ଭୋଟ ନ ଦେବାରୁ ଜମିକୁ ପାଣି ଦିଆଯାଉନି

ପାଟଣା, ୨୪।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଷାଖୋରୀ ପଞ୍ଚାୟତ ରଥପଡ଼ା, ଭାଲୁଘର, ବଡ଼ପଡିଆପଶି ଓ ମୂଷାନାଳୀ ଗ୍ରାମର ଶତାଧିକ ପରିବା ଚାଷୀ ଭୋଟ ନ ଦେବାରୁ ଚାଷ ଜମିକୁ ପାଣି ଦିଆଯାଉନି ବୋଲି ଅଭିଯୋଗ କରିଛନ୍ତି। ଏହି ଚାଷୀ ମାନେ ସୋମବାର ମୂଷାଖରୀ ସରପଞ୍ଚ ଭାମାମଣୀ ଦାସଙ୍କୁ ଭେଟି ମୂଷାଖରୀ ଆହାର ବନ୍ଧରୁ ପାଣି ଛାଡିବାକୁ ନିବେଦନ କରିଛନ୍ତି। ପାଣି ବିନା ସେମାନଙ୍କର ପରିବା ଫସଲ ସହ ସୋରିଷ, ସୂର୍ଯ୍ୟମୁଖୀ ଚାଷ ଉଜୁଡି ଯିବ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି। ଏହି ଚାଷୀ ମାନେ ପ୍ରତିବର୍ଷ ଆହାର ବନ୍ଧରୁ କେନାଲ ଜରିଆରେ ପାଣି ନେଇ ଚାଷ କରୁଥିଲେ। ହେଲେ ଚଳିତ ବର୍ଷ ପଞ୍ଚାୟତ ନିର୍ବାଚନରେ ବନ୍ଧକୁ ନିଲାମରେ ନେଇଥିବା ସ୍ବୟଂ ସହାୟିକା ମହିଳା ଗୋଷ୍ଠୀର ସମର୍ଥକ ସରପଞ୍ଚ ପ୍ରାର୍ଥୀ ହାରିଯିବାରୁ ଚାଷୀଙ୍କ ଜମିକୁ ପାଣି ଛାଡିବାକୁ ମନା କରିଦେଇଥିବା ଚାଷୀମାନେ କହିଛନ୍ତି। ଚାଷୀଙ୍କ ଜମିକୁ ତୁରନ୍ତ ପାଣି ବ୍ୟବସ୍ଥା କରିବାକୁ ପ୍ରଭାବିତ ଚାଷୀ ମାନେ ଦାବି କରିଛନ୍ତି। ଏସମ୍ପର୍କରେ ମୂଷାଖରୀ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅକ୍ଷୟ କୁମାର ସାହୁ କହିଛନ୍ତି, ଉକ୍ତ ବନ୍ଧକୁ ଦୁଇଟି ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ମାଛ ଚାଷ କରି ସାବଲମ୍ବୀ ହେବାକୁ ୩ବର୍ଷ ପର୍ଯ୍ୟନ୍ତ ୨ଲକ୍ଷ ୫୫ ହଜାର ଟଙ୍କାର ଲିଜ୍‌ ସୂତ୍ରରେ ଦିଆଯାଇଛି। ନିୟମ ଅନୁଯାୟୀ ବନ୍ଧ ୭ ଫୁଟରୁ ଉଦ୍ଧର୍‌ବ ପାଣି ଥିଲେ ବନ୍ଧରୁ ଚାଷ ଜମିକୁ ପାଣି ଛଡ଼ାଯିବାର ବ୍ୟବସ୍ଥା ରହିଛି। ଏବେ ବନ୍ଧରେ ୧୨ ଫୁଟ ଉପରେ ପାଣି ଥାଇ ଚାଷୀଙ୍କୁ ପାଣି ଦିଆଯାଉ ନ ଥିବା ଅଭିଯୋଗ ହେବା ପରେ ସମସ୍ତ ଘଟଣା ସମ୍ପର୍କରେ ବିଡିଓ ଈଶ୍ୱର ଚନ୍ଦ୍ର ନାଏକଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ଅବଗତ କରାଯାଇଛି। ସବିଶେଷ ତଥ୍ୟ ଅନୁଯାୟୀ ସରପଞ୍ଚ ଉଭୟ ପକ୍ଷଙ୍କୁ ସମାଧାନ କରିବା ପାଇଁ ପଞ୍ଚାୟତ କାର୍ଯ୍ୟାଳୟକୁ ଡାକିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆବର୍ଜନା ପାଇଁ ମିଳୁନି ଜାଗା

କେନ୍ଦୁଝର, ୧୮।୧୧ (ସ୍ବ.ପ୍ର.): ବର୍ଜ୍ୟବସ୍ତୁ ପରିଚାଳନାରେ କେନ୍ଦୁଝରଗଡ଼ ପୌରପାଳିକା ସମ୍ପୂର୍ଣ୍ଣ ବିଫଳ ହୋଇଥିବା ସଦର ବିଧାୟକ ମୋହନ ମାଝି ଅଭିଯୋଗ କରିଛନ୍ତି। ବୁଧବାର ସହରର ବିଭିନ୍ନ ମଇଳା...

