ପ୍ରାର୍ଥନା, ଅନ୍ୟାନ୍ୟ କାର୍ଯ୍ୟକ୍ରମରୁ ବଞ୍ଚିତ ଛାତ୍ରୀଛାତ୍ର

ଦାରିଙ୍ଗବାଡ଼ି,୨୪।୩(ଡି.ଏନ.ଏ): ଛାତ୍ରୀଛାତ୍ରଙ୍କ ମୂଳମନ୍ତ୍ର ହେଲା ଶିକ୍ଷାନୁଷ୍ଠାନଗୁଡ଼ିକରୁ ବିଦ୍ୟା ପ୍ରାପ୍ତ କରିବା ସହ ଖେଳକୁଦ, ସାମାଜିକ ଜ୍ଞାନ, କବିତା, ଚିତ୍ରାଙ୍କନ, ଦେଶବିଦେଶର ସୂଚନା ସମ୍ପର୍କରେ ଶିକ୍ଷା ଲାଭ କରିବା। ସକାଳେ ନିଜ ବିଦ୍ୟାଳୟକୁ ପ୍ରବେଶ କରି ପଢ଼ା ଆଗରୁ ପ୍ରଥମେ ସାମୂହିକ ପ୍ରାର୍ଥନା କରାଯାଇଥାଏ। ଏହା ଦ୍ୱାରା ପିଲାଙ୍କ ମନ ଶାନ୍ତି ରହିଥାଏ। ସେହିପରି ଜାତୀୟ ସଙ୍ଗୀତ ଗାନ କରିବା ସହ ପ୍ରତିଦିନ ଘଟୁଥିବା ଘଟଣା ସମ୍ପର୍କରେ ସେମାନଙ୍କୁ ଉପସ୍ଥିତ ଶିକ୍ଷୟିତ୍ରୀ ଶିକ୍ଷକ ଖବରକାଗଜ ପଢ଼ାଇ ଶୁଣାଇଥାନ୍ତି ା ଏଥିସହ ବିଦ୍ୟାଳୟକୁ ଆସୁଥିବା ଛାତ୍ରୀଛାତ୍ରଙ୍କ ୟୁନିଫର୍ମ ଯାଞ୍ଚ ମଧ୍ୟ କରାଯାଇଥାଏ। ସେହିପରି ସାଧାରଣ ଜ୍ଞାନ ପଠନ ସହ ବିଭିନ୍ନ ସ୍ବତନ୍ତ୍ର କାର୍ଯ୍ୟକ୍ରମ ସମ୍ପର୍କରେ ଛାତ୍ରୀଛାତ୍ରଙ୍କ ସମ୍ମୁଖରେ ପ୍ରାର୍ଥନା କ୍ଲାସରେ ଜଣାଯାଇଥାଏ। କିନ୍ତୁ ୨୦୨୦ କରୋନା ସଂକ୍ରମଣ ଲାଗି ବିଦ୍ୟାଳୟ ବନ୍ଦ ପୂର୍ବରୁ ପ୍ରାର୍ଥନା ଉପରେ କଟକଣା ଲଗାଯାଇଥିଲା। ପରେ ବିଦ୍ୟାଳୟ ବନ୍ଦ କରାଯାଇଥିଲା। ୨୦୨୧ ଅକ୍ଟୋବରରୁ ଧୀରେ ଧୀରେ ବିଦ୍ୟାଳୟ ଖୋଲାଯାଇଥିଲା। ଫେବୃୟାରୀ ୨୮ରେ ପ୍ରଥମରୁ ପଞ୍ଚମ ଯାଏ ବିଦ୍ୟାଳୟ ଖୋଲାଯାଇଥିଲେ ମଧ୍ୟ ନିୟମିତ ପ୍ରାର୍ଥନା କରିବା ପାଇଁ କୌଣସି ଚିଠି ଆସିନାହିଁ। ଫଳରେ ବ୍ଲକର ୨୫ ପଞ୍ଚାୟତ ଅଞ୍ଚଳରେ ରହିଥିବା ଶତାଧିକ ବିଦ୍ୟାଳୟର ହଜାର ହଜାର ଛାତ୍ରୀଛାତ୍ର ଏହି ପ୍ରାର୍ଥନାରୁ ବଞ୍ଚିତ ହୋଇଛନ୍ତି। ସରକାରଙ୍କ କୋଭିଡ ଗାଇଡ ଲାଇନକୁ ପାଳନ କରି ଏହି ପ୍ରାର୍ଥନା କରାଯାଉ ନ ଥିବା ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକମାନେ କହିଛନ୍ତି। କେବଳ ଏପ୍ରିଲରୁ ମଧ୍ୟାହ୍ନ ଭୋଜନ ପାଇଁ ଚିଠି ହୋଇଛି, ପ୍ରାର୍ଥନା ପାଇଁ ହୋଇ ନ ଥିବା ସ୍ଥାନୀୟ ବିଇଓ ରସାନନ୍ଦ କର କହିଛନ୍ତି ା ଜିଲା ପ୍ରଶାସନର ଅନୁମତି ମିଳିଲେ ପ୍ରାର୍ଥନା କରାଯିବ ବୋଲି କୁହାଯାଇଛି। ଛାତ୍ରୀଛାତ୍ରଙ୍କୁ ଏହି ଅନୁମତି ଦିଆଯିବା ସହ ବିଦ୍ୟାଳୟଗୁଡ଼ିକରେ ପୁଣି ବିଜ୍ଞାନ ମେଳା ସହ ବାର୍ଷିକ ଉତ୍ସବ, ଖେଳକୁଦ ପ୍ରତିଯୋଗିତା ଆଦି ପାଇଁ ଅନୁମତି ପ୍ରଦାନ କରିବାକୁ ଅଭିଭାବକ ମହଲରେ ଦାବି ହେଉଛି ା


Enter your email to get our daily news in your inbox.

All Right Reserved By Dharitri.Com

ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ପୁଣି ବିଜେଡିର ବିଧାନସଭା ପ୍ରାର୍ଥୀ

ଦାରିଙ୍ଗବାଡ଼ି,୨୭ା୩(ଅରୁଣ ସାହୁ): ବିଧାୟକ ପ୍ରାର୍ଥୀ ଭାବେ ସାଲୁଗା ପ୍ରଧାନଙ୍କୁ ପୁନର୍ବାର ବିଜେଡିର ପ୍ରାର୍ଥୀପତ୍ର ଘୋଷଣା କରିବା ପରେ ଦାରିଙ୍ଗବାଡ଼ିଠାରେ ବିଜୁ ଜନତା ଦଳ ସମେତ ବିଭିନ୍ନ...

ମା’ ଠାକୁରାଣୀ ଯାତ୍ରା ପାଇଁ ଶୁଭ ଖୁଣ୍ଟି ସ୍ଥାପନ; ଦାରିଙ୍ଗବାଡ଼ିରେ ଭକ୍ତିମୟ ପରିବେଶ

ଦାରିଙ୍ଗବାଡି, ୨୭।୩ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଠାରେ ମା’ଠାକୁରାଣୀଙ୍କ ଯାତ୍ରା -୨୦୨୪ ନିମନ୍ତେ ବୁଧବାର ଶୁଭଖୁଣ୍ଟି ସ୍ଥାପନ କରାଯାଇଛି। ଏହି ଅବସରରେ ମା’ଠାକୁରାଣୀ...

ଭାଗବତ ଟୁଙ୍ଗିରେ ସଂକୀର୍ତ୍ତନ ସହ ହୋଲି

ଦାରିଙ୍ଗବାଡି,୨୬।୩ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ରଙ୍ଗର ପର୍ବ ହୋଲି ବଡ଼ ଧୁମ୍‌ଧାମରେ ପାଳନ ହୋଇଛି। ବିଶେଷ କରି ଛୋଟ...

ଗାଁଠୁ ସହର ସବୁଠି ହୋଲିକୁ ନେଇ ଚଳଚଞ୍ଚଳ

ବାଲିଗୁଡା,୨୬।୩:(ସଞ୍ଜୟ କୁମାର ପାଣିଗ୍ରାହୀ): ଆଜି ରଙ୍ଗର ପର୍ବ ହୋଲି । ଏହି ଦିନରେ ସମସ୍ତେ ପର ଆପଣା ଭେଦଭାବ ଭୁଲି ପରସ୍ପରକୁ ରଙ୍ଗ ଲଗାଇଥାନ୍ତି। ଗାଁଠୁ...

ଅଭାବୀ ବିକ୍ରିର ଶିକାର ହେଉଛନ୍ତି ହଳଦୀଚାଷୀ

ଦାରିଙ୍ଗବାଡି,୨୫ା୩ (ଅରୁଣ ସାହୁ)କନ୍ଧମାଳ ହଳଦୀର ଅଭାବି ବିକ୍ରୀ ଏବେ ଚାଷୀଙ୍କୁ ସଂକଟରେ ପକାଇଛି। ଗୋଟିଏ ପଟେ ସାହୁକାର ଋଣ, ଅନ୍ୟପଟେ ଅମଳରେ ହ୍ରାସ ପାଇ ଚାଷୀ...

ବାଇକ୍‌-ଟ୍ରାକ୍ଟର ମୁହାଁମୁହିଁ: ଜଣେ ଗୁରୁତର

ଦାରିଙ୍ଗବାଡ଼ି,୨୫।୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ିର ଜାତୀୟ ରାଜପଥ ଉପରେ ସୋମବାର ଏକ ଦୁର୍ଘଟଣାରେ ବାଇକ୍‌ ଚାଳକ ମିଲନ ପ୍ରଧାନ ଗୁରୁତର ହୋଇଛନ୍ତି।...

ଆଳୁଚପ୍‌ରୁ ବାହାରିଲା ଲୁହା କଣ୍ଟା, ଭାଇରାଲ ହେଉଛି ଫଟୋ

ଦାରିଙ୍ଗବାଡ଼ି,୨୩ା୩(ଅରୁଣ ସାହୁ): ଆଳୁଚପ୍‌ରୁ ଲୁହା କଣ୍ଟା ବାହାରିବା କଥା ଶୁଣିଲେ ମନରେ ଭୟ ଜାତ ହେଉଛି। ମାତ୍ର ଏହା ସତ। କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ...

ସାଧାରଣ ନିର୍ବାଚନ ନେଇ ପୋଲିସର ଫ୍ଲାଗ୍‌ମାର୍ଚ୍ଚ

ଦାରିଙ୍ଗବାଡ଼ି,୨୩ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ପୋଲିସ ପକ୍ଷରୁ ଫ୍ଲାଗ୍‌ମାର୍ଚ୍ଚ କରାଯାଇଛି। ଥାନା ଅଧିକାରୀ ଚିରଞ୍ଜିବୀ ବେହେରାଙ୍କ ନେତୃତ୍ୱରେ ସବ୍‌ଇନ୍ସପେକ୍ଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri