ଭଙ୍ଗାଘରେ ଅସହାୟ ମା’, ଅବିବାହିତ ଝିଅ
ଫୁଲବାଣୀ ଅଫିସ, ୨୮।୪: କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗରୀବ ହିତାଧିକାରୀଙ୍କୁ ଘର ଯୋଗାଇ ଦେଉଛନ୍ତି। ରାଜ୍ୟ ସରକାର ମଧ୍ୟ ବିଜୁ ପକ୍କାଘର ଯୋଜନାରେ ଘର ଦେଉଛନ୍ତି। ହେଲେ ପ୍ରକୃତ ହିତାଧିକାରୀ ଚୟନ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରାଯାଉଛି…
ଭଞ୍ଜନଗରରେ ଭିଜିଲାନ୍ସ ସର୍କିଟ କୋର୍ଟ
ଭଞ୍ଜନଗର,୨୮।୪(ଡି.ଏନ୍.ଏ.): ହାଇକୋର୍ଟ ନିର୍ଦ୍ଦେଶକ୍ରମେ ଭଞ୍ଜନଗରରେ ମଙ୍ଗଳବାର ଭିଜିଲାନ୍ସ ସର୍କିଟ କୋର୍ଟ ଖୋଲିଛି । ଗଞ୍ଜାମ ଜିଲା ଭିଜିଲାନ୍ସ ସ୍ବତନ୍ତ୍ର ଜଜ୍ ଲୁନା ମହାନ୍ତି ବୁଧବାର ସର୍କିଟ କୋର୍ଟରେ ଯୋଗଦେଇ ଭଞ୍ଜନଗର ଅଞ୍ଚଳର ୬ଟି ମାମଲାର ବିଚାର କରିଥିଲେ। ଏହାପୂର୍ବରୁ ବାର ଆସୋସିଏଶନ…
ରାଜନୈତିକ ଶତ୍ରୁତାରୁ ୨ ବିଜେଡି ନେତାଙ୍କୁ ହତ୍ୟା ଘଟଣା: ପୋଲିସ କବ୍ଜାରେ ୬ ସନ୍ଦିଗ୍ଧ
ଦିଗପହଣ୍ଡି,୨୮।୪(ଡି.ଏନ.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଚଷାନିମଖଣ୍ଡି ପଞ୍ଚାୟତର ସଉରା ପାହାଡ ଗାଁ ନିକଟ ରାସ୍ତା ପାର୍ଶ୍ୱରେ ଗତ ଶନିବାର ପାଳଝାଡି ଗ୍ରାମର ୨ ବିଜେଡି ନେତା ସୁଦର୍ଶନ ସୁଆର ଓ ସୁଧୀର କାନ୍ତ ପାତ୍ରଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା…
ଅବ୍ୟବସ୍ଥାରେ ନଳାଘାଟ ବିଦ୍ୟାଳୟ
ପାରଳାଖେମୁଣ୍ଡି,୨୮।୪(ଡି.ଏନ୍.ଏ.): ମୋହନା ବ୍ଲକର ବିଭିନ୍ନ ବିଦ୍ୟାଳୟ ଗୁଡିକ ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। ଏପରିକି ଅନେକ ବିଦ୍ୟାଳୟ ରହିଛି ଯେଉଁଠିକି ବିଦ୍ୟୁତ୍ ବଲ ଓହଳିଛି ତାର ବିଛା ଯାଇଛି କିନ୍ତୁ ବିଦ୍ୟୁତ୍ ସଂଯୋଗ ହୋଇନି । ଶୌଚାଳୟ ଅଛି ହେଲେ କବାଟ…
ମା’ କନକଦୁର୍ଗା ବୁଢ଼ୀ ଠାକୁରାଣୀ ଯାତ୍ରା ଆରମ୍ଭ
ବ୍ରହ୍ମପୁର ଅଫିସ,୨୮।୪: ବ୍ରହ୍ମପୁର ଶିଳ୍ପାଞ୍ଚଳ ପାର୍ଶ୍ୱ ଆଙ୍କୁଲିର ପ୍ରସିଦ୍ଧ ମା’ କନକ ଦୁର୍ଗା ଠାକୁରାଣୀ ଯାତ୍ରା ବୁଧବାର ରାତ୍ରରୁ ଆରମ୍ଭ ହୋଇଛି। ତେଣୁ ମହାନଗରର ୪୦ନଂ. ୱାର୍ଡ ଆଙ୍କୁଲି ଉତ୍ସବମୁଖର ହୋଇଯାଇଛି। ଏହି ଦ୍ୱି-ବାର୍ଷିକ ଯାତ୍