Posted inଭଦ୍ରକ

ଲୋକଙ୍କୁ ବିଭ୍ରାନ୍ତ କରୁଛି ଭୁଲ୍‌ ସୂଚନା

ପଦ୍ମପୁର, ୪।୧୨(ଡି.ଏନ.ଏ.)-ଭଦ୍ରକ ଜିଲା ବାସୁଦେବପୁର ବ୍ଲକର ବିଭିନ୍ନ ରାସ୍ତା ନିର୍ମାଣ କରୁଥିବା ପୂର୍ତ୍ତ ବିଭାଗ ଭୁଲ୍‌ ଓ ବିଭ୍ରାନ୍ତକର ତଥ୍ୟ ପ୍ରଦର୍ଶନ କରାଇ ଲୋକଙ୍କୁ ହଇରାଣ କରୁଛି। ପ୍ରଦର୍ଶନ ବୋର୍ଡରେ ବିଭିନ୍ନ ଛକ ଓ ଗ୍ରାମର ନାମକୁ ଭୁଲ୍‌ ଲେଖାଯାଇଥିବା ଅଭିଯୋଗ ହୋଇଛି।
ପ୍ରକାଶ ଯେ, ପଦ୍ମପୁର ବିରସ ରାସ୍ତାର ଶରତରପୁର ଛକଠାରେ ଗ୍ରାମର ନାମକୁ ପ୍ରଦର୍ଶନ ବୋର୍ଡରେ ଶରତପୁର ଲେଖା ହୋଇଛି। ହତାଶିଆଠାରେ ଏକ ପ୍ରଦର୍ଶନ ବୋର୍ଡରେ ତିହିଡ଼ି ରାସ୍ତା ଡାହାଣ ପାର୍ଶ୍ୱରେ ଥିବାବେଳେ ବାମପଟକୁ ସୂଚିତ କରାଯାଇଛି। ଫଳରେ ଅଜଣା ପଥଚାରୀ ତିହିଡ଼ି ରାସ୍ତା ବଦଳରେ ବାସୁଦେବପୁର ରାସ୍ତାରେ ଯାଇ ହଇରାଣ ହେଉଛନ୍ତି। ସେହିପରି କମାରଗଁା ମାଟିପକା ରାସ୍ତାରେ ବିଣାପଦା ଛକ ପରିବର୍ତ୍ତେ ବିଣାପାଦା ଲେଖା ହୋଇଛି। ଖେମପୁର ଛକ ବଦଳରେ ଖେଁପୁର ଲେଖା ଯାଇଥିବାରୁ ଜିଲାର ବିଭିନ୍ନ ଅଞ୍ଚଳରୁ ଆସୁଥିବା ଯାତ୍ରୀ ଇଆଡ଼େ ସିଆଡ଼େ ରାସ୍ତାରେ ଘୂରି ବୁଲୁଛନ୍ତି। ଏନେଇ ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ ସତ୍ତ୍ୱେ ସଂଶୋଧନ ପାଇଁ ପଦକ୍ଷେପ ନିଆଯାଉ ନ ଥିବା ବାଲିମେଦ ସରପଞ୍ଚ ପ୍ରଫୁଲ୍ଲ କୁମାର ପଳିତା, ଲକ୍ଷ୍ମୀଦାସପୁର ସରପଞ୍ଚ ବୁଦ୍ଧିରାମ ସେଠୀ, ଗୁଆଗଡ଼ିଆ ସରପଞ୍ଚ ଲଳିତା ନାୟକଙ୍କ ସହ ସ୍ଥାନୀୟ ଅଞ୍ଚଳବାସୀ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ବିଭାଗର ଉପଖଣ୍ଡ ଅଧିକାରୀ ପ୍ରଭାତ କୁମାର ସାହୁଙ୍କୁ ପଚାରିବାରୁ କହିଛନ୍ତି, ଗ୍ରାମର ନାମକୁ ଠିକ୍‌ ଭାବେ ଲେଖି ରାସ୍ତାରେ ପ୍ରଦର୍ଶନ ବୋର୍ଡରେ ଦେବା ପାଇଁ ନିଆଯାଇଥିଲା। ହେଲେ ଦାୟିତ୍ୱ ନେଇଥିବା ଠିକାଦାରଙ୍କ ଖାମଖିଆଲି ମନୋଭାବ ଯୋଗୁ ଏଭଳି ତ୍ରୁଟି ଘଟିଛି। ତେବେ ଏହାର ସଂଶୋଧନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ଚାନ୍ଦବାଲି ବିଡିଓଙ୍କୁ ସସ୍‌ପେଣ୍ଡ କରି…

ଚାନ୍ଦବାଲି,୧ା୧୦(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ବିଡିଓ ସଞ୍ଜୀବ ମହାପାତ୍ରଙ୍କ ବିରୋଧରେ ରାଜ୍ୟ ସରକାର ନେଇଛନ୍ତି କଠୋର କାର୍ଯ୍ୟାନୁଷ୍ଠାନ। କାର୍ଯ୍ୟରେ ଅବହେଳା ଓ ଶୃଙ୍ଖଳାଗତ ନିୟମ ଭଙ୍ଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?