ଜମି ଅଧିଗ୍ରହଣରେ ପାଦେ ଆଗେଇଲା

ଯାଜପୁର ଅଫିସ,୯।୨: ଖୋର୍ଦ୍ଧାରୋଡ-ବଲାଙ୍ଗୀର ରେଳପ୍ରକଳ୍ପ କାର୍ଯ୍ୟ ଆଉ ଏକ ପାଦେ ଆଗେଇଛି। ନୟାଗଡ଼ ଓ ବୌଦ୍ଧ ଜିଲାର ପ୍ରାୟ ୬୨ ଏକର ବେସରକାରୀ ଜମି ଅଧିଗ୍ରହଣ ପାଇଁ ୧୦ କୋଟି ୯୮ ଲକ୍ଷ ୬୬ ହଜାର ୮୫୭ ଟଙ୍କା ମଞ୍ଜୁର ହୋଇଛି। ଏହିମର୍ମରେ ବୌଦ୍ଧ ଓ ନୟାଗଡ଼ ଜିଲାପାଳଙ୍କୁ ସୋମବାର ବାଣିଜ୍ୟ ଓ ପରିବହନ ବିଭାଗର ଉପସଚିବ କଳ୍ପତରୁ ସାମନ୍ତରାୟ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। ୨୦୨୧ ନଭେମ୍ବର ୭ରେ ଧରିତ୍ରୀର ପ୍ରଥମ ପୃଷ୍ଠାରେ ‘ଭାଗବଣ୍ଟା ଛିଣ୍ଡୁନି, ପ୍ରକଳ୍ପ ବିଳମ୍ବିତ’ ଶୀର୍ଷକ ଖବର ପ୍ରକାଶ ପାଇବା ପରେ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଏଭଳି ତପତ୍ରତା ପ୍ରକାଶ ପାଇଛି। ତେବେ ଏହି ଅଧିଗ୍ରହଣ ପ୍ରକ୍ରିୟା ସୁରୁଖୁରୁରେ ସମ୍ପାଦିତ ହେଲେ ରେଳପ୍ରକଳ୍ପ କାର୍ଯ୍ୟ ସରିବାକୁ ଆଉ ବେଶି ଦିନ ଅପେକ୍ଷା କରିବାକୁ ପଡ଼ିବ ନାହିଁ ବୋଲି ଆଶା କରାଯାଇଛି।
୧୯୯୪-୯୫ ଆର୍ଥିକ ବର୍ଷରେ ଖୋର୍ଦ୍ଧାରୋଡ-ବଲାଙ୍ଗୀର ୨୮୯ କିମି ରେଳପ୍ରକଳ୍ପକୁ ମଞ୍ଜୁରୀ ମିଳିଥିଲା ଏବଂ ୨୦୦୧ ଜୁନରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା। ୨୬ ବର୍ଷ ହେବ ଏହି ପ୍ରକଳ୍ପ ଜମି ଅଧିଗ୍ରହଣ ଓ ଜଙ୍ଗଲ ଜମି ବିବାଦ ଯୋଗୁ ଅଧାରେ ଲାଖିଛି। ବାଣିଜ୍ୟ ଓ ପରିବହନ ବିଭାଗର ସୋମବାର ନିଷ୍ପତ୍ତି ଅନୁଯାୟୀ ବୌଦ୍ଧ ଜିଲା ପୁରୁଣାକଟକ ଥାନା ହରଭଙ୍ଗା ତହସିଲ ଅଧୀନ ରୁଗୁଡିପାଲି ମୌଜାରେ ୪୨.