ଚିକିତ୍ସା ଅବହେଳା ଅଭିଯୋଗରେ ଉତ୍ତେଜନା

ସଜନାଗଡ଼, ୨୪।୩(ଡି.ଏନ.ଏ.): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଭଉଁରିଆବାଡ଼ ପଞ୍ଚାୟତ ଅଧୀନ ବାଲିଆଝର ଆଶ୍ରମ ବିଦ୍ୟାଳୟର ଜଣେ ୮ମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଚିକିତ୍ସା ଅବହେଳାରୁ ହୋଇଥିବା ଅଭିଯୋଗ ହୋଇଛି। ବୁଧବାର ତାଙ୍କ ପରିବାର ଲୋକେ କ୍ଷତିପୂରଣ ଦାବି କରି ଆଶ୍ରମ ବିଦ୍ୟାଳୟ ସମ୍ମୁଖରେ ଉତ୍ତେଜନା ସୃଷ୍ଟି କରିଥିଲେ। ପରେ ଅଧିକାରୀମାନେ ପହଞ୍ଚତ୍ ଆନ୍ଦୋଳନାକାରୀଙ୍କୁ ବୁଝାଶୁଝା ସହ ଆର୍ଥିକ ସହାୟତା ଓ ପରିବାରର ଜଣଙ୍କୁ ଚାକିରି ପ୍ରତିଶ୍ରୁତି ଦେବା ପରେ ଉତ୍ତେଜନା ଶାନ୍ତ ପଡ଼ିଥିଲା।
ପୂର୍ବାହ୍ନରେ ଛାତ୍ରୀଙ୍କ ଦେହ ହଠାତ୍‌ ଖରାପ ହେବାରୁ ପ୍ରଧାନ ଶିକ୍ଷକ ଶରତ ରାୟ ତାଙ୍କ ପରିବାରକୁ ଖବରଦେବା ସହ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ନୀଳଗିରି ଡାକ୍ତରଖାନାକୁ ଆଣିଥିଲେ। ସନ୍ଧ୍ୟାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ପରେ ମେଡ଼ିକାଲ ଓ ସ୍କୁଲ କର୍ତ୍ତୃପକ୍ଷ ତାଙ୍କର ମା’, ବାପାଙ୍କୁ ବୁଝାଇ ଶୁଝାଇ ମୃତଦେହକୁ ତାଙ୍କର ଘରକୁ ନେଇଯାଇଥିଲେ। ଛାତ୍ରୀଙ୍କ ଚିକିତ୍ସାରେ ଅବହେଳା କରାଯାଇଥିବାରୁ ତାଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ କରି ପରିବାର ଲୋକେ ରାତିରେ ମୃତଦେହକୁ ପୁଣି ନୀଳଗିରି ମେଡ଼ିକାଲକୁ ଶବ ବ୍ୟବଚ୍ଛେଦ କରିବା ପାଇଁ ନେଇ ଆସିଥିଲେ। ବୁଧବାର ବାଲିଆଝର ଆଶ୍ରମ ସ୍କୁଲ କମିଟି କେତେଜଣ ସଦସ୍ୟ, ପରିବାର ଲୋକେ ଓ ପାଖ ଗ୍ରାମବାସୀ ଚିକିତ୍ସାରେ ଅବହେଳା, ସ୍କୁଲ କର୍ତ୍ତୃପକ୍ଷଙ୍କ ଅବହେଳା ଅଭିଯୋଗ କରି ବାଲିଆଝର ଆଶ୍ରମ ସ୍କୁଲ ସମ୍ମୁଖରେ ଦୀର୍ଘ ୪ଘଣ୍ଟା ଧରି ଉତ୍ତେଜନା ସୃଷ୍ଟି କରିଥିଲେ। ପରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗର (ଡିଡବ୍ଲୁଓ) ଜିଲା ମଙ୍ଗଳ ଅଧିକାରୀ ବିଶ୍ୱଦର୍ଶୀ ସାହୁ, ଭଉଁରିଆବାଡ଼ ପଞ୍ଚାୟତ ସରପଞ୍ଚ ସଞ୍ଜୟ ସିଂଙ୍କ ଉପସ୍ଥିତିରେ ଛାତ୍ରୀଙ୍କ ଶୁଦ୍ଧିକ୍ରିୟା ଲାଗି ଆର୍ଥତ୍କ ସହାୟତା, ଉକ୍ତ ପରିବାରର ଜଣଙ୍କୁ ଚାକିରି ଓ ବିଭାଗୀୟ ତଦନ୍ତର ପ୍ରତିଶ୍ରୁତି ପରେ ଉତ୍ତେଜନା ଶାନ୍ତ ପଡିଥିଲା। ପରେ ନୀଳଗିରି ମେଡ଼ିକାଲରେ ମୃତଦେହ ବ୍ୟବଚ୍ଛେଦ ହୋଇ ନ ପାରିବାରୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଛାଡ଼ିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ, ବିଜେଡିରେ ହୋଇପାରନ୍ତି ସାମିଲ

ନୀଳଗିରି, ୨୯।୩(ପ୍ରଶାନ୍ତ କୁମାର ବିଶ୍ବାଳ): ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଭାରତୀୟ ଜନତା ପାର୍ଟି(ଭାଜପା)ରୁ ଇସ୍ତଫା ଦେଇଛନ୍ତି ନୀଳଗିରି ବିଧାୟକ ଛାଡିଲେ ସୁକାନ୍ତ। ଶୁକ୍ରବାର...

ହୋଲି ଉତ୍ସବରେ ଗୋଷ୍ଠୀ ସଂଘର୍ଷ: ଖଣ୍ଡା, ଭୁଜାଲି ମାଡ଼ରେ ୫ ଗୁରୁତର

ନୀଳଗିରି,୨୬।୩(ପ୍ରଶାନ୍ତ କୁମାର ବିଶ୍ବାଳ): ରଙ୍ଗର ପର୍ବ ହୋଲି ପାଇଁ ସବୁଠି ଉତ୍ସବ ମୁଖର ଥିବା ବେଳେ ବାଲେଶ୍ୱର ଜିଲା ନୀଳଗିରି ଥାନା ବାଉଁଶବଣିଆ ପଞ୍ଚାୟତ ଅଧୀନ...

ହୋଲି ଅଘଟଣ: ଗାଧୋଇବାକୁ ଯାଇ ବୁଡ଼ିଗଲେ ୨ ଛାତ୍ର

ଭୁବନେଶ୍ୱର,୨୬।୩: ରଙ୍ଗର ପର୍ବ ହୋଲିରେ ଘଟିଛି ଅଘଟଣ । ପୋଖରୀରେ ଗାଧୋଇଲା ବେଳେ ବୁଡ଼ି ୨ଜଣଙ୍କ ମୃତ୍ୟୁ ଘଟିଛି। କଟକ ଜିଲା ସାଲେପୁର ଥାନା ଅଧୀନ...

ବାଲେଶ୍ୱରରୁ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ିବାକୁ ଘୋଷଣା କଲେ ଖାରବେଳ ସ୍ବାଇଁ

ଭୁବନେଶ୍ୱର,୨୫।୩: ଭାରତୀୟ ଜନତା ପାର୍ଟି (ଭାଜପା) ରବିବାର ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି। ଏଥିରେ ମୋଟ ୧୧୧ ପ୍ରାର୍ଥୀଙ୍କୁ ଟିକେଟ ଦିଆଯାଇଛି। ଓଡ଼ିଶାର...

ବାହାଘର ସାତ ଦିନ ପରେ ନବବଧୂଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଆରମ୍ଭ

ବାଲେଶ୍ୱର, ୨୫।୩: ବିବାହର ସାତ ଦିନ ପରେ ଜଙ୍ଗଲରୁ ମିଳିଲା ନବ ବଧୂଙ୍କର ମୃତଦେହ। ବାଲେଶ୍ୱର ଜିଲାର ସୋର ଅଂଚଳରେ ଏହି ଘଟଣାର ଘଟିଥିବା ସୂଚନା...

କାନ୍ଥ ଭୁଶୁଡ଼ି ପୁଅଙ୍କ ଜୀବନ ଗଲା, ମା-ବାପା ଗୁରୁତର

ଭୋଗରାଇ,୨୫।୩(ପ୍ରଦୀପ ଦାସ): କାନ୍ଥ ଭୁଶୁଡ଼ି ପଡ଼ିବାରୁ ଗୋଟିଏ ପରିବାରର ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ମା-ବାପା ଗୁରୁତର ଅଛନ୍ତି। ତାଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାରେ...

ସାଇକେଲରେ ପଞ୍ଚଲିଙ୍ଗେଶ୍ୱର ପହଞ୍ଚିଲେ ବିଦେଶୀ ପର୍ଯ୍ୟଟକ

ନୀଳଗିରି, ୨୪।୩(ପ୍ରଶାନ୍ତ ବିଶ୍ୱାଳ):ପର୍ଯ୍ୟଟନ ମାନଚିତ୍ରରେ ଉତ୍ତରଓଡ଼ିଶାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ପଞ୍ଚଲିଙ୍ଗେଶ୍ୱର। ବିସ୍ତୀର୍ଣ୍ଣ ସବୁଜ ବନାନୀ ପଞ୍ଚଲିଙ୍ଗେଶ୍ୱରକୁ ପ୍ରତିଦିନ ଦେଶ ଓ ଦେଶ ବାହାରର ପର୍ଯ୍ୟଟକଙ୍କୁ ଆକର୍ଷିତ...

ମାରାଥନ ଚଢ଼ାଉ, ଚୋରା ବେପାରୀ ଛାନିଆଁ

ବାଲେଶ୍ୱର,୨୪।୩(ମାନସ ବିଶ୍ୱାଳ):ବାଲେଶ୍ୱର ସହର ନିକଟସ୍ଥ ପୁରୁଣା ବାଲେଶ୍ୱର ଓ ବସ୍ତା ଥାନା ଅଧୀନ ଗାନ୍ଧି ଛକ ଦେଶୀ ମଦ କାରବାରର ହବ୍‌ ପାଲଟିଛି। ପୁରୁଣାବାଲେଶ୍ୱରରୁ ଜିଲାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri