ନରେନ୍ଦ୍ରପୁର ଗାଁରେ ଶୋକାକୁଳ ପରିବେଶ

ହିଞ୍ଜିଳିକାଟୁ, ୨୪।୩: ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ପିତଳ ଛକରେ ମଙ୍ଗଳବାର ବିଳମ୍ବିତ ରାତିରେ ଘଟିଥିବା ସଂଘବଦ୍ଧ ଆକ୍ରମଣରେ ନରେନ୍ଦ୍ରପୁରର ମଙ୍ଗୁଳୁ ସ୍ବାଇଁଙ୍କ ୩ ପୁଅ ଓ ବଉଳଘାଇ ଗ୍ରାମର ସଡ଼ୁଙ୍କ ପୁଅର ଜୀବନ ଯାଇଛି। ପୁଅ ରାଜା, ଶମ୍ଭୁ, ପାଣ୍ଡବ ଓ ପୁତୁରା ଚନ୍ଦନଙ୍କୁ ହରାଇ ମଙ୍ଗୁଳୁ ଧର୍ଯ୍ୟହରା ହୋଇପଡ଼ିଛନ୍ତି। ଶାଳୀ ଓ ସଡ଼ୁଙ୍କ ମୃତ୍ୟୁ ପରେ ସେମାନଙ୍କ ଏକମାତ୍ର ପୁଅ ଚନ୍ଦନଙ୍କୁ ପ୍ରାୟ ୫ବର୍ଷ ବୟସରୁ ଆଣି ମଙ୍ଗୁଳୁ ପାଖରେ ରଖିଥିଲେ। ଏବେ ଦୁଇଟି ପରିବାର ଉଜୁଡିଯାଇଛି। ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।

ମୃତ୍ୟୁଯନ୍ତା ଫାଷ୍ଟଫୁଡ୍‌ ସେଣ୍ଟର
ପିତଳ ଛକରେ ଫାଷ୍ଟଫୁଡ଼ ସେଣ୍ଟର କରିଥିଲେ ରାଜା ଓ ତାଙ୍କ ମାଉସୀ ପୁଅ ଚନ୍ଦନ। ରାଜାଙ୍କ ଭାଇ ଶମ୍ଭୁ ବିଏ ପାସ କରି ଚାକିରି ଅନ୍ବେଷଣରେ ରହିଥିଲେ। ତେଣୁ ସେ ଘରେ ନ ରହି ଅଧିକାଂଶ ସମୟ ଫାଷ୍ଟଫୁଡ୍‌ ଦୋକାନରେ ରହୁଥିଲେ। ସାନ ଭାଇ ପାଣ୍ଡବ ସୁରଟରୁ କାମ ଛାଡ଼ି କିଛି ମାସ ତଳେ ଗାଁକୁ ଆସିଥିଲେ। ଆଉ ବାହାରକୁ ନ ଯାଇ ଏକ ଡାଲା ଅଟୋ ଚଳାଇଥିଲେ। ରାତି ହେଲେ ଭାଇମାନେ ଫାଷ୍ଟ ଫୁଡ ସେଣ୍ଟରରେ ଏକାଠି ହୁଅନ୍ତି। ଦୋକାନ ବନ୍ଦ କରି ସମସ୍ତେ ଏକାଠି ଯାଆନ୍ତି। ହେଲେ ମଙ୍ଗଳବାର ରାତିରେ ସେହି ଫାଷ୍ଟଫୁଡ ସେଣ୍ଟର ୪ ଭାଇଙ୍କ ପାଇଁ ମୃତ୍ୟୁଯନ୍ତା ହୋଇ ରହିଥିଲା। ସମସ୍ତେ ସେଠାରେ ଏକାଠି ହେବା ପରେ ଯୋଜନାବଦ୍ଧ ଭାବେ ଆକ୍ରମଣ କରାଯିବାରୁ ସମସ୍ତଙ୍କ ମୃତ୍ୟୁ ଘଟିଥିଲା।

ଭାଇଙ୍କୁ ଛାଡ଼ି ଘରକୁ ଗଲେନି ଭାଇ
ମଙ୍ଗୁଳୁଙ୍କ ପଡ଼ୋଶୀ ଭଗବାନ ଜେନା ଆଳୁ ବ୍ୟବସାୟ କରନ୍ତି। ସେ କହିଛନ୍ତି ମଙ୍ଗୁଳୁଙ୍କ ପରିବାର ଅତି ଭଲ। ମଙ୍ଗୁଳୁଙ୍କ ସାନ ପୁଅ ପାଣ୍ଡବ ଡାଲା ଅଟୋରେ ତାଙ୍କ ଠାରୁ ଆଳୁ ନେଇ ବ୍ରହ୍ମପୁର ଯାଆନ୍ତି। ମଙ୍ଗଳବାର ରାତିରେ ଭଗବାନ ବେପାର ସାରି ବାଇକରେ ଗାଁକୁ ଫେରିବା ବେଳେ ଫାଷ୍ଟଫୁଡ଼ ଦୋକାନ ନିକଟରେ ଅଟକି ୪ ଭାଇଙ୍କ ମଧ୍ୟରୁ ଜଣେ କେହି ତାଙ୍କ ବାଇକରେ ଆସି ଯିବାକୁ ପାଣ୍ଡବଙ୍କୁ କହିଥିଲେ। ହେଲେ ପାଣ୍ଡବ ମନା କରିବା ସହ ୪ ଜଣ ଯାକ ମିଶିକି ଯିବୁ ବୋଲି କହିଥିଲେ। ହେଲେ ନିୟତି ବଡ଼ ନିଷ୍ଠୁର। ୪ ଭାଇ ଗାଁକୁ ଆସିବେ କଣ ଏକାଠି ଆର ପାରିକୁ ଚାଲିଗଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ନିଜ ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ,୨୪ା୪(ଦ୍ୱିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାରଠାରୁ ନିଜ ନିଜାଚନ ମଣ୍ଡଳୀ ହିଞ୍ଜିଳିରୁ ୨୦୨୪ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିଛନ୍ତି। ହିଞ୍ଜିଳିକାଟୁ...

ବିରୋଧୀ କେବେ ସଫଳ ହେବେନି, ବିଜେଡି ବିପୁଳ ବିଜୟ ହାସଲ କରିବ: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଜନସଭାରେ ବିରୋଧୀଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିରୋଧୀ ଅପପ୍ରଚାର କରିବା ସହ ବିକାଶ କାମରେ ବାଧା...

ଓଡ଼ିଶାର ସାଢ଼େ ୪ କୋଟି ମୋର ପରିବାର: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ଆଜିଠୁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ସମୟରେ ନିଜ ନିର୍ବାଚନ ମଣ୍ଡଳୀର ହିଞ୍ଜିଳିକାଟୁରେ...

ହିଞ୍ଜିଳିକାଟୁରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ବିଜେଡିର ଷ୍ଟାର ପ୍ରଚାରକ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପାରମ୍ପରିକ ଆସନରୁ ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିଛନ୍ତି। ତାଙ୍କ ସହ ଫାଇଭ-ଟି...

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri