ସହରକୁ ପିଇବା ପାଣି ଯୋଗାଣ ବାଧା ଆଶଙ୍କା

ଭଞ୍ଜନଗର,୯।୨(ଡି.ଏନ.ଏ) ଭଞ୍ଜନଗର ସହରବାସୀଙ୍କୁ ବିଶୁଦ୍ଧ ପାଣି ଯୋଗାଇ ଦେବାପାଇଁ ସରକାର ପଦକ୍ଷେପ ନେଇଛନ୍ତି।ଏହି ପରିପ୍ରେକ୍ଷୀରେ ନୂଆ ନୂଆ ପ୍ରକଳ୍ପ ହେଉଛି । ହେଲେ ବିଭିନ୍ନ କାରଣ ଯୋଗୁ କାମଗୁଡ଼ିକ ନିର୍ଦ୍ଧାରିତ ସମୟରେ ଶେଷ ହେଉନାହିଁ। ସହରର ଅନେକ ଅଞ୍ଚଳକୁ ଇତିମଧ୍ୟରେ ନୂଆ ପାଇପ ଲାଇନ ବିଛା ହୋଇଛି। ସେସବୁକୁ ଡ଼ିସେମ୍ବର ସୁଦ୍ଧା ପୁରୁଣା ପାଇପ ସହ ଯୋଡ଼ିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା । ହେଲେ ଏ ଯାଏ ତାହା ହୋଇନାହିିଁ । ଯଦ୍ଦ୍ବାରା କେତକ ଅଞ୍ଚଳକୁ ଆବଶ୍ୟକ ଅନୁଯାୟୀ ପାଣି ଯୋଗାଣରେ ବାଧା ଦେଖାଦେଇଛି । ବର୍ତ୍ତମାନ ସୁଦ୍ଧା ପ୍ରାୟ ୩ କି.ମି. ୮ଶହ ମିଟର ପାଇପ ବିଛା ହୋଇଥିବା ବେଳେ ଏବେ ବି ବ୍ରାହ୍ମଣସାହିର ୯୦ ମିଟର ପାଇପ ବିଛା କାମ ସରିନାହିଁ। ପାଇପ୍‌ ବିଛାଇବା ଏବଂ ସଂଯୋଗ କାମ ତୁରନ୍ତ ନ ସରିଲେ ଖରାଦିନ ଆରମ୍ଭରୁ ସହରରେ ପାନୀୟ ସମସ୍ୟା ବଢ଼ିବ। ଅନ୍ୟପକ୍ଷରେ ପାର୍କ ରୋଡ଼ରେ ବୃହତ ଜଳ ବିଶୋଧାନାଗାର ପ୍ରକଳ୍ପ କାର୍ଯ୍ୟ ମଧ୍ୟ ଚାଲିଛି । ଉକ୍ତ କାମ ଜୁଲାଇ ୯ ତାରିଖ ସୁଦ୍ଧା ସରିବା ଲକ୍ଷ୍ୟ ରଖାଯାଇଛି । ଏ ବାବଦରେ ୨ କୋଟି ୩୮ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। କିନ୍ତୁ ଉକ୍ତ କାର୍ଯ୍ୟ ମଧ୍ୟ ଧିମାରେ ଚାଲିଛି । ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହୋଇଛି । ଏ ସମ୍ପର୍କରେ ଜନସ୍ବାସ୍ଥ୍ୟ ବିଭାଗ ସହକାରୀ ଯନ୍ତ୍ରୀଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି, ସହରବାସୀଙ୍କ ଆବଶ୍ୟକତାକୁ ଦେଖି ପଦକ୍ଷେପ ନିଆଯାଉଛି । ଗ୍ରୀଷ୍ମ ଋତୁରେ ପାନୀୟ ଜଳ ଯୋଗାଣରେ କୌଣସି ବାଧା ଦେଖାଦେବ ନାହିଁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଧାରାଣୀ ପାଣି ପଞ୍ଚାୟତକୁ ଶ୍ରେଷ୍ଠ ପୁରସ୍କାର

ପୁରୁଷୋତ୍ତମପୁର,୩୧ା୧(ଡି.ଏନ.ଏ.)- ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଭୀମପୁର ପଞ୍ଚାୟତ ଚାଟମୁଣ୍ଡୁଳି ଗ୍ରାମର ରାଧାରାଣୀ ପାଣିପଞ୍ଚାୟତକୁ ରାଜ୍ୟ ସରକାରଙ୍କ ଉଠା ଜଳ ସେଚନ ବିଭାଗ ପକ୍ଷରୁ ଶ୍ରେଷ୍ଠ...

ନାହାନ୍ତି ଡାକ୍ତର: ଚିକିତ୍ସା ଅଭାବରୁ ଦିବ୍ୟାଙ୍ଗଙ୍କ ଜୀବନ ଗଲା

ଜଗନ୍ନାଥ ପ୍ରସାଦ, ୨୪।୧୦(ଡି.ଏନ.ଏ): ଗଞ୍ଜାମ ଜିଲା ଜଗନ୍ନାଥ ପ୍ରସାଦ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଦୁଇଦିନ ଧରି ଡାକ୍ତର ଅନୁପସ୍ଥିତ ଥିବା ଯୋଗୁ ଜଣେ ଆୟୁଷ ଆୟୁର୍ବେଦ ଡାକ୍ତରଙ୍କ...

ଟ୍ରକ ପଛକୁ ଧକ୍କା ଦେଲା ଟ୍ରକ୍‌: ଚାଲିଗଲା ୨ ଜଣଙ୍କ ଜୀବନ

ଗୋପାଳପୁର,୨୬ା୯- ଗଞ୍ଜାମ ଜିଲା ୧୬ନଂ. ଜାତୀୟ ରାଜପଥରେ ଶନିବାର ଗୋଳନ୍ଥରା ଥାନା ଅଟୋନଗର ନିକଟରେ ଟ୍ରକ୍‌ ପଛକୁ ଅନ୍ୟ ଏକ ଟ୍ରକ ଧକ୍କା ଦେବାରୁ ୨...

ବାଇକ୍‌ ଉପରେ ମାଡ଼ିଗଲା ଲୁହା ବୋଝେଇ ଟ୍ରକ୍‌

ଛତ୍ରପୁର,୧୨ା୬(ଡି.ଏନ.ଏ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧୀନ ଆଇଆର୍‌ଇ ଆବାସିକ କଲୋନୀ ସମ୍ମୁଖ ରାସ୍ତାରେ ରବିବାର ଲୁହା ବୋଝେଇ ଟ୍ରକ୍‌ ଧକ୍କାରେ ଜଣେ ବାଇକ୍‌ ଚାଳକଙ୍କ...

ଚମକିଲେ ଗଞ୍ଜାମ ଝିଅ ମନସ୍ବିନୀ

ଗଞ୍ଜାମ,୧୭ା୫(ଡି.ଏନ.ଏ.):ଗଞ୍ଜାମର ସୁନାଝିଅ ମନସ୍ବିନୀ ମହାରଣା। ଦୁଃସାହସିକ ସାମୁଦ୍ରିକ କ୍ରୀଡ଼ା ଏସୀୟ ଉଇଣ୍ଡ ସର୍ଫିଙ୍ଗ ଚାମ୍ପିୟନଶିପରେ ସେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ମନସ୍ବିନୀ ଭାରତୀୟ ଆର୍‌ଏସ୍‌-ଏକ୍ସ...

ବିକ୍ରି ହୋଇପାରୁନି ମିଠାମକା, ଚିନ୍ତାରେ ଚାଷୀ

ବୁଗୁଡ଼ା,୨୮ା୭(ଡି.ଏନ.ଏ.)-ଓଡ଼ିଶାରେ ମିଠାମକା ଚାଷରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ ତାକରଡ଼ା ଗ୍ରାମର ଚାଷୀ ଏବେ ହତାଶ ହୋଇ ପଡ଼ିଛନ୍ତି।...

ମରାମତି ହେଲା ପାତ୍ରପୁର କେନାଲ ହୁଡ଼ା ରାସ୍ତା

ପାତ୍ରପୁର,୧୬ା୯(ଡି.ଏନ୍‌ଏ): ପାତ୍ରପୁର ବ୍ଲକ୍‌ ପାତ୍ରପୁର ଗ୍ରାମକୁ ସଂଯୋଗ କରୁଥିବା ନିତିଦିନିଆ ରାସ୍ତା ଲଗାଣ ବର୍ଷାରେ ଧୋଇ ଯାଇଥିଲା। ବର୍ଷା କମିବା ପରେ ପ୍ରଶାସନ ପକ୍ଷରୁ ଉକ୍ତ...

କାର୍ଯ୍ୟାନୁଷ୍ଠାନ ଦାବିରେ ଅସ୍ଥାୟୀ ବନ କର୍ମଚାରୀଙ୍କ ଧାରଣା

ଦିଗପହଣ୍ଡି,୫।୧୧(ଡି.ଏନ.ଏ.): ଦିଗପହଣ୍ଡି ବନ ବିଭାଗ ରେଞ୍ଜ କାର୍ଯ୍ୟାଳୟ ପରିସରରେ ଜଣେ ଅସ୍ଥାୟୀ ପାରା ବନ କର୍ମଚାରୀ କୃଷ୍ଣଚନ୍ଦ୍ର ଜେନାଙ୍କୁ ଜଣେ ଫରେଷ୍ଟ ଗାର୍ଡଙ୍କ ସ୍ବାମୀ ମୀନକେତନ...

Advertisement
Archives

Model This Week