ଠିକ୍‌ ଭାବେ ସଫେଇ ହେଉନି ସହର:ଲୋକଙ୍କୁ ଘାରିଲାଣି ଡେଙ୍ଗୁ ଭୟ

ଅନୁଗୋଳ ଅଫିସ, ୪।୧୨- ଅନୁଗୋଳ ଜିଲାରୁ କେତେଜଣ ଡେଙ୍ଗୁ ରୋଗୀ ବାହାରିଲେଣି। ସେମାନେ ବିଭିନ୍ନ ଘରୋଇ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବା ସୂଚନା ମିଳିଥିଲେ ମଧ୍ୟ ପ୍ରଶାସନ ନିକଟରେ ଏ ନେଇ ଉପଯୁକ୍ତ ତଥ୍ୟ ପହଞ୍ଚିନାହିଁ। ଏପରି କି ଡେଙ୍ଗୁ ଯେପରି ନ ବ୍ୟାପିବ ସେ ନେଇ ସ୍ବାସ୍ଥ୍ୟ ପ୍ରଶାସନ କିମ୍ବା ପୌର ପ୍ରଶାସନ ପକ୍ଷରୁ ସେପରି ଉଦ୍ୟମ କରାଯାଉ ନାହିଁ। ସହର ସଫେଇ ଠିକ୍‌ ଭାବେ ହେଉ ନ ଥିବାରୁ ଓ ଚାରିଆଡ଼େ ଆବର୍ଜନା ଗଦା ହୋଇ ରହୁଥିବାରୁ ଆଗାମୀ ଦିନରେ ଡେଙ୍ଗୁ ସହରବାସୀଙ୍କ ପାଇଁ ଚିନ୍ତାର କାରଣ ହୋଇପାରେ ବୋଲି ବୁଦ୍ଧିଜୀବୀମାନେ ଆଶଙ୍କା ବ୍ୟକ୍ତ କରୁଛନ୍ତି।
ଅନୁଗୋଳ ସହରରେ ପରିମଳ ବ୍ୟବସ୍ଥା ଏକ ପ୍ରକାର ବିପର୍ଯ୍ୟସ୍ତ ହୋଇପଡ଼ିଛି। ଅମଲାପଡ଼ା, ଡେଲିମାର୍କେଟ, ହେମସୁରପଡ଼ା, ବଜାର ଅଞ୍ଚଳ, ଶିମିଳପଡ଼ା, ବସ୍‌ଷ୍ଟାଣ୍ଡ, ଗାନ୍ଧୀମାର୍ଗ, ମିଶ୍ରପଡ଼ା, ହୁଲୁରୁସିଂହା ଛକରେ କୁଢ଼ କୁଢ଼ ଅଳିଆ ଗଦାହୋଇ ରହୁଛି। ଆସ୍ବାସ୍ଥ୍ୟକର ପରିବେଶ ସହ ମଶା ବଂଶ ବୃଦ୍ଧି ପାଉଛି। କିନ୍ତୁ ଏ ନେଇ ପୌର ପ୍ରଶାସନ ଦୃଷ୍ଟି ଦେଉନାହିଁ। ଦାୟିତ୍ୱ ନେଇଥିବା ଠିକା ସଂସ୍ଥାର କର୍ମଚାରୀମାନେ ଠିକ୍‌ ଭାବେ ସଫେଇ କରୁଛନ୍ତି କି ନାହିଁ ତାହା ସଂସ୍ଥା କର୍ତ୍ତୃପକ୍ଷ ତଦାରଖ କରୁନାହାନ୍ତି। ସହରରେ ଉପସ୍ଥିତ ନ ରହି କେବଳ ଫୋନ୍‌ ମାଧ୍ୟମରେ ପରିଚାଳନା କରାଯାଉଛି। ସେହିପରି ପୌର ପରିମଳ ବିଭାଗ କର୍ମଚାରୀଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲ୍‌ଥ କାର୍ଡ ପ୍ରଦାନ କାର୍ଯ୍ୟ ଦିଆଯାଇଥିବାରୁ ସେ ପରିମଳ ବ୍ୟବସ୍ଥା ସମ୍ପର୍କରେ ଠିକ୍‌ ଭାବେ ଅବଗତ ହୋଇପାରୁ ନ ଥିବା ଅଭିଯୋଗ ହେଉଛି। ମଶା ମାରିବାକୁ ଟିଫା ମେଶିନ ଥିଲେ ମଧ୍ୟ ଥରୁଟିଏ ହେଲେ ସହରରେ ବୁଲାଯାଉ ନାହିଁ। ଏ ସମ୍ପର୍କରେ ପୌର ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ କହିଛନ୍ତି, ଠିକ୍‌ ଭାବେ ସଫେଇ ହେଉ ନ ଥିବା ଲୋକେ ଅଭିଯୋଗ କରୁଥିବାରୁ ଠିକା ସଂସ୍ଥାକୁ ତାଗିଦ କରାଯାଇଛି। ୭ ଦିନ ମଧ୍ୟରେ ସଫା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅବହେଳା ପ୍ରଦର୍ଶନ ହୋଇଥିବା ଦୃଷ୍ଟିକୁ ଆସିଲେ ଠିକା ସଂସ୍ଥାର ପାଉଣା ବନ୍ଦ କରାଯିବ। ସେହିପରି ଜିଲା ମୁଖ୍ୟ ଚିକିତ୍ସାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଡେଙ୍ଗୁ ରୋଗୀ ଚିକିତ୍ସାଧୀନ ସମ୍ପର୍କରେ ଅବଗତ ଅଛୁ। କିନ୍ତୁ ସମ୍ପୂର୍ଣ୍ଣ ବିବରଣୀ ମିଳିନାହିଁ। ରୋଗୀଙ୍କ ତଥ୍ୟ ଠିକ୍‌ ଭାବେ ଦେବାକୁ ବିଭିନ୍ନ ନର୍ସିଂହୋମ୍‌କୁ ଚିଠି କରାଯାଇଥିବା ସମ୍ପୃକ୍ତ ଅଧିକାରୀ ପ୍ରକାଶ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

କରଞ୍ଜିଆରୁ ଫେରୁଥିଲେ ଏସ୍‌ପି, ଡ୍ୟୁଟିରୁ ଗାଏବ୍ ଥିଲେ ସାହାରପଡ଼ା ଫାଣ୍ଡି ଅଧିକାରୀ: ତୁରନ୍ତ ସସପେଣ୍ଡ୍…

ପାଟଣା,୩ା୧୦(ବୀର କିଶୋର ଦାଶ): କାର୍ଯ୍ୟରେ ଅବହେଳା, ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ନିର୍ଦ୍ଦେଶ ଅବମାନନା ଏବଂ ଶୃଙ୍ଖଳାହୀନ ଆଚରଣ ଅଭିଯୋଗରେ କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ…

ଓଡ଼ିଶାରେ ପ୍ରତିଷ୍ଠା ହେବ ପାଲି ଭାଷା ଅଧ୍ୟୟନ କେନ୍ଦ୍ର

କୋରାପୁଟ,୩।୧୦(ଅମିତାଭ ବେହେରା): ଶାସ୍ତ୍ରୀୟ ଭାଷା ପାଲିର ଅଧ୍ୟୟନ, ଗବେଷଣା ଓ ସଂରକ୍ଷଣକୁ ଗୁରୁତ୍ୱ ଦେଇ କୋରାପୁଟର ସୁନାବେଡ଼ାସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ‘ସେଣ୍ଟର ଅଫ ଏକ୍ସିଲେନ୍ସ’ ପ୍ରତିଷ୍ଠା ହେବ।…

ବନ୍ୟଜନ୍ତୁଙ୍କ ସୁରକ୍ଷା ସମସ୍ତଙ୍କ ଦାୟିତ୍ଵ

ଦିଗପହଣ୍ଡି,୩|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବନାଞ୍ଚଳ କାର୍ଯ୍ୟାଳୟ ଅଧିନ ଖମାରିଗାଁ ପଞ୍ଚାୟତ ଅନ୍ତର୍ଗତ ବୁରୁବନ୍ଧ ଗ୍ରାମ ବନସୁରକ୍ଷା ସମିତି ପକ୍ଷରୁ ରାଜ୍ୟ ଜଙ୍ଗଲ ପରିବେଶ…

ଦୁର୍ଗାପୂଜା ପାଇଁ କଡ଼ା ସୁରକ୍ଷା ବ୍ୟାଙ୍କ ଓ ସୁନା ଋଣ ପ୍ରତିଷ୍ଠାନ: ପରିଦର୍ଶନ କଲା ପୋଲିସ

ବଞ୍ଚୋ, ୩।୧୦ (ପ୍ରଦୋଷ ବିଶ୍ୱାଳ): ଆଗାମୀ ଦୁର୍ଗାପୂଜାକୁ ଦୃଷ୍ଟିରେ ରଖି ଘଷିପୁରା ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଘଷିପୁରା…

ପାରାଲିସିସ୍‌ ପୀଡ଼ିତାଙ୍କ ପରିବାର ପାଖରେ ବିଧାୟକ: ବଢ଼ାଇଲେ ଆର୍ଥିକ ସହାୟତାର ହାତ

ଗଞ୍ଜାମ, ୩।୧୦ (ଅନାଥ ତରାଇ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ପୁଇଁତୋଳା ବଡ଼ସାହିର ଲକ୍ଷ୍ମୀନାରାୟଣ ବେହେରାଙ୍କ ପତ୍ନୀ ପାର୍ବତୀ ବେହେରା ପାରାଲିସିସ୍‌ ରୋଗରେ ପୀଡ଼ିତ ଥିବା ଖବର ପାଇ…

ନଦୀରେ ଗାଧୋଇବାବେଳେ ବୁଡ଼ିଗଲେ ଦୁଇ ନାବାଳକ

ଜଳେଶ୍ୱର,୩ା୧୦(ନବୀନ ସାହୁ): ଜଳେଶ୍ୱର ଥାନା ଅନ୍ତର୍ଗତ ରାଜପୁର ବସ୍ତି ନିକଟସ୍ଥ ସାଜଲ ଘାଟରେ ଶନିବାର ପୂର୍ବାହ୍ନରେ ସୁବର୍ଣ୍ଣରେଖା ନଦୀରେ ଗାଧୋଉଥିବା ଅବସ୍ଥାରେ ପାଣି ସ୍ରୋତରେ ଭାସିଯାଇ ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?