ଆମ ଜିଲା ଖବର

ସହରକୁ ପିଇବା ପାଣି ଯୋଗାଣ ବାଧା ଆଶଙ୍କା

ଭଞ୍ଜନଗର,୯।୨(ଡି.ଏନ.ଏ) ଭଞ୍ଜନଗର ସହରବାସୀଙ୍କୁ ବିଶୁଦ୍ଧ ପାଣି ଯୋଗାଇ ଦେବାପାଇଁ ସରକାର ପଦକ୍ଷେପ ନେଇଛନ୍ତି।ଏହି ପରିପ୍ରେକ୍ଷୀରେ ନୂଆ ନୂଆ ପ୍ରକଳ୍ପ ହେଉଛି । ହେଲେ ବିଭିନ୍ନ କାରଣ ଯୋଗୁ କାମଗୁଡ଼ିକ ନିର୍ଦ୍ଧାରିତ ସମୟରେ ଶେଷ ହେଉନାହିଁ। ସହରର ଅନେକ ଅଞ୍ଚଳକୁ ଇତିମଧ୍ୟରେ ନୂଆ…

ପ୍ରଚାର ମଇଦାନରେ ପୂର୍ବତନ ଏନ୍‌ଏସି ଅଧ୍ୟକ୍ଷା

ଗଞ୍ଜାମ,୯।୨(ଡି.ଏନ୍‌.ଏ): ଗତ କିଛି ବର୍ଷ ହେବ ରାଜନୀତିରୁ ଦୂରେଇ ଯାଇଥିବା ଗଞ୍ଜାମ ଏନ୍‌ଏସି ଅଧକ୍ଷା ଉର୍ର୍ମିିଳା ପଲାଇ ଏବେ ଚଳିତ ପଞ୍ଚାୟତ ନିର୍ବାଚନ ପ୍ରଚାର ମଇଦାନରେ ଦେଖିବାକୁ ମିଳୁଛି। ଯାହାକୁ ନେଇ ସମଗ୍ର ବ୍ଲକ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।…

ହସୁଛି ସୋରିଷ କ୍ଷେତ

ଜଳେଶ୍ୱର,୯।୨(ଡି.ଏନ.ଏ.) ବାଲେଶ୍ୱର ଜିଲାରେ ସୁବର୍ଣ୍ଣରେଖା ନଦୀ କୂଳେ କୂଳେ ବ୍ୟାପକ ସୋରିଷ ଚାଷ ହୋଇଛି। ଚଳିତବର୍ଷ ଥଣ୍ଡା ପାଗ ରହିଥିବାରୁ ଭଲ ଫସଲ ଅମଳ ହେବ ବୋଲି ଚାଷୀ ଆଶା ବାନ୍ଧି ବସିଛି। ହେଲେ ଅଦିନିଆ ବର୍ଷା ଡରରେ ଚାଷୀମାନେ ଭରସା…

ବାଲି ସଇରାତ ଲିଜ୍‌ ଦିଆଯିବନି

ଜଳେଶ୍ୱର, ୯।୨(ଡି.ଏନ୍‌.ଏ.) ବାଲେଶ୍ୱର ଜିଲା ଜଳେଶ୍ୱର ଦେଇ ବହିଯାଇଥିବା ସୁବର୍ଣ୍ଣରେଖା ନଦୀ ବାଲିର ଚାହିଦା ଅଧିକ ଥିବାରୁ ବେଆଇନ ଭାବେ ମାତ୍ରାଧିକ ଉତ୍ତୋଳନ କରାଯାଇ ଚୋରାଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି। ଏ ସମ୍ପର୍କରେ ସେକସରାଇର ହରିପଦ ମାନ୍ନା ଓ ମହମ୍ମଦନଗରପାଟଣା ଗ୍ରାମର…

ଜମି ଅଧିଗ୍ରହଣରେ ପାଦେ ଆଗେଇଲା

ଯାଜପୁର ଅଫିସ,୯।୨: ଖୋର୍ଦ୍ଧାରୋଡ-ବଲାଙ୍ଗୀର ରେଳପ୍ରକଳ୍ପ କାର୍ଯ୍ୟ ଆଉ ଏକ ପାଦେ ଆଗେଇଛି। ନୟାଗଡ଼ ଓ ବୌଦ୍ଧ ଜିଲାର ପ୍ରାୟ ୬୨ ଏକର ବେସରକାରୀ ଜମି ଅଧିଗ୍ରହଣ ପାଇଁ ୧୦ କୋଟି ୯୮ ଲକ୍ଷ ୬୬ ହଜାର ୮୫୭ ଟଙ୍କା ମଞ୍ଜୁର ହୋଇଛି।…

ତହସିଲ ଆଗରେ ଧାରଣା ଦେଲେ ବୃଦ୍ଧା ଦମ୍ପତି

ଗଞ୍ଜାମ,୯।୨(ଡି.ଏନ୍‌.ଏ): ଗଞ୍ଜାମ ତହସିଲ କାର୍ଯ୍ୟାଳୟ ଆଗରେ ନିଜ ହକ ପାଇଁ ଦୁଇ ବୃଦ୍ଧା ଦମ୍ପତି ଧାରଣାରେ ବସିଛନ୍ତି। ତହସିଲଦାର ଅରୁଣ ନାୟକ ନିର୍ବାଚନ ତାଲିମ ପାଇଁ ତିନି ଦିନ ଛୁଟିରେ ଯାଇଥିବା ବେଳେ ଖବର ପାଇ ଗଞ୍ଜାମ ଥାନା ଆଇଆଇସି ଶୁଭେନ୍ଦୁ…

ଏତଲା ରଖି ପୋଲିସ ଚୁପ୍‌

ଝୁମ୍ପୁରା,୯।୨(ଡି.ଏନ.ଏ.) କେନ୍ଦୁଝର ଜିଲା ଝୁମ୍ପୁରା ଓ ବାମେବାରୀ ଥାନା ଅଞ୍ଚଳରେ ଚୋରି ବଢ଼ି ଚାଲିଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ୨୦ନଂ.ଜାତୀୟ ରାଜପଥ ପାର୍ଶ୍ୱରେ ପାର୍କିଂ କରାଯାଇ ଥିବା ଟ୍ରକ ଓ ଝୁମ୍ପୁରା ବଜାର ଉପରେ ଛିଡ଼ା ହେଉଥିବା ଛୋଟ ବଡ଼…

ବଢ଼ି ଚାଲିଛି ବାଲି ଚୋରି

କେନ୍ଦୁଝର, ୯।୨ (ସ୍ବ.ପ୍ର.) କେନ୍ଦୁଝର ଜିଲାର ବିଭିନ୍ନ ନଦୀନାଳରୁ ବିନା ଲିଜ୍‌ରେ ବାଲି ଚୋରି ବଢ଼ି ଚାଲିଛି। ଫଳରେ ସରକାରଙ୍କ କୋଟି କୋଟି ଟଙ୍କାର ରାଜସ୍ବ, ପରିବେଶ କ୍ଷତି ହେଉଥିଲେ ହେଁ ରୋକିବା ଲାଗି କାହାରି ଆନ୍ତରିକତା ନାହିଁ। ପଞ୍ଚାୟତ ନିର୍ବାଚନ…

ବଢ଼ିଲା ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା

କଟକ ଅଫିସ,୯।୨: ଓଡ଼ିଶା ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୩୩କୁ ବୃଦ୍ଧି ପାଇଛି । ପୂର୍ବରୁ ହାଇକୋର୍ଟରେ ଅନୁମୋଦିତ ବିଚାରପତିଙ୍କ ସଂଖ୍ୟା ୨୭ ଥିଲା । ତେବେ ଆଉ ୬ ଜଣ ବିଚାରପତିଙ୍କ ସଂଖ୍ୟା ବୃଦ୍ଧି କରାଯିବା ନେଇ କେନ୍ଦ୍ର ଆଇନ ମନ୍ତ୍ରଣାଳୟ…

ଜେଲ ଗଲେ ଆସିଷ୍ଟାଣ୍ଡ କଲେକ୍ଟର

ରାଉରକେଲା ଅଫିସ,୯।୨: ରାଉରକେଲା ଆସିଷ୍ଟାଣ୍ଡ କଲେକ୍ଟର ମନୋରଞ୍ଜନ ନାଏକଙ୍କୁ ଭିଜିଲାନ୍ସ ଗିରଫ କରିଛି। ୨ କୋଟିରୁ ଅଧିକ ଆୟ ବହିର୍ଭୂତ ସମ୍ପତ୍ତି ଠୁଗଳ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ମଙ୍ଗଳବାର ଏକକାଳୀନ ୭ଟି ସ୍ଥାନରେ ଭିଜିଲାନ୍ସ ବିଭାଗ ଚଢ଼ାଉ କରିଥିଲା। ତେବେ…

ଆଜି ମହାପ୍ରଭୁଙ୍କ ବନକଲାଗି: ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ ଅଫିସ,୯।୨: ଆଜି ଶ୍ରୀମନ୍ଦିରରେ ଚତୁର୍ଦ୍ଧା ବିଗ୍ରହଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ମଧ୍ୟାହ୍ନ ଧୂପ ସରିବା ପରେ ଦତ୍ତ ମହାପାତ୍ର ସେବକମାନେ ରତ୍ନବେଦୀରେ ମହାପ୍ରଭୁଙ୍କର ବନକଲାଗି ନୀତି ସମ୍ପନ୍ନ କରିବେ । ହିଙ୍ଗୁଳ, ହରିତାଳ, ଶଙ୍ଖ, କସ୍ତୁରୀ ଓ…

ସାନପୁଅ ପାଇଁ ବାଇକ୍‌ କିଣିଦେବାରୁ ସମ୍ପର୍କ ଭୁଲିଗଲେ ବଡ଼ପୁଅ

ଢେଙ୍କାନାଳ ଅଫିସ, ୯।୨: ସମ୍ପତ୍ତି ଲୋଭ ପାଇଁ ପର ହୋଇଗଲା ରକ୍ତସମ୍ପର୍କ। ସାନପୁଅ ପାଇଁ ଦାମୀ ବାଇକ୍‌ କିଣିଦେବାରୁ ଇର୍ଷାପରାୟଣ ହୋଇ ବ୍ଲେଡ୍‌ରେ ୭୦ ବର୍ଷୀୟ ବୃଦ୍ଧ ବାପାଙ୍କ ତଣ୍ଟି କାଟିଦେଲେ ବଡ଼ପୁଅ। ଏହା ପରେ ପଥରରେ ମୁଣ୍ଡକୁ ଛେଚି ଅତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?