ଆମ ଜିଲା ଖବର

ସୁରକ୍ଷାବଳର ଗୁଳି ମାଡ଼ରେ ଛତ୍ରଭଙ୍ଗ ଦେଲେ ମାଓବାଦୀ

ନୂଆପଡ଼ା ଅଫିସ,୧୭।୧୨: ଓଡ଼ିଶା-ଛତିଶଗଡ଼ ସୀମାନ୍ତ ନୂଆପଡ଼ା ଜିଲା ସିନାପାଲି ଥାନା ଝୋଲାପଡ଼ା ଗାଁ ପାଟଦର୍ହା ସଂରକ୍ଷିତ ଜଙ୍ଗଲରେ ମାଓବାଦୀଙ୍କ ଏବଂ ଯବାନ ମଧ୍ୟରେ ଗୁଳି ବିନିମୟ ହୋଇଛି। ଯବାନଙ୍କ ପାଲଟା ଗୁଳିରେ ମାଓବାଦୀମାନେ ଘଟଣା ସ୍ଥଳରୁ ଛତ୍ରଭଙ୍ଗ ଦେଇଛନ୍ତି। ନୂଆପଡ଼ା ଏସ୍‌ପିଙ୍କ…

ହାତ ଛାଡ଼ି ଶଙ୍ଖ ଧରିଲେ ଧର୍ମରାଜ

ଗୋପାଳପୁର,୧୭।୧୨(ଡି.ଏନ.ଏ.): କଂଗ୍ରେସର ପୂର୍ବତନ ବିଧାୟକ ପ୍ରାର୍ଥୀ ଏସ୍‌.ଧର୍ମରାଜ ରେଡ୍ଡୀ ଓ ତାଙ୍କର ସମର୍ଥକ ଶୁକ୍ରବାର ହାତ ଛାଡ଼ି ଶଙ୍ଖ ଧରିଛନ୍ତି। କାର୍ଯ୍ୟକ୍ରମରେ ଅନୁସୂଚିତ ଜାତି ଓ ଜନଜାତି ବିକାଶ ମନ୍ତ୍ରୀ ଜଗନ୍ନାଥ ସାରକା, ବିଜେଡିର ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ…

କୁକୁରଙ୍କ କବଳରୁ କୁଟୁରା ଉଦ୍ଧାର

ଆର.ଉଦୟଗିରି,୧୭।୧୨(ଡି.ଏନ.ଏ.): ଖାଦ୍ୟ ଅନ୍ବେଷଣରେ ଶୁକ୍ରବାର ଗଜପତି ଜିଲା ଆର୍‌.ଉଦୟଗିରି ବସ୍ତି ଅଞ୍ଚଳକୁ ଏକ କୁଟୁରା ଚାଲି ଆସିଥିଲା। କୁଟୁରାକୁ ଦେଖି କେତେକ ବୁଲା କୁକୁର ଗୋଡାଇଥିଲେ। ଏହା ଦେଖି ସ୍ଥାନୀୟ ଅଞ୍ଚଳବାସୀ କୁକୁରଙ୍କ କବଳରୁ କୁଟୁରାକୁ ଉଦ୍ଧାର କରି ବନ ବିଭାଗକୁ…

ଏସ୍‌ପି ଅଫିସ ଘେରାଉ କଲା ଯୁବ କଂଗ୍ରେସ

କେନ୍ଦୁଝର,୧୭ା୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଯୁବ କଂଗ୍ରେସ କମିଟି ପକ୍ଷରୁ ସଭାପତି ସୁନେଶ ଧୀରଙ୍କ ନେତୃତ୍ୱରେ ଶୁକ୍ରବାର କଂଗ୍ରେସ ଭବନଠାରୁ ଏକ ଶୋଭାଯାତ୍ରା କରାଯାଇଛି। କଂଗ୍ରେସ କର୍ମୀମାନେ ବିଜେଡି ସରକାରଙ୍କ ବିରୋଧରେ ନାରାବାଜି କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିକୁ ଏକ…

ଖରସ୍ରୋତାରେ ଭାସିଗଲେ ଯୁବକ

ସିଂହପୁର,୧୭ା୧୨(ଡି.ଏନ୍‌.ଏ.): ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ଓଳେଇ ଚନ୍ଦନପୁର ପଞ୍ଚାୟତ ଚନ୍ଦନପୁର ଗ୍ରାମର ରବିନ୍ଦ୍ର ସାମଲଙ୍କ ପୁଅ ସୌମେନ୍ଦ୍ର (୨୬) ଶୁକ୍ରବାର ସକାଳେ ନଦୀରେ ଗାଧୋଉଥିବା ବେଳେ ନଦୀର ପ୍ରଖର ସ୍ରୋତରେ ଭାସି ଯାଇଥିଲେ। ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ…

ଜଙ୍ଗଲରେ ବନ୍ଦୀ ୩୦ ହଜାର ଗ୍ରାମବାସୀ

ଢେଙ୍କାନାଳ ଅଫିସ୍‌/ଗଁଦିଆ, ୧୭ା୧୨: ଅଭୟାରଣ୍ୟ ଏବଂ ବନ୍ୟଜନ୍ତୁଙ୍କ ସୁରକ୍ଷା ଦ୍ୱାହି ଦେଇ ବନ ବିଭାଗ ବନ୍ଦ କରିଦେଇଛି ସବୁଦିନିଆ ଜଙ୍ଗଲ ରାସ୍ତା। ଫଳରେ ଜଙ୍ଗଲ ତଳି ଅଞ୍ଚଳରେ ବାସ କରୁଥିବା ୩୦ ଗ୍ରାମର ୨୫ ହଜାର ବାସିନ୍ଦା ଏକପ୍ରକାର ବନ୍ଦୀ ହୋଇପଡ଼ିଛନ୍ତି।…

ସ୍କୁଲ ପାଖରେ ତମାଖୁ ବିକ୍ରିି ଉପରେ କଟକଣା

ବାରିପଦା ଅଫିସ,୧୭ା୧୨: ମୟୂରଭଞ୍ଜ ଜିଲା ଆରକ୍ଷୀ ଅଧ୍ୟୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ତମାଖୁ ନିଷେଧ ଆଇନ ପ୍ରବର୍ତ୍ତନ ସମ୍ପର୍କିତ ଏକ କର୍ମଶାଳା ଏସ୍‌ପି କେ.ଆର୍‌. ଦ୍ୟାନଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସିଗାରେଟ ତଥା ତମାଖୁ ଜାତ ଦ୍ରବ୍ୟ ଅଧିନିୟମ-୨୦୦୩ ଅନୁଯାୟୀ ଜିଲାର…

ଅବ୍ୟବସ୍ଥା, ଅସୁରକ୍ଷିତ

ଅନୁଗୋଳ ଅଫିସ, ୧୭ା୧୨: ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ବିବାଦର ଶେଷ ହେଉନାହିଁ। ବିଭିନ୍ନ ଅବ୍ୟବସ୍ଥା ଲାଗିରହିଥିବାବେଳେ ଗୁରୁବାର ସକାଳେ ନିର୍ମାଣାଧୀନ ଆଇସିୟୁ ବିଲ୍ଡିଂ ଛାତରୁ ଖସି ବଅଁରପାଳ ଥାନା ଗୋତମରା ଗ୍ରାମର ପଦ୍ମଚରଣ ବିଶ୍ୱାଳଙ୍କ ପୁଅ ଚିକୁନ ବିଶ୍ୱାଳ(୨୧)ଙ୍କ…

କେନ୍ଦୁଝର ସହରକୁ ଜଳଯୋଗାଣ ବନ୍ଦ

କେନ୍ଦୁଝର, ୧୭ା୧୨ (ସ୍ବ.ପ୍ର.): ହାତୀ ଯୋଗୁ କେନ୍ଦୁଝର ଜିଲା ମୁଖ୍ୟାଳୟକୁ ଗତ ପ୍ରାୟ ଏକ ସପ୍ତାହ ହେଲା କାନଝରୀ ଡ୍ୟାମରୁ ପାନୀୟ ଜଳ ଯୋଗାଣ ବ୍ୟାହତ ହୋଇଛି। ଗତ ସପ୍ତାହରେ ନେକଡାଘର ନିକଟ ଜଙ୍ଗଲରେ ଏକ ହାତୀ ବିଦ୍ୟୁତ ଆଘାତରେ ମୃତ୍ୟୁବରଣ…

ଆଖଣ୍ଡଳମଣିଙ୍କୁ ଧନୁ ମୁଆଁ ସମର୍ପଣ

ଆରଡି, ୧୭ା୧୨ (ଡି.ଏନ.ଏ.): ଭଦ୍ରକ ଜିଲା ଆରଡ଼ି ଆଖଣ୍ଡଳମଣି ପୀଠରେ ଗୁରୁବାର ଧନୁ ସଂକ୍ରାନ୍ତି ଅବସରରେ ଭକ୍ତଙ୍କ ସମାଗମ ହୋଇଥିଲା। ଭୋର ୫ଟାରେ ମନ୍ଦିର ପହଡ଼ ଖୋଲାଯାଇଥିଲା। ବିଧି ଅନୁସାରେ ସର୍ବପ୍ରଥମେ ପ୍ରଭୁଙ୍କ ପାଖରେ ମଙ୍ଗଳ ଆଳତି କରାଯାଇଥିଲା। ପରେ ସେବାୟତମାନଙ୍କ…

ରାସ୍ତା ଜାମରେ ଫସିଲା ଜନନୀ ଏକ୍ସପ୍ରେସ

କେନ୍ଦୁଝର, ୧୭ା୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଟଣ ପଞ୍ଚାୟତ ତଳଗୁଣ୍ଡୁଳା ଗ୍ରାମର ଜଣେ ପ୍ରସୂତି ଗୁରୁତର ଅବସ୍ଥାରେ ଜନନୀ ଏକ୍ସପ୍ରେସ ଆମ୍ବୁଲାନ୍ସରେ ଜିଲା ମୁଖ୍ୟ ଡାକ୍ତରଖାନାକୁ ଆସୁଥିବାବେଳେ ଗୁରୁବାର ପୂର୍ବାହ୍ନରେ ଢାଙ୍ଗରପଡା ନିକଟ ଏନ୍‌ଏଚ୍‌ ୪୯ରେ ଅଟକିଯାଇଥିଲା। ସୁଷମା ମିଞ୍ଜ…

ଫେରାର ହୋଇ ନ ଥିବା ଅଡିଓ ଜାରି କଲେ ସୁମିତ

ଆସିକା,୧୭ା୧୨(ଡି.ଏନ୍‌.ଏ.):ବ୍ରହ୍ମପୁର ବ୍ରହ୍ମାନଗରର ଡାକ୍ତର ସୁମିତ ସାହୁ ଓ ସ୍ତ୍ରୀ ତପସ୍ବିନୀ ଦାଶଙ୍କ ମଧ୍ୟରେ ଚାଲିଥିବା ବିବାଦ ତୁଟିବା ନାଁ ଧରୁନି । ଏହି ପାରିବାରିକ ବିବାଦ ଅଦାଲତରେ ବିଚାରାଧୀନ ରହିଛି। ଆସିକା ଚିନିଶିଳ୍ପ ଅତିଥି ଭବନରୁ ଗତ ୧୦ ତାରିଖରୁ ତପସ୍ବିିନୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?