ଆମ ଜିଲା ଖବର

ସୁବର୍ଣ୍ଣରେଖାରେ ପୁଣି ବନ୍ୟା -୨୫ରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ଭୋଗରାଇ, ୨୪।୯(ଡି.ଏନ.ଏ.)-ସୁବର୍ଣ୍ଣରେଖା ଉପରମୁଣ୍ଡ ରାଞ୍ଚତ୍ ମାଳଭୂମି ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହୁଥିବାରୁ ପ୍ରବଳ ବର୍ଷା ଲାଗି ରହିଛି। ଏହାର ପ୍ରଭାବରେ ଚାନ୍ଦିଲି ଡ୍ୟାମ୍‌ ସହିତ ଗାଲୁଡିହି, କରକାଇ, ବାଙ୍କବଲ ଆଦି ଜଳାଧାରରୁ ଉଦ୍‌ବୃତ୍ତ ବର୍ଷାଜଳ ପର୍ଯ୍ୟାୟକ୍ରମେ ସୁବର୍ଣ୍ଣରେଖାକୁ ନିଷ୍କାସିତ ହେଉଛି। ଆସନ୍ତା…

କମୁଛି ଜଳକା : ଦୁର୍ଦ୍ଦଶାରେ ୪୧ ଗାଁ ବାସିନ୍ଦା

ବସ୍ତା/ରୂପ୍‌ସା, ୨୪।୯(ଡି.ଏନ.ଏ.)-ବାଲେଶ୍ୱର ଜିଲାରେ ଲଗାଣ ବର୍ଷା ଯୋଗୁ ଜଳକା ନଦୀରେ ବୁଧବାର ଭୟଙ୍କର ବନ୍ୟା ପରିସ୍ଥିତି ଦେଖାଦେଇଥିଲା। ଗୁରୁବାର ଜଳସ୍ତର ବିପଦସଂକେତ ଉପରେ ପ୍ରବାହିତ ହେଉଥିଲେ ହେଁ ବୁଧବାର ଅପେକ୍ଷାକୃତ ହ୍ରାସ ପାଇଥିବାରୁ ବନ୍ୟା ଆଶଙ୍କା ନାହିଁ। ବସ୍ତା ବ୍ଲକର ମଥାନୀଠାରେ…

ଜାଲରେ ପଡୁନାହାନ୍ତି ବଡ଼ ଇଲିଶି

ଭୋଗରାଇ, ୨୪।୯(ଡି.ଏନ.ଏ.)- କଥାରେ ଅଛି ଚାକିରି କରିବ ପୋଲିସ, ମାଛ ଖାଇବ ଇଲିଶି। ଇଲିଶି ନଁା ଶୁଣିଲେ ଆମିଷ ପ୍ରେମୀଙ୍କ ପାଟିରୁ ଲାଳ ଗଡ଼େ। ଇଲିଶି ମାଛର ସ୍ବାଦ ଅନ୍ୟ ମାଛଠାରୁ ନିଆରା ହୋଇଥିବାରୁ ଏହାର ଚାହିଦା ଅଧିକ। କିନ୍ତୁ ଏବେ…

ଡ୍ରାଇଭିଂ ଟେଷ୍ଟ ଦେଉଥିଲେ ଏସ୍‌ପି: ସମୁଦ୍ରରେ ଫସିିିଲା ପୋଲିସ ଭ୍ୟାନ୍‌

ବାଲେଶ୍ୱର ଅଫିସ,୨୪।୯: ବାଲେଶ୍ୱର ଜିଲାର ପୋଲିସ ନାମରେ ଥିବା ଏକ ଗାଡ଼ି (ନଂ. ଓଡ଼ି୦୫ବିଏ-୪୬୧୬) ବୁଧବାର ରାତିରେ ଚାନ୍ଦିପୁର ଆଇଟିଆର୍‌ର ନିଷିଦ୍ଧାଞ୍ଚଳ ୬ହଜାର ପଏଣ୍ଟ ତଥା ମହିଁଷାଳି ପୋଲ ନିକଟ ସମୁଦ୍ର ଭିତରେ ଫସିଯାଇଥିବା ସୂଚନା ମିଳିଛି। ଗତ ଏପ୍ରିଲରେ ବାଲେଶ୍ୱର…

ଚିଠି ଲେଖି ହତ୍ୟା ଧମକ ଦେଉଥିଲେ ନକଲି ମାଓବାଦୀ

ଝାରସୁଗୁଡ଼ା ଅଫିସ,୨୩ା୯: ଝାରସୁଗୁଡ଼ା ଜିଲା ବଡମାଲ ଥାନା ପୋଲିସ ଜଣେ ନକଲି ମାଓବାଦୀଙ୍କୁ ଗୁରୁବାର ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ବରଗଡ ଜିଲା ବିଜେପୁର ତାଳପଦର ଗ୍ରାମର ଯୁଧିଷ୍ଠିର ପ୍ରଧାନ(୩୬)। ତାଙ୍କ ନିକଟରୁ ପୋଲିସ ୨ମୋବାଇଲ୍‌, ୨ସିମ୍‌,…

କୋଟିଆରେ ଆନ୍ଧ୍ର ପାଳିଲା ପୁଷ୍ଟି ଦିବସ

ପଟ୍ଟାଙ୍ଗୀ,୨୩ା୯(ଡି.ଏନ୍‌.ଏ.): କୌଣସି ନୀତି ନିୟମ ମାନିବାକୁ ପ୍ରସ୍ତୁତ ନୁହେଁ ଆନ୍ଧ୍ର। କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ଅଧୀନ କୋଟିଆ ପଞ୍ଚାୟତ ଯେ ଓଡ଼ିଶାର ଏହା ସ୍ବୀକାର କରିବାକୁ ଆନ୍ଧ୍ର ନାରାଜ। ତାହା ଆମ ପଞ୍ଚାୟତ ବୋଲି ଜାହିର କରିବାକୁ ଆନ୍ଧ୍ର ବିଭିନ୍ନ…

ଛତ୍ରଭଙ୍ଗ ଦେଲେ ମାଓବାଦୀ: ମିଳିଲା ୩୦୩ ଅଫୁଟା ଗୁଳି

ମାଲକାନଗିରି,୨୩ା୯(ଡି.ଏନ୍‌.ଏ.): ମାଲକାନଗିରି ଜିଲା ମାଥିଲି ବ୍ଲକ ତୁଳସୀ ପାହାଡ଼ରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ବେଳେ ପୋଲିସକୁ ସଫଳତା ମିଳିଛି। ଗତ ୨୦ ତାରିଖରେ ଏହି ଗୁଳି ବିନିମୟ ହୋଇଥିଲା। ପରେ ତଲାସୀ ବେଳେ ବହୁ ପରିମାଣର ମାଓବାଦୀ ସାମଗ୍ରୀ ଜବତ…

ଚାଷୀଙ୍କୁ ନେଇ ଯାଉଥିବା ବସ୍‌ ଓଲଟିଲା

ସୋରଡ଼ା,୨୩ା୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସୋରଡ଼ା ନିକଟ କୁଲାଙ୍ଗୀ- କାଳିଆଘୋଡ଼ା ମଧ୍ୟରେ ଗୁରୁବାର ଏକ ବସ୍‌ ଓଲଟି ପଡ଼ିବାରୁ ୪୭ ଜଣ ଚାଷୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୭ଜଣ ଗୁରୁତର ଥିବା ଜଣାପଡିଛି। ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ ସୋରଡ଼ା ଓ ଭଞ୍ଜନଗର…

ପରକୀୟା ପ୍ରୀତିରୁ ହତ୍ୟା

ବାଲିଆପାଳ,୨୩।୯(ସ୍ବ.ପ୍ର.): ବାଲେଶ୍ୱର ଜିଲା ବାଲିଆପାଳ ଥାନା ଘଣ୍ଟୁଆ ପଞ୍ଚାୟତ ବଡ଼କସବା ଗ୍ରାମର ଏକ ଧାନ ବିଲରୁ ଜଣେ ଯୁବକଙ୍କ ମୃତଦେହ ପୋଲିସ ଜବତ କରିଛି। ସେ ହେଲେ ତରୁଣ କୁମାର ପାତ୍ର(୩୮)। ପରକୀୟା ପ୍ରୀତିରୁ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।…

ବାପାଙ୍କୁ କିଡ୍‌ନୀ ଦାନ କଲେ ୨୨ ବର୍ଷୀୟା ଝିଅ

ଭବାନୀପାଟଣା/କୋକସରା,୨୩।୯: କଳାହାଣ୍ଡି ଜିଲା କୋକସରା ବ୍ଲକ ଲଡୁଗାଁ ଗ୍ରାମର ସୁନିଲ ଗର୍ଗ (୪୭)ଙ୍କୁ ତାଙ୍କର ୨୨ ବର୍ଷର ଝିଅ ସଲୋନୀ କିଡ୍‌ନୀ ଦାନ କରି ନୂଆ ଜୀବନ ଦେଇଛନ୍ତି। ସୁନିଲ ଗତ କିଛି ବର୍ଷ ହେଲା କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇଥିଲେ।…

ଉପର ମୁଣ୍ଡରେ ବର୍ଷା: ବିପଦ ସଙ୍କେତ ଡେଇଁଲା ବୈତରଣୀ

ଭଦ୍ରକ ଅଫିସ,୨୩।୯: ଉପର ମୁଣ୍ଡରେ ବର୍ଷା ଯୋଗୁ ବଢ଼ୁଛି ବୈତରଣୀ ନଦୀର ଜଳସ୍ତର। ଭଦ୍ରକ ଜିଲା ଆଖୁଆପଦାଠାରେ ନଦୀଠାରେ ନଦୀ ବିପଦ ସଙ୍କେତ ୧୭.୬୩ ମିଟର ରହିଥିବା ବେଳେ ଅପରାହ୍ନ ୨ଟା ସୁଦ୍ଧା ୧୭.୮୫ ମିଟର ଉପରେ ବନ୍ୟାଜଳ ପ୍ରବାହିତ ହେଉଛି।…

୨୦ରୁ ଅଧିକ କୁକୁରଙ୍କୁ ବିଷ ଦେଇ ମାରିଥିଲେ; ଜଳଖିଆ ଦୋକାନୀଙ୍କୁ ବାନ୍ଧିଲା ପୋଲିସ

ଟାଙ୍ଗୀ,୨୩।୯(ଡି.ଏନ୍‌.ଏ.): କଟକ ଜିଲା ଚୌଦ୍ୱାର ଥାନା ଅନ୍ତର୍ଗତ ଶଙ୍କରପୁର ଗ୍ରାମରେ ଖାଦ୍ୟରେ ବିଷ ଦେଇ ୨୦ରୁ ଅଧିକ କୁକୁରଙ୍କୁ ମାରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ଗୁରୁବାର ପୋଲିସ ଜଳଖିଆ ଦୋକାନୀ ଅଜୟ କୁମାର ସାହୁଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?