ବାତ୍ୟା ଭୟ: ଉପକୂଳମୁହାଁ ଟ୍ରଲର, ଡଙ୍ଗା

ଭୋଗରାଇ, ୪।୧୨ (ଡି.ଏନ.ଏ.)-ବଙ୍ଗୋପସାଗରରୁ ମାଡ଼ି ଆସୁଛି ସାମୁଦ୍ରିକ ଝଡ଼ ଜୱାଦ। ମେ’ ରେ ସାମୁଦ୍ରିକ ଝଡ଼ ‘ୟାସ୍‌’ ତାଣ୍ଡବ ମନରୁ ଲିଭି ନ ଥିବା ବେଳେ ପୁଣି ଏକ ସମ୍ଭାବ୍ୟ ବାତ୍ୟା ଆଶଙ୍କାକୁ ନେଇ ଉପକୂଳବାସୀଙ୍କୁ ଭୟଭୀତ ହୋଇପଡିଛନ୍ତି। ଏହି ବାତ୍ୟା ବାଲେଶ୍ୱର ଉପକୂଳକୁ ପ୍ରଭାବିତ କରିବ ବୋଲି ପାଣିପାଗ ବିଭାଗ ସତର୍କ କରାଇଛି। ବାତ୍ୟାର ଭୟଙ୍କର ରୂପ କୂଳଆଡ଼କୁ ଅଗ୍ରସର ହେଉଥିବା ବେଳେ ଶୁକ୍ରବାର ପାଗରେ ଅବନତି ହୋଇଛି। ଆକାଶ ମେଘାଛନ୍ନ ରହିଥିବା ବେଳ ସମୁଦ୍ର ଅଶାନ୍ତ ହୋଇଛି। ଅମାବାସ୍ୟା ତିଥିରେ ସମୁଦ୍ର ଉତ୍ତାଳ ହୋଇ କୂଳଆଡ଼କୁ ଢ଼େଉ ମାଡ଼ିଆସୁଥିବା ଦେଖାଦେଇଛି। ବାତ୍ୟା ଓ ଅଶାନ୍ତ ସମୁଦ୍ର ଯୋଗୁ ବାଲେଶ୍ୱର ଉପକୂଳରୁ ଗଭୀର ସମୁଦ୍ରକୁ ଯାଇଥିବା ସମସ୍ତ ଟ୍ରଲର ଓ ମାଛଧରା ଡଙ୍ଗା ଶନିବାର ସକାଳ ସୁଦ୍ଧା ମତ୍ସ୍ୟ ଅବତରଣ କେନ୍ଦ୍ରକୁ ଫେରିବାକୁ ମତ୍ସ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଜିଲାର ଉଦୟପୁର, ତାଳସାରୀ, ବିଚିତ୍ରପୁର, ଡଗରା, ବାହାବଳପୁର, ବଳରାମଗଡ଼ି, ଚାନ୍ଦିପୁର ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ପର୍ଯ୍ୟଟକଙ୍କୁ ସମୁଦ୍ରକୁ ନ ଯିବାକୁ ଡାକବାଜି ଯନ୍ତ୍ରରେ ପ୍ରଚାର କରାଯାଉଛି। ଅପରପକ୍ଷରେ ଭୋଗରାଇ ସୀମାନ୍ତ ଦୀଘା, ଶଙ୍କରପୁର, ତାଜପୁର ଓ ମନ୍ଦାରମଣୀ ପର୍ଯ୍ୟଟନସ୍ଥଳୀରେ ସମୁଦ୍ରକୁ ନ ଯିବାକୁ ପର୍ଯ୍ୟଟକଙ୍କୁ ପଶ୍ଚିମବଙ୍ଗ ପ୍ରଶାସନ କଡ଼ା ସତର୍କତା ଜାରି କରିିବା ସହିତ ଏନ୍‌ଡିଆର୍‌ଏଫ୍‌ର ୨୫ଜଣିଆ ଟିମ୍‌ ଏଠାରେ ପଇଁତରା ଦେଉଛି। ବର୍ଷା ଓ ବାତ୍ୟା ଆଶଙ୍କା ଯୋଗୁ ଚାଷୀକୁଳ ଚିନ୍ତିତ ହୋଇ ପଡିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍‌ଡାଉନ୍‌ କଟକଣାକୁ ନେଇ ଚାଷୀ ଆତଙ୍କିତ: ପରିବା ବିକ୍ରି ନ ହେବା ଭୟ ଦେଖାଇ ଶସ୍ତା ଦରରେ କିଣୁଛନ୍ତି ଦଲାଲ

ବାଲେଶ୍ୱର ଅଫିସ,୨୬।୩: ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକର ବାଇଗଣବାଡ଼ିଆର ଚାଷୀମାନେ କରୋନା କଟକଣା ଲାଗି ଚିନ୍ତାରେ। ସେମାନଙ୍କ କହିବା ଅନୁଯାୟୀ, ସେମାନେ ଚାଷ କରୁଥିବା ପନିପରିବା...

ପାରିିବାରିକ କଳହ: ଦୁଇ ଘଣ୍ଟାରେ ଦୁଇ ସାଙ୍ଗଙ୍କ ଆତ୍ମହତ୍ୟା

ବାଲେଶ୍ୱର ଅଫିସ, ୧୯।୧୦-ପାରିବାରିକ କଳହକୁ କେନ୍ଦ୍ର କରି ତ୍ରିଲୋଚନ ଜେନା ନାମକ ଜଣେ ଯୁବକ ଆତ୍ମହତ୍ୟା କରିବା ଘଟଣାରେ ବ୍ୟଥିତ ହୋଇ ତାଙ୍କର ଜଣେ ବନ୍ଧୁ...

ଖୋଲିଲା କୁଳଡିହା ଅଭୟାରଣ୍ୟ

ବାଲେଶ୍ୱର ଅଫିସ,୧।୧୧: ଆଜିଠୁ ଖୋଲିଲା ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳରେ ଥିବା କୁଳଡିହା ଅଭୟାରଣ୍ୟ। ପର୍ଯ୍ୟଟକଙ୍କ ପାଇଁ ଗୋହିରାଭୋଳଠାରେ ନେଚର୍ସ କ୍ୟାମ୍ପରେ ରାତ୍ରି ରହଣି ପାଇଁ...

୩ ମାସ ହେଲା ୪୦ ପରିବାର ଜଳବନ୍ଦୀ

ବାହାନଗା, ୧୦ା୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ଖରାସାହାପୁର ପଞ୍ଚାୟତ ୨ଟି ୱାର୍ଡର ଦୁଃଖ କହିଲେ ନ ସରେ। ୟାସ୍‌ ବାତ୍ୟାକୁ ୩ମାସ ବିତିଯାଇଥିଲେ ମଧ୍ୟ ଖପରପଦା...

ପୂର୍ବତନ କେନ୍ଦ୍ରମନ୍ତ୍ରୀ କରୋନା ପଜିଟିଭ୍‌

ବାଲେଶ୍ୱର ଅଫିସ,୩।୧୦: ବାଲେଶ୍ୱର ଏମ୍‌ପି ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କରୋନା ସଂକ୍ରମିତ ହୋଇଛନ୍ତି। ସେ ଟ୍ବିଟ୍‌ କରି ରବିବାର ଏହି ସୂଚନା...

କମୁଛି ଜଳ, ବଢୁଛି ଦୁଃଖ

ଖଇରା, ୨୯।୫ (ଡି.ଏନ.ଏ.)-ବାତ୍ୟା ୟାସ୍‌ ପ୍ରଭାବରେ ବାଲେଶ୍ୱର ଜିଲା ଖଇରା ବ୍ଲକରେ ବ୍ୟାପକ କ୍ଷତି ଘଟିଛି। କେଉଁଠି ବ୍ୟବସାୟୀଙ୍କ ଦୋକାନରେ ପାଣି ପଶି ଲକ୍ଷ ଲକ୍ଷ...

୧୮ ହଜାର ହେକ୍ଟର ଚାଷଜମି ପଡ଼ିଆ

ତିହିଡ଼ି, ୨୦।୭ (ଡି.ଏନ.ଏ.) – ଆଷାଢ଼ ଯାଇ ଶ୍ରାବଣ ହେଲା। ଜମିରେ ଧାନ ଗଛଟିଏ ବସି ପାରିଲା ନାହିଁ। ଦୀର୍ଘଦିନ ଧରି ବର୍ଷା ଛାଡ଼ି ଯାଇଥିବାରୁ...

ସୁବର୍ଣ୍ଣରେଖାରେ ବାରମ୍ବାର ବନ୍ୟା; ଖରିଫ ଧାନଚାଷ ବ୍ୟାପକ କ୍ଷତି

ଜଳେଶ୍ୱର, ୭ା୧୦(ଡି.ଏନ.ଏ.)-ଉତ୍ତର ବାଲେଶ୍ୱର ସହିତ ପଶ୍ଚିମବଙ୍ଗର ଉଦ୍‌ବୃତ୍ତ ବର୍ଷାପାଣି ଜଳେଶ୍ୱର, ଭୋଗରାଇ, ବାଲିଆପାଳର ବିସ୍ତୀର୍ଣ୍ଣ ଅଞ୍ଚଳ ଜଳମଗ୍ନ କରିଥିଲା। ସେହିପରି ସୁବର୍ଣ୍ଣରେଖା ନଦୀରେ ବାରମ୍ବାର ବନ୍ୟା...

Advertisement
Archives

Model This Week