ଘର ଭିତରକୁ ପଶିବାକୁ ଉଦ୍ୟମ କରୁଛି ଭାଲୁ
ସଜନାଗଡ, ୮।୨(ଡି.ଏନ.ଏ.) ବାଲେଶ୍ୱର ଜିଲା ନୀଳଗିରି କେନ୍ଦୁଖୁଣ୍ଡା ଅଞ୍ଚଳରେ ଏକ ଭାଲୁ ଘରର ଟିଣକୁ ଟାଣି ଭିତରକୁ ପଶିବାକୁ ଚେଷ୍ଟା କରୁଛି। ଶେଷରେ ବିଫଳ ହୋଇ ଭାଲୁଟି ଫେରିଯିବାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ଦେଖିବା…
ପାଣି ପାଇଁ ୨୦୦ ପରିବାର ହଇରାଣ
ଆରଡ଼ି, ୮।୨(ଡି.ଏନ.ଏ.) ଦୁଇମାସ ହେଲା ସରକାରୀ ନଳକୂପ ଭାଙ୍ଗିଯାଇଛି। ଆଉ ଦୁଇଦିନ ହେବ ମୋଟର ପୋଡ଼ିଯିବା ଯୋଗୁ ପ୍ରକଳ୍ପ ପାଣି ମଧ୍ୟ ମିଳିପାରୁନି। ଫଳରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ଆରଡ଼ି…
ମଣ୍ଡିରୁ ଉଠୁନି ଧାନ: ଯୋଗାଣ ନିରୀକ୍ଷକଙ୍କୁ ଭେଟିଲେ ଚାଷୀ
ଗଞ୍ଜାମ,୮।୨(ଡି.ଏନ୍.ଏ.): ଧାନ ଅମଳକୁ ଦୁଇ ମାସ ବିତିଗଲାଣି। ହେଲେ ମଣ୍ଡିରୁ ଧାନ ଉଠିବା ବିଳମ୍ବ ହେଉଥିବା ଯୋଗୁ ଚାଷୀଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖିବାକୁ ମିଳିଛି। ଏନେଇ ଗଞ୍ଜାମ ବ୍ଲକ ଅନ୍ତର୍ଗତ କାଇଁଚପୁର ପଞ୍ଚାୟତର ଝାଡ଼କୁଦା ଗ୍ରାମର ଚାଷୀମାନେ ବ୍ଲକ ଯୋଗାଣ…
ଚନ୍ଦନ ଗଛ ଉପରେ ମାଫିଆଙ୍କ ନଜର
କେନ୍ଦୁଝର, ୮।୨ (ସ୍ବ.ପ୍ର./ ଡି.ଏନ.ଏ.) କେନ୍ଦୁଝର ଜିଲାରେ ଚନ୍ଦନ ତସ୍କରୀ ଉପରେ ପ୍ରଶାସନର ଅଙ୍କୁଶ ଲାଗିପାରୁନାହିଁ। ଫଳରେ ଜିଲାରେ ଚନ୍ଦନ ଗଛ ଚୋରି ବଢ଼ିବାରେ ଲାଗିଛି। ଏବେ ଚନ୍ଦନଗଛ ଉପରେ ନଜର ପଡ଼ିଥିବା ବେଳେ ଜିଲାପାଳଙ୍କ କାର୍ଯ୍ୟାଳୟ ମଧ୍ୟ ଏଥିରୁ ବାଦ୍…
୭ ଅଭିଯୁକ୍ତଙ୍କୁ ଆଜୀବନ ଜେଲ
ଉମରକୋଟ, ୮।୨(ସ୍ବ.ପ୍ର.): ହତ୍ୟା ମାମଲାରେ ୭ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ସହ ୫ ହଜାର ଟଙ୍କା ଜରିମାନା କରିଛନ୍ତି ଉମରକୋଟ ଅତିରିକ୍ତ ଜିଲା ଦୌରାଜଜ୍ ସୁନୀଲ କୁମାର ଦାସ। ଜରିମାନା ଅନାଦେୟ ଅଧିକ ୬ ମାସ ଜେଲ୍ଦଣ୍ଡ ଭୋଗିବେ ବୋଲି ରାୟରେ…
ପୁଣି ଉପସ୍ଥିତି ଜାହିର କଲେ ମାଓବାଦୀ: ପୋଡିଲେ ଜେସିବି, ଟ୍ରାକ୍ଟର
ଫୁଲବାଣୀ ଅଫିସ, ୮।୨: କନ୍ଧମାଳ ଜିଲାରେ ମାଓବାଦୀମାନେ ପୁଣି ଉପସ୍ଥିତି ଜାହିର କରିଛନ୍ତି। ଫିରିଙ୍ଗିଆ ବ୍ଲକ କିଆମୁଣ୍ଡାରେ ରାସ୍ତା ନିର୍ମାଣକୁ ବିରୋଧ କରି ଏକ ଠିକା ସଂସ୍ଥାର ଜେସିବି, ଟ୍ରାକ୍ଟର ପୋଡି ଦେଇଛନ୍ତି। ଏଥିସହ ଘଟଣାସ୍ଥଳରେ ପୋଷ୍ଟର ବ୍ୟାନର ମାରିଛନ୍ତି। ନିର୍ବାଚନ…
ଭିଜିଲାନ୍ସ ଜାଲରେ ସହକାରୀ ଜିଲାପାଳ
ରାଉରକେଲା ଅଫିସ, ୮।୨: ରାଉରକେଲାର ସହକାରୀ ଜିଲାପାଳ ମନୋରଞ୍ଜନ ନାୟକଙ୍କ ଘରେ ମଙ୍ଗଳବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ ହୋଇଥିବା ଜଣାପଡ଼ିଛି। ମନୋରଞ୍ଜନଙ୍କ ଛେଣ୍ଡସ୍ଥିତ ୨ଟି ଘର, କାର୍ଯ୍ୟାଳୟ ,…
ଜିଅନ୍ତା ମାଛ ଧରି ଘରକୁ ଘର ବୁଲି ପ୍ରଚାର କଲେ ପ୍ରାର୍ଥୀ
ଖଡିଆଳ,୮।୨(ଡି.ଏନ.ଏ.): ଜିଅନ୍ତା ମାଛ ଧରି ଘରକୁ ଘର ବୁଲି ନିର୍ବାଚନ ପ୍ରଚାର କରୁଛନ୍ତି ଜଣେ ସରପଞ୍ଚ ପ୍ରାର୍ଥୀ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନୂଆପଡ଼ା ଜିଲା ଖଡିଆଳ ବ୍ଲକ ସରପଞ୍ଚ ପ୍ରାର୍ଥୀ ପ୍ରଭୁଦତ୍ତ ଗୌଡ଼। ଚଳିତ ପଞ୍ଚାୟତ ନିର୍ବାଚନରେ ଗଡ୍ରାମୁଣ୍ଡା ପଞ୍ଚୟତରେ…
ପ୍ରଚାରବେଳେ ବିଜେଡି-ଭାଜପା ମୁହାଁମୁହିଁ
ଝାରସୁଗୁଡ଼ା ଅଫିସ,୮ା୨: ଝାରସୁଗୁଡ଼ା ଜିଲା ଲଇକେରା ବ୍ଲକ୍ ୧ନମ୍ବର ଜୋନ୍ରେ ନିର୍ବାଚନ ପ୍ରଚାର ବେଳେ ବିଜେଡି-ଭାଜପା ମୁହାଁମୁହିଁ ହୋଇଛନ୍ତି। ଭାଜପା ଜିଲା ପରିଷଦ ପ୍ରାର୍ଥିନୀ ଶବ୍ୟାସିନୀ ପ୍ରଧାନ, ଭାଜପା ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ ଓ ତାଙ୍କ ସମର୍ଥକଙ୍କ ସହ ମିଶି…
ଅପହରଣ ପଛରେ ଭିକ୍ଟୋରିଆ ରୁପାଟଙ୍କା
ଖଡିଆଳ, ୮।୨(ଡି.ଏନ.ଏ.): ନୂଆପଡ଼ା ଜିଲା ଖଡିଆଳ ପୋଲିସ ଯୁବକଙ୍କୁ ଅପହରଣ ଘଟଣାର ରହସ୍ୟ ଉନ୍ମୋଚନ କରିଛି। ଅପହୃତ ଯୁବକଙ୍କୁ ଉଦ୍ଧାର କରାଯିବା ପରେ ୧୮୮୫ ମସିହାର ଭିକ୍ଟୋରିଆ ରୁପାଟଙ୍କା ପାଇଁ ଅପହରଣ କରାଯାଇଥିବା ପୋଲିସ ସ୍ପଷ୍ଟ କରିଛି। ଘଟଣାରେ ୪ଜଣଙ୍କୁ ଗିରଫ…
ହତ୍ୟା ପରେ ଦେଇଥିଲେ ଦୁର୍ଘଟଣା ରୂପ
ଜମନକିରା,୮ା୨(ଡି.ଏନ.ଏ.): ଯୁବକଙ୍କୁ ହତ୍ୟା ପରେ ଦୁର୍ଘଟଣାର ରୂପ ଦିଆଯାଇଥିବା ଅଭିଯୋଗରେ ଜମନକିରା ଥାନା ପୋଲିସ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତଙ୍କ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିବା ଥାନା ଆଇଆଇସି ପ୍ରେମଜିତ…
ଭିଜିଲାନ୍ସ ଜାଲରେ ରେଡକ୍ରସ୍ ବ୍ଲଡ୍ ବ୍ୟାଙ୍କ ଟେକ୍ନିସିଆନ
କଟକ ଅଫିସ, ୮।୨: ଲାଞ୍ଚ ନେବା ଅଭିଯୋଗରେ କଟକସ୍ଥିତ ସେଣ୍ଟ୍ରାଲ ରେଡକ୍ରସ ବ୍ଲଡ୍ ବ୍ୟାଙ୍କ୍ ଲାବୋରେଟରି ଟେକ୍ନିସିଆନ କିଶୋର ଚନ୍ଦ୍ର ସ୍ବାଇଁଙ୍କୁ ସୋମବାର ଭିଜିଲାନ୍ସ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ସେ ଦୁଇ ବୋତଲ ‘ଏ ପଜିଟିଭ୍’ ଗ୍ରୁପ୍ ରକ୍ତ…