୨୯ ହଜାର ହେକ୍ଟର ଜମିକୁ ମାଡ଼ିବ ପାଣି

ଯୋଡା,୧୮।୪(ଡି.ଏନ.ଏ.) କେନ୍ଦୁଝର ଜିଲା ଯୋଡ଼ା ବ୍ଲକ୍‌ରେ ନିର୍ମାଣାଧୀନ ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ନଦୀବନ୍ଧ ଯୋଜନା କାନପୁର ଡ୍ୟାମ୍‌ ପ୍ରକଳ୍ପ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ବନ୍ଧରେ ଜଳ...

ଲକ୍ଷ୍ମୀପଶି ହୁଡିରେ ତହସିଲଦାରଙ୍କ ଚଢ଼ାଉ: ପଥର ସହ ୨ ଟ୍ରାକ୍ଟର ଜବତ

ଚମ୍ପୁଆ,୨୧ା୧୨(ଡି.ଏନ.ଏ): ବାରମ୍ବାର ରାଜସ୍ବ ବିଭାଗ ଆଖିରେ ଧୂଳି ଦେଇ ପଥର ଓ ବାଲି ଚୋରା କାରବାର ବଢୁଥିବା ବେଳେ ରାଜସ୍ବ ବିଭାଗ ପକ୍ଷରୁ ରୁକ୍ଷ ମନୋଭାବ...

ରାସ୍ତା ଅବରୋଧକରି ଗାଡ଼ି ଧୋଇବା ବେଳେ ପୋଲିସ ଚଢ଼ାଉ: ଗାଡି ଧୁଆ ଯନ୍ତ୍ର ଜବତ

ଯୋଡ଼ା, ୧୭।୯ (ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ସହରଦେଇ ଯାଇଥିବା ୨ ନମ୍ବର ରାଜ୍ୟ ରାଜପଥ ଉପରେ ଭାରିଯାନ ରଖି ଧୋଉଥିବା ବେଳେ ପୋଲିସ ଚଢ଼ାଉକରି...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ଆର୍ଥିକ ସହାୟତା

ପାଟଣା,୩ା୫(ସ୍ବ.ପ୍ର.): କରୋନା ଭୂତାଣୁ ସଂକ୍ରମଣର ମୁକାବିଲା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ଯୋଜନା ହାତକୁ ନିଆଯାଇଛି। ଏହାର ମୁକାବିଲା ପାଇଁ...

କେଏନ୍‌ ରାମ ଖଣିରୁ ସାଇଜ ଲୁହାପଥର ଚୋରି ଘଟଣା: ୫ ଗିରଫ, ଲୁହାପଥର ବୋଝେଇ ୨ ଟିପ୍ପର ଜବତ

ବଡବିଲ,୨୪।(ସ୍ବ.ପ୍ର.): କେନ୍ଦୁଝର ଜିଲା ଯୋଡା ଖଣି ସର୍କଲର ଟଣ୍ଟୋସ୍ଥିତ ମେସର୍ସ କେ ଏନ୍‌ ରାମ(ଖାଟଉ ନର୍ଭେରାମ ଏଣ୍ଡ କୋ)ର ରୋଇଡା -୨ ଲୌହ ଖଣିରୁ ସାଇଜ...

ବେଆଇନ୍‌ ବାଲି ଚାଲାଣ: ୨ ଟ୍ରାକ୍ଟର ଜବତ

ଆନନ୍ଦପୁର,୩୦।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ତହସିଲ ପକ୍ଷରୁ ଆନନ୍ଦପୁର ଥାନା ଶାଳବଣି ଗ୍ରାମରେ ଶୁକ୍ରବାର ଚଢ଼ାଉ କରାଯାଇ ବେଆଇନ ବାଲି ଚାଲାଣ କରୁଥିବା ଦୁଇଟି ଟ୍ରାକ୍ଟର...

ଚାନ୍ଦପଶି ନିକଟରେ ଦୁଇ ଟ୍ରକ୍‌ ମୁହାଁମୁହିଁ ଧକ୍କା, ଦୁଇ ଚାଳକ ମୃତ

କେନ୍ଦୁଝର,୨।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଘଟଗାଁ ବ୍ଲକ ଗୋପାଳପୁର ଚାନ୍ଦପଶି ନିକଟ ୨୦ନଂ ଏନ୍‌ଏଚ୍‌ରେ ଶନିବାର ବିଳମ୍ବିତ ରାତିରେ ଦୁଇଟି ଟ୍ରକ୍‌ ମୁହାଁମୁହିଁ ଧକ୍କା ହେବା ଯୋଗୁ...

Advertisement
Archives

Model This Week