ହୀରାକୁଦ ଜଳଭଣ୍ଡାରର ଆଉ ୪ ଗେଟ୍ ଖୋଲିଲା
ସମ୍ବଲପୁର ଅଫିସ,୨୩ା୯: ଉପରମୁଣ୍ଡରେ ବର୍ଷା ହେଉଥିବାରୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢ଼ିବାରେ ଲାଗିଛି। ଡ୍ୟାମର ଜଳଧାରଣ କ୍ଷମତା ୬୩୦ଫୁଟ ଥିବା ବେଳେ ଏବେ ଜଳସ୍ତର ରହିଛି ୬୨୯.୭୫ ଫୁଟ । ହୀରାକୁଦ ଜଳଭଣ୍ଡାରକୁ ୧ ଲକ୍ଷ ୬୭ ହଜାର ୮୫୬ କ୍ୟୁସେକ୍…
ପୋଖରୀ ନିଲାମକୁ ନେଇ ବଢୁଛି ବିବାଦ
ଖଇରା,୨୩ା୯(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରା ବ୍ଲକ ଡୁଙ୍ଗୁରା ପଞ୍ଚାୟତ ଅଧୀନ ମୁହଁଚୁଆଁ ଗ୍ରାମରେ ପୋଖରୀ ନିଲାମକୁ କେନ୍ଦ୍ର କରି ପଡ଼ୋଶୀ ଖାନପୁର ଗ୍ରାମ ସହ ବିବାଦ ବଢ଼ିବାରେ ଲାଗିଛି। ଗ୍ରାମ ପୋଖରୀକୁ ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ଦିଆଯିବା ପରିବର୍ତ୍ତେ ଖାନପୁର ଗ୍ରାମବାସୀଙ୍କୁ…
ଚାଷଜମିରେ ମାଡ଼ିଗଲା ପଟୁ
ପଦ୍ମପୁର,୨୩ା୯(ଡି.ଏନ.ଏ.): ଲଗାଣ ବର୍ଷାରେ ଭଦ୍ରକ ସଦର ବ୍ଲକ ଦେଇ ବହି ଯାଇଥିବା ଧନନ୍ତ୍ୱରୀ, ସାଳନ୍ଦୀ, ଧଳା, କଞ୍ଚୁଡ଼ି, ମନ୍ତେଇ ଆଦି ବିଭିନ୍ନ ନଦୀରେ ବର୍ଷାଜଳ ପ୍ରବାହିତ ହୋଇଥିଲା। ବର୍ଷାପାଣି ମାଡ଼ି ଆସି ଶତାଧିକ ହେକ୍ଟର ଚାଷଜମି ଉପରେ ଜମି ରହିଥିଲା। ସଦର…
ଉଛୁଳିଲା ଜମ୍ଭୀରା ନଦୀ
ବାରିପଦା ଅଫିସ,୨୩ା୯: ଲଘୁଚାପ ଜନିତ ଲଗାଣ ବର୍ଷାରେ ମୟୂରଭଞ୍ଜ ଜିଲାର ତିନୋଟି ବ୍ଳକ ଅଞ୍ଚଳ ପ୍ରଭାବିତ ହୋଇଛି। ରାସଗୋବିନ୍ଦପୁର, ଶୁଳିଆପଦା ଓ ମୋରଡ଼ା ବ୍ଲକର ବିଭିନ୍ନ ଗ୍ରାମରେ ବନ୍ୟାଜଳ ପ୍ରବେଶ କରି ବ୍ୟାପକ କ୍ଷୟକ୍ଷତି ଘଟିଛି। ଧାନ ଓ ପରିବା ଚାଷ…
ପୁଣି ଫୁଲିଲା ସୁବର୍ଣ୍ଣରେଖା
ଜଳେଶ୍ୱର,୨୩ା୯(ଡି.ଏନ.ଏ.): ଗତ ୨୪ ଘଣ୍ଟା ମଧ୍ୟରେ ଉପରମୁଣ୍ଡରେ ହଜାରେ ମି.ମି ବର୍ଷା ହୋଇଥିବାରୁ ବାଲେଶ୍ୱର ଜିଲା ଦେଇ ପ୍ରବାହିତ ସୁବର୍ଣ୍ଣରେଖା ନଦୀ ଚଳିତ ବର୍ଷ ତୃତୀୟ ଥର ପାଇଁ ଫୁଲି ଉଠିଛି। ଚାନ୍ଦିଲି ବନ୍ଧଠାରେ ୭ଟି ଫାଟକ ଖୋଲାଥିବା ବେଳେ ଗାଲୁଡିହରେ…
ନାବାଳିକା ବଳାତ୍କାରୀ ଛତିଶଗଡ଼ରୁ ଗିରଫ
ବାଲିଆପାଳ,୨୩ା୯(ସ୍ବ.ପ୍ର): ବାଲେଶ୍ୱର ଜିଲା ବାଲିଆପାଳ ଥାନା ଅଞ୍ଚଳର ଜଣେ ୭ ବର୍ଷର ନାବାଳିକାଙ୍କୁୁ ବଳାତ୍କାର କରି ଫେରାର ଥିବା ଅଭିଯୁକ୍ତଙ୍କୁ ବାଲିଆପାଳ ପୋଲିସ ସୋମବାର ଛତିଶଗଡ଼ର ଭିଲେଇ ଅଞ୍ଚଳରୁ ଗିରଫ କରିଛି। ସେ ହେଲେ ଭାସ୍କର ଚନ୍ଦ୍ର ସାହୁ (୫୦)। ଗତ…
ପାଣିଘେରରେ ବସ୍ତା ଥାନା,କୋର୍ଟ
ରୂପ୍ସା/ବସ୍ତା,୨୩ା୯(ଡି.ଏନ.ଏ.): ଲଗାଣ ବର୍ଷା ଯୋଗୁ ବାଲେଶ୍ୱର ଜିଲା ଜଳକା ନଦୀରେ ବନ୍ୟା ସ୍ଥିତି ଗମ୍ଭୀର ହୋଇପଡ଼ିଛି। ବସ୍ତା ବ୍ଲକର ୧୩ ଓ ସଦର ବ୍ଲକର ୨ଟି ପଞ୍ଚାୟତରେ ପାଣି ପଶିଛି। ବିଭିନ୍ନ ସ୍ଥାନରେ ଗାଁ ଓ ମୁଖ୍ୟ ରାସ୍ତା ବୁଡ଼ି ଯୋଗାଯୋଗ…
ଲାଭ ଦେଇଛି ଲଘୁଚାପ
ଅନୁଗୋଳ ଅଫିସ,୨୩ା୯: ଅଗଷ୍ଟରେ ଫାଟି ଆଁ କରିଥିଲା ଜମି। ବର୍ଷାକୁ ଚାହିଁ ଚାହିଁ ଗଡ଼ି ଯାଇଥିଲା ଚାଷ ସମୟ। ଫଳରେ ଧାନ ଫସଲକୁ ନେଇ ପୂରଣ ହୋଇପାରିଲାନି ଲକ୍ଷ୍ୟଧାର୍ଯ୍ୟ। ତଥାପି ମରୁଡ଼ି ଆଶଙ୍କାରେ ଆତଙ୍କିତ ହୋଇପଡ଼ିଥିଲେ ଅନୁଗୋଳ ଜିଲାର ଚାଷୀ। ହେଲେ…
ଯନ୍ତ୍ରଣା ଦେଉଛି ଜାତୀୟ ରାଜପଥ
ଭୁବନ, ୨୩।୯(ଡି.ଏନ.ଏ.) ସୁବ୍ୟବସ୍ଥିତ ସଡ଼କପଥ ଉପରେ ନିର୍ଭର କରେ ଅଞ୍ଚଳର ବିକାଶ। ଆନ୍ତଃରାଜ୍ୟ ଏବଂ ଆନ୍ତଃଜିଲା ପରିବହନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଲାଗି ଜାତୀୟ ରାଜପଥ (ଏନ୍ଏଚ୍)ର ଉନ୍ନତୀକରଣକୁ ସର୍ବଦା ଦିଆଯାଉଛି ପ୍ରାଥମିକତା। ରାସ୍ତା ସମ୍ପ୍ରସାରଣ, ଡ୍ରେନେଜ୍ ବ୍ୟବସ୍ଥା, ଆଲୋକୀକରଣ…
ଦମ୍ପତିଙ୍କଠାରୁ ଝାମ୍ପିନେଲେ ୩.୫୦ ଲକ୍ଷ
ବାରିପଦା ଅଫିସ/ଉଦଳା,୨୩।୯(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଉଦଳା ଥାନା ଅଧୀନ ବିସିପୁର-ଧାନଘେରା ରାସ୍ତାରେ ଏକ ଦମ୍ପତିଙ୍କଠାରୁ ୩ ଲକ୍ଷ ୫୦ହଜାର ଟଙ୍କା ଭର୍ତ୍ତି ବ୍ୟାଗ୍ ଦୁର୍ବୃତ୍ତମାନେ ଝାମ୍ପି ନେଇଛନ୍ତି। ପ୍ରକାଶ ଯେ, ଧାନଘେରା ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ରତିକାନ୍ତ ବେହେରା ସ୍ତ୍ରୀଙ୍କ ସହ…
ବରଗଡ଼ରେ ପୁଣି ଚାଷୀ ଆତ୍ମହତ୍ୟା
ଅତାବିରା\ସରଣ୍ଡା,୨୨।୯(ଡି.ଏନ.ଏ.): ବରଗଡ଼ ଜିଲା ଅତାବିରା ବ୍ଲକ ହିର୍ଲିପାଲି ପଞ୍ଚାୟତ ଅନ୍ତର୍ଗତ ଟାଙ୍ଗରଟିକ୍ରା ଗ୍ରାମରେ ଚାଷୀ ଆତ୍ମହତ୍ୟା ଅଭିଯୋଗ ପୁଣି ଆଲୋଡ଼ନ ସୃଷ୍ଟି କରିଛି। ଗତ ରବିଋତୁର ଫସଲହାନୀ ଏବଂ ଋଣ ପରିଶୋଧ ଚିନ୍ତାରେ ଚାଷୀ ବୃନ୍ଦାବନ ଭୁଏ(୬୨) କୀଟନାଶକ ପିଇ ଆତ୍ମହତ୍ୟା…
ବିନା ଟିକେଟରେ ଯାତ୍ରା କରି ବନ୍ଧା ହେଲେ ୨୫ଜଣ
ପୁରୀ ଅଫିସ, ୨୨ା୯: ବିଭିନ୍ନ ଟ୍ରେନ୍ରେ ବିନା ଟିକେଟରେ ଯାତ୍ରା କରିବା ଅଭିଯୋଗରେ ୨୫ଜଣଙ୍କୁ ରେଲଓ୍ବେ ପୋଲିସ ଗିରଫ କରିଛି। ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ମଙ୍ଗଳବାର ସେମାନଙ୍କୁ ସ୍ବତନ୍ତ୍ର ରେଲଓ୍ବେ ମାଜିଷ୍ଟ୍ରେଟଙ୍କ ନିକଟକୁ ପଠାଇ ଦିଆଯାଇଛି। ପୁରୀ ରେଲଓ୍ବେ ଥାନା ଅଧିକାରୀ…

