ଚିକିତ୍ସା ଅବହେଳା ଅଭିଯୋଗରେ ଉତ୍ତେଜନା

ସଜନାଗଡ଼, ୨୪।୩(ଡି.ଏନ.ଏ.): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଭଉଁରିଆବାଡ଼ ପଞ୍ଚାୟତ ଅଧୀନ ବାଲିଆଝର ଆଶ୍ରମ ବିଦ୍ୟାଳୟର ଜଣେ ୮ମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଚିକିତ୍ସା ଅବହେଳାରୁ ହୋଇଥିବା ଅଭିଯୋଗ ହୋଇଛି। ବୁଧବାର ତାଙ୍କ ପରିବାର ଲୋକେ କ୍ଷତିପୂରଣ ଦାବି କରି ଆଶ୍ରମ ବିଦ୍ୟାଳୟ ସମ୍ମୁଖରେ ଉତ୍ତେଜନା ସୃଷ୍ଟି କରିଥିଲେ। ପରେ ଅଧିକାରୀମାନେ ପହଞ୍ଚତ୍ ଆନ୍ଦୋଳନାକାରୀଙ୍କୁ ବୁଝାଶୁଝା ସହ ଆର୍ଥିକ ସହାୟତା ଓ ପରିବାରର ଜଣଙ୍କୁ ଚାକିରି ପ୍ରତିଶ୍ରୁତି ଦେବା ପରେ ଉତ୍ତେଜନା ଶାନ୍ତ ପଡ଼ିଥିଲା।
ପୂର୍ବାହ୍ନରେ ଛାତ୍ରୀଙ୍କ ଦେହ ହଠାତ୍‌ ଖରାପ ହେବାରୁ ପ୍ରଧାନ ଶିକ୍ଷକ ଶରତ ରାୟ ତାଙ୍କ ପରିବାରକୁ ଖବରଦେବା ସହ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ନୀଳଗିରି ଡାକ୍ତରଖାନାକୁ ଆଣିଥିଲେ। ସନ୍ଧ୍ୟାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ପରେ ମେଡ଼ିକାଲ ଓ ସ୍କୁଲ କର୍ତ୍ତୃପକ୍ଷ ତାଙ୍କର ମା’, ବାପାଙ୍କୁ ବୁଝାଇ ଶୁଝାଇ ମୃତଦେହକୁ ତାଙ୍କର ଘରକୁ ନେଇଯାଇଥିଲେ। ଛାତ୍ରୀଙ୍କ ଚିକିତ୍ସାରେ ଅବହେଳା କରାଯାଇଥିବାରୁ ତାଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ କରି ପରିବାର ଲୋକେ ରାତିରେ ମୃତଦେହକୁ ପୁଣି ନୀଳଗିରି ମେଡ଼ିକାଲକୁ ଶବ ବ୍ୟବଚ୍ଛେଦ କରିବା ପାଇଁ ନେଇ ଆସିଥିଲେ। ବୁଧବାର ବାଲିଆଝର ଆଶ୍ରମ ସ୍କୁଲ କମିଟି କେତେଜଣ ସଦସ୍ୟ, ପରିବାର ଲୋକେ ଓ ପାଖ ଗ୍ରାମବାସୀ ଚିକିତ୍ସାରେ ଅବହେଳା, ସ୍କୁଲ କର୍ତ୍ତୃପକ୍ଷଙ୍କ ଅବହେଳା ଅଭିଯୋଗ କରି ବାଲିଆଝର ଆଶ୍ରମ ସ୍କୁଲ ସମ୍ମୁଖରେ ଦୀର୍ଘ ୪ଘଣ୍ଟା ଧରି ଉତ୍ତେଜନା ସୃଷ୍ଟି କରିଥିଲେ। ପରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗର (ଡିଡବ୍ଲୁଓ) ଜିଲା ମଙ୍ଗଳ ଅଧିକାରୀ ବିଶ୍ୱଦର୍ଶୀ ସାହୁ, ଭଉଁରିଆବାଡ଼ ପଞ୍ଚାୟତ ସରପଞ୍ଚ ସଞ୍ଜୟ ସିଂଙ୍କ ଉପସ୍ଥିତିରେ ଛାତ୍ରୀଙ୍କ ଶୁଦ୍ଧିକ୍ରିୟା ଲାଗି ଆର୍ଥତ୍କ ସହାୟତା, ଉକ୍ତ ପରିବାରର ଜଣଙ୍କୁ ଚାକିରି ଓ ବିଭାଗୀୟ ତଦନ୍ତର ପ୍ରତିଶ୍ରୁତି ପରେ ଉତ୍ତେଜନା ଶାନ୍ତ ପଡିଥିଲା। ପରେ ନୀଳଗିରି ମେଡ଼ିକାଲରେ ମୃତଦେହ ବ୍ୟବଚ୍ଛେଦ ହୋଇ ନ ପାରିବାରୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିପଦ ସଂକେତ ଟପିଲା କାଂଶବାଂଶ: ନଦୀ ଉପକୂଳବର୍ତ୍ତୀ ଅଞ୍ଚଳ ଜଳମଗ୍ନ

ସିମୁଳିଆ,୨୬।୯(ସନ୍ତୋଷ ନାୟକ): ବାଲେଶ୍ୱର ଜିଲା ସିମୁଳିଆ-ଖଇରା ଏବଂ ସୋର ବ୍ଲକ ମଧ୍ୟରେ ପ୍ରବାହିତ କାଂଶବାଂଶ ନଦୀର ଜଳ ପତ୍ତନ ଶନିବାର ହଠାତ୍‌ ବଢ଼ିବାରେ ଲାଗିଛି। ଫଳରେ ଚତୁର୍ଥ…

ସୁବର୍ଣ୍ଣରେଖାରେ ୪ର୍ଥ ବନ୍ୟା: ୪ ବ୍ଲକ୍‌ରେ ଲକ୍ଷାଧିକ ଲୋକ ଜଳବନ୍ଦୀ

ଭୋଗରାଇ,୨୬ା୯(ପ୍ରଦୀପ ଦାସ): ଝାଡ଼ଖଣ୍ଡ ମାଳାଞ୍ଚଳରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଗାଲୁଡ଼ିହି ଜଳାଧାରରୁ ୧ ୩ଟି ଗେଟ୍‌ ଖୋଲାଯାଇ ଉଦ୍‌ବୃତ୍ତ ବର୍ଷାଜଳ ସୁବର୍ଣ୍ଣରେଖାକୁ ନିଷ୍କାସନ ହେବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?