Posted inଭଦ୍ରକ

ମୃତଦେହ ରଖି ଥାନା ଘେରାଉ

ବାସୁଦେବପୁର/ ପଦ୍ମପୁର, ୨୪।୩ (ଡି.ଏନ.ଏ.): ପଞ୍ଚାୟତ ନିର୍ବାଚନରେ ପରାଜୟ ପାଇଁ ବିଜୟୀ ପ୍ରାର୍ଥୀଙ୍କ ଟାହିଟାପରା ସହି ନ ପାରି ବିଷ ପିଇ ଦେଇଥିଲେ ସମିତିସଭ୍ୟ ପ୍ରାର୍ଥତ୍ନୀ ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ପଦ୍ମପୁର ପଞ୍ଚାୟତର ସୁମତୀ ପରିଡ଼ା। କଟକ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ତାଙ୍କର ମୃତ୍ୟୁ ଘଟିଛି। ବ୍ୟବଚ୍ଛେଦ ହୋଇ ମୃତଦେହ ଆସିବା ପରେ ଏହି ଘଟଣାକୁ ନେଇ ପଞ୍ଚାୟତରେ ଉତ୍ତେଜନା ଦେଖା ଦେଇଥିଲା। ପଞ୍ଚାୟତର କେତେଜଣ ବ୍ୟକ୍ତି ମଙ୍ଗଳବାର ବିଳମ୍ବିତ ରାତିରେ ସୁମତୀଙ୍କ ମୃତଦେହ ରଖି ବାସୁଦେବପୁର ଥାନା ଥାନା ଘେରାଉ କରିଥିଲେ। ଏହି ଘଟଣା ପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେମାନେ ଦାବି କରିଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି ଥାନା ଘେରାଉ ଜାରି ରହିଥିଲା। ଘଟଣାରେ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ଦାୟୀ ଥିବା ୬ଜଣଙ୍କ ନଁାରେ ପୋଲିସ ମାମଲା ରୁଜୁ କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଲୋକେ ଧାରଣାରୁ ଓହରିବା ପରେ ଅନ୍ତିମ ସଂସ୍କାର ପାଇଁ ମୃତଦେହ ବଡ଼ଅଗାପୁର ଗ୍ରାମକୁ ନେଇଥିଲେ। ମୃତ ସୁମତୀଙ୍କ ଶ୍ୱଶୁର ରମେଶ ଚନ୍ଦ୍ର ପରିଡ଼ାଙ୍କ ଅଭିଯୋଗ କ୍ରମେ ୬ଜଣଙ୍କ ନଁାରେ ମାମଲା (ନଂ.୧୨୬/୨୨) ରୁଜୁ କରାଯାଇଛି।
ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର ୧୭ ଦିନ ପରେ ବିଜୟୀ ପ୍ରାର୍ଥୀଙ୍କ ରାଲି ବେଳେ ପରାଜିତ ପ୍ରାର୍ଥତ୍ନୀ ସୁମତୀଙ୍କ ପରିବାର ଲୋକଙ୍କୁ କମେଣ୍ଟ ମାରିବା ସହ ଦୁର୍ବ୍ୟବହାର କରାଯାଇଥିଲା। ଏଥିରେ ମାନସିକ ଭାରସାମ୍ୟ ହରାଇ ପ୍ରଥମେ ସୁମତୀଙ୍କ ସ୍ବାମୀ ରମାକାନ୍ତ ବେକରେ ରଶି ଲଗାଇ ଦେଇଥିଲେ। ଏହା ଦେଖି ସୁମତୀ ବିଷ ପିଇ ଦେଇଥିଲେ। ରମାକାନ୍ତ ମୃତ୍ୟୁର ୧୦ ଦିନ ପରେ ସୁମତୀଙ୍କ ମୃତ୍ୟୁ ଘଟିଛି। ନିର୍ବାଚନ ଫଳାଫଳ ପ୍ରକାଶର ୧୭ ଦିନ ପରେ ବିଜୟ ଶୋଭାଯାତ୍ରା କରାଯିବା ଘଟଣାର ଅଧିକ ତଦନ୍ତ କରାଯାଉ ବୋଲି ମୃତକଙ୍କ ପରିବାର ପକ୍ଷରୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ବାହାରକୁ କାମ କରିବାକୁ ଯାଉଥିବା ୨୭ ଦାଦନ ଶ୍ରମିକ ଉଦ୍ଧାର: ମହିଳା ଦଲାଲ ଅଟକ

ଭଦ୍ରକ ଅଫିସ ,୧୫।୩: ରାଜ୍ୟ ବାହାରକୁ କାମ କରିବାକୁ ଯିବା ପୂର୍ବରୁ ଆଦିବାସୀ ନାବାଳିକା ଓ ନାବାଳକ ଦାଦନ ଶ୍ରମିକଙ୍କୁ ଶନିବାର ରାତିରେ ପୋଲିସ ଉଦ୍ଧାର...

ଡ୍ରେନେଜ ବ୍ୟବସ୍ଥା ଫେଲ୍‌, ସହର ଜଳମଗ୍ନ

ଭଦ୍ରକ ଅଫିସ, ୨୭।୯ – ଭଦ୍ରକ ପୌରାଞ୍ଚଳର ଖାଲୁଆ ଅଞ୍ଚଳ ଏବେ ଜଳମଗ୍ନ। ଲଗାଣ ବର୍ଷା କାରଣରୁ ସହରର ଖାଲୁଆ ଅଞ୍ଚଳ ରାସ୍ତାଘାଟରେ ପାଣି ଜମି...

ଧରାପଡ଼ିଲେ ଚୋର, ଥାନାରେ ଅଟକ

ଆରଡ଼ି,୯।୯(ଡି.ଏନ୍‌.ଏ.): ଭଦ୍ରକ ଜିଲା ଆରଡ଼ି ଫାଣ୍ଡି ଅନ୍ତର୍ଗତ ମଠଡିହ ଠାରେ ଥିବା ଓଳଗ ଗ୍ରାମର ଅଙ୍କିତ ନାୟକଙ୍କ ମୋବାଇଲ ମରାମତି ଦୋକାନରୁ ରବିବାର ରାତିରେ ଏକ...

ବୋହୂ ମାନ୍ୟତା ଦାବିରେ ଶାଶୁଘର ଆଗରେ ଧାରଣା

ଭଦ୍ରକ ଅଫିସ, ୧୬।୧୧: ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ ଭାଟପଡ଼ା ପଞ୍ଚାୟତର ଶଂଖିଡା ଗଁାରେ ବୋହୂ ମାନ୍ୟତା ପାଇବା ପାଇଁ ଜଣେ ମହିଳା ସୋମବାରଠାରୁ ଶାଶୁଘର...

ମେଳଣ ଦେଖି ଫେରୁଥିବା ବେଳେ ଗଛକୁ ପିଟିଲା ବାଇକ୍‌: ଆରୋହୀ ମୃତ

ଧାମନଗର,୧୩।୩(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ଥାନା ତାଳସିଠା ନିକଟରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଛି। ସେ ହେଲେ ବନ୍ତ ବ୍ଲକ...

ମାଟ୍ରିକ୍‌ ପରୀକ୍ଷା ଫଳ: ଭଦ୍ରକରେ ପୁଅଙ୍କୁ ପଛରେ ପକାଇଲେ ଝିଅ

ଭଦ୍ରକ ଅଫିସ,୨୯।୭: ମାଟ୍ରିକ୍‌ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ଭଦ୍ରକ ଜିଲାରେ ପୁଅଙ୍କୁ ପଛରେ ପକାଇ ଝିଅ ବାଜିମାତ କରିଛନ୍ତି । ଜିଲାରେ ମୋଟ...

ଗଙ୍ଗାଜଳ ଆଣି ଆରଡ଼ି ପୀଠରେ ପହଞ୍ଚିଲେ ହରିହର

ଆରଡ଼ି,୧୨।୮ (ଡି.ଏନ.ଏ.) – ଶ୍ରାବଣ ମାସର ପ୍ରତି ସୋମବାର ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିରେ କାଉଡ଼ିଆ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି। ବହୁ ଦୂରଦୂରାନ୍ତରୁ କାଉଡ଼ିଆମାନେ...

ଅତିରିକ୍ତ ଜିଲାପାଳ ଭାବେ ଦାୟିତ୍ୱ ଗ୍ରହଣ କଲେ ଅରୁଣ ମହାପାତ୍ର

ଭଦ୍ରକ ଅଫିସ,୨୭।୩: ରାଜ୍ୟ ସରକାର ୧୯ଟି ଜିଲାରେ ଅଧିକ ଜଣେ ଲେଖାଏ ଅତିରିକ୍ତ ଜିଲାପାଳ (ରାଜସ୍ବ) ପଦବୀ ସୃଷ୍ଟି କରି ନିଯୁକ୍ତି ପ୍ରଦାନ କରିଛନ୍ତି। ସରକାରୀ...

Advertisement
Archives

Model This Week