Posted inଗଜପତି

ଦ୍ରୁତ ଗତିରେ ଚାଲିଛି ମୋହନା ସ୍ମାର୍ଟ ଶ୍ରେଣୀଗୃହ କାର୍ଯ୍ୟ

ଆର.ଉଦୟଗିରି,୨୪।୩(ଡି.ଏନ.ଏ.): ମୋହନା ବ୍ଲକରେ ଦ୍ୱିତୀୟ ଥରରେ ଆସିଥିବା ୧୭ ସ୍ମାର୍ଟ ଶ୍ରେଣୀ ଗୃହ ମଧ୍ୟରୁ ଗ୍ରାମର ବିମଳା ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ ସରକାରୀ ଉଚ୍ଚ ବିଦ୍ୟାଳୟ ସ୍ମାର୍ଟ ଶ୍ରେଣୀ ଗୃହ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି। ଏହି ଦୁଇଟି ବିଦ୍ୟାଳୟରେ ସ୍ଥାନୀୟ ବ୍ଲକର କନିଷ୍ଠ ଯନ୍ତ୍ରୀ ଇଂ. ସଂଗ୍ରାମ ବେହେରା ଦିବାରାତ୍ର ରହି ନିଜେ ମିସ୍ତ୍ରିଙ୍କୁ ଧରି କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି। ଏହି କାର୍ଯ୍ୟକୁ ବିଡିଓ ତପସ୍ବିନୀ ହଁାସଦା ଏବଂ ସହକାରୀ ଯନ୍ତ୍ରୀ ଇଂ. ଜଗବନ୍ଧୁ ଆଚାର୍ଯ୍ୟଙ୍କ ସମେତ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ.ଆଶିଷ କୁମାର ଶତପଥୀ ପ୍ରମୁଖ ତଦାରଖ କରୁଛନ୍ତି। ଏହି ସ୍ମାର୍ଟ ଶ୍ରେଣୀ ଗୃହରେ ନିର୍ମାଣ କାର୍ଯ୍ୟ ବାବଦକୁ ସରକାର ୩୬ ଲକ୍ଷ ଟଙ୍କା ବ୍ୟୟ ବରାଦ କରିଥିବା ବେଳେ ଏହି ଅର୍ଥ ଯଥେଷ୍ଟ ନୁହେଁ ବୋଲି ସାଧାରଣରେ ଆଲୋଚନା ହେଉଛି। ଏଥିସହ ମୋହନା ବ୍ଲକ ନିକଟରେ ଥିବା ଉଚ୍ଚ ବିଦ୍ୟାଳୟ ସରକାର ସ୍ମାର୍ଟ ଶ୍ରେଣୀ ଗୃହ ନିମନ୍ତେ ଘୋଷଣା କରିଥିବା ବେଳେ ବିଦ୍ୟାଳୟରେ ସମସ୍ତ କାର୍ଯ୍ୟ ଶେଷ ଅବସ୍ଥାରେ ପହଞ୍ଚି ଥିବା ବେଳେ ସ୍ମାର୍ଟ ଶ୍ରେଣୀ ଗୃହ ନାମକୁ ମାତ୍ର ବୋଲି ଚର୍ଚ୍ଚା ହେଉଛି। କାରଣ ଉକ୍ତ ବିଦ୍ୟାଳୟଟି ଖୋଲାରେ ପଡିରହିଛି। କିନ୍ତୁ ଦୀର୍ଘ ବର୍ଷ ହେଲାଣି ବିଦ୍ୟାଳୟ କାର୍ଯ୍ୟ ଶେଷ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ବିଦ୍ୟାଳୟର ପାଚେରି ନିର୍ମାଣ କରାଯାଇନାହିଁ। ତେଣୁ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେଇ ବିଦ୍ୟାଳୟର ପାଚେରି ନିର୍ମାଣ କରିବାକୁ ସାଧାରଣରେ ଦାବି ହେବା ସହ ଶୃଙ୍ଖଳାର ସହ ଶିକ୍ଷୟିତ୍ରୀ ଶିକ୍ଷକମାନେ ଛାତ୍ରୀଛାତ୍ରଙ୍କୁ ପଢାଇବାରେ ବ୍ୟାଘାତ ସୃଷ୍ଟି ହେବ ନାହିଁ ବୋଲି ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

ରାୟଗଡ଼ାକୁ ଚାଲାଣ କରୁଥିବାବେଳେ ମାଡିବସିଲା ପୋଲିସ, ୧୦୦ କେଜି ଗଞ୍ଜେଇ ଜବତ

ମୋହନା, ୨୦।୭( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡ଼ବା ଥାନା ପୋଲିସ ଆଜି ୧୦୦ କେଜି ଗଞ୍ଜେଇ ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ…

୯୭ ବର୍ଷରେ ମିଳିଲା ସରକାରୀ ସହାୟତା: ବୃଦ୍ଧା ମହିଳାଙ୍କ ମୁହଁରେ ଫୁଟିଲା ହସ

ଗଜପତି,୨୦।୭(ଗିରିଧାରୀ ପରିଛା): ପ୍ରଶାସନ କେବଳ ଅଫିସ ଭିତରେ ସୀମିତ ନ ରହି ଲୋକଙ୍କ ଦ୍ୱାରରେ ପହଞ୍ଚିଲେ କିପରି ପରିବର୍ତ୍ତନ ଆସିପାରେ, ତାହାର ଏକ ଉଦାହରଣ ଗଜପତି ଜିଲାର…

ବସରେ ଗଞ୍ଜେଇ ଚାଲାଣ ପାଇଁ ଯୋଜନା ବେଳେ ମାଡିବସିଲା ଅଡବା ପୋଲିସ, ୪ ଲକ୍ଷ ଟଙ୍କାର ଗଞ୍ଜେଇ ସହ କେରଳର…

ମୋହନା,୧୯ା୭(ମନ୍ମଥ ମିଶ୍ର): ଗଜପତି ଜିଲା ଅଡବା ପୋଲିସକୁ ଏକ ବଡ଼ ସଫଳତା ମିଳିଛି । ଶନିବାର ବିଳମ୍ବିତ ରାତିରେ ପୋଲିସ ପାଟ୍ରୋଲିଂ କରିବା ସମୟରେ ୪୦ କିଲୋ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri