ସୌନ୍ଦର୍ଯ୍ୟକରଣ ହେବ ବଳଦେବଜୀଉ ବଡ଼ଦାଣ୍ଡ
କେନ୍ଦୁଝର, ୧୬।୧୨(ଡି.ଏନ.ଏ.) କେନ୍ଦୁଝରର ଆରାଧ୍ୟ ଦେବତା ବଳଦେବଜୀଉ ମନ୍ଦିରର ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ ସହ ବଡଦାଣ୍ଡ ଓ ଶ୍ରୀ ଗୁଣ୍ଡିଚା ମନ୍ଦିରକୁ ସୌନ୍ଦର୍ଯ୍ୟ କରାଯିବ ବୋଲି ଜିଲାପାଳ ଆଶିଷ ଠାକରେ ପ୍ରକାଶ କରିଛନ୍ତି। ଷୋଡଶ ଶତାଦ୍ଦୀରେ ନିର୍ମିତ କେନ୍ଦୁଝରର ବଳଦେବଜୀଉ ମନ୍ଦିର…
ଦେଶୀ ପିସ୍ତଲ ଜବତ;୨ ଗିରଫ
କେସିଙ୍ଗା,୧୬।୧୨: କଳାହାଣ୍ଡି ଜିଲା କେସିଙ୍ଗା ସହରର ଦୁଇ ଜଣ ଆସାମୀ ବିନା ଲାଇସେନ୍ସର ଦେଶୀ ପିସ୍ତଲ ରଖି କ୍ରାଇମ ଯୋଜନା ପ୍ରସ୍ତୁତ କରୁଥିବାବେଳେ କେସିଙ୍ଗା ପୋଲିସ ଚଢ଼ାଉ କରିଛି। ଚଢ଼ାଉ କରି ଗୋଟିଏ ପିସ୍ତଲ ଜବତ କରିବା ସହ ଦୁଇ ଜଣକୁ…
ଆଜିଠୁ ଶ୍ରୀମନ୍ଦିରରେ ପହିଲି ଭୋଗ
ପୁରୀ ଅଫିସ୍, ୧୬।୧୨ : ଶ୍ରୀମନ୍ଦିରରେ ଆଜିଠୁ ପହିଲି ଭୋଗ ଆରମ୍ଭ ହୋଇଛି। ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ପ୍ରସ୍ତୁତ ହୋଇଛି । ଏହି ନୀତି ଆସନ୍ତା ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଚାଲୁ ରହିବ ।…
‘ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପ ଦିଗ୍ଦର୍ଶନ ଦେବ’
ଯାଜପୁର ଟାଉନ,୧୬ା୧୨(ଡି.ଏନ.ଏ.): ଯାଜପୁର ଏନ୍ସି କଲେଜ ପଡ଼ିଆଠାରେ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଭର୍ଚ୍ଚୁଆଲ ମାଧ୍ୟମରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍କଓ୍ବୋଇ)ର ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନ କରାଯାଇଛି। ଯାଜପୁର ଜିଲାର ୩୧୧ ପଞ୍ଚାୟତ, ୨ଟି ପୌରପରିଷଦ ଅଞ୍ଚଳର…
ପ୍ରସ୍ତାବିତ ପ୍ରକଳ୍ପ ପାଇଁ ଜେଏସ୍ଡବ୍ଲ୍ୟୁର ଘୋଷଣା
ଜଗତ୍ସିଂହପୁର ଅଫିସ, ୧୬ା୧୨: ପାରାଦୀପରେ ଜେଏସ୍ଡବ୍ଲ୍ୟୁ ପ୍ରକଳ୍ପ ନେଇ କମ୍ପାନୀ ପକ୍ଷରୁ ବିଭିନ୍ନ ଘୋଷଣା କରାଯାଇଛି। ଏହି ପ୍ରସ୍ତାବିତ ପ୍ରକଳ୍ପ ପାଇଁ ୮ଟି ରାଜସ୍ବ ଗ୍ରାମ ଯଥା ପୋଲାଙ୍ଗ, ବାୟାନାଳକନ୍ଧ, ଜଟାଧାର, ନୂଆଗାଁ, ଗୋବିନ୍ଦପୁର, ପାଟଣା, ଢିଙ୍କିଆ ଓ ମାହାଳରେ ଜମି…
ମା’ ଆଗରେ ଚାଲିଗଲା ପୁଅ ଜୀବନ
ଢେଙ୍କାନାଳ ଅଫିସ, ୧୬।୧୨: ମାମୁ ଘରକୁ ଯାଇ ଫେରୁଥିବାବେଳେ ବାଇକ୍କୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ୍। ମା’ଙ୍କ ଆଖି ଆଗରେ ଛଟପଟ ହୋଇଚାଲିଗଲା ୧୨ ବର୍ଷର ପୁଅ ଜୀବନ। ବୁଧବାର ଏଭଳି ଏକ ହୃଦୟ ବିଦାରକ ଦୁର୍ଘଟଣା ଘଟିଛି ଢେଙ୍କାନାଳ…
ଚିକିତ୍ସା ବାବଦ ଅର୍ଥକୁ ଶିକ୍ଷାରେ ଖର୍ଚ୍ଚ କର
କେନ୍ଦ୍ରାପଡ଼ା ଅଫିସ, ୧୬।୧୨: କେନ୍ଦ୍ରାପଡ଼ା ଜିଲା ରାଜ୍ୟ ସରକାରଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ସ୍ବାସ୍ଥ୍ୟ କାର୍ଡ ସେବାରେ ବୁଧବାର ଯୋଡି ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବାହ୍ନ୧୧ଟାରେ ଭିଡିଓ କନ୍ଫରେନ୍ସ ମାଧ୍ୟମରେ କେନ୍ଦ୍ରାପଡ଼ା ଜିଲାରେ ଏହି କାର୍ଡ ବଣ୍ଟନର…
ଆଜିଠାରୁ ଶ୍ରୀମନ୍ଦିରରେ ନୂଆ ଏସ୍ଓପି
ପୁରୀ ଅଫିସ ୧୬।୧୨: ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବୁଧବାର ନୂଆ ଏସ୍ଓପି ଜାରି କରାଯାଇଛି। ଏହି ନୂଆ ଏସ୍ଓପି ଚଳିତ ମାସ ୧୬ ତାରିଖ ଅର୍ଥାତ୍ ଗୁରୁବାରଠାରୁ ଲାଗୁ ହେବ। କୋଭିଡ୍ର ସମ୍ଭାବ୍ୟ ତୃତୀୟ ଲହର ଏବଂ ଭକ୍ତଙ୍କୁ ଶୃଙ୍ଖଳିତ ଦର୍ଶନକୁ…
ଆଜିଠୁୁ ଭିତରକନିକାରେ ଡଲଫିନ୍ ଗଣନା
ରାଜନଗର, ୧୬ା୧୨(ଡି.ଏନ.ଏ.): ଭିତରକନିକା ଜାତୀୟ ଉଦ୍ୟାନରେ ପ୍ରବାହିତ ନଦୀ ମୁହାଣ ଓ ବଙ୍ଗୋପସାଗରର ଧାମରା ମୁହାଣଠାରୁ ଦେବୀ ମୁହାଣ ଯାଏ ଡଲଫିନଙ୍କର ଗଣନା କାର୍ଯ୍ୟ ଗୁରୁବାରଠାରୁ ଆରମ୍ଭ ହେବ। ବୁଧବାର ଗୁପ୍ତିଠାରେ ଗଣନାକାରୀମାନଙ୍କୁ ଡିଏଫ୍ଓ ଡ. ଯଜ୍ଞଦତ୍ତ ପତି, ଏସିଏଫ ବିରଞ୍ଚତ୍…
ଗୋବିନ୍ଦଙ୍କ ଜାମିନ ଶୁଣାଣି ୨୧କୁ ଘୁଞ୍ଚିଲା
ବଲାଙ୍ଗୀର ଅଫିସ/କଣ୍ଟାବାଞ୍ଜି, ୧୬।୧୨ (ଡି.ଏନ୍.ଏ.): କଳାହାଣ୍ଡି ଜିଲା ମହାଲିଙ୍ଗସ୍ଥିତ ଏକ ଘରୋଇ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡର ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଜାମିନ ଆବେଦନ ପୁଣି ଘୁଞ୍ଚିଲା। ପରବର୍ତ୍ତୀ ଶୁଣାଣି ଆସନ୍ତା ୨୧ତାରିଖରେ ହେବ ବୋଲି କଣ୍ଟାବାଞ୍ଜି ଏଡିଜେ ଦିନ…
ହାଇକୋର୍ଟରେ ରିପୋର୍ଟ ଦାଖଲ
କଟକ ଅଫିସ,୧୬ା୧୨: ରାଜ୍ୟରେ ଖାଲି ପଡିଥିବା ଡାକ୍ତର ପଦବୀ ପୂରଣ ସମ୍ପର୍କିତ ମାମଲାର ଶୁଣାଣି ବୁଧବାର ହାଇକୋର୍ଟରେ ହୋଇଥିଲା। ୩୦ଟି ଜିଲାର ଆଇନସେବା ପ୍ରାଧିକରଣ(ଡିଏଲଏସଏ) ପକ୍ଷରୁ ମୁଦା ଲଫାପା ମଧ୍ୟରେ ତଦନ୍ତ ରିପୋର୍ଟ ହାଇକୋର୍ଟଙ୍କ ନିକଟରେ ଦାଖଲ କରାଯାଇଛି। ଏହି ମାମଲାର…
ପିଣ୍ଡି ହଟାଇବା ଦାବିରେ ତହସିଲ ସମ୍ମୁଖରେ ଧାରଣା
ନିଶ୍ଚିନ୍ତକୋଇଲି,୧୫।୧୨(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ତହସିଲ ଅଧିନସ୍ଥ ହରିରାଜପୁର ମୌଜାରେ ଜଣେ ବ୍ୟକ୍ତିଙ୍କ ଘର ଆଗରେ ଏକ ଗୋଚର ଜମିରେ ଥିବା ପିଣ୍ଡି ହଟାଇବାକୁ ଉପଜିଲାପାଳ ଆଦେଶ ଦେଇଥିଲେ। ତେବେ ତହସିଲ ପକ୍ଷରୁ ଏହାକୁ ହଟାଯାଇ ନ ଥିଲା। ଏହାର ପ୍ରତିବାଦରେ…

