ଅଲିଭ ରିଡ୍‌ଲେଙ୍କ ଅଣ୍ଡାଦାନ

ଗଞ୍ଜାମ,୯।୨(ଡି.ଏନ.ଏ.): ଗଞ୍ଜାମ ଜିଲା ପୁରୁଣାବନ୍ଧ ଗ୍ରାମସ୍ଥିତ ଋଷିକୁଲ୍ୟା ମୁହାଣଠାରେ ଗତ ଦୁଇଦିନ ତଳେ ସାମାନ୍ୟ ଦକ୍ଷିଣା ପବନ ବୋହିବା ପରେ ଗତ ୫ ତାରିଖ ବିଳମ୍ବିତ ରାତିରେ ପାଞ୍ଚ ଶହରୁ ଊର୍ଦ୍ଧ୍ୱ କଇଁଛ କାଁଭାଁ ଅଣ୍ଡାଦାନ କରିଥିବା ଡିଏଫ୍‌ଓ ଅମ୍ଲାନ କୁମାର ନାୟକ ସୂଚନା ଦେଇଛନ୍ତି। କିନ୍ତୁ ପାଗ ଅନୁକୂଳ ନ ହେବାରୁ ପୁଣି ସ୍ଥଗିତ ଥିବା ସେ କହିଛନ୍ତି। ଆଗକୁ ହଜାର ହଜାର କଇଁଛ ଗଣ ଅଣ୍ଡାଦାନ କରିବେ ବୋଲି ସେ କହିଛନ୍ତି। ଏଥିପାଇଁ ଋଷିକୁଲ୍ୟା ମୁହାଁଣ ସମୁଦ୍ର ବେଳାଭୂମିରେ ବନ୍ୟଜନ୍ତୁଙ୍କ କବଳରୁ ଅଲିଭ ରିଡ଼ଲେଙ୍କୁ ସୁରକ୍ଷା, ଗଣ ଅଣ୍ଡାଦାନରେ ବାଧାପ୍ରାପ୍ତ ନ ହେବା ଲାଗି ବନ ବିଭାଗ ପକ୍ଷରୁ ମଙ୍ଗଳବାର ପ୍ରାୟ ଦେଢ଼ କିମି ପୋଡ଼ମପେଟା ପର୍ଯ୍ୟନ୍ତ ବେଳାଭୂମିରେ ପ୍ଲାଷ୍ଟିକ ବାଡ଼ ବନ୍ଧାଯାଇଛି। ପ୍ରକାଶ ଯେ, ଗତ ୫ ତାରିଖ ବିଳମ୍ବିତ ରାତିରେ ପାଞ୍ଚ ଶହରୁ ଉର୍ଦ୍ଧ ସାମୁଦ୍ରିକ କଇଁଛ ଅଣ୍ଡାଦାନ କରିବାକୁ ବେଳାଭୂମି ଉପରକୁ ଉଠି ଆସିଥିଲେ। ଖବର ପାଇ ଡିଏଫଓ ଅମ୍ଳାନ କୁମାର ନାୟକ ଓ ଖଲ୍ଲିକୋଟ ରେଞ୍ଜର ସିଦ୍ଧାର୍ଥ ଶଙ୍କର ସାହୁ ବେଳାଭୂମିରେ ପହଞ୍ଚି ଅନୁଧ୍ୟାନ କରିଥିଲେ। ଅଲିଭ ରିଡ଼ଲେ କଇଁଛ ମୁହାଁଣର ଉତ୍ତର ଦିଗରେ ପୋଡ଼ମପେଟା ଗ୍ରାମଠାରୁ ସିଦ୍ଧାନ୍ତ ନଗର ମଧ୍ୟରେ ଅଣ୍ଡାଦେଇଥିବା ଲକ୍ଷ୍ୟ କରାଯାଇଥିଲା। ଡିଏଫଓଙ୍କ ନିର୍ଦ୍ଦେଶକ୍ରମେ ରମ୍ଭା ଫରେଷ୍ଟର ଅବିନାଶ ଚୌଧୁରୀଙ୍କ ତତ୍ୱାବଧାନରେ ବନ ବିଭାଗ କର୍ମଚାରୀମାନେ ୨ମିଟର ଉଚ୍ଚତା ବିଶିଷ୍ଟ ପ୍ଲାଷ୍ଟିକ ବାଡ଼ ବଢ଼ାଇବାରେ ଲାଗିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚୋରା ଚାଲାଣ ରୋକିବା ପାଇଁ ବାଲି ସୈରାତକୁ ଖୋଳି ଦେଲା ଖଣି ବିଭାଗ   

ଦିଗପହଣ୍ଡି,୨୨|୫(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ନିକଟ ପତ୍ରଚୁଡ଼ି, ସୁନ୍ଦରଡ଼ା ଗ୍ରାମ ନିକଟ ବାହୁଦା ନଦୀ ର ବାଲି ସୈରାତ ନିଲାମ ହୋଇନଥିବା ବେଳେ ସେଠାରୁ…

ଭୋଜି ଖାଇବାକୁ ଆସି କଳାକନା ବୁଲାଇଦେଲେ ସମ୍ପର୍କୀୟ: ନେଇଗଲେ ୧୯ ଭରି ସୁନା ଓ ୧୪ ଭରି ରୂପା ଅଳଙ୍କାର

ଦିଗପହଣ୍ଡି,୨୨|୫(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ଉଦୟ ନାରାୟଣ ସାହି ର ନାରାୟଣ ଦାସଙ୍କ ଘର ଆଲମିରା ରୁ ପ୍ରାୟ ୧୯…

ଛତ୍ରପୁରରେ ଓଡିଶା ମାନବାଧିକାର କମିଶନଙ୍କ କ୍ୟାମ୍ପ କୋର୍ଟ : ୨୨ ମାମଲାର ତତ୍କାଳ ସମାଧାନ, ୭ଟିର ତଦନ୍ତ ରିପୋର୍ଟ ତଲବ

ଛତ୍ରପୁର,୨୨ା୫(ଦିଲୀପ ସାମଲ): ଓଡିଶା ମାନବାଧିକାର କମିଶନ ତରଫରୁ ଶୁକ୍ରବାର ଗଞ୍ଜାମ ଜିଲା ସଦର ମହକୁମା ଛତ୍ରପୁର ଠାରେ ଏକ କ୍ୟାମ୍ପ କୋର୍ଟ ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ଜିଲାପାଳଙ୍କ…

ଜିଲା ଆଇନ ସେବା ପ୍ରାଧିକରଣ: ସୁରକ୍ଷିତ ବାଲ୍ୟକାଳ, ସୁରକ୍ଷିତ ଭବିଷ୍ୟତ କାର୍ଯ୍ୟକ୍ରମ

ଛତ୍ରପୁର,୨୨ା୫ (ଦିଲ୍ଲୀପ ସାମଲ): ଜିଲା ଆଇନସେବା ପ୍ରାଧିକରଣ ପକ୍ଷରୁ ସୁରକ୍ଷିତ ବାଲ୍ୟକାଳ, ସୁରକ୍ଷିତ ଭବିଷ୍ୟତ ଶୀର୍ଷକ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଶୁକ୍ରବାର ଛତ୍ରପୁର ସ୍ଥିତ ବିଜ୍ଞାନ…

କେଏସୟୁବି କଲେଜରେ ନୂତନ ଅଧ୍ୟକ୍ଷ ଭାବେ ଯୋଗଦେଲେ ଡ. ଗଗନ ବିହାରୀ ପୁରୋହିତ

ଭଞ୍ଜନଗର,୨୨।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷଙ୍କ ଭାବେ ଡ. ଗଗନ ବିହାରୀ ପୁରୋହିତ ଶୁକ୍ରବାର ଅପରାହ୍ନରେ ଦାୟିତ୍ୱ…

ସମସ୍ୟାର ସ୍ଥାୟୀ ସମାଧାନ ନେଇ ବିଧାୟକଙ୍କ ଆଲୋଚନା: ପ୍ରତିଶ୍ରୁତି ଦେଇ କହିଲେ…

ଗଞ୍ଜାମ,୨୨।୫(ଅନାଥ ତରାଇ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ବଳରାମପୁର ଗ୍ରାମରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଗ୍ରାମବାସୀଙ୍କ ସହ ସାକ୍ଷାତ କରିଛନ୍ତି। ଏହି ଅବସରରେ ସେ…

ନବ ନିର୍ମିିତ ବର୍ହିଚିକିତ୍ସା, ଅର୍ନ୍ତଚିକିତ୍ସା ବିଭାଗ ଗୃହର ଶୁଭ ଉଦ୍‌ଘାଟନ କଲେ ସାଂସଦ-ବିଧାୟକ

ଗଞ୍ଜାମ,୨୨।୫ (ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଖଣ୍ଡଦେଉଳି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରଠାରେ ନବନିର୍ମିିତ ବର୍ହିଚିକିତ୍ସା ଓ ଅର୍ନ୍ତଚିକିତ୍ସା ବିଭାଗ ଗୃହକୁ ବ୍ରହ୍ମପୁର ସାଂସଦ ପ୍ରଦୀପ କୁମାର ପାଣିଗ୍ରାହୀ…

ଖଣ୍ଡଦେଉଳୀରେ ପିଏମଶ୍ରୀ ସ୍କୁଲର ଅତିରିକ୍ତ ଶ୍ରେଣୀ ଗୃହ ଉଦଘାଟନ କଲେ ବିଧାୟକ, ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ

ଗଞ୍ଜାମ,୨୨।୫(ଅନାଥ ତରାଇ): ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ ଖଣ୍ଡଦେଉଳୀ ଗ୍ରାମରେ ଏକ ଭବ୍ୟ କାର୍ଯ୍ୟକ୍ରମରେ ନବନିର୍ମିତ ବଜାର ଗୃହ ଓ ପି.ଏମ.ଶ୍ରୀ ଉଚ୍ଚ ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀ ଗୃହର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri