ଦିବ୍ୟାଙ୍ଗଙ୍କୁ ୨ କି.ମି. ଚଲାଇଲେ

ଭୁବନ, ୪।୧୨(ଡି.ଏନ୍‌.ଏ.)-ଦିବ୍ୟାଙ୍ଗଙ୍କୁ ମୁଖ୍ୟସ୍ରୋତରେ ସାମିଲ କରାଇବା, ସେମାନେ କୌଣସି ଗୁଣରେ କମ୍‌ ନୁହନ୍ତି ବୋଲି ଅନୁଭବ କରାଇବା ଏବଂ ସେମାନଙ୍କ ମଧ୍ୟରେ ଥିବା ଦକ୍ଷତାର ବିକଶିତ କରାଇବା ଭଳି ମହତ୍‌ ଉଦ୍ଦେଶ୍ୟ ନେଇ ମଙ୍ଗଳବାର ପାଳିତ ହୋଇଛି ବିଶ୍ୱ ଭିନ୍ନକ୍ଷମ ଦିବସ। ହେଲେ ଢେଙ୍କାନାଳ ଜିଲା ଭୁବନରୁ ଦିବସ ପାଳନ ବେଳେ ଆସିଛି ନକାରାତ୍ମକ ଚିତ୍ର। ଶିକ୍ଷା ବିଭାଗର ଦୂରଦୃଷ୍ଟି ଅଭାବରୁ ହାତଗଣତି ଦିବ୍ୟାଙ୍ଗ ଛାତ୍ରୀଛାତ୍ର କାର୍ଯ୍ୟକ୍ରମରେ ଯୋଗଦେଇଥିବାବେଳେ ସେମାନଙ୍କୁ ହଟହଟା ହେବାକୁ ପଡ଼ିଛି। କେବଳ ଏତିକି ନୁହେଁ, ସଚେତନତା ଶୋଭାଯାତ୍ରା ନାମରେ ପିଲାମାନଙ୍କୁ ୨ କିମି ଚଲାଇବାକୁ ନେଇ ଅଭିଭାବକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି।
ପୂର୍ବ ନିଷ୍ପତ୍ତି ଅନୁଯାୟୀ ମଙ୍ଗଳବାର ସ୍ଥାନୀୟ ବଡ଼ହାଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶିକ୍ଷା ବିଭାଗ ପକ୍ଷରୁ ଅନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ପାଳନ କରାଯିବାକୁ ନିଷ୍ପତ୍ତି ହୋଇଥିଲା। ମୁଖ୍ୟଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ, ସମ୍ମାନିତ ଅତିଥି ବିଡିଓ ଆଶୀର୍ବାଦ ପରିଡ଼ା, ବିଇଓ ପ୍ରତାପ ଶତପଥୀ, ସିଆର୍‌ସିସି ରାଜଲକ୍ଷ୍ମୀ ଟୁଡୁ, ଏବିଇଓ ପୁଷ୍ପାଞ୍ଜଳି ମିଶ୍ର, ସୁମରି ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ତେବେ ସୂଚନା ଅଭାବରୁ ବ୍ଲକ ଏବଂ ଏନ୍‌ଏସିର ବିଭିନ୍ନ ସ୍କୁଲରେ ପଢୁଥିବା ୪୬୨ ଦିବ୍ୟାଙ୍ଗ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ମାତ୍ର ୫୩ ଜଣ ଉପସ୍ଥିତ ଥିଲେ। ଅପରପକ୍ଷେ ବ୍ଲକ କାର୍ଯ୍ୟାଳୟଠାରୁ ବଡ଼ହାଟ ସ୍କୁଲ ଯାଏ ୨ କି.ମି. ଯାଏ ଛାତ୍ରୀଛାତ୍ରଙ୍କୁ ପ୍ଲାକାର୍ଡ ଧରାଇ ରାଲିର ଆୟୋଜନ କରାଯାଇଥିଲା। ପିଲାମାନେ ବଡ଼କଷ୍ଟରେ ଶୋଭାଯାତ୍ରାରେ ଆସିଥିଲେ। ଏହାପରେ ଚିତ୍ରାଙ୍କନ, ପ୍ରବନ୍ଧ, ସଂଗୀତ, ମ୍ୟୁଜିକ୍‌ ଚେୟାର ପ୍ରତିଯୋଗିତା କରାଯାଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ତେବେ ଦିବ୍ୟାଙ୍ଗ ଦିବସରେ ଏଭଳି ଅବ୍ୟବସ୍ଥାକୁ ବୁଦ୍ଧିଜୀବୀ ନାପସନ୍ଦ କରିଛନ୍ତି।
ଏ ସଂକ୍ରାନ୍ତରେ ବିଇଓ କୁହନ୍ତି, ଦାୟିତ୍ୱରେ ଥିବା ଅଧିକାରୀ ହୁଏତ ସୂଚନା ଦେଇନାହାନ୍ତି। ତେଣୁ ଦିବ୍ୟାଙ୍ଗ ଛାତ୍ରୀଛାତ୍ରଙ୍କ ସଂଖ୍ୟା କମ୍‌ ଥିଲା। କେତେକ କ୍ଷେତ୍ରରେ ଅଭିଭାବକ ମଧ୍ୟ ପିଲାମାନଙ୍କୁ ଛାଡ଼ିବାକୁ ଅଗଭର ହେଉ ନ ଥିଲେ। ବିଭାଗ ପକ୍ଷରୁ ଯଥାସାଧ୍ୟ ଉଦ୍ୟମ କରି ପିଲାମାନଙ୍କୁ ଅଣାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ବଢ଼ିଲା ଉଷ୍ମତା, ଲଢ଼େଇରେ ସାମିଲ ୨ ନୂଆ ମୁହଁ

ଢେଙ୍କାନାଳ,୧୫ା୪(ରତନ ନାୟାର): ଢେଙ୍କାନାଳ ଲୋକ ସଭା ଆସନ ପାଇଁ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି।...

ଅବିନାଶ, ରୁଦ୍ର ପାଣିଙ୍କୁ ଟକ୍କର ଦେବେ ସସ୍ମିତା ବେହେରା

ଢେଙ୍କାନାଳ,୧୪ା୪(ରତନ ନାୟାର)ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ସମ୍ପାଦିକା ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସସ୍ମିତା ବେହେରାଙ୍କୁ କଂଗ୍ରେସ ଢେଙ୍କାନାଳ ଲୋକ ସଭା ଆସନରୁ ପ୍ରାର୍ଥୀ...

ନିର୍ବାଚନୀ ତାତି ବଢ଼ାଉଛି ୫୫ନଂ. ଜାତୀୟ ରାଜପଥ

ଢେଙ୍କାନାଳ,୧୨ା୪(ରତନ ନାୟାର): କଟକରୁ ଢେଙ୍କାନାଳ ଓ ଅନୁଗୋଳ ଦେଇ ସମ୍ବଲପୁରକୁ ଲମ୍ବିଥିବା ୫୫ନଂ. ଜାତୀୟ ରାଜପଥର ଅଧାପନ୍ତରିଆ ଅବସ୍ଥା ଏବେ ନିର୍ବାଚନୀ ପ୍ରସଙ୍ଗ ପାଲଟିଛି। ଢେଙ୍କାନାଳ,...

ହିନ୍ଦୋଳ ଆସନକୁ ନେଇ ଅଙ୍କ ଛିଡୁନି

ଢେଙ୍କାନାଳ,୧୧ା୪(ରତନ ନାୟାର)ଢେଙ୍କାନାଳ ଏମ୍‌ପି ନିର୍ବାଚନ ପାଇଁ ବିଜେଡି ଓ ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇସାରିଛି। ସେହିପରି ଜିଲାର ୪ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଢେଙ୍କାନାଳ,...

ସନ୍ଦିଗ୍ଧ ପାରା ଉଦ୍ଧାର:ଗୋଡ଼ରେ ଲାଗିଛି ଜିପିଏସ୍‌ ଟ୍ରାକର ଭଳି ଚିପ୍‌

ଢେଙ୍କାନାଳ,୯ା୪(ରତନ ନାୟାର):ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ନିହଲପ୍ରସାଦ ଥାନା ଲାଉଲଇ ଗ୍ରାମର ଏକ ମନ୍ଦିର ପରିସରରୁ ସୋମବାର ଏକ ପାରାକୁ ଅଞ୍ଚଳବାସୀ ଉଦ୍ଧାର କରିଛନ୍ତି। ଉକ୍ତ...

ବୋମାମାଡ଼ କରି ଲୁଟିନେଲେ ୧୪ ଲକ୍ଷ ଟଙ୍କା

କାମାକ୍ଷାନଗର,୫।୪(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଜିରାଳ ସାପ୍ତାହିକ ହାଟରୁ ଶୁକ୍ରବାର ସକାଳେ ଏକ ବଡ଼ ଲୁଟ୍‌ ହୋଇଛି। ୫ ଜଣ ଦୁର୍ବୃତ୍ତ...

୨ ନେତ୍ରୀଙ୍କ ସହ ଭାଜପା ଛାଡ଼ିଲେ ନିରୋଜ ନଳିନୀ

ଢେଙ୍କାନାଳ,୪ା୪(ରତନ ନାୟାର): ରାଜ୍ୟ ଭାଜପା କାର୍ଯ୍ୟକାରିଣୀ ସଦସ୍ୟା ନିରୋଜ ନଳିନୀ ମହାଳିକ ବୁଧବାର ଭାଜପାରୁ ଇସ୍ତଫା ଦେଇଛନ୍ତି। ତାଙ୍କ ସହିତ ଢେଙ୍କାନାଳ ଜିଲା ଭାଜପା ସମ୍ପାଦିକା...

ବିଜେଡି ଛାଡିଲେ ରାଜ୍ୟ ସମ୍ପାଦକ ହର୍ଷବର୍ଦ୍ଧନ

ଢେଙ୍କାନାଳ,୩ା୪(ରତନ ନାୟାର): ଢେଙ୍କାନାଳ ଜିଲା ବିଜେଡିର ବରିଷ୍ଠ ନେତା ତଥା ରାଜ୍ୟ ବିଜେଡି ସମ୍ପାଦକ ହର୍ଷବର୍ଦ୍ଧନ ସିଂହଦେଓ ମଙ୍ଗଳବାର ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେ ନିଜ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri