ଆମ ଜିଲା ଖବର

କାଷ୍ଠ ଅର୍କକ୍ଷେତ୍ର: ବିରଞ୍ଚି ନାରାୟଣ ମନ୍ଦିର

ବୁଗୁଡ଼ା,୧୭ା୩(ଡି.ଏନ.ଏ.): ପ୍ରସ୍ତରର କାରୁକାର୍ଯ୍ୟରେ ନିର୍ମିତ ବିଶ୍ୱପ୍ରସିଦ୍ଧ କୋଣାର୍କର ସୂର୍ଯ୍ୟମନ୍ଦିର ପ୍ରଥମ ଅର୍କକ୍ଷେତ୍ର ହୋଇଥିବା ବେଳେ ଗଞ୍ଜାମ ଜିଲା ବୁଗୁଡ଼ାରେ କାଷ୍ଠ କାରୁକାର୍ଯ୍ୟରେ ନିର୍ମିତ ସୂର୍ଯ୍ୟ ଅର୍ଥାତ୍‌ ଶ୍ରୀବିରଞ୍ଚି ନାରାୟଣଙ୍କ ମନ୍ଦିର ଦ୍ୱିତୀୟ ଅର୍କକ୍ଷେତ୍ର ରୂପେ ପ୍ରସିଦ୍ଧି ଲାଭ କରିଛି। କୋଣାର୍କ ଭଳି…

ବିନା ମାସ୍କରେ ତାରାତାରିଣୀ ମନ୍ଦିର ପ୍ରବେଶ ମନା

ଛତ୍ରପୁର,୧୭ା୩ (ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ପର୍ବ ଲାଗି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୁଧବାର ଗଞ୍ଜାମ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତା କରି…

ଛାତ୍ରୀଙ୍କ ଉପରେ ଚଢ଼ିଗଲା ପଥରବୋଝେଇ ଟ୍ରାକ୍ଟର

ଖୋର୍ଦ୍ଧା ଅଫିସ,୧୭ା୩: ଟ୍ରାକ୍ଟର ଧକ୍କାରେ ଜଣେ ସପ୍ତମ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ଏପରି ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅନ୍ତର୍ଗତ ଡିହଖଳାରେ। ମୃତ ଛାତ୍ରୀ ଜଣଙ୍କ ହେଲେ ସସ୍ମିତା ସ୍ବାଇଁ। ଗୁରୁବାର ସକାଳେ ସସ୍ମିତା ସାଇକେଲ ଯୋଗେ…

ଗୋପୀନାଥପୁର ରେଳଷ୍ଟେଶନ ପାଇଁ ୪୮.୩୬ କୋଟି ମଞ୍ଜୁର

ସଜନାଗଡ, ୧୭ା୩(ଡି.ଏନ.ଏ.): ବାଲେଶ୍ୱର ଜିଲା ନୀଳଗିରିବାସୀଙ୍କ ବହୁ ଦିନର ସପ୍ନ ସାକାର ହେବlକୁ ଯାଉଛି l ଯାତ୍ରୀବାହୀ ଟ୍ରେନ ଚଳାଚଳ ପାଇଁ ଦୀର୍ଘବର୍ଷ ଧରି ଦାବି ହୋଇଆସୁଥିଲା। ନୀଳଗିରିରେ ଭିତ୍ତିଭୂମି ଥାଇ ମଧ୍ୟ ରେଳ ଚଳାଚଳ ହେଉ ନ ଥିବା କଥା…

ଅଧ୍ୟକ୍ଷା ପଦବୀ ହାତେଇବାକୁ ସବୁ ଦଳର ପ୍ରୟାସ

ଫୁଲବାଣୀ ଅଫିସ, ୧୭ା୩: ଫୁଲବାଣୀ ପୌର ପରିଷଦ ଅଧ୍ୟକ୍ଷା ପଦବୀ ହାତେଇବା ଲାଗି ତିନି ପ୍ରମୁଖ ଦଳ ବିଜେଡି, କଂଗ୍ରେସ ଓ ଭାଜପା ପକ୍ଷରୁ ଜୋରଦାର ପ୍ରୟାସ ଚାଲିଛି। ହେଲେ ଏଠାରେ ତ୍ରିମୁଖୀ ନୁହେଁ ଦ୍ୱିମୁଖୀ ଶାସକ ବିଜେଡି ଏବଂ କଂଗ୍ରେସ…

ମୁଖ୍ୟ ରାସ୍ତାରୁ ଉଠିଲା ପିଚୁ

କେନ୍ଦୁଝର, ୧୭ା୩ (ସ୍ବ.ପ୍ର.): କେନ୍ଦୁଝର ଜିଲା ମୁଖ୍ୟାଳୟ ରାସ୍ତାର ମରାମତି ପାଇଁ ବହୁ ଅର୍ଥ ଖର୍ଚ୍ଚ କରାଯାଉଥିଲେ ହେଁ ଉପଯୁକ୍ତ ତଦାରଖ ଅଭାବରୁ ନିମ୍ନମାନର କାମ ଯୋଗୁ କିଛି ଦିନ ମଧ୍ୟରେ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି। ବର୍ଷା ଓ ରାତିରେ…

ପ୍ରାର୍ଥୀଙ୍କ ପ୍ରତିଶ୍ରୁତି ଉପରେ ଭୋଟରଙ୍କ ଭରସା ପାଉନିି

ବାଲେଶ୍ୱର ଅଫିସ, ୧୭ା୩: ବାଲେଶ୍ୱର ପୌର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଚୂଡାନ୍ତ ହେବା ପରେ ଅଧ୍ୟକ୍ଷ ଓ କାଉନ୍‌ସିଲର ପ୍ରାର୍ଥୀମାନେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି। ପ୍ରାର୍ଥୀମାନେ ୱାର୍ଡ଼ର ଘରକୁ ଘର ବୁଲି ଲୋକମାନଙ୍କୁ ସାକ୍ଷାତ୍‌ କରି ବ୍ୟକ୍ତିଗତ ଓ ୱାର୍ଡ଼ର ସମସ୍ୟା…

୧୦ ଗାଡ଼ି ଜବତ, ୨.୮୦ ଲକ୍ଷ ଜରିମାନା

ଜଳେଶ୍ୱର, ୧୭ା୩(ଡି.ଏନ.ଏ.): ସୁବର୍ଣ୍ଣରେଖା ନଦୀରୁ ବ୍ୟାପକ ବାଲି ଚୋରାଚାଲାଣ ହେଉଥିବା ବାରମ୍ବାର ଅଭିଯୋଗ ପରେ ପ୍ରଶାସନର ଚେତା ପଶିଛି। ଜଳେଶ୍ୱର ତହସିଲଦାର ଓ ଏସ୍‌ଡିପିଓ ମିଳିତ ଭାବେ ୮ ଟ୍ରାକ୍ଟର, ୧ ଡମ୍ପର ଓ ଅନ୍ୟ ଏକ ଜେସିବି ଜବତ କରିବା…

ତଦନ୍ତ ନିର୍ଦ୍ଦେଶ ଦେଲେ ନିର୍ବାଚନ କମିଶନ

ହାଟଡ଼ିହୀ,୧୭ା୩(ଡିି.ଏନ.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଧୀନ ଶଢା ପଞ୍ଚାୟତ ସରପଞ୍ଚ ପଦବୀ ଲାଗି ହୋଇଥିବା ନିର୍ବାଚନରେ ଭୋଟ ଗଣତିକୁ ନେଇ ବିବାଦ ଦେଖାଦେଇଛି। ଏନେଇ ପରାଜିତ ସରପଞ୍ଚ ପ୍ରାର୍ଥନୀ ରାଜ୍ୟ ନିର୍ବାଚନ କମିଶନଙ୍କଠାରେ ଅଭିଯୋଗ କରିଛନ୍ତି। କମିଶନ ତାଙ୍କ ଆବେଦନକୁ…

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ

ବାଲେଶ୍ୱର ଅଫିସ/ଭଦ୍ରକ ଅଫିସ,୧୭।୩: ଭିଜିଲାନ୍ସ ଜାଲରେ ଫସିଛନ୍ତି ବାଲେଶ୍ୱର ଜିଲା ସୋରୋ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ପ୍ରମୋଦ ବେହୁରିଆ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗୁରୁବାର ତାଙ୍କ ଘର, ଅଫିସ, ଶ୍ୱଶୁର ଘର ସମେତ ୫ଟି ସ୍ଥାନରେ…

ଦାୟିତ୍ୱ ଗ୍ରହଣ କଲେ କିଶୋର

କେସିଙ୍ଗା,୧୭।୩(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କିକିଆ ଗ୍ରାମ ପଞ୍ଚାୟତର ନବ ନିର୍ବାଚିତ ସରପଞ୍ଚ କିଶୋର କୁମାର ପଧାନ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ଅବସରରେ ସେ କିକିଆ ସମସ୍ତ ଜନସାଧାରଣଙ୍କୁ କୃତଜ୍ଞତା ଅର୍ପଣ କରିବା ସହ ଆଗାମୀ ଦିନରେ…

ଭାଜପାରୁ ପିଙ୍କି ଓ ହରି, ବିଜେଡିରୁ କୁନା

କଟକ ଅଫିସ, ୧୭ା୩: କଟକ ମହାନଗର ନିଗମ(ସିଏମ୍‌ସି) ନିର୍ବାଚନ ପାଇଁ ବିଭିନ୍ନ ଓ୍ବାର୍ଡରେ ପ୍ରାର୍ଥୀମାନେ ଜୋର୍‌ଦାର୍‌ ପ୍ରଚାର ଚଳାଇଛନ୍ତି। ଏବେ ପ୍ରାର୍ଥୀଙ୍କ ସହିତ ଷ୍ଟାର ପ୍ରଚାରକମାନେ ବୁଲି ଭୋଟ ଭିକ୍ଷା କରୁଥିବା ଦେଖିବାକୁ ମିଳିଛି। ବିଶେଷକରି ପ୍ରାର୍ଥୀମାନେ ସହରବାସୀଙ୍କ ସମସ୍ୟା ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?