୨୦ବର୍ଷ ହେଲା ପାଦରେ ଶିକୁଳି

ଖଇରା, ୨୪।୩(ଡି.ଏନ.ଏ.): ୬ବର୍ଷ ବ୍ୟବଧାନରେ ପୁଅ ଝିଅ ଜନ୍ମ ହେବା ପରେ ମା ବାପାଙ୍କର ଖୁସିର ସୀମା ନ ଥିଲା ା ଝିଅଠାରୁ ପୁଅ ବଡ। ପ୍ରଥମେ ପୁଅ ଜନ୍ମ ହେବା ପରେ ପାଠ ପଢି ମଣିଷ ହେବ, ପରିଣତ ବୟସରେ ତାଙ୍କର ସେବା କରିବ ବୋଲି ମା’ ବାପା ଭାବିଥିଲେ। ହେଲେ ଭାଗ୍ୟର ବିଡମ୍ବନା ା ପ୍ରଥମେ ପୁଅ ଓ ପରେ ଝିଅର ମାନସିକ ଅବସ୍ଥା ବିଗିଡିଯାଇଥିଲା। ପୁଅଟି ମାନସିକ ଭାରସାମ୍ୟ ହରାଇ ପାଗଳ ଭଳି ଆଚରଣ କରିବାରୁ ୨୦ବର୍ଷ ହେଲା ଶିକୁଳି ବନ୍ଧା ହୋଇରହିଛି। ସେହିପରି ଝିଅର ମଧ୍ୟ ଅସ୍ବାଭାବିକ ଆଚରଣ ମା’ବାପାଙ୍କୁ ଗଭୀର ବ୍ୟଥିତ କରୁଛି ା ପ୍ରାୟ ୨୧ବର୍ଷ ଧରି ଏଭଳି ମୃତବତ୍‌ ଜୀବନ ବିତାଉଛନ୍ତି ବାଲେଶ୍ୱର ଜିଲା ଖଇରା ବ୍ଲକ ନହଙ୍ଗ ପଞ୍ଚାୟତ ଶେରପୁର ଗ୍ରାମର ଗୋପୀନାଥ ସେଠୀ ଓ ତୁଳସୀ ସେଠୀ।
ପ୍ରଥମ ସନ୍ତାନ ଜଗତାନନ୍ଦଙ୍କୁ ଯେତେବେଳେ ୬ବର୍ଷ ହୋଇଥିଲା, ସେ ମାନସିକ ଭାରସାମ୍ୟ ହରାଇଥିଲେ। କଟକ ବଡ ଡାକ୍ତରଖାନାକୁ ନିଆଯାଇ ଚିକିତ୍ସା କରାଯାଇଥିଲେ ହେଁ ସେଥିରେ କିଛି ସୁଧାର ଆସି ନ ଥିଲା। ଯେତେ ବୟସ ବଢୁଥିଲା ଆଚରଣ ମଧ୍ୟ ଅସ୍ବାଭାବିକ ହେଉଥିଲା। ବିବସ୍ତ୍ର ହୋଇ ବୁଲିବା ସହ ଲୋକଙ୍କୁ ଗାଳିଗୁଲଜ କରିବା ଆରମ୍ଭ କରିଥିଲେ। ଶେଷରେ ପରିବାର ଲୋକେ ଅନ୍ୟ ଉପାୟ ନ ପାଇ ତାଙ୍କୁ ଶିକୁଳିରେ ବାନ୍ଧି ରଖିଥିଲେ। ତାଙ୍କ ଦୁଃଖ ଏତିକିରେ ଅଟକି ନ ଥିଲା।
ଦ୍ୱିତୀୟ ସନ୍ତାନ ଭାବେ ଝିଅ ଚନ୍ଦ୍ରିକା ଜନ୍ମରୁ ଠିକ୍‌ଠାକ୍‌ ଥିଲା। ସ୍କୁଲ ଯାଉଥିଲା ପଢାପଢି ମଧ୍ୟ ଠିକ୍‌ ଥିଲା ା ନବମ ଶ୍ରେଣୀ ପଢୁଥିବା ବେଳେ ସେ ମଧ୍ୟ ମାନସିକ ରୋଗରେ ଆକ୍ରାନ୍ତ ହୋଇ ଅସ୍ବାଭାବିକ ଆଚରଣ ପ୍ରଦର୍ଶନ କରିଥିଲେ। ସେ ପ୍ରାୟ ସମୟ ଚୁପଚାପ୍‌ ବସି ରହୁଛି।
ଅବାକ ହୋଇ ସମସ୍ତଙ୍କୁ ଚାହୁଁଛି ା ଏବେ ପୁଅ ଝିଅଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିବାକୁ ମା’ ବାପା ଅକ୍ଷମ ହୋଇ ପଡିଛନ୍ତି। ତାଙ୍କୁ ସହଯୋଗର ହାତ ବଢାଇବାକୁ ପତ୍ନୀପତି ଆକୁଳ ନିବେଦନ କରିଛନ୍ତି। କେବଳ ଦିବ୍ୟାଙ୍ଗ ଭତ୍ତା ବ୍ୟତୀତ ଅନ୍ୟ କିଛି ସରକାରୀ ସହାୟତା ମିଳି ନ ଥିବା ଗୋପୀନାଥ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri