ବାଲି ସଇରାତ ଲିଜ୍‌ ଦିଆଯିବନି

ଜଳେଶ୍ୱର, ୯।୨(ଡି.ଏନ୍‌.ଏ.) ବାଲେଶ୍ୱର ଜିଲା ଜଳେଶ୍ୱର ଦେଇ ବହିଯାଇଥିବା ସୁବର୍ଣ୍ଣରେଖା ନଦୀ ବାଲିର ଚାହିଦା ଅଧିକ ଥିବାରୁ ବେଆଇନ ଭାବେ ମାତ୍ରାଧିକ ଉତ୍ତୋଳନ କରାଯାଇ ଚୋରାଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି। ଏ ସମ୍ପର୍କରେ ସେକସରାଇର ହରିପଦ ମାନ୍ନା ଓ ମହମ୍ମଦନଗରପାଟଣା ଗ୍ରାମର ଉତ୍ତମ ଦାସ ୨୦୧୯ ଡିସେମ୍ବରରେ କୋଲକାତା ଏନ୍‌ଜିଟି କୋର୍ଟ ଦ୍ୱାରସ୍ଥ ହୋଇଥିଲେ ା ମଙ୍ଗଳବାର ଏନ୍‌ଜିଟି ଜଷ୍ଟିସ୍‌ ବି. ଅମିତ ସ୍ଥଲକାର (ଜୁଡିସିଆଲ ମେମ୍ବର) ଓ ଏକ୍ସପର୍ଟ ମେମ୍ବର ଶୈବାଳ ଦାସଗୁପ୍ତ ଶୁଣାଣି କରି ଡିଏସ୍‌ଆର୍‌ର ଅନ୍ତରୀଣ ରିପୋର୍ଟ ହୋଇଥିବାରୁ ମହମ୍ମଦନଗରପାଟଣା, ବେଣାପୁରା ଅଞ୍ଚଳରେ ଦିଆଯାଇଥିବା ବାଲି ସଇରାତ୍‌ଗୁଡିକ ଲିଜ୍‌ ଦିଆଯାଇ ପାରିବ ନାହିଁ ବୋଲି ରାୟ ଦେଇଛନ୍ତି ା ପୂର୍ଣ୍ଣାଙ୍ଗ ରିପୋର୍ଟ ଆସିଲା ପରେ ବାଲି ସଇରାତ୍‌ଗୁଡିକ ଲିଜ୍‌ ଦିଆଯିବା ପରେ କାର୍ଯ୍ୟକ୍ଷମ ହେବ ବୋଲି ଆଇନ୍‌ଜୀବୀ ଶଙ୍କର ପ୍ରସାଦ ପାଣି ସୂଚନା ଦେଇଛନ୍ତି ା
ସରକାରଙ୍କ ନିୟମ ଅନୁଯାୟୀ କୌଣସି ବାଲି ସଇରାତ୍‌କୁ ଡିଏସ୍‌ଆର୍‌ (ଜିଲା ସର୍ବେକ୍ଷଣ ରିପୋର୍ଟ) ଅନୁଯାୟୀ ଲିଜ୍‌ ଦିଆଯିବା କଥା। ଏହି ଡିଏସ୍‌ଆର୍‌ କମିଟିରେ ଜିଲାପାଳ, ତହସିଲଦାର, ରାଜ୍ୟ ପ୍ରଦୂଷଣ ବୋର୍ଡ, ରାଜ୍ୟ ପରିବେଶ ବିଭାଗ, ମାଇନିଂ ବିଭାଗ, ୱାଟର ରିସୋର୍ସ ବିଭାଗ, ରେଭିନ୍ୟୁ, ଦୁର୍ବିପାକ ବିଭାଗ, କେନ୍ଦ୍ର ପରିବେଶ, ଜଙ୍ଗଲ ଓ ପାଣିପାଗ ପରିବର୍ତ୍ତନ ବିଭାଗ ଓ କେନ୍ଦ୍ର ପ୍ରଦୂଷଣ ବିଭାଗର କର୍ମକର୍ତ୍ତାମାନେ ରହିଥାନ୍ତି। ଉକ୍ତ ଡିଏସ୍‌ଆର୍‌ ଯୁଗ୍ମ ପରିଦର୍ଶନ କରି ନଦୀଶଯ୍ୟା ବିଭିନ୍ନ ଦିଗ ଉପରେ ଅନୁଧ୍ୟାନ କରି ବାଲି ସଇରାତ୍‌ ସୃଷ୍ଟି କରାଯାଇଥାଏ। ନିୟମ ଅନୁଯାୟୀ କୌଣସି ୨ଟି ସଇରାତ୍‌ ମଧ୍ୟରେ ୨.୫ କି.ମି.ରୁ କମ୍‌ ବ୍ୟବଧାନ ରହିବା ଉଚିତ୍‌ ନୁହେଁ। ଏପରିକି ପାଣି ଭିତରୁ କୌଣସି ଲଘୁ ଖଣିଜ ପଦାର୍ଥ ଉତ୍ତୋଳନ କରିବାର ମଧ୍ୟ ନିୟମ ନାହିଁ ା ପ୍ରକୃତରେ କମିଟି ସର୍ଭେ ନ କରି ଡିଏସ୍‌ଆର୍‌ ପ୍ରସ୍ତୁତ କରାଯାଉଥିବା ଅଭିଯୋଗ ହୋଇଥିଲା ା ଏ ସମସ୍ତ ନିୟମକୁ ଅଣଦେଖା କରି ଡିଏସ୍‌ଆର୍‌ ରିପୋର୍ଟ ଅନୁଯାୟୀ ଜଳେଶ୍ୱର ଓ ବସ୍ତା ତହସିଲ କାର୍ଯ୍ୟାଳୟ ପକ୍ଷରୁ ସୁବର୍ଣ୍ଣରେଖା ନଦୀରେ ବାଲି ସଇରାତ୍‌ ନିଲାମ ଦିଆଯାଇ ଆସୁଛି। ଫଳରେ ବର୍ଷ ବର୍ଷ ଧରି ନିର୍ଦ୍ଦିଷ୍ଟ ସ୍ଥାନରେ ବାଲି ଲିଜ୍‌ ଦିଆଯାଉଥିବାରୁ ସେହି ସ୍ଥାନରେ ନଦୀର ଗଭୀରତା ବୃଦ୍ଧି ପାଇ ନିକଟସ୍ଥ ଗ୍ରାମଗୁଡିକ ପ୍ରତି ବିପଦ ସୃଷ୍ଟି ହେଉଥିବା ବେଳେ ଅନ୍ୟସ୍ଥାନରେ ନଦୀ ପୋତି ହୋଇଯାଉଛି ା


Enter your email to get our daily news in your inbox.

All Right Reserved By Dharitri.Com

ମୌଳିକ ସୁବିଧାରୁ ବଞ୍ଚିତ ୯୯ ଛାତ୍ରୀଛାତ୍ର

ବାଲେଶ୍ୱର,୮।୧୦,(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ହରିପୁର ପଞ୍ଚାୟତରେ ୧୯୫୯ ମସିହାରେ କସିମିଳା ସରକାରୀ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ହୋଇଥିଲା। ଏଠାରେ ଶିଶୁ ବାଟିକାଠାରୁ ପଞ୍ଚମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?