ଅଧାରେ ଅଟକିଛି ୨୨ ଏନ୍‌ଏଚ୍‌ କାମ

ଯାଜପୁର ଅଫିସ,୪।୧୨: କ୍ଷତିଗ୍ରସ୍ତ ପ୍ରଜାଙ୍କୁ କ୍ଷତିପୁରଣ ପ୍ରଦାନରେ ବିଳମ୍ବ କାରଣରୁ ଜାତୀୟ ରାଜପଥ(ଏନ୍‌ଏଚ୍‌) ନିର୍ମାଣରେ ଅଗ୍ରଗତି ଆଶାନୁରୂପ ହୋଇପାରୁନାହିଁ। ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ସହଜ କରିବା ଓ କ୍ଷତିଗ୍ରସ୍ତ ପ୍ରଜାଙ୍କୁ ସୁବିଧାରେ କ୍ଷତିପୂରଣ ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କ କମ୍ପିଟେଣ୍ଟ ଅଥରିଟି ଅଫ୍‌ ଲ୍ୟାଣ୍ଡ ଆକ୍ୟୁଜେଶନ(ସିଏଏଲ୍‌ଏ ବା କାଲା) ବିଭାଗ ରହିଛି। ହେଲେ ଏହି ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ମନୋଭାବ ଯୋଗୁ ଠିକ୍‌ ସମୟରେ ଜମି ଅଧିଗ୍ରହଣ ପ୍ରକ୍ରିୟା ପରାହତ ହୋଇଛି। ଏହିକ୍ରମରେ ନିର୍ମାଣ ବିଭାଗର ସ୍ବତନ୍ତ୍ର ସଚିବ ଏଚ୍‌.କେ. ପାଢୀ ଯାଜପୁର ଜିଲା ସମେତ ବାଲେଶ୍ୱର, କଟକ, ଦେବଗଡ଼, ଢେଙ୍କାନାଳ, କେନ୍ଦୁଝର, କୋରାପୁଟ, ମୟୂରଭଞ୍ଜ, ନବରଙ୍ଗପୁର, ସମ୍ବଲପୁର ଏବଂ ସୁନ୍ଦରଗଡ଼ ଜିଲାପାଳମାନଙ୍କୁ ଏଥିରେ ହସ୍ତକ୍ଷେପ କରିବାକୁ ଗତ ୨୯ରେ ପୁଣି ଥରେ ନିର୍ଦ୍ଦେଶ ଦେଇଛନ୍ତି। ଗତ ୧୧ା୧୦ା୨୦୨୧ରେ ଅନୁରୂପ ଭାବେ ନିର୍ଦ୍ଦେଶ ହୋଇଥିଲେ ହେଁ ତାହା ଏଯାଏ କାର୍ଯ୍ୟକାରୀ ହୋଇ ନ ଥିବାରୁ ସଚିବ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏହାସହ ନିର୍ମାଣର ଅଗ୍ରଗତି ପାଇଁ କ୍ଷତିପୂରଣ ଅର୍ଥ ପ୍ରଦାନକୁ ତ୍ୱରାନ୍ବିତ କରିବାକୁ ସିଏଏଲ୍‌ଏ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବାକୁ ଜିଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି। ସିଏଏଲ୍‌ଏର ଉପରୋକ୍ତ ଅବହେଳା ପାଇଁ ଜିଲାପାଳମାନେ ଅପଦସ୍ଥ ହେଉଥିବା ଉକ୍ତ ପତ୍ରରୁ ଜଳଜଳ ହୋଇ ଦିଶୁଛି।
ରାଜ୍ୟରେ ୧୧୬୨ କି.ମି. ଦୂରତା ବିଶିଷ୍ଟ ୨୨ଟି ଜାତୀୟ ରାଜପଥ (ଏନ୍‌ଏଚ୍‌) ପ୍ରକଳ୍ପ ଗତ ୨୦୧୭ରୁ ନିର୍ମାଣାଧୀନ ରହିଛି। ଏଥିପାଇଁ ଯାଜପୁର, ଅନୁଗୋଳ, ବାଲେଶ୍ୱର, କଟକ, ଦେବଗଡ଼, ଢେଙ୍କାନାଳ, କେନ୍ଦୁଝର, କୋରାପୁଟ, ମୟୂରଭଞ୍ଜ, ନବରଙ୍ଗପୁର, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲାର ସମୁଦାୟ ୨୪୧୨ ହେକ୍ଟର ବେସରକାରୀ ଜମି ଅଧିଗ୍ରହଣ ହେଉଛି। ଏଥିପାଇଁ ଜମି ହରାଇଥିବା ପ୍ରଜାମାନଙ୍କୁ କ୍ଷତିପୂରଣ ପ୍ରଦାନ କରିବାକୁ ସିଏଏଲ୍‌ଏ ଜରିଆରେ ୨୩୩୯.୭୨କୋଟି ଟଙ୍କା ଜମା ହୋଇଛି। ହେଲେ ସିଏଏଲ୍‌ଏ କର୍ତ୍ତୃପକ୍ଷଙ୍କ ଅବହେଳା କାରଣରୁ ଗତ ୨୦ା୯ା୨୦୨୧ ସୁଦ୍ଧା ୨୪୨.୯୫୫ କୋଟି ଟଙ୍କା କ୍ଷତିଗ୍ରସ୍ତ ପ୍ରଜାଙ୍କୁ ବଣ୍ଟନ ହୋଇ ପାରିନାହିଁ। ଫଳରେ ନିର୍ମାଣାଧୀନ ସମସ୍ତ ୨୨ଟି ପ୍ରକଳ୍ପ ଅଧାରେ ଅଟକିଛି। ଏହାବାଦ୍‌ ୨୦୨୧-୨୨ ଓ ୨୦୨୨-୨୩ ବର୍ଷ ପାଇଁ ନିଷ୍ପତ୍ତି ନିଆଯାଇଥିବା ୨୦ ପ୍ରକଳ୍ପ କାର୍ଯ୍ୟ ଆଗେଇ ପାରିନାହିଁ। ଏହି ମର୍ମରେ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ଗତ ସେପ୍ଟେମ୍ବର ୨୦ରେ ସଡ଼କ ପରିବହନ ଏବଂ ଜାତୀୟ ରାଜପଥ ମନ୍ତ୍ରଣାଳୟର ସଚିବ ତଥା ଏନ୍‌ଏଚ୍‌ଆଇଏର ଅଧ୍ୟକ୍ଷ ଗିରିଧର ଅରମନେ ସୂଚନା ଦେବା ପରେ ନିର୍ମାଣ ବିଭାଗ ପକ୍ଷରୁ ତପତ୍ରତା ପ୍ରକାଶ ପାଇଥିଲା। କିନ୍ତୁ ଏହି ତପତ୍ରତା ନିର୍ମାଣ ବିଭାଗର ଗତ ୨୯ ତାରିଖ ପତ୍ରରୁ ପୁଣି ନିଷ୍କ୍ରିୟ ହୋଇ ପଡିଥିବା ମନେ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ତୁର୍କୀରୁ ନଭପ୍ରୀତ୍‌ ସିଂଙ୍କୁ ଫେରାଇ ଆଣିଲା ଭାରତ, ଜାଣନ୍ତୁ ନଭପ୍ରୀତ୍‌ କିଏ…

ନୂଆଦିଲ୍ଲୀ,୩ା୧୦: ଅନ୍ତର୍ଜାତୀୟ ନିଶା କାରବାରର କିଙ୍ଗ୍‌ପିନ୍‌ ନଭପ୍ରୀତ୍‌ ସିଂଙ୍କୁ ତୁର୍କୀରୁ ବାହାର କରାଇ ଭାରତ ତାଙ୍କୁ ଫେରାଇଆଣିଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଶନିବାର ଘୋଷଣା କରିଛନ୍ତି।…

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ପଡ଼ିଲା ତାଲା

କାଟପାଡ଼,୩ା୧୦(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ସଡ଼ରଙ୍ଗା ପଞ୍ଚାୟତ ବେଲଗଁା ଅଞ୍ଚଳରେ ୧ ମାସରୁ ଊର୍ଦ୍ଧ୍ୱ ହେବ ଟ୍ରାନ୍ସଫର୍ମର ପୋଡ଼ିଯାଇଥିବାରୁ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାତି…

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…

ଦୁର୍ଗା ପୂଜା ପୂର୍ବରୁ କେନ୍ଦୁଝର ପୋଲିସର ବ୍ୟାପକ ସୁରକ୍ଷା ଯାଞ୍ଚ: ଆନନ୍ଦପୁର ଉପଖଣ୍ଡରେ…

ହାଟଡିହୀ,୩।୧୦(ଶୁଭକାନ୍ତ ନାୟକ): ଆସନ୍ତା ଦୁର୍ଗା ପୂଜା ପାର୍ବଣ ସମୟରେ ଅପରାଧ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କେନ୍ଦୁଝର ଏସ୍‌ପି ନୀତିନ କୁଶଲକର ଦାଗୁଡୁଙ୍କ ସ୍ୱତନ୍ତ୍ର ନିର୍ଦ୍ଦେଶ…

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

ଦୁର୍ଘଟଣାରେ ଆହତଙ୍କୁ ବୋହି ମେଡିକାଲ ନେଲେ ଦୁଇ ହୋମଗାର୍ଡ, ସାହସିକତା ପାଇଁ ଗଜପତି ଏସ୍‌ପିଙ୍କ ପ୍ରଶଂସା

ମୋହନା,୩ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ଶନିବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ମହିନ୍ଦ୍ରା…

ଶିକ୍ଷକଙ୍କ ବୃତ୍ତିଗତ ଦକ୍ଷତା ବୃଦ୍ଧି ଉପରେ ମନ୍ଥନ

ଦିଗପହଣ୍ଡି,୩ା୧୦(ଅଶେଷ ନାଥ ମିଶ୍ର): ଶିକ୍ଷୟିତ୍ରୀ ଓ ଶିକ୍ଷକମାନଙ୍କର ନିରନ୍ତର ବୃତ୍ତିଗତ ଦକ୍ଷତା ବିକାଶ ଲକ୍ଷ୍ୟରେ ଦିଗପହଣ୍ଡି ନୂଆସାହି ପ୍ରାଥମିକ ବିଦ୍ୟାଳୟ ପରିସରରେ ମାସିକ କ୍ଲଷ୍ଟର ସ୍ତରୀୟ ସହଭାଗିତା…

କରଞ୍ଜିଆରୁ ଫେରୁଥିଲେ ଏସ୍‌ପି, ଡ୍ୟୁଟିରୁ ଗାଏବ୍ ଥିଲେ ସାହାରପଡ଼ା ଫାଣ୍ଡି ଅଧିକାରୀ: ତୁରନ୍ତ ସସପେଣ୍ଡ୍…

ପାଟଣା,୩ା୧୦(ବୀର କିଶୋର ଦାଶ): କାର୍ଯ୍ୟରେ ଅବହେଳା, ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ନିର୍ଦ୍ଦେଶ ଅବମାନନା ଏବଂ ଶୃଙ୍ଖଳାହୀନ ଆଚରଣ ଅଭିଯୋଗରେ କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?