗାର ଜବତ, ୫ ଗିରଫ

ନୟାଗଡ଼ ଅଫିସ,୧୯ା୯: ଟାଉନଥାନା ପୋଲିସ ନୟାଗଡ଼ ହାଉସିଂବୋର୍ଡ ନିକଟରୁ ୫ ଜଣ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୮୨ ଗ୍ରାମ ୪୬୦ ମିଲିଗ୍ରାମ ବ୍ରାଉନସୁଗାର ଜବତ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ନୟାଗଡ଼ ଭାଟସାହିର ବୈକୁଣ୍ଠ…

ଏକ୍‌ଜିକ୍ୟୁଟିଭ୍‌ ମାଜିଷ୍ଟ୍ରେଟ୍‌ଙ୍କ ଅର୍ଡର ଜାଲିଆତି ଅଭିଯୋଗ,ଏମିତି ପଡ଼ିଲେ ଧରା

ପୁରୁଷୋତ୍ତମପୁର,୧୯ା୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅତିରିକ୍ତ ତହସିଲଦାର ତଥା ଏକ୍‌ଜିକ୍ୟୁଟିଭ୍‌ ମାଜିଷ୍ଟ୍ରେଟ ସୁନିଲ କୁମାର ଟୁଡୁଙ୍କ ଦସ୍ତଖତ ସମ୍ବଳିତ କୋର୍ଟର ଅର୍ଡରକୁ ଜାଲ୍‌ କରିଥିବା ଅଭିଯୋଗରେ ପୁରୁଷୋତ୍ତମପୁର ପୋଲିସ ରବିବାର ନୋଟାରି ତଥା ଓକିଲ ସୀମାଞ୍ଚଳ ସେଠୀ, ଓକିଲ ରାମଚନ୍ଦ୍ର ଆଚାର୍ଯ୍ୟ…

ବ୍ରାହ୍ମଣୀ ନଦୀରୁ ମିଳିଲା ମହିଳାଙ୍କ ମୃତଦେହ,ପରିଚୟ ଖୋଜୁଛି ପୋଲିସ

ବରୀ,୧୯।୯(ଡି.ଏନ.ଏ): ରବିବାର ମଧ୍ୟାହ୍ନରେ ବ୍ରାହ୍ମଣୀ ନଦୀର ବାମ ପାର୍ଶ୍ୱରେ ଏକ ମୃତଦେହ ଭାସୁଥିଲା। ରାମଚନ୍ଦ୍ରପୁର ନିକଟସ୍ଥ ରାମେଶ୍ୱର ମନ୍ଦିର ନିକଟରେ ଏହି ଘଟଣା ଘଟିଛି। ମୃତଦେହ ଭାସୁଥିବାର ଦେଖି ସ୍ଥାନୀୟ ଲୋକମାନେ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ବରୀ ପୋଲିସ…

ଓଲଟିଲା ଡଙ୍ଗା, ୨ ନିଖୋଜ

ପାରାଦୀପ,୧୯ା୯(ସ୍ବ.ପ୍ର.): ପାରାଦୀପସ୍ଥିତ ନେହେରୁବଙ୍ଗଳା ମୁହାଣ ନିକଟରେ ରବିବାର ଏକ ମାଛଧରା ଡଙ୍ଗା ଓଲଟି ପଡ଼ିବାରୁ ୨ ମତ୍ସ୍ୟଜୀବୀ ନିଖୋଜ ହୋଇଯାଇଛନ୍ତି। ଡଙ୍ଗାରେ ମୋଟ ୫ ଜଣ ଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ନିଖୋଜ ୨ ଜଣଙ୍କୁ…

ଇଣ୍ଡିଆନ ଅଏଲ ଡିପୋରେ ଅଗ୍ନିକାଣ୍ଡ

ପାରାଦୀପ,୧୯ା୯(ସ୍ବ.ପ୍ର.): ପାରାଦୀପସ୍ଥିତ ଇଣ୍ଡିଆନ ଅଏଲ ଡିପୋରେ ରବିବାର ଅଗ୍ନିକାଣ୍ଡ ଘଟିଛି। ଟ୍ରେନ ଷ୍ଟାର୍ଟ ହେବା ସମୟରେ ସ୍ପାର୍କିଂ ଯୋଗୁ ନିଆଁ ଲାଗିଥିବା ସୂଚନା ମିଳିଛି ।   ସୂଚନାନୁଯାୟୀ, ଆଜି ଡିପୋରେ ଏକ ଟ୍ରେନରେ ତେଲ ଲୋଡିଂ ସରିବା ପରେ ଟ୍ରେନ୍‌…

ଅବ୍ୟବସ୍ଥାରେ ଗଞ୍ଜାମ ମାଛ ମାର୍କେଟ: ଚିନ୍ତାରେ ବ୍ୟବସାୟୀ

ଗଞ୍ଜାମ,୧୯।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସାନବଜାର ଶେଷରେ ମାଂସ ଓ ମାଛ ମାର୍କେଟ ରହିଛି । ଏହି ମାଛ ମାର୍କେଟଟି ବର୍ତ୍ତମାନ ଅବ୍ୟବସ୍ଥା ମଧ୍ୟରେ ଗତି କରୁଥିଲେ ମଧ୍ୟ ଏଥିପ୍ରତି ଏନ୍‌ଏସି ପ୍ରଶାସନର ଦୃଷ୍ଟି ପଡ଼ୁନାହିଁ। ଯାହାକୁ ନେଇ ଚିନ୍ତାରେ ମାଛ ବ୍ୟବସାୟୀ…

ଗାଁରେ ବନ୍ୟାଜଳ, ଦୁର୍ଦ୍ଦଶାରେ ଲୋକେ

ଖୋର୍ଦ୍ଧା ଅଫିସ,୧୯।୯: ହୀରାକୁଦ ଗେଟ୍‌ ଖୋଲିବା ପରେ ରାଜୁଆ, ମଲାଗୁଣୀ ଓ ଦୟା ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ଏହାର ପ୍ରଭାବରେ ଖୋର୍ଦ୍ଧ ବ୍ଲକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଓରବରସିଂ, ନରଣଗଡ଼ ଏବଂ ବ୍ରଜମୋହନପୁର ପଞ୍ଚାୟତର ୧୫ ଗ୍ରାମବାସୀ ୫ଦିନ…

ଚଳନ୍ତା ବସ୍‌କୁ ଅଟକାଇ ଲୁଟ୍‌: କଣ୍ଡକ୍ଟର, ଡ୍ରାଇଭର ସମେତ ଯାତ୍ରୀଙ୍କୁ ଆକ୍ରମଣ

ଡେଲାଙ୍ଗ,୧୮।୯(ଡି.ଏନ.ଏ): ଡେଲାଙ୍ଗ ଥାନା ଅଞ୍ଚଳ ଅରିସଲ ଛକ ଓ ଖେଲାଉର ଛକ ମଧ୍ୟରେ ଥିବା ନିଛାଟିଆ ସ୍ଥାନରେ ଶନିବାର ରାତିରେ ଯାଉଥିବା ଏକ ଯାତ୍ରୀବାହୀ ବସ୍‌କୁ ଅଟକାଇ ଲୁଟ କରିଥିବା ଅଭିଯୋଗ ହୋଇଛି। କଟକରୁ ଡେଲାଙ୍ଗ ଅଭିମୁଖେ ଫେରୁଥିବା ଏକ ଯାତ୍ରୀବାହୀ…

ଗଜପତିଙ୍କ ଶାସନର ୬୪ଅଙ୍କ ଆରମ୍ଭ

ପୁରୀ ଅଫିସ, ୧୯।୯: ପବିତ୍ର ଭାଦ୍ରବ ମାସ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥି ଅବସରରେ ଶ୍ରୀନହର ପରିସରରେ ସୁନିଆ ନୀତି ସମ୍ପନ୍ନ ହୋଇଛି। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଶାସନରେ ୬୩ଅଙ୍କ ଶେଷ ହୋଇଛି। ଶନିବାର ସୁନିଆ ଅବସରରେ ଗଜପତି ମହାରାଜ ଦିବ୍ୟସିଂହ…

ପୋଲିସ, ଆର୍‌ଟିଓଙ୍କ ସହଯୋଗରେ ଚାଲିଛି ଗ୍ରାନାଇଟ୍‌ ଚାଲାଣ

ମାଲକାନଗିରି,୧୯।୯(ଡି.ଏନ୍‌.ଏ.): ମାଲକାନଗିରି ଜିଲା ମୋଟୁ ଥାନାଧିକାରୀ ଏବଂ ପରିବହନ ଅଧିକାରୀ(ଆର୍‌ଟିଓ)ଙ୍କ ମିଳିତ ସହଯୋଗରେ ମୋଟୁ ତହସିଲ ଅଧୀନ ପେଟା ଗ୍ରାମରୁ ଭିଜି ଗ୍ରାନାଇଟ୍‌ ବେଆଇନ ପରିବହନ କରାଯାଇଥିବା ପୂର୍ବତନ ନବରଙ୍ଗପୁର ଏମ୍‌ପି ତଥା କଂଗ୍ରେସ ନେତା ପ୍ରଦୀପ ମାଝି ଅଭିଯୋଗ କରିଛନ୍ତି।…

ଅଧେ ରହିଛି ଅଚଳ

ଛେଣ୍ଡିପଦା,୧୯ା୯(ସ୍ୱ.ପ୍ର.) – ସ୍ୱଳ୍ପ ବୃଷ୍ଟି ପରି ସମସ୍ୟା ବେଳେ ଅଧିକ କାମରେ ଆସେ ଉଠା ଜଳସେଚନ ପ୍ରକଳ୍ପ। ଫସଲ ରକ୍ଷା ନିମନ୍ତେ ଚାଷୀଙ୍କ ପାଇଁ ଏହା ଏକ ବଡ଼ ବିକଳ୍ପ। ହେଲେ ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଅଞ୍ଚଳରେ ଏହି ବ୍ୟବସ୍ଥା…

ଚିକିତ୍ସା ନ କରି ବୃଦ୍ଧାଙ୍କୁ ଜଙ୍ଗଲରେ ଛାଡ଼ି ଦେଲେ

ବରଗଡ଼ ଅଫିସ୍‌,୧୯।୯: ବରଗଡ଼ ଜିଲା ଅତାବିରା ଥାନା ଅଧୀନ ଖରମୁଣ୍ଡା ପଞ୍ଚାୟତ ଘନଘଟି ଗ୍ରାମର ଜଣେ ବୃଦ୍ଧାଙ୍କୁ ଚିକିତ୍ସା ନ କରି ପରିବାର ଲୋକେ ଜଙ୍ଗଲରେ ଛାଡ଼ିଦେବା ଘଟଣା ଶନିବାର ସାମ୍ନାକୁ ଆସିଛି। ସୂଚନା ଅନୁଯାୟୀ, ବୃଦ୍ଧା ଜଣକ ବାର୍ଦ୍ଧକ୍ୟଜନିତ ଅସୁସ୍ଥତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?