ଅଲିଭ ରିଡ୍‌ଲେଙ୍କ ଅଣ୍ଡାଦାନ

ଗଞ୍ଜାମ,୯।୨(ଡି.ଏନ.ଏ.): ଗଞ୍ଜାମ ଜିଲା ପୁରୁଣାବନ୍ଧ ଗ୍ରାମସ୍ଥିତ ଋଷିକୁଲ୍ୟା ମୁହାଣଠାରେ ଗତ ଦୁଇଦିନ ତଳେ ସାମାନ୍ୟ ଦକ୍ଷିଣା ପବନ ବୋହିବା ପରେ ଗତ ୫ ତାରିଖ ବିଳମ୍ବିତ ରାତିରେ ପାଞ୍ଚ ଶହରୁ ଊର୍ଦ୍ଧ୍ୱ କଇଁଛ କାଁଭାଁ ଅଣ୍ଡାଦାନ କରିଥିବା ଡିଏଫ୍‌ଓ ଅମ୍ଲାନ କୁମାର ନାୟକ ସୂଚନା ଦେଇଛନ୍ତି। କିନ୍ତୁ ପାଗ ଅନୁକୂଳ ନ ହେବାରୁ ପୁଣି ସ୍ଥଗିତ ଥିବା ସେ କହିଛନ୍ତି। ଆଗକୁ ହଜାର ହଜାର କଇଁଛ ଗଣ ଅଣ୍ଡାଦାନ କରିବେ ବୋଲି ସେ କହିଛନ୍ତି। ଏଥିପାଇଁ ଋଷିକୁଲ୍ୟା ମୁହାଁଣ ସମୁଦ୍ର ବେଳାଭୂମିରେ ବନ୍ୟଜନ୍ତୁଙ୍କ କବଳରୁ ଅଲିଭ ରିଡ଼ଲେଙ୍କୁ ସୁରକ୍ଷା, ଗଣ ଅଣ୍ଡାଦାନରେ ବାଧାପ୍ରାପ୍ତ ନ ହେବା ଲାଗି ବନ ବିଭାଗ ପକ୍ଷରୁ ମଙ୍ଗଳବାର ପ୍ରାୟ ଦେଢ଼ କିମି ପୋଡ଼ମପେଟା ପର୍ଯ୍ୟନ୍ତ ବେଳାଭୂମିରେ ପ୍ଲାଷ୍ଟିକ ବାଡ଼ ବନ୍ଧାଯାଇଛି। ପ୍ରକାଶ ଯେ, ଗତ ୫ ତାରିଖ ବିଳମ୍ବିତ ରାତିରେ ପାଞ୍ଚ ଶହରୁ ଉର୍ଦ୍ଧ ସାମୁଦ୍ରିକ କଇଁଛ ଅଣ୍ଡାଦାନ କରିବାକୁ ବେଳାଭୂମି ଉପରକୁ ଉଠି ଆସିଥିଲେ। ଖବର ପାଇ ଡିଏଫଓ ଅମ୍ଳାନ କୁମାର ନାୟକ ଓ ଖଲ୍ଲିକୋଟ ରେଞ୍ଜର ସିଦ୍ଧାର୍ଥ ଶଙ୍କର ସାହୁ ବେଳାଭୂମିରେ ପହଞ୍ଚି ଅନୁଧ୍ୟାନ କରିଥିଲେ। ଅଲିଭ ରିଡ଼ଲେ କଇଁଛ ମୁହାଁଣର ଉତ୍ତର ଦିଗରେ ପୋଡ଼ମପେଟା ଗ୍ରାମଠାରୁ ସିଦ୍ଧାନ୍ତ ନଗର ମଧ୍ୟରେ ଅଣ୍ଡାଦେଇଥିବା ଲକ୍ଷ୍ୟ କରାଯାଇଥିଲା। ଡିଏଫଓଙ୍କ ନିର୍ଦ୍ଦେଶକ୍ରମେ ରମ୍ଭା ଫରେଷ୍ଟର ଅବିନାଶ ଚୌଧୁରୀଙ୍କ ତତ୍ୱାବଧାନରେ ବନ ବିଭାଗ କର୍ମଚାରୀମାନେ ୨ମିଟର ଉଚ୍ଚତା ବିଶିଷ୍ଟ ପ୍ଲାଷ୍ଟିକ ବାଡ଼ ବଢ଼ାଇବାରେ ଲାଗିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଭିଡ୍‌ ଫଣ୍ଡକୁ ଅଙ୍ଗନୱାଡ଼ି କର୍ମୀଙ୍କ ସହାୟତା

ବୁଗୁଡ଼ା,୧୦ା୫(ଡି.ଏନ.ଏ.)- ବୁଗୁଡ଼ା ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଅଧୀନରେ କାର୍ଯ୍ୟ କରୁଥିବା ସ୍ଥାନୀୟ ଏନ୍‌ଏସିର ସେକ୍ଟର ତରଫରୁ ଅଙ୍ଗନୱାଡ଼ି କର୍ମୀ, ସହାୟିକା ଏବଂ ଆତ୍ମ ସହାୟିକା...

ମୁକ୍ତା ଯୋଜନାରେ ଶିଶୁ ଉଦ୍ୟାନ ଉନ୍ନତୀକରଣ ବିଫଳ

ବ୍ରହ୍ମପୁର ଅଫିସ,୧୦।୮: ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ବ୍ରହ୍ମପୁର ସହରର ଖୋଲା ସ୍ଥାନଗୁଡିକରେ ଶିଶୁ ଉଦ୍ୟାନ ନିର୍ମାଣ କରାଯାଇଛି। ସହରରେ ଏଭଳି ଭାବେ ପ୍ରାୟ...

୧ ଲକ୍ଷ ଚାଷୀଙ୍କୁ ମିଳିଲାନି ବୀମା ସହାୟତା

ଛତ୍ରପୁର,୩ା୭(ଡି.ଏନ.ଏ.)-ଗଞ୍ଜାମ ଜିଲାର ୧ ଲକ୍ଷ ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ବୀମା ସହାୟତା ମିଳି ନ ଥିବା ଜଣାପଡିଛି। ଏହି ଯୋଜନାରେ ପ୍ରିମିୟମ ଦେଇ...

ବଡ଼ ମେଡିକାଲର ଗୁମର କଥା: ବାୟୋମେଟ୍ରିକ ଉପସ୍ଥାନ ବ୍ୟବସ୍ଥା ପ୍ରହସନ

ବ୍ରହ୍ମପୁର ଅଫିସ,୧୬ା୧୨-ମହାରାଜ କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଦକ୍ଷିଣ ଓଡ଼ିଶାର ଏକ ମାତ୍ର ଭରସାଯୋଗ୍ୟ ହସ୍ପିଟାଲ। ଏହି ହସ୍ପିଟାଲ ଉପରେ ପଡୋଶୀ ଆନ୍ଧ୍ରପ୍ରଦେଶ ଓ ପୁରୀ,...

ଛତ୍ରପୁର ନଗର ବିଜେଡି ସଭାପତିଙ୍କ ଇସ୍ତଫା

ଛତ୍ରପୁର,୬।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ନଗର ବିଜେଡି ସଭାପତି ବି. ରାଜୁବାବୁ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି । ଏ ନେଇ ସେ ଜିଲା ବିଜେଡି...

ପଞ୍ଚାୟତ ନିର୍ବାଚନର ପ୍ରଥମ ଫଳାଫଳ: ସୋରଡ଼ାର ୬୩ ନଂ ଜୋନ୍‌ରେ ବାଜି ମାରିଲା ବିଜେଡି

ସୋରଡ଼ା,୨୬ା୨(ଡି.ଏନ୍‌.ଏ.): ପଞ୍ଚାୟତ ନିର୍ବାଚନ ଗଣତିର ପ୍ରଥମ ଦିନରେ ଫଳାଫଳ ଆସିଛି। ଗଞ୍ଜାମ ଜିଲା ସୋରଡ଼ାର ୬୩ ନମ୍ବର ଜୋନ୍‌ର ବିଜେଡି ପ୍ରାର୍ଥୀ ସମରେନ୍ଦ୍ର କୁମାର ସାହୁ...

ରାଜ୍ୟ ନୋଡାଲ ଅଧିକାରୀଙ୍କ ଦିଗପହଣ୍ଡି ଗସ୍ତ

ଦିଗପହଣ୍ଡି,୧୮ା୮(ଡି.ଏନ.ଏ.)-ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ରାଜ୍ୟ ନୋଡାଲ ଅଧିକାରୀ ଅଜୟ କୁମାର ବାଇ ଶୁକ୍ରବାର ଦିଗପହଣ୍ଡି ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର...

ଦିନରେ ବନ୍ଧା ହୋଇଥିଲେ, ରାତିରେ ଖସି ପଳାଇଲେ

ଆର୍‌.ଉଦୟଗିରି,୨୨ା୮(ଡି.ଏନ୍‌.ଏ.)- ଗଜପତି ଜିଲା ଆର୍‌.ଉଦୟଗିରି ଥାନା ହାଜତରୁ ଗୁରୁବାର ବିଳମ୍ବିତ ରାତିରେ ଜଣେ ଅଭିଯୁକ୍ତ ଚମ୍ପଟ ମାରିଛନ୍ତି। ସେ ହେଲେ ପୁରୀ ସଦର ଥାନା ଅଞ୍ଚଳର...

Advertisement
Archives

Model This Week