ବାତ୍ୟା ଭୟ: ଉପକୂଳମୁହାଁ ଟ୍ରଲର, ଡଙ୍ଗା

ଭୋଗରାଇ, ୪।୧୨ (ଡି.ଏନ.ଏ.)-ବଙ୍ଗୋପସାଗରରୁ ମାଡ଼ି ଆସୁଛି ସାମୁଦ୍ରିକ ଝଡ଼ ଜୱାଦ। ମେ’ ରେ ସାମୁଦ୍ରିକ ଝଡ଼ ‘ୟାସ୍‌’ ତାଣ୍ଡବ ମନରୁ ଲିଭି ନ ଥିବା ବେଳେ ପୁଣି ଏକ ସମ୍ଭାବ୍ୟ ବାତ୍ୟା ଆଶଙ୍କାକୁ ନେଇ ଉପକୂଳବାସୀଙ୍କୁ ଭୟଭୀତ ହୋଇପଡିଛନ୍ତି। ଏହି ବାତ୍ୟା ବାଲେଶ୍ୱର ଉପକୂଳକୁ ପ୍ରଭାବିତ କରିବ ବୋଲି ପାଣିପାଗ ବିଭାଗ ସତର୍କ କରାଇଛି। ବାତ୍ୟାର ଭୟଙ୍କର ରୂପ କୂଳଆଡ଼କୁ ଅଗ୍ରସର ହେଉଥିବା ବେଳେ ଶୁକ୍ରବାର ପାଗରେ ଅବନତି ହୋଇଛି। ଆକାଶ ମେଘାଛନ୍ନ ରହିଥିବା ବେଳ ସମୁଦ୍ର ଅଶାନ୍ତ ହୋଇଛି। ଅମାବାସ୍ୟା ତିଥିରେ ସମୁଦ୍ର ଉତ୍ତାଳ ହୋଇ କୂଳଆଡ଼କୁ ଢ଼େଉ ମାଡ଼ିଆସୁଥିବା ଦେଖାଦେଇଛି। ବାତ୍ୟା ଓ ଅଶାନ୍ତ ସମୁଦ୍ର ଯୋଗୁ ବାଲେଶ୍ୱର ଉପକୂଳରୁ ଗଭୀର ସମୁଦ୍ରକୁ ଯାଇଥିବା ସମସ୍ତ ଟ୍ରଲର ଓ ମାଛଧରା ଡଙ୍ଗା ଶନିବାର ସକାଳ ସୁଦ୍ଧା ମତ୍ସ୍ୟ ଅବତରଣ କେନ୍ଦ୍ରକୁ ଫେରିବାକୁ ମତ୍ସ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଜିଲାର ଉଦୟପୁର, ତାଳସାରୀ, ବିଚିତ୍ରପୁର, ଡଗରା, ବାହାବଳପୁର, ବଳରାମଗଡ଼ି, ଚାନ୍ଦିପୁର ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ପର୍ଯ୍ୟଟକଙ୍କୁ ସମୁଦ୍ରକୁ ନ ଯିବାକୁ ଡାକବାଜି ଯନ୍ତ୍ରରେ ପ୍ରଚାର କରାଯାଉଛି। ଅପରପକ୍ଷରେ ଭୋଗରାଇ ସୀମାନ୍ତ ଦୀଘା, ଶଙ୍କରପୁର, ତାଜପୁର ଓ ମନ୍ଦାରମଣୀ ପର୍ଯ୍ୟଟନସ୍ଥଳୀରେ ସମୁଦ୍ରକୁ ନ ଯିବାକୁ ପର୍ଯ୍ୟଟକଙ୍କୁ ପଶ୍ଚିମବଙ୍ଗ ପ୍ରଶାସନ କଡ଼ା ସତର୍କତା ଜାରି କରିିବା ସହିତ ଏନ୍‌ଡିଆର୍‌ଏଫ୍‌ର ୨୫ଜଣିଆ ଟିମ୍‌ ଏଠାରେ ପଇଁତରା ଦେଉଛି। ବର୍ଷା ଓ ବାତ୍ୟା ଆଶଙ୍କା ଯୋଗୁ ଚାଷୀକୁଳ ଚିନ୍ତିତ ହୋଇ ପଡିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଗାପୂଜା ପାଇଁ କଡ଼ା ସୁରକ୍ଷା ବ୍ୟାଙ୍କ ଓ ସୁନା ଋଣ ପ୍ରତିଷ୍ଠାନ: ପରିଦର୍ଶନ କଲା ପୋଲିସ

ବଞ୍ଚୋ, ୩।୧୦ (ପ୍ରଦୋଷ ବିଶ୍ୱାଳ): ଆଗାମୀ ଦୁର୍ଗାପୂଜାକୁ ଦୃଷ୍ଟିରେ ରଖି ଘଷିପୁରା ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଘଷିପୁରା…

ନଦୀରେ ଗାଧୋଇବାବେଳେ ବୁଡ଼ିଗଲେ ଦୁଇ ନାବାଳକ

ଜଳେଶ୍ୱର,୩ା୧୦(ନବୀନ ସାହୁ): ଜଳେଶ୍ୱର ଥାନା ଅନ୍ତର୍ଗତ ରାଜପୁର ବସ୍ତି ନିକଟସ୍ଥ ସାଜଲ ଘାଟରେ ଶନିବାର ପୂର୍ବାହ୍ନରେ ସୁବର୍ଣ୍ଣରେଖା ନଦୀରେ ଗାଧୋଉଥିବା ଅବସ୍ଥାରେ ପାଣି ସ୍ରୋତରେ ଭାସିଯାଇ ଦୁଇ…

ସୁବର୍ଣ୍ଣରେଖାରେ ଗାଧୋଇବାବେଳେ ବୁଡ଼ିଗଲେ ଅଣ ଓଡ଼ିଆ ପର୍ଯ୍ୟଟକ

ବାଲେଶ୍ୱର,୩ା୧୦(ବାଞ୍ଛାନିଥି ଦେ): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ରାଜଘାଟ ନିକଟରେ ସୁବର୍ଣ୍ଣରେଖା ନଦୀରେ ଶନିବାର ଗାଧୋଇବା ବେଳେ ଜଣେ ଅଣ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି।…

ଛୋଟ କଥାରୁ ବଡ଼ କାଣ୍ଡ: ବୋହୂ ଉପରକୁ ଗରମ ତେଲ ଫୋପାଡ଼ିଲେ ଶାଶୁ

ଖଇରା,୩ା୧୦(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ଖଇରା ଥାନା ଅଧୀନ ମଠ ନୂଆଗାଁ ଗ୍ରାମରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଯାଇଛି। ବାଡ଼ିରୁ ଏକ ମନ୍ଦାର ଗଛ ଡାଳ…

ବାଲେଶ୍ବରରେ ଲଗାତାର ଅଗ୍ନିକାଣ୍ଡ, ରାତିଅଧରେ ଜଳିଗଲା ଜଳିଗଲା ବ୍ୟାନର ଦୋକାନ

ବାଲେଶ୍ୱର,୨।୧୦( ବାଞ୍ଛାନିଧି ଦେ): ବାଲେଶ୍ୱର ଚର୍ଚ୍ଚ ଲାଇନ୍‌ ଗଳିରେ ଗୁରୁବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି । ବିଦ୍ୟୁତ୍‌ ସର୍ଟ ସର୍କିଟ୍‌ରୁ ଜଳିଗଲା ଏକ ବ୍ୟାନର୍‌…

ବାଲେଶ୍ବରରେ ପୁଣି ଅଗ୍ନିକାଣ୍ଡ; ବିଦ୍ୟୁତ ତାରରୁ ସର୍ଟ ସର୍କିଟ ହୋଇ ଜଳିଗଲା…

ବାଲେଶ୍ୱର,୧।୧୦(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ପୁଣି ଅଗ୍ନିକାଣ୍ଡ ଘଟିଛି । ଗୁରୁବାର ପୂର୍ବାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରଚଣ୍ଡ ଶବ୍ଦରେ ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିଲା ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?