ନରେନ୍ଦ୍ରପୁର ଗାଁରେ ଶୋକାକୁଳ ପରିବେଶ

ହିଞ୍ଜିଳିକାଟୁ, ୨୪।୩: ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ପିତଳ ଛକରେ ମଙ୍ଗଳବାର ବିଳମ୍ବିତ ରାତିରେ ଘଟିଥିବା ସଂଘବଦ୍ଧ ଆକ୍ରମଣରେ ନରେନ୍ଦ୍ରପୁରର ମଙ୍ଗୁଳୁ ସ୍ବାଇଁଙ୍କ ୩ ପୁଅ ଓ ବଉଳଘାଇ ଗ୍ରାମର ସଡ଼ୁଙ୍କ ପୁଅର ଜୀବନ ଯାଇଛି। ପୁଅ ରାଜା, ଶମ୍ଭୁ, ପାଣ୍ଡବ ଓ ପୁତୁରା ଚନ୍ଦନଙ୍କୁ ହରାଇ ମଙ୍ଗୁଳୁ ଧର୍ଯ୍ୟହରା ହୋଇପଡ଼ିଛନ୍ତି। ଶାଳୀ ଓ ସଡ଼ୁଙ୍କ ମୃତ୍ୟୁ ପରେ ସେମାନଙ୍କ ଏକମାତ୍ର ପୁଅ ଚନ୍ଦନଙ୍କୁ ପ୍ରାୟ ୫ବର୍ଷ ବୟସରୁ ଆଣି ମଙ୍ଗୁଳୁ ପାଖରେ ରଖିଥିଲେ। ଏବେ ଦୁଇଟି ପରିବାର ଉଜୁଡିଯାଇଛି। ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।

ମୃତ୍ୟୁଯନ୍ତା ଫାଷ୍ଟଫୁଡ୍‌ ସେଣ୍ଟର
ପିତଳ ଛକରେ ଫାଷ୍ଟଫୁଡ଼ ସେଣ୍ଟର କରିଥିଲେ ରାଜା ଓ ତାଙ୍କ ମାଉସୀ ପୁଅ ଚନ୍ଦନ। ରାଜାଙ୍କ ଭାଇ ଶମ୍ଭୁ ବିଏ ପାସ କରି ଚାକିରି ଅନ୍ବେଷଣରେ ରହିଥିଲେ। ତେଣୁ ସେ ଘରେ ନ ରହି ଅଧିକାଂଶ ସମୟ ଫାଷ୍ଟଫୁଡ୍‌ ଦୋକାନରେ ରହୁଥିଲେ। ସାନ ଭାଇ ପାଣ୍ଡବ ସୁରଟରୁ କାମ ଛାଡ଼ି କିଛି ମାସ ତଳେ ଗାଁକୁ ଆସିଥିଲେ। ଆଉ ବାହାରକୁ ନ ଯାଇ ଏକ ଡାଲା ଅଟୋ ଚଳାଇଥିଲେ। ରାତି ହେଲେ ଭାଇମାନେ ଫାଷ୍ଟ ଫୁଡ ସେଣ୍ଟରରେ ଏକାଠି ହୁଅନ୍ତି। ଦୋକାନ ବନ୍ଦ କରି ସମସ୍ତେ ଏକାଠି ଯାଆନ୍ତି। ହେଲେ ମଙ୍ଗଳବାର ରାତିରେ ସେହି ଫାଷ୍ଟଫୁଡ ସେଣ୍ଟର ୪ ଭାଇଙ୍କ ପାଇଁ ମୃତ୍ୟୁଯନ୍ତା ହୋଇ ରହିଥିଲା। ସମସ୍ତେ ସେଠାରେ ଏକାଠି ହେବା ପରେ ଯୋଜନାବଦ୍ଧ ଭାବେ ଆକ୍ରମଣ କରାଯିବାରୁ ସମସ୍ତଙ୍କ ମୃତ୍ୟୁ ଘଟିଥିଲା।

ଭାଇଙ୍କୁ ଛାଡ଼ି ଘରକୁ ଗଲେନି ଭାଇ
ମଙ୍ଗୁଳୁଙ୍କ ପଡ଼ୋଶୀ ଭଗବାନ ଜେନା ଆଳୁ ବ୍ୟବସାୟ କରନ୍ତି। ସେ କହିଛନ୍ତି ମଙ୍ଗୁଳୁଙ୍କ ପରିବାର ଅତି ଭଲ। ମଙ୍ଗୁଳୁଙ୍କ ସାନ ପୁଅ ପାଣ୍ଡବ ଡାଲା ଅଟୋରେ ତାଙ୍କ ଠାରୁ ଆଳୁ ନେଇ ବ୍ରହ୍ମପୁର ଯାଆନ୍ତି। ମଙ୍ଗଳବାର ରାତିରେ ଭଗବାନ ବେପାର ସାରି ବାଇକରେ ଗାଁକୁ ଫେରିବା ବେଳେ ଫାଷ୍ଟଫୁଡ଼ ଦୋକାନ ନିକଟରେ ଅଟକି ୪ ଭାଇଙ୍କ ମଧ୍ୟରୁ ଜଣେ କେହି ତାଙ୍କ ବାଇକରେ ଆସି ଯିବାକୁ ପାଣ୍ଡବଙ୍କୁ କହିଥିଲେ। ହେଲେ ପାଣ୍ଡବ ମନା କରିବା ସହ ୪ ଜଣ ଯାକ ମିଶିକି ଯିବୁ ବୋଲି କହିଥିଲେ। ହେଲେ ନିୟତି ବଡ଼ ନିଷ୍ଠୁର। ୪ ଭାଇ ଗାଁକୁ ଆସିବେ କଣ ଏକାଠି ଆର ପାରିକୁ ଚାଲିଗଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗରରେ କଂଗ୍ରେସ ପ୍ରଭାରୀ: ଜିଲା ସଂଗଠନ ସୁଦୃଢ଼ ଉପରେ…

ଭଞ୍ଜନଗର,୫।୬(ବାବୁଲା ପ୍ରଧାନ): ଓଡ଼ିଶା କଂଗ୍ରେସ ପ୍ରଭାରୀ ଜେ.ଟି. କୁସୁମ କୁମାର ଶୁକ୍ରବାର ଅପରାହ୍ନରେ ଭଞ୍ଜନଗର ଗସ୍ତରେ ଆସି ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଗଞ୍ଜାମ…

କଇଠଖଣ୍ଡି ପଞ୍ଚାୟତକୁ ପ୍ରକୃତି ମିତ୍ର ଏବଂ ଅଧ୍ୟକ୍ଷ ଚିନ୍ତାମଣି ଏବଂ ଚାଷୀ କେ. ଶ୍ୟାମ ସୁନ୍ଦରଙ୍କୁ ମିଳିଲା ପ୍ରକୃତି ବନ୍ଧୁ ପୁରସ୍କାର

ଦିଗପହଣ୍ଡି,୫|୬(ଅଶେଷ ନାଥ ମିଶ୍ର): ପ୍ରକୃତି ସଂରକ୍ଷଣ ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ଦିଗପହଣ୍ଡି ବ୍ଳକର କଇଠଖଣ୍ଡି ପଞ୍ଚାୟତକୁ ପ୍ରକୃତି ମିତ୍ର ସମ୍ମାନରେ ସମ୍ମାନୀତ କରାଯିବା ସହ ପୁରସ୍କାର…

ମହିଳା ଆଇନଜୀବିଙ୍କୁ ତହସିଲଦାରଙ୍କ ଆସୌଜନ୍ୟ ବ୍ୟବହାର ଅଭିଯୋଗ: ଧାରଣାରେ  ଆଇନଜୀବୀ

ଦିଗପହଣ୍ଡି,୫|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି  ତହସିଲଦାର ରାମଚନ୍ଦ୍ର ପଟ୍ଟନାୟକ ତାଙ୍କ ପ୍ରକୋଷ୍ଠରେ ମହିଳା ଆଇନଜୀବି ଏମ. ପ୍ରତିଭା କୁମାରୀ ରେଡ୍ଡୀଙ୍କୁ ଅସୌଜନ୍ୟ ବ୍ୟବହାର ପ୍ରଦର୍ଶନ…

ଗୋଟିଏ ପଟେ ପ୍ରଶାସନିକ ଦାୟିତ୍ୱ: ଅନ୍ୟପଟେ ପରିବେଶ ପ୍ରତି ଅନୁରାଗ, ’ପ୍ରକୃତି ମିତ୍ର’ ସମ୍ମାନରେ ସମ୍ମାନିତ ହେଲେ ଦୁର୍ଗପତିସାରଦା ପ୍ରସାଦ ଦାସ

ଗଞ୍ଜାମ,୫।୬(ଅନାଥ ତରାଇ/ବିଦ୍ୟାଧର ସାହୁ ): ବିଶ୍ୱ ପରିବେଶ ଦିବସ ଅବସରରେ ଗଞ୍ଜାମ ଅଷ୍ଟମ ବାଟାଲିୟନର ଦୁର୍ଗପତି ସାରଦା ପ୍ରସାଦ ଦାସଙ୍କୁ ଜିଲାସ୍ତରୀୟ ସମ୍ମାନଜନକ ପ୍ରକୃତି ମିତ୍ର ପୁରସ୍କାର…

ଫିଲ୍ଡରେ କାର୍ଯ୍ୟ କରୁଥିବାବେଳେ ହଠାତ୍‌ ଟଳିପଡ଼ିଲେ ବିଦ୍ୟୁତ୍‌ କର୍ମଚାରୀ, ସ୍ତ୍ରୀଙ୍କୁ ଚାକିରି ସହ କ୍ଷତିପୂରଣ ଦାବିରେ…

ଭଞ୍ଜନଗର,୫ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଟାଟା ପାଓ୍ବାର ଅଧୀନରେ କାର୍ଯ୍ୟରତ କର୍ମଚାରୀ ଦୁର୍ଗାମାଧବ ଜେନା (୪୫) ଶୁକ୍ରବାର ଫିଲ୍ଡରେ କାମ କରୁଥିବା ବେଳେ ହଠାତ୍‌ ଟଳିପଡ଼ିଥିଲେ।…

ପଞ୍ଚାୟତ ନିର୍ବାଚନ ପାଇଁ ୬ ମାସ ଥିବାବେଳେ ଅଣ୍ଟାଭିଡିଲେ ଏନଏସି ଯୁବମୋର୍ଚ୍ଚା: ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକୁ…

ଗଞ୍ଜାମ ,୫।୬(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସିର ଯୁବ ମୋର୍ଚ୍ଚାର ଏକ ସାଙ୍ଘଠନିକ ବୈଠକ ଦଳୀୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଏନଏସି ମଣ୍ଡଳ ସଭାପତି…

ବଦଳାଇବାକୁ ପଡିବ ଆମ ଅଭ୍ୟାସ: ଏହି କାରଣରୁ ବିଶ୍ୱ ପରିବେଶ ଦିବସ ନିରାଡମ୍ବର ଭାବେ ପାଳନ

ଭଞ୍ଜନଗର,୫।୬(ବାବୁଲା ପ୍ରଧାନ): ଜୁନ ୫ ତାରିଖ ବିଶ୍ୱ ପରିବେଶ ଦିବସ। ଏହି ଅବସରରେ ବିଭିନ୍ନ ସ୍ଥାନରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ଏହିଭଳି ଗଞ୍ଜାମ ଜିଲାସ୍ତରୀୟ…

ସାଇକେଲ ରାଲି କଲେ ବନକର୍ମଚାରୀ; ରେଞ୍ଜର କହିଲେ- ସ୍କୁଲ, କଲେଜ, ସରକାରୀ ଅନୁଷ୍ଠାନକୁ ମିଳିବ ୪ ଲକ୍ଷରୁ ଅଧିକ…

ଦିଗପହଣ୍ଡି,୫।୬(ଅଶେଷ ନାଥ ମିଶ୍ର): ରାଜ୍ୟ ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଆନୁକୂଲ୍ୟରେ ପ୍ରତିବର୍ଷ ଭଳି ଚଳିତବର୍ଷ ଦିଗପହଣ୍ଡି ବନାଞ୍ଚଳ କାର୍ଯ୍ୟାଳୟ ପକ୍ଷରୁ ଶୁକ୍ରବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri