Posted inଭଦ୍ରକ

ଲୋକଙ୍କୁ ବିଭ୍ରାନ୍ତ କରୁଛି ଭୁଲ୍‌ ସୂଚନା

ପଦ୍ମପୁର, ୪।୧୨(ଡି.ଏନ.ଏ.)-ଭଦ୍ରକ ଜିଲା ବାସୁଦେବପୁର ବ୍ଲକର ବିଭିନ୍ନ ରାସ୍ତା ନିର୍ମାଣ କରୁଥିବା ପୂର୍ତ୍ତ ବିଭାଗ ଭୁଲ୍‌ ଓ ବିଭ୍ରାନ୍ତକର ତଥ୍ୟ ପ୍ରଦର୍ଶନ କରାଇ ଲୋକଙ୍କୁ ହଇରାଣ କରୁଛି। ପ୍ରଦର୍ଶନ ବୋର୍ଡରେ ବିଭିନ୍ନ ଛକ ଓ ଗ୍ରାମର ନାମକୁ ଭୁଲ୍‌ ଲେଖାଯାଇଥିବା ଅଭିଯୋଗ ହୋଇଛି।
ପ୍ରକାଶ ଯେ, ପଦ୍ମପୁର ବିରସ ରାସ୍ତାର ଶରତରପୁର ଛକଠାରେ ଗ୍ରାମର ନାମକୁ ପ୍ରଦର୍ଶନ ବୋର୍ଡରେ ଶରତପୁର ଲେଖା ହୋଇଛି। ହତାଶିଆଠାରେ ଏକ ପ୍ରଦର୍ଶନ ବୋର୍ଡରେ ତିହିଡ଼ି ରାସ୍ତା ଡାହାଣ ପାର୍ଶ୍ୱରେ ଥିବାବେଳେ ବାମପଟକୁ ସୂଚିତ କରାଯାଇଛି। ଫଳରେ ଅଜଣା ପଥଚାରୀ ତିହିଡ଼ି ରାସ୍ତା ବଦଳରେ ବାସୁଦେବପୁର ରାସ୍ତାରେ ଯାଇ ହଇରାଣ ହେଉଛନ୍ତି। ସେହିପରି କମାରଗଁା ମାଟିପକା ରାସ୍ତାରେ ବିଣାପଦା ଛକ ପରିବର୍ତ୍ତେ ବିଣାପାଦା ଲେଖା ହୋଇଛି। ଖେମପୁର ଛକ ବଦଳରେ ଖେଁପୁର ଲେଖା ଯାଇଥିବାରୁ ଜିଲାର ବିଭିନ୍ନ ଅଞ୍ଚଳରୁ ଆସୁଥିବା ଯାତ୍ରୀ ଇଆଡ଼େ ସିଆଡ଼େ ରାସ୍ତାରେ ଘୂରି ବୁଲୁଛନ୍ତି। ଏନେଇ ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ ସତ୍ତ୍ୱେ ସଂଶୋଧନ ପାଇଁ ପଦକ୍ଷେପ ନିଆଯାଉ ନ ଥିବା ବାଲିମେଦ ସରପଞ୍ଚ ପ୍ରଫୁଲ୍ଲ କୁମାର ପଳିତା, ଲକ୍ଷ୍ମୀଦାସପୁର ସରପଞ୍ଚ ବୁଦ୍ଧିରାମ ସେଠୀ, ଗୁଆଗଡ଼ିଆ ସରପଞ୍ଚ ଲଳିତା ନାୟକଙ୍କ ସହ ସ୍ଥାନୀୟ ଅଞ୍ଚଳବାସୀ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ବିଭାଗର ଉପଖଣ୍ଡ ଅଧିକାରୀ ପ୍ରଭାତ କୁମାର ସାହୁଙ୍କୁ ପଚାରିବାରୁ କହିଛନ୍ତି, ଗ୍ରାମର ନାମକୁ ଠିକ୍‌ ଭାବେ ଲେଖି ରାସ୍ତାରେ ପ୍ରଦର୍ଶନ ବୋର୍ଡରେ ଦେବା ପାଇଁ ନିଆଯାଇଥିଲା। ହେଲେ ଦାୟିତ୍ୱ ନେଇଥିବା ଠିକାଦାରଙ୍କ ଖାମଖିଆଲି ମନୋଭାବ ଯୋଗୁ ଏଭଳି ତ୍ରୁଟି ଘଟିଛି। ତେବେ ଏହାର ସଂଶୋଧନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଭଦ୍ରକରେ ବନ୍ୟା ପରିସ୍ଥିତି: ତଳିଆ ଅଞ୍ଚଳବାସୀଙ୍କୁ ସ୍ଥାନାନ୍ତର କଲା ପ୍ରଶାସନ

ଭଦ୍ରକ ଅଫିସ,୨୭ା୮: ଉପର ମୁଣ୍ଡରେ ପ୍ରବଳ ଲଗାଣ ବର୍ଷା ଯୋଗୁ ଭଦ୍ରକ ଜିଲାରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବର୍ତ୍ତମାନ ସୁଦ୍ଧା ୭୦ ଜଣଙ୍କୁ...

ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଲହଡି ଭାଙ୍ଗୁଛି ବର୍ଷା ଜଳ

ଭଦ୍ରକ ଅଫିସ,୫।୭: ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟ ଆଉଟଡୋର ମଧ୍ୟରେ ବର୍ଷାଜଳ ଲହଡି ଭାଙ୍ଗୁଛି । ମଙ୍ଗଳବାର ସକାଳୁ ଲାଗି ରହିଥିବା ବର୍ଷାରେ ପାଣି ନିଷ୍କାସନ...

କାନଭାସ୍‌ରେ କରୋନା ସଚେତନତା

ଆରଡି,୨୦ା୪(ଡି.ଏନ.ଏ.)-ବିଭିନ୍ନ ସମୟରେ ସାମାଜିକ ଘଟଣାକୁ ନିଜ ରଙ୍ଗତୂଳୀରେ ରୂପଦେଇ ଆସୁଥିବା ଚିତ୍ରଶିଳ୍ପୀ ମୃତ୍ୟୁଞ୍ଜୟ ଏବେ କରୋନାକୁ ନେଇ ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି। ଘରୁ ନ ବାହାରିବା,...

ରହଣିଆରେ ଅଗ୍ନିକାଣ୍ଡ: ୧୦ ବଖରା ଜଳିଗଲା

ଭଦ୍ରକ ଅଫିସ, ୨୨।୧୧- ଭଦ୍ରକ ପୌରପାଳିକାର ଚରମ୍ପା ୨ ନମ୍ବର ୱାର୍ଡ ବରାଳପୋଖରୀ ରହଣିଆ ଗ୍ରାମରେ ଶୁକ୍ରବାର ଅପରାହ୍ନରେ ଭୟାବହ ଅଗ୍ନିକାଣ୍ଡ ଘଟି ୬ ପରିବାରର...

ଅଗ୍ନିପଥ’କୁ ବିରୋଧ କରି ଜାତୀୟ ରାଜପଥ ଅବରୋଧ

ଭଦ୍ରକ ଅଫିସ,୨୦ା୬: ‘ଅଗ୍ନିପଥ’ ଯୋଜନାକୁ ବିରୋଧ କରି ସୋମବାର ପୂର୍ବାହ୍ନରେ ଭଦ୍ରକ ବନ୍ତ ଛକଠାରେ ଆଶାୟୀ ଯୁବକମାନେ ୧୬ନଂ. ଜାତୀୟ ରାଜପଥକୁ ଅବରୋଧ କରିଥିଲେ। ସାମାଜିକ...

ଗ୍ରାହକଙ୍କୁ ମାଡ଼ ମାରି ଢାବା ମାଲିକ ଗିରଫ

ବାସୁଦେବପୁର,୧୬।୧୦ (ଡି.ଏନ.ଏ.): ଗ୍ରାହକଙ୍କୁ ମାଡ଼ ମାରିବା ଅଭିଯୋଗରେ ବାସୁଦେବପୁର-ଧାମରା ରାସ୍ତାର ନଳବାଙ୍କଠାରେ ଥିବା ଏକ ଢାବାର ମାଲିକ ଚିନ୍ମୟ ଭୋଇଙ୍କୁ ନାୟକାଣିଡିହୀ ଥାନା ପୋଲିସ ବୁଧବାର...

ପୂଜା, ଭସାଣିରେ ନିଶା ସେବନ ମନା

ଭଦ୍ରକ ଅଫିସ,୨୬।୯: ଶାରଦୀୟ ପର୍ବ ପାଳନ ଅବସରରେ ଡିଜେ ବ୍ୟବହାର ନିଷେଧ। ପୂଜା ଅବଧି କିମ୍ବା ଭସାଣି ସମୟରେ କମିଟି ସଦସ୍ୟ ନିଶା ସେବନରୁ ବିରତ...

ସ୍ବାଧୀନତା ସଂଗ୍ରାମରେ ଭଦ୍ରକର ରହିଛି ଅତୁଳନୀୟ ଅବଦାନ: ଜିଲାପାଳ

ଭଦ୍ରକ ଅଫିସ,୨୬।୧: ଭଦ୍ରକଠାରେ ୭୧ ତମ ସାଧାରଣତନ୍ତ୍ର ଦିବସ ରବିବାର ପାଳନ କରାଯାଇଛି। ଭଦ୍ରକ ନେହେରୁ ଷ୍ଟାଡିୟମଠାରେ ଅନୁଷ୍ଠିତ ଏହି ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସରେ ମୁଖ୍ୟଅତିଥି...

Advertisement
Archives

Model This Week