ଏତଲା ରଖି ପୋଲିସ ଚୁପ୍‌

ଝୁମ୍ପୁରା,୯।୨(ଡି.ଏନ.ଏ.) କେନ୍ଦୁଝର ଜିଲା ଝୁମ୍ପୁରା ଓ ବାମେବାରୀ ଥାନା ଅଞ୍ଚଳରେ ଚୋରି ବଢ଼ି ଚାଲିଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ୨୦ନଂ.ଜାତୀୟ ରାଜପଥ ପାର୍ଶ୍ୱରେ ପାର୍କିଂ କରାଯାଇ ଥିବା ଟ୍ରକ ଓ ଝୁମ୍ପୁରା ବଜାର ଉପରେ ଛିଡ଼ା ହେଉଥିବା ଛୋଟ ବଡ଼ ଗାଡ଼ିଗୁଡ଼ିକରୁ ଡିଜେଲ,ବ୍ୟାଟେରି ଓ ଟାୟାର ଆଦି ଚୋରି ନିତିଦିନିଆ ଘଟଣାରେ ପରିଣତ ହେଲାଣି। ସନ୍ଧ୍ୟା ସମୟରେ ମଦ୍ୟପଙ୍କ ଉପତ୍ାତ ବଢ଼ିିବାରେ ଲାଗିଛି। ଗ୍ରାମାଞ୍ଚଳର ଛକ ଜାଗାରେ ଅସାମାଜିକ କାର୍ଯ୍ୟକଳାପ ବଢ଼ୁଥିବାରୁ ଲୋକେ ନିଜକୁ ଅସୁରକ୍ଷିତ ମଣୁଛନ୍ତି। ବିଶେଷ କରି ମହିଳାମାନେ ହାଟ,ବଜାରକୁ ଯିବାକୁ ଭୟ କରୁଛନ୍ତି। ଏହି ଅସାମାଜିକ କାର୍ଯ୍ୟକଳାପ ସହିତ ପଶ୍ଚିମବଙ୍ଗର କିଛି ଫେରି ବେପାରୀ ଜଡିତ ରହୁଥିବା କୁହାଯାଉଛି।
ଝୁମ୍ପୁରା ଥାନା ଅଧୀନ ଧାତିକା -କୁଟୁଗାଁ- ନହବେଡ଼ା ରାସ୍ତା, ଧାତିକା-କଙ୍କଡ଼ା ଯୋଡ଼ିଘାଟି-କଟଲପଶି ରାସ୍ତା ଦେଇ ଯୋଡ଼ା ଖଣି ମଣ୍ଡଳରୁ ପ୍ରତ୍ୟେହ ମାଙ୍ଗାନିଜ, ଲୁହାପଥର ଚାଲାଣ ହେଉଛି। ଉଭୟ ଥାନା ପୋଲିସ ଏହା ଜାଣି ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି। ଗତ ୨୭ତାରିଖରେ ଝୁମ୍ପୁରା ଅଞ୍ଚଳର ରଞ୍ଜନ ରାମଙ୍କର ହାଇୱା ଚୋରି ହୋଇଥିଲେ ମଧ୍ୟ ପୋଲିସ ଏତଲା ରଖି ଚୁପ୍‌ ବସିଛି। ଦୁଇ ସପ୍ତାହ ପୂର୍ବେ ଝୁମ୍ପୁରା ଗ୍ରାମର କମଳଲୋଚନ ସାହୁଙ୍କ ଟ୍ରକ୍‌ ରାସ୍ତା ପାର୍ଶ୍ୱରେ ପାର୍କିଂ ହୋଇଥିବା ବେଳେ ସେଥିରୁ ଡିଜେଲ ଓ ବ୍ୟାଟେରି ଚୋରି ହୋଇଥିଲା। କାର୍ଯ୍ୟାନୁଷ୍ଠାନରେ ବିଳମ୍ବ ଯୋଗୁ ପୋଲିସ ଉପରୁ ଲୋକେ ଆସ୍ଥା ତୁଟାଇବାରେ ଲାଗିଛନ୍ତି। ଏ ସଂକ୍ରାନ୍ତରେ ବାମେବାରୀ ଥାନାଧିକାରୀ ମନୋରଞ୍ଜନ ବିଶି ଏବଂ ଝୁମ୍ପୁରା ଥାନାଧିକାରୀ ବୀରେନ୍ଦ୍ର ଶିଅଳଙ୍କୁ ପଚାରିବାରୁ ତଦନ୍ତ ଚାଲିଛି, ଚୋରି ର଼୍ୟାକେଟକୁ ଧରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ବ୍ୟାପୁଛି ଜଙ୍ଗଲ ନିଆଁ, ବନ୍ୟଜନ୍ତୁ କଲବଲ

କେନ୍ଦୁଝର,୨୫ା୪(ଦୀପକ ମିଶ୍ର)କେନ୍ଦୁଝର ବନଖଣ୍ଡର ୭ଟି ରେଞ୍ଜ ଅନ୍ତର୍ଗତ ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଛି। ଏଥିରେ ବହୁ ମୂଲ୍ୟବାନ୍‌ ଗଛ ନଷ୍ଟ ହେଉଥିବା ବେଳେ ବନ୍ୟପ୍ରାଣୀ ଉତ୍ତାପରେ...

ଘରେ ପଶି ଗୃହକର୍ତ୍ତାଙ୍କ ପାଟିରେ ବନ୍ଧୁକ ଭର୍ତ୍ତି କରି ଡକାୟତି ଉଦ୍ୟମ, ମରଣାନ୍ତକ ଆକ୍ରମଣ କରି ୩ ଫେରାର

ବଡ଼ବିଲ,୨୪ା୪(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ପିଏଚ୍‌ଡି ରୋଡ୍‌ସ୍ଥିତ ଭଞ୍ଜ କଲୋନୀରେ ବୁଧବାର ଜଣେ ବ୍ୟକ୍ତିଙ୍କ ଘରେ ସ୍ପଷ୍ଟ ଦିବାଲୋକରେ ଡକାୟତି ପାଇଁ...

ନାବାଳିକାଙ୍କୁ ବଳାତ୍କାର କରି ଯୁବକଙ୍କୁ ୧୦ ବର୍ଷ ଜେଲ୍‌ଦଣ୍ଡ

କେନ୍ଦୁଝର,୨୪ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଫାଷ୍ଟଟ୍ରାକ୍‌ କୋର୍ଟର ମାନ୍ୟବର ବିଚାରପତି ବିଜୟ କୁମାର ମିଶ୍ର ଏକ ବଳାତ୍କାର ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ଦଣ୍ତାଦେଶ ଶୁଣାଇଛନ୍ତି।...

ଅବକାରୀ ଥାନା ପରିସରରେ ଭୟାବହ ଅଗ୍ନିକାଣ୍ଡ: କୋଟିଏରୁ ଉର୍ଦ୍ଧ୍ୱ ସମ୍ପତ୍ତି ନଷ୍ଟ

ବଡ଼ବିଲ,୨୪।୪ (ଦେବପ୍ରିୟ ରଣା):କେନ୍ଦୁଝର ବଡବିଲ ଅବକାରୀ ଥାନା ପରିସରରେ ମଙ୍ଗଳବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି କୋଟିଏରୁ ଉଦ୍ଧର୍‌ବ ଟଙ୍କାର ଜବତ ହୋଇ ରହିଥିବା...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ତ୍ରିବେଣୀ କମ୍ପାନୀରୁ ୧୨ ଲକ୍ଷ ଟଙ୍କା ହେର୍‌ଫେର୍‌, ଇସ୍ତଫା ଦେଇଥିବା କର୍ମଚାରୀ କେନ୍ଦ୍ରାପଡ଼ାରୁ ଗିରଫ

ବଡ଼ବିଲ,୨୨ା୪(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ରୁଗୁଡ଼ିସ୍ଥିତ ତ୍ରିବେଣୀ ଆର୍ଥ ମୁଭର୍ସ କମ୍ପାନୀରୁ ୧୨ଲକ୍ଷ ଟଙ୍କା ହେର୍‌ଫେର୍‌ କରିଥିବା ଅଭିଯୋଗରେ ପୋଲିସ ସଂପୃକ୍ତ ଅଭିଯୁକ୍ତଙ୍କୁ କେନ୍ଦ୍ରାପଡ଼ାରୁ ଗିରଫ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri