ପୌର ବ୍ୟାଙ୍କ ଖାତାରୁ ୨ କୋଟି ୪୪ ଲକ୍ଷ ଟଙ୍କା ଲୁଟ୍‌

ବଡ଼ବିଲ, ୨୪।୩ (ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ପୌର କାର୍ଯ୍ୟାଳୟ ବ୍ୟାଙ୍କ ଖାତାରୁ ୨ କୋଟି ୪୪ ଲକ୍ଷ ଟଙ୍କା ଲୁଟ୍‌ ହେବା ସୂଚନା ପାଇ ପୌର ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା ବଡ଼ବିଲ ଥାନାରେ ଅଭିଯୋଗ କରିଛନ୍ତି। ତେବେ ମୋଟ ୪ଟି ଚେକ ଦ୍ୱାରା ଏହି ଟଙ୍କା ଦେଶର ବିଭିନ୍ନ ଅଞ୍ଚଳ ଯଥା କୋଲକାତା, ରାୟପୁର ଆଦି ସ୍ଥାନକୁ ଟ୍ରାନ୍ସଫର ହୋଇଛି। ଅଭିଯୋଗ ପରେ ସ୍ଥାନୀୟ ପୋଲିସ, ବିଭାଗୀୟ ବରିଷ୍ଠ ଅଧିକାରୀଙ୍କ ସହ ତୁରନ୍ତ ଆଲୋଚନା କରି ହସ୍ତକ୍ଷେପ କରିବା ଯୋଗୁ ୨ଟି ଚେକ୍‌ରେ ଥିବା ୧ କୋଟି ୭ ଲକ୍ଷ ଟଙ୍କାକୁ ଫ୍ରିଜ କରାଇବାରେ ସକ୍ଷମ ହୋଇଥିବା ଜଣାପଡିଛି। ଅନ୍ୟପକ୍ଷେ ଭୁବନେଶ୍ୱରସ୍ଥିତ ଇଓଡବ୍ଲ୍ୟୁ(ଇକୋନୋମିକ ଅଫେନ୍ସ ୱିଙ୍ଗ)କୁ ଏହି ଘଟଣାର ତଦନ୍ତ ଭାର ଦିଆଯାଇଥିବାବେଳେ ଏହି ଟିମ୍‌ ବୁଧବାର ଅପରାହ୍ନରେ ବଡ଼ବିଲ ପହଞ୍ଚିଛି। ପୋଲିସ ସହାୟତାରେ ଇଓଡବ୍ଲ୍ୟୁ ଟିମ ପୌରକାର୍ଯ୍ୟାଳୟର ଆକାଉଣ୍ଟ ଥିବା ବ୍ୟାଙ୍କରେ ପଚରାଉଚରା ପରେ ପୌର ନିର୍ବାହୀ ଅଧିକାରୀ ଓ ଅନ୍ୟ କେତେକ କର୍ମଚାରୀଙ୍କୁ ମଧ୍ୟ ପଚରାଉଚରା କରିଛି। ବଡ଼ବିଲ ଆଇଆଇସି ସୁଶାନ୍ତ ଦାଶ କହିଛନ୍ତି, ତଦନ୍ତ ଭାର ଇଓଡବ୍ଲ୍ୟୁକୁ ଦିଆଯାଇଛି। ଉକ୍ତ ଟିମ୍‌ ଏହାର ତଦନ୍ତ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ରଜ ମଉଜରେ ଖାଁ ଖାଁ ସୀତାବିଞ୍ଜ

ଢେଙ୍କିକୋଟ, ୧୫।୬(ଡି.ଏନ.ଏ.)-କେନ୍ଦୁଝର ଜିଲାର ଗଣପର୍ବ ହେଉଛି ରଜପର୍ବ। ମାତ୍ର ଚଳିତବର୍ଷ କରୋନା ଭାଇରସ୍‌ ସଂକ୍ରମଣ ପାଇଁ ରଜପର୍ବ ପାଳନରେ କଟକଣା କରାଯାଇଛି। ଜିଲାରେ ଫିକା ପଡ଼ିଛି...

ବଣେଇରୁ ବଡବିଲକୁ ବାଲି ଚୋରା ଚାଲାଣ: ୭ ହାଇଓ୍ବା ଜବତ, ୭ ଗିରଫ

ବଡବିଲ,୫।୬(ସ୍ବ.ପ୍ର.)-ସୁନ୍ଦରଗଡ ଜିଲା ବଣେଇରୁ ବଡବିଲକୁ ବାଲି ଚୋରା ଚାଲାଣ ହେଉଥିବାବେଳେ କେନ୍ଦୁଝର ଜିଲା ବଡବିଲ ପୋଲିସ ଗୁରୁବାର ୭ଟି ବାଲି ବୋଝେଇ ହାଇଓ୍ବା ଟ୍ରକ ଜବତ...

ଗଣତନ୍ତ୍ରଦିବସ ପରେଡ୍‌ରେ ସାମିଲ ହେବେ ଚୌଧୁରୀ

କେନ୍ଦୁଝର/ପାଟଣା,୨୯ା୧୨(ସ୍ବ.ପ୍ର.): ଆସନ୍ତା ଜାନୁୟାରୀ ୨୬ରେ ନୂଆଦିଲ୍ଲୀରେ ହେବାକୁ ଥିବା ଗଣତନ୍ତ୍ର ପରେଡ୍‌ରେ ଭାଗ ନେବାକୁ କେନ୍ଦୁଝର ସଦର ବ୍ଲକ୍‌ କେରୀ ଗ୍ରାମର ଚୌଧୁରୀ ପାତ୍ର(ଗୁଡୁ) ସୁଯୋଗ...

ଲୁହାପଥର ବୋଝେଇ ୬ ଡମ୍ପର ଜବତ ଘଟଣା:ଡମ୍ପର ମାଲିକ ଗିରଫ

ବଡବିଲ, ୧୦।୧୨ (ସ୍ବ.ପ୍ର.)-କେନ୍ଦୁଝର ଜିଲା ବଡବିଲ ଥାନା ପୋଲିସ ଗତ ନଭେମ୍ବର ୨୬ ତାରିଖରେ ରାଜ୍ୟ ସୀମାନ୍ତ ନାଲଦାରୁ ଲୁହାପଥର ବୋଝେଇ ୬ଟି ଡମ୍ପର ଜବତ...

ଷ୍ଟକ୍‌ ଯାଞ୍ଚ ପରେ ଅନ୍‌ଲାଇନରେ ହେବ ମଦ ବୁକିଂ: ଗସ୍ତ ବାବଦ ୧୦୦ ରୁ ୩୦୦ ଟଙ୍କା ପର୍ଯ୍ୟନ୍ତ ଦେବାକୁ ପଡ଼ିବ ପ୍ରାପ୍ୟ

କେନ୍ଦୁଝର, ୨୫।୫(ସ୍ବ.ପ୍ର.): ସରକାର ମଦ ବିକ୍ରି ଉପରେ ଥିବା କରୋନା କଟକଣାକୁ କୋହଳ କରିଛନ୍ତି। କେବଳ ଅନ୍‌ଲାଇନରେ ମଦ ବିକ୍ରି ହେବ ବୋଲି ଘୋଷଣା ହୋଇଛି।...

୭ରୁ କେନ୍ଦୁଝରରେ ଧାନ ସଂଗ୍ରହ

କେନ୍ଦୁଝର,୧୭ା୧୧(ଡି.ଏନ୍‌.ଏ): କେନ୍ଦୁଝର ଜିଲାରେ ୨୦୨୨-୨୩ ଖରିଫ ବର୍ଷର ଏଫ୍‌.ଏ.କ୍ୟୁ. ମାନର ଧାନ ସଂଗ୍ରହ ନିମନ୍ତେ ଜିଲାସ୍ତରୀୟ ଧାନ ସଂଗ୍ରହ କମିଟିର ବୈଠକ ବୁଧବାର ଦରବାର ହଲ୍‌ରେ...

୧୭ ହାତୀଙ୍କ ଉତ୍ପାତ, ନାକେଦମ ବନ ବିଭାଗ

ଚମ୍ପୁଆ,୮।୫: କେନ୍ଦୁଝର ଜିଲା ଚମ୍ପୁଆ ବନାଞ୍ଚଳ ଅଧୀନ ଚମ୍ପୁଆ ଓ ଉଖୁଣ୍ଡା ଅଞ୍ଚଳରେ ୬ଦିନ ଧରି ହାତୀ ପଲଙ୍କ ଉପତ୍ାତ ଜାରି ରହିଛି। ଏଥିରେ ବନ...

ସ୍ତ୍ରୀ ହତ୍ୟାକରୀଙ୍କୁ ଆଜୀବନ ଜେଲ୍‌

କେନ୍ଦୁଝର, ୨୮।୧୧(ସ୍ବ.ପ୍ର.) : କେନ୍ଦୁଝର ଜିଲା ଦୌରାଜଜ ଚିତ୍ତରଞ୍ଜନ ମହାପାତ୍ର ସୋମବାର ଏକ ହତ୍ୟା ମାମଲା ଶୁଣାଣି କରିଛନ୍ତି। ଏହି ଘଟଣାରେ ତେଲକୋଇ ଥାନା ବଡଖମଣର...

Advertisement
Archives

Model This Week