ବଢ଼ି ଚାଲିଛି ବାଲି ଚୋରି

କେନ୍ଦୁଝର, ୯।୨ (ସ୍ବ.ପ୍ର.)  କେନ୍ଦୁଝର ଜିଲାର ବିଭିନ୍ନ ନଦୀନାଳରୁ ବିନା ଲିଜ୍‌ରେ ବାଲି ଚୋରି ବଢ଼ି ଚାଲିଛି। ଫଳରେ ସରକାରଙ୍କ କୋଟି କୋଟି ଟଙ୍କାର ରାଜସ୍ବ, ପରିବେଶ କ୍ଷତି ହେଉଥିଲେ ହେଁ ରୋକିବା ଲାଗି କାହାରି ଆନ୍ତରିକତା ନାହିଁ। ପଞ୍ଚାୟତ ନିର୍ବାଚନ ପାଇଁ ସମସ୍ତେ ବ୍ୟସ୍ତ ଥିବାବେଳେ ଏହାର ସୁଯୋଗ ନେଇ ମାଫିଆମାନେ ବାଲି ଉତ୍ତୋଳନ କରି ନଦୀ ନିକଟ ତଥା ବିଭିନ୍ନ ସ୍ଥାନରେ ଗଚ୍ଛିତ ରଖି ଚୋରା ଚାଲାଣ କରୁଥିବା ଅଭିଯୋଗ ହେଉଛି। ପାଟଣା ତହସିଲ ଅନ୍ତର୍ଗତ କିଆପଡ଼ା ଓ ଅନ୍ୟାନ୍ୟ ଅଞ୍ଚଳରୁ ବୈତରଣୀ ନଦୀରୁ ବାଲି ଚୋରି ନେଇ ଅଭିଯୋଗ ହେଉଛି। ମାଫିଆମାନେ ବିଭିନ୍ନ ଉପାୟରେ ଏହି ଚୋରା କାରବାର ଜାରି ରଖିଥିବା ବେଳେ ରାଜସ୍ବ ଓ ପୋଲିସ ବିଭାଗର କେତେକ ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ପ୍ରୋତ୍ସାହନରେ ଏସବୁ ଚାଲିଥିବାରୁ ଧରପଗଡ଼ ହେଉ ନ ଥିବା ସ୍ଥାନୀୟ ଲୋକେ କହିଛନ୍ତି। ଏହି ତହସିଲ ଅନ୍ତର୍ଗତ ବୈତରଣୀ ନଦୀରୁ ବେଆଇନ ବାଲି ଉତ୍ତୋଳନ ଓ ଚାଲାଣ ନେଇ ପ୍ରଶାସନ ନିକଟରେ ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠନ ଗ୍ରହଣ କରାଯାଉ ନ ଥିବାରୁ ଅସନ୍ତୋଷ ବଢୁଛି। ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ କ୍ଷତି ହେଉଥିବା ବେଳେ ନଦୀ ମଧ୍ୟ ଅସୁରକ୍ଷିତ ହୋଇପଡୁଛି। ସେହିପରି ବହୁ ସଂଖ୍ୟାରେ ଭାରିଯାନ ଚଳାଚଳ ଯୋଗୁ ରାସ୍ତାଘାଟ କ୍ଷତିଗ୍ରସ୍ତ ହେବା ସହ ପ୍ରଦୂଷଣ ବଢୁଛି।
ଟ୍ରିପ୍‌ର ବାଲି ନଦୀ କୂଳରେ ଏବଂ ଆଖପାଖ ଗ୍ରାମରେ ଗଚ୍ଛିତ ରଖାଯାଇଥିବାରୁ ଚଢ଼ାଉ କରି ମାଫିଆମାନଙ୍କୁ ଧରିବା ପାଇଁ ଦାବି ହେଉଛି। ବଡ଼ ବଡ଼ ଟ୍ରକ୍‌ରେ ବାଲି ପରିବହନ ବେଳେ ଧୂଳି ଉଡ଼ି ପ୍ରଦୂଷଣ ସୃଷ୍ଟି ହେବା ସହ ଟ୍ରାଫିକ ସମସ୍ୟା ଦୁର୍ଘଟଣାର କାରଣ ହେଉଛି। ଏନେଇ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ପୋଲିସ ଧରପଗଡ଼ କରୁ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ଏହାଦ୍ୱାରା ସରକାରଙ୍କ ରାଜସ୍ବ ହାନି ଘଟିବା ସହ ପରିବେଶ କ୍ଷତିଗ୍ରସ୍ତ, ନଦୀ ଓ ଏହା ଆଖପାଖ ଗ୍ରାମ ପ୍ରତି ବିପଦ ଆଶଙ୍କା ରହୁଛି। ପ୍ରଶାସନ ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ଦାବି ହେଉଛି। ଏ ସମ୍ପର୍କରେ ଜିଲାପାଳ ଆଶିଷ ଠାକରେଙ୍କୁ ପଚାରିବାରୁ ଖୁବ୍‌ଶୀଘ୍ର ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ର ସଂସଦ ନିର୍ବାଚନକୁ ନେଇ କଲେଜ କ୍ୟାମ୍ପସରେ ଉତ୍କଣ୍ଠା, ନାମାଙ୍କନ ଦାଖଲ ପରେ…

ବଞ୍ଚୋ,୯ା୧୦(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପରିପ୍ରେକ୍ଷୀରେ ଭାଜପା, ବିଜେଡି ଓ କଂଗ୍ରେସ ସମର୍ଥିତ ଛାତ୍ରୀଛାତ୍ରଙ୍କ ପକ୍ଷରୁ ବିଭିନ୍ନ ପଦବୀ ନିମନ୍ତେ ନାମାଙ୍କନପତ୍ର ଦାଖଲ…

ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ବନ୍ଦ ନ କଲେ ହେବ ବଡ଼ ଆନ୍ଦୋଳନ

ପାଟଣା, ୮।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ସରକାରୀ ବସ୍‌ଷ୍ଟାଣ୍ଡ ନିକଟରେ ପ୍ରସ୍ତାବିତ ନୂତନ ବିଦେଶୀ ମଦ ଦୋକାନକୁ ପାଟଣା ବିକାଶ ମଞ୍ଚ ପକ୍ଷରୁ…

ଲୋକଙ୍କ ଅଭିଯୋଗ ଶୁଣିଲେ ବିଧାୟକ

ପାଟଣା,୮।୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ପଞ୍ଚାୟତରେ ଗୁରୁବାର ‘ସେବା ସେତୁ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ…

କଂଗ୍ରେସର ବନ୍ଦ ଡାକରା: ରାଜ୍ୟ ରାଜପଥ ଅବରୋଧ କଲେ ବିକ୍ଷୋଭକାରୀ

ବଞ୍ଚୋ,୮ା୧୦(ପ୍ରଦୋଷ ବିଶ୍ୱାଳ): ଇଣ୍ଡିଆ ମେଣ୍ଟ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରାର ପ୍ରଭାବ ଆନନ୍ଦପୁରରେ ଦେଖିବାକୁ ମିଳିଛି। ବନ୍ଦକୁ ସମର୍ଥନ ଜଣାଇ କଂଗ୍ରେସ, ସିପିଆଇ ସମେତ ବାମପନ୍ଥୀ…

ଇଣ୍ଡି ମେଣ୍ଟର ବନ୍ଦ ଡାକରା: ଗାଡ଼ିମୋଟର ଫେରାଇଦେଲେ ବିକ୍ଷୋଭକାରୀ

ପାଟଣା,୮ା୧୦(ବୀର କିଶୋର ଦାଶ): ଇଣ୍ଡିମେଣ୍ଟର ଭାରତ ବନ୍ଦ ଡାକରାକୁ ସମର୍ଥନ କରି ପାଟଣା ଓ ସାହାର ପଡ଼ା ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ କଂଗ୍ରେସ ପକ୍ଷରୁ ପିକେଟିଂ…

ଏମ୍‌ଏମ୍‌ଡିଆର, ଏସ୍‌ଆଇଆର୍‌ ମୁଖ୍ୟ ପ୍ରସଙ୍ଗ ନେଇ କଂଗ୍ରେସର ବନ୍ଦ ଡାକରା

କେନ୍ଦୁଝର,୮ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ଏମ୍‌ଏମ୍‌ଡିଆର, ଏସ୍‌ଆଇଆର୍‌-୨୦୨୬, ପାଠ୍ୟପୁସ୍ତକ ତ୍ରୁଟି ଏବଂ ବନ୍ୟା ସମସ୍ୟା ପ୍ରସଙ୍ଗକୁ ନେଇ ବୁଧବାର ଓଡ଼ିଶା ବନ୍ଦ ଡାକରା ପରିପ୍ରେକ୍ଷୀରେ କେନ୍ଦୁଝରରେ ବନ୍ଦ ପାଳନ…

ଆନନ୍ଦପୁର କଲେଜ ନିର୍ବାଚନ ପାଇଁ ପୋଲିସ-ପ୍ରଶାସନର ସମନ୍ୱୟ ବୈଠକ: ପଡ଼ୁଛି ଉଠୁଛି କଲେଜ କ୍ୟାମ୍ପସ

ବଞ୍ଚୋ, ୭।୧୦ (ପ୍ରଦୋଷ ବିଶ୍ୱାଳ): ଓଡ଼ିଶା ସରକାରଙ୍କ ନିର୍ଦ୍ଧାରିତ କଲେଜ ନିର୍ବାଚନକୁ ଶାନ୍ତିଶୃଙ୍ଖଳା ଓ ସୁରକ୍ଷିତ ଭାବେ ସମ୍ପନ୍ନ କରିବା ଲକ୍ଷ୍ୟରେ ଆନନ୍ଦପୁର ପୁଲିସ ଓ ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?