ଆମ ଜିଲା ଖବର

ଜିଲାପାଳଙ୍କ ଅଫିସ ଘେରିଲେ ଚାଷୀ

ବରଗଡ଼ ଅଫିସ,୧୫।୧୨: ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡରେ ଚଳିତବର୍ଷ ମରୁଡ଼ି ପରିସ୍ଥିତି ଉପୁଜିଛି। ମାତ୍ର ଏଭଳି ସ୍ଥିତିରେ ବୀମା କମ୍ପାନୀ ଚାଷୀଙ୍କୁ ବୀମା ସହାୟତାରୁ ବଞ୍ଚିତ କରିବା ପାଇଁ ନାନା ଆଳ ଦେଖାଇବା ଆରମ୍ଭ କରି ଦେଇଛି । ବୀମା କମ୍ପାନୀ…

ଆଜି ଶ୍ରୀମନ୍ଦିରରେ ବନକଲାଗି: ୪ ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ ଅଫିସ,୧୫।୧୨: ଶ୍ରୀମନ୍ଦିରରେ ଆଜି ଚତୁର୍ଦ୍ଧାବିଗ୍ରହଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ମଧ୍ୟାହ୍ନ ଧୂପ ପରେ ଦତ୍ତମହାପାତ୍ର ସେବକମାନେ ରତ୍ନବେଦୀରେ ମହାପ୍ରଭୁଙ୍କ ବନକଲାଗି ନୀତି କରିବେ । ହିଙ୍ଗୁଳ, ହରିତାଳ, ଶଙ୍ଖ, କସ୍ତୁରୀ ଓ କଳା ଆଦି ପ୍ରାକୃତିକ ରଙ୍ଗରେ…

ସଡ଼କ ଦୁର୍ଘଟଣାରେ ଚାଲିଗଲା ତିନି ଜୀବନ

ପଦ୍ମପୁର,୧୫।୧୨(ଡି.ଏନ୍‌.ଏ.): ଭଦ୍ରକ ସଦର ବ୍ଲକ ଅଧିନ ସାବରଙ୍ଗ ହାଇସ୍କୁଲ ଛକ ନିକଟରେ ଏକ ଦୁର୍ଘଟଣା ଘଟିଛି। ଏକ ଅଜଣା ଗାଡି ଧକ୍କା ଦେବାରୁ ତିନି ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତିମାନେ ହେଲେ ବାସୁଦେବପୁର ଏରତାଳ ଗ୍ରାମର ଦଇଟାରୀ ବେହେରା, ପ୍ରକାଶ…

ବ୍ୟବସାୟୀଙ୍କ ଘରେ ଚଢ଼ାଉ, ବିପୁଳ ରକ୍ତ ଚନ୍ଦନ କାଠ ଜବତ

ପାରଳାଖେମୁଣ୍ଡି,୧୫।୧୨(ଡି.ଏନ୍‌.ଏ): ପାରଳାଖେମୁଣ୍ଡି ସ୍ଥିତ ବାଳିକା ବିଦ୍ୟାଳୟ ନିକଟ ଜନୈକ ବ୍ୟବସାୟୀ ଜି ରାମା ରାଓଙ୍କ ଘରେ ରେଡ୍‌ ହୋଇଛି। ପୋଲିସ , ଅବକାରୀ ଓ ଜଙ୍ଗଲ ବିଭାଗର ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମିଳିତ ଚଢାଉ କରିଥିବା ସୂଚନା ମିଳିଛି। ରାମା ରାଓ ରକ୍ତ…

୧୨୭ ପାନୀୟ ଜଳ ପ୍ରକଳ୍ପ ପାଇଁ ୬୪୩ କୋଟି ଖର୍ଚ୍ଚ ବରାଦ

ଜଗତ୍‌ସିଂହପୁର ଅଫିସ, ୧୫।୧୨: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଜଗତ୍‌ସିଂହପୁର ଜିଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ)ରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନ ଅବସରରେ ୭୯୪ କୋଟି ଟଙ୍କାରେ ୩୬୨ଟି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦ୍‌ଘାଟନ କରିଛନ୍ତି।…

ପଲିଥିନ ତଳେ ବିତୁଛି ଦିବ୍ୟାଙ୍ଗ ମହିଳାଙ୍କ ଜୀବନ

ମହାକାଳପଡ଼ା,୧୫ା୧୨ (ଡି.ଏନ.ଏ.): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଗ୍ରାମାଞ୍ଚଳରେ ବସବାସ କରୁଥିବା ଗରିବଙ୍କୁ ଆବାସ ଯୋଜନାରେ ଗୃହ ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି। ହେଲେ ଜଣେ ଦିବ୍ୟାଙ୍ଗ ମହିଳା ଛିଣ୍ଡା ପଲିଥିନ ତଳେ ଜୀବନ ବିତାଉଥିବାର କରୁଣ ଚିତ୍ର ଦେଖିବାକୁ…

ପୁନର୍ଗଠନ ହେଉନି ବିଦ୍ୟାଳୟ ପରିଚାଳନା କମିଟି

ରସୁଲପୁର,୧୫ା୧୨(ଡି.ଏନ.ଏ.): ରସୁଲପୁର ବ୍ଲକ ଅଧୀନ ୧୯୪ ବିଦ୍ୟାଳୟରେ ପରିଚାଳନା କମିଟି ପୁନର୍ଗଠନ ହେଉନାହିଁ। ସେଥିରେ ୯୮ ପ୍ରାଥମିକ ବିଦ୍ୟାଳୟ, ୬୬ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ୧୭ ବ୍ଲକ୍‌ଗ୍ରାଣ୍ଟ, ୮ଟି ଏଡେଡ୍‌ ବିଦ୍ୟାଳୟ ଓ ୫ଟି ମଦରସା ରହିଛି। ଏ ସମସ୍ତ…

କାମରେ ଲାଗୁନି ପାନୀୟ ଜଳ ଯୋଗାଣ ପ୍ରକଳ୍ପ

ଚଣ୍ଡିଖୋଲ,୧୫ା୧୨(ଡି.ଏନ.ଏ.): ବଡ଼ଚଣା ବ୍ଲକ ଅଧୀନ ବାଲିପଡ଼ିଆ ପଞ୍ଚାୟତରେ ନିର୍ମିତ ପାନୀୟ ଜଳ ଯୋଗାଣ ପ୍ରକଳ୍ପଟି କାମରେ ଲାଗୁନି। ୨୦୧୮-୧୯ରେ ୧ କୋଟି ୩୦ ଲକ୍ଷ ଟଙ୍କା ବ୍ୟୟ କରାଯାଇ ଉକ୍ତ ପ୍ରକଳ୍ପ ନିର୍ମାଣ କରାଯାଇଥିଲା। ହେଲେ ପ୍ରକଳ୍ପଟି ତା’ର ମୂଳଲକ୍ଷ୍ୟରୁ ଦୂରେଇ…

ହାତୀ ସୁରକ୍ଷା ପାଇଁ ବିଦ୍ୟୁତ୍‌ କାଟ

ସମ୍ବଲପୁର,୧୫।୧୨(ବ୍ୟୁରୋ): ସମ୍ବଲପୁର ମହାନଗର ନିଗମ ଉପକଣ୍ଠ ଅଞ୍ଚଳରେ କିଛିଦିନ ହେବ ହାତୀ ଚଳାଚଳ ବୃଦ୍ଧି ପାଇଛି। ହାତୀଙ୍କ ସୁରକ୍ଷା ପାଇଁ ବନ ବିଭାଗର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଦ୍ୟୁତ୍‌ କାଟ କରାଯିବ ବୋଲି ଟାଟା ପାୱାର ପକ୍ଷରୁ ସୂଚନା ଦିଅଯାଇଛି। ସୂଚନା…

କ୍ରାଇମବ୍ରାଞ୍ଚ ତଦନ୍ତ ଦାବିକଲେ ପରିବାର

ପୁରୀ ଅଫିସ,୧୫।୧୨: ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ସହାୟକ ଚିତ୍ତରଞ୍ଜନ ପଲାଇଙ୍କ ମୃତ୍ୟୁ ଘଟଣାକୁ ୩ଦିନ ବିତିଯାଇଥିବାବେଳେ ପୋଲିସ ହାତ ବର୍ତ୍ତମାନ ସୁଦ୍ଧା ଖାଲି ରହିଛି। ଫଳରେ ଚିତ୍ତରଞ୍ଜନଙ୍କ ମୃତ୍ୟୁ ଦୁର୍ଘଟଣା ନା ହତ୍ୟା ତାହା ଏଯାବତ୍‌…

ଅସୁସ୍ଥତା କାରଣ ଦର୍ଶାଇଲେ ସୁମିତ

ଆସିକା,୧୫।୧୨(ଡି.ଏନ.ଏ.): ଡାକ୍ତର ସୁମିତ ସାହୁ ଓ ସ୍ତ୍ରୀ ତପସ୍ବିନୀ ଦାଶଙ୍କ ମଧ୍ୟରେ ଲାଗି ରହିଥିବା ପାରିବାରିକ ବିବାଦର କୌଣସି ସମାଧାନ ହୋଇପାରିନାହିଁ। ବ୍ରହ୍ମପୁର ଏସ୍‌ଡିଜେଏମ୍‌ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଗତ ୩ ତାରିଖରୁ ଉଭୟେ ଆସିକା ଚିନିଶିଳ୍ପ ଅତିଥି ଭବନରେ ରହୁଥିଲେ। ୧୦ତାରିଖ…

ବଟି ମାଗି ଗିରଫ ହେଲେ ମହିଳା ଖବରଦାତା

ଉମରକୋଟ, ୧୪।୧୨(ସ୍ବ.ପ୍ର.): ନବରଙ୍ଗପୁର ଜିଲା ରାଇଘର ବ୍ଲକରେ ଜଣେ କାର୍ଯ୍ୟରତ ମହିଳା ଖବରଦାତାଙ୍କୁ ବଟି ମାଗିବା ଓ ଜାତିଆଣ ଆକ୍ଷେପ ଅଭିଯୋଗରେ ରାଇଘର ପୋଲିସ ଗିରଫ କରିଛି। ଗିରଫ ଖବରଦାତା ହେଲେ ମାମୁନି ଚକ୍ରବର୍ତ୍ତୀ। ସୂଚନାନୁଯାୟୀ, ମାମୁନି ରାଇଘର ଗୋନା ଅଞ୍ଚଳର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?