୪୪୦ ଏକର ବେସରକାରୀ ଜମି ଅଧିଗ୍ରହଣ ନିର୍ଦ୍ଦେଶ ହୋଇଛି। ଏଥିପାଇଁ ୪ କୋଟି ୧୯ ଲକ୍ଷ ୪ ହଜାର ୫୯୪ ଟଙ୍କା ମଞ୍ଜୁର ହୋଇଛି। ପୂର୍ବରୁ ଏଥିପାଇଁ ୪ କୋଟି ୩ ଲକ୍ଷ ୯୨ ହଜାର ୫୫୪ ଟଙ୍କା ମଞ୍ଜୁର ହୋଇଥିଲାବେଳେ ଏହା ରିଭାଇଜ କରାଯାଇଛି। ଏଥିରେ ଜମି ଅଧିଗ୍ରହଣ ଧାରା ୨୯(୧) ଅନୁଯାୟୀ ମୋଟ କ୍ଷେତ୍ରଫଳ ଜମିର ମୂଲ୍ୟ ୧,୩୦,୬୦,୮୫୩ ଟଙ୍କା ଏବଂ ଗୃହ, କୂପ, ପୁଷ୍କରିଣୀ, ବୃକ୍ଷ ଆଦି ବାବଦକୁ ୧,୫୧,୫୭,୪୨୨ ଟଙ୍କା, ନୂତନ ଧାରା ୩୦(୧) ଅନୁଯାୟୀ ଉପରୋକ୍ତ ଅର୍ଥର ଶତକଡ଼ା ୧୦୦% ହାରରେ ସାନ୍ତ୍ୱନାମୂଳକ କ୍ଷତିପୂରଣ ୧,୫୧,୫୭,୪୨୨ ଟଙ୍କା, ଧାରା ୩୦(୩) ଅନୁଯାୟୀ ଶତକଡ଼ା ୧୨% ଅତିରିକ୍ତ କ୍ଷତିପୂରଣ ୨ ବର୍ଷ ପାଇଁ ୨୬,୧୨,୧୧୬ ଟଙ୍କା, ସରକାରୀ ରାଜସ୍ବର ପୁଞ୍ଜୀକୃତ ମୂଲ୍ୟ ୮,୬୫୧ ଟଙ୍କା, ଯୁଚ୍ଛ ପ୍ରତିଷ୍ଠାନର ଖର୍ଚ୍ଚ ଶତକଡ଼ା ୨୦% ୬୫,୮୫,୩୯୨ ଟଙ୍କା, ପୁର୍ନବାସ ଓ ଥଇଥାନ ପାଇଁ ୨୩,୮୩,୫୯୦ ଟଙ୍କା ଅଟକଳ ହୋଇଛି। ଏହି ଅଟକଳ ପରିମାଣକୁ ବୌଦ୍ଧ ଜିଲାପାଳ ମଞ୍ଜୁର କରିଛନ୍ତି।
ନୟାଗଡ ଜିଲା ଦଶପଲ୍ଲା ତହସିଲ ଅନ୍ତର୍ଗତ ଦୁର୍ଗାପ୍ରସାଦ ମୌଜାରେ ୫.୬୧୦ ଏକର ବେସରକାରୀ ଜମି ଅଧିଗ୍ରହଣ ନିଷ୍ପତ୍ତି ହୋଇଛି। ଏଥିପାଇଁ ୭୪,୨୫,୨୦୨ ଟଙ୍କା ମଞ୍ଜୁର ହୋଇଛି। ଏଥିରେ ମୋଟ ଜମିର ମୂଲ୍ୟ ୨୭,୫୪,୯୭୨ ଟଙ୍କା ରଖାଯାଇଥିବାବେଳେ ଧାରା ୨୯(୨) ଅନୁଯାୟୀ ବୃକ୍ଷ ବାବଦକୁ ୬୩,୦୯୧ ଟଙ୍କା, ଶତକଡ଼ା ୧୦୦% ସାନ୍ତ୍ୱନାମୂଳକ କ୍ଷତିପୂରଣ ୨୮,୧୮,୦୬୩ ଟଙ୍କା, ଧାରା ୩୦(୩) ଅନୁଯାୟୀ ଉପରୋକ୍ତ ଅର୍ଥର ଶତକଡ଼ା ୧୨% ଅତିରକ୍ତ କ୍ଷତିପୂରଣ ୨ ବର୍ଷ ପାଇଁ ୫,୫୦,୯୯୪ ଟଙ୍କା, ସରକାରୀ ରାଜସ୍ବର ପୁଞ୍ଜୀକୃତ ମୂଲ୍ୟ ୬୫୮ ଟଙ୍କା, ଯୁଚ୍ଛ ପ୍ରତିଷ୍ଠାନ ଖର୍ଚ୍ଚ ଶତକଡ଼ା ୨୦% ହିସାବରେ ୧୨,୩୭,୪୨୪ ଟଙ୍କା ଅଟକଳ ହୋଇଛି। ଏହି ଅଟକଳ ପରିମାଣକୁ ନୟାଗଡ଼ ଜିଲାପାଳ ମଞ୍ଜୁର କରିଥିବା ରିପୋର୍ଟରେ ଦର୍ଶାଯାଇଛି।
ନୟାଗଡ ଜିଲା ଦଶପଲ୍ଲା ତହସିଲ ଅନ୍ତର୍ଗତ ବୁଗୁଡା କଲୋନୀ ମୌଜାରେ ୧୧ ଏକର ଜମି ପାଇଁ ୧,୨୫,୯୭,୮୯୧ ଟଙ୍କା ଅଟକଳ ହୋଇଛି। ଏଥିରେ ମୋଟ ଜମିର କ୍ଷତ୍ରଫଳ ଅନୁଯାୟୀ ୪୪,୭୨,୧୬୦ ଟଙ୍କା ସହ ଧାରା ୨୯(୨) ଅନୁଯାୟୀ ଗୃହ, କୂପ, ବୃକ୍ଷ, ଫଳନ୍ତି ଶସ୍ୟ ବାବଦକୁ ୪୮,୦୧,୪୪୭ ଟଙ୍କା, ନୂତନ ଧାରା ୩୦(୧) ଅନୁଯାୟୀ ଉପରୋକ୍ତ ଅର୍ଥର ଶତକଡ଼ା ୧୦୦% ସାନ୍ତ୍ୱନାମୂଳକ କ୍ଷତିପୂରଣ ଭାବେ ୪୮,୦୧,୪୪୭ ଟଙ୍କା, ଧାରା ୩୦(୩) ଅନୁଯାୟୀ ଉପରୋକ୍ତ ଅର୍ଥର ଶତକଡ଼ା ୧୨% ଅତିରିକ୍ତ କ୍ଷତିପୂରଣ ବାବଦକୁ ୮,୯୪,୪୩୨ ଟଙ୍କା, ରାଜସ୍ବ ପୁଞ୍ଜୀକୃତ ମୂଲ୍ୟ ୧,୧୦୦ ଟଙ୍କା, ଶତକଡ଼ା ୨୦% ଯୁଚ୍ଛ ପ୍ରତିଷ୍ଠାନ ଖର୍ଚ୍ଚ ବାବଦକୁ ୨୦,୯୯,୪୬୫ ଟଙ୍କା ରଖାଯାଇଛି।
ନୟାଗଡ଼ ଜିଲା ଦଶପଲ୍ଲା ତହସିଲ ଅନ୍ତର୍ଗତ ଦୁରୁକିପାଜୁ ମୌଜାରେ ୩.୯୦୦ ଏକର ଜମି ପାଇଁ ୬୦,୩୪,୫୭୬ ଟଙ୍କା ମଞ୍ଜୁର ହୋଇଛି। ଏଥିରେ ମୋଟ କ୍ଷେତ୍ରଫଳ ଜମିର ମୂଲ୍ୟ ୨୨,୯୯,୦୯୬ ଟଙ୍କା ସମେତ ଧାରା ୨୯(୧) ଅନୁଯାୟୀ ବୃକ୍ଷ ପାଇଁ ୧୮,୦୫୪ ଟଙ୍କା, ନୂତନ ଧାରା ୩୦(୧) ଅନୁସାରେ ଶତକଡ଼ା ୧୦୦% ହାରରେ ସାନ୍ତ୍ୱନାମୂଳକ କ୍ଷତିପୂରଣ ୨୩,୧୭,୧୫୦ ଟଙ୍କା, ଉପରୋକ୍ତ ମୋଟ ମୂଲ୍ୟ ଉପରେ ଧାରା ୩୦(୩) ଅନୁସାରେ ଶତକଡ଼ା ୧୨% ଅତିରିକ୍ତ କ୍ଷତିପୂରଣ ବାବଦକୁ ୩,୯୪,୧୩୦ ଟଙ୍କା, ରାଜସ୍ବର ପୁଞ୍ଜିକୃତ ମୂଲ୍ୟ ୪୫୮ ଟଙ୍କା, ଯୁଚ୍ଛ ପ୍ରତିଷ୍ଠାନର ଖର୍ଚ୍ଚ ଶତକଡ଼ା ୨୦% ହାରରେ ୧୦,୦୫,୬୮୬ ଟଙ୍କା ଅଟକଳ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ତାରାତାରିଣୀ କଲେଜରେ ତ୍ରିମୁଖୀ ଲଢ଼େଇ: ନାମାଙ୍କନ ପ୍ରତ୍ୟାହାର କଲେ ସଭାପତି ପ୍ରାର୍ଥୀ ଅଙ୍କିତ ପ୍ରଧାନ, ମଇଦାନରେ ଅଛନ୍ତି…

ପୁରୁଷୋତ୍ତମପୁର,୧୦ା୧୦(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସରେ ରାଜନୈତିକ ଉଷ୍ଣତା ବଢ଼ିଛି। ଶନିବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ଦିବସରେ ସଭାପତି…

ଉଠୁଛି ପଡୁଛି ସାରାଦେଶ: ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ବି ବରଗଡ଼ରେ ତୀବ୍ର ଆନ୍ଦୋଳନ

ବରଗଡ଼,୧୦ା୧୦(ପ୍ରେମାନନ୍ଦ ଖମାରୀ): ଭୋଟ୍‌ ଚୋରି ଅଭିଯୋଗ ନେଇ ସାରାଦେଶ ଉଠୁଛି ଓ ପଡୁଛି। ଏଭଳି ଅଭିଯୋଗ ନେଇ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନଶ କୁମାରଙ୍କ ଇସ୍ତଫା ଦାବିରେ…

ଆମ୍ବୁଲାନ୍ସରେ ନିଆଁ ଲାଗିବା ଘଟଣା: ସାମ୍ନାକୁ ଆସିଲା ସତ, ସବୁ ବଖାଣିଲେ ଡ୍ରାଇଭର

ଉଦଳା,୧୦ା୧୦(ସନ୍ତୋଷ ବାଛିନୀ): ମୟୂରଭଞ୍ଜ ଜିଲା ଉଦଳା ମେଡିକାଲ ଭିତରେ ଆମ୍ବୁଲାନ୍ସ ଅଗ୍ନିକାଣ୍ଡ ହେବା ପଛର ସତ ଆସିଲା ସାମ୍ନାକୁ। ଉକ୍ତ ଆମ୍ବୁଲାନ୍ସର ଡ୍ରାଇଭର ଏମଭିଆଇଙ୍କ ଆଗରେ ବଖାଣିଲେ…

ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ତେଜନା: ଦୁଇ ଅଣଛାତ୍ର ଗୋଷ୍ଠୀ ମଧ୍ୟରେ ଛୁରାମାଡ଼

ନବରଙ୍ଗପୁର, ୧୦/୧୦ (ସନ୍ତୋଷ ସନ୍ତୋଷ): ଉମରକୋଟରେ କଲେଜ ନିର୍ବାଚନକୁ କେନ୍ଦ୍ର କରି ଉତ୍ତେଜନା ଦେଖାଦେଇଛି। ଦୁଇ ଅଣଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ଦୀପକମଲ ମହାପାତ୍ର ନାମକ…

ନାଗସାପ ସହ ରିଲ୍ସ କରିବାବେଳେ ମାରିଲା ଚୋଟ, ଚାଲିଗଲା ଯୁବକଙ୍କ ଜୀବନ

ପୁରୀ,୧୦ା୧୦(ଅଜିତ୍‌ କୁମାର ମହାନ୍ତି): ସୋସିଆଲ ମିଡିଆରେ ରିଲ୍ସ କରିବା ନିଶା ଜଣେ ଯୁବକଙ୍କ ପାଇଁ ମହଙ୍ଗା ପଡ଼ିଛି। ନାଗ ସାପକୁ ଧରି ରିଲ୍ସ କରୁଥିବା ବେଳେ ସାପ…

ବିଶ୍ୱ ଦରବାରରେ ଓଡ଼ିଆ ପୁଅ: ଜାପାନରେ ପ୍ରଶଂସିତ ହୋଇ ଜନ୍ମମାଟି ପାଇଁ ଗୌରବ ଆଣିଲେ ଗୋଡ଼ଭଗାର ଡାକ୍ତର ଅଭିଷେକ

ଅତାବିରା,୧୦ା୧୦(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ବ୍ଲକ ଗୋଡ଼ଭଗାର ଡା. ଅଭିଷେକ ନାଏକ। ଜନ୍ମମାଟି ପାଇଁ ଆଣିଛନ୍ତି ଗର୍ବ ଓ ଗୌରବ। ସେ ବିଏଚ୍‌ୟୁସ୍ଥିତ ଇନ୍‌ଷ୍ଟିଚ୍ୟୁଟ ଅଫ…

ନୀଳମାଧବଙ୍କ ନୀତିକାନ୍ତି ବିଳମ୍ବ ନେଇ ବିବାଦୀୟ ପରିସ୍ଥିତି, ମଧ୍ୟାହ୍ନ ସାଢ଼େ ୧୨ଟା ସୁଦ୍ଧା ହୋଇନି ଆଳତି

ଖଣ୍ଡପଡ଼ା,୧୦ା୧୦(ଅଜୟ କୁମାର ମହାରଣା): ଜଗନ୍ନାଥ ସଂସ୍କୃତିର ଆଦି ଦେବତା ଭାବରେ ପ୍ରଭୁ ଶ୍ରୀ ନୀଳମାଧବ ଜୀଉ ସର୍ବଜନ ବିଦିତ। ପୁରୀ ଶ୍ରୀ ମନ୍ଦିରର ପୂଜା ନୀତି ସହ…

ବିଦ୍ୟାଳୟରେ ଅବ୍ୟବସ୍ଥା: ଚରମସୀମାରେ ଛାତ୍ରୀଛାତ୍ରଙ୍କ ଅସନ୍ତୋଷ, ବିଡିଓଙ୍କୁ ଭେଟିବାକୁ ଚାଲିଚାଲି ପଳେଇଲେ

ବାରିପଦା,୧୦ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟରେ ଅବ୍ୟବସ୍ଥାକୁ ନେଇ ଶନିବାର ଛାତ୍ରୀଛାତ୍ରଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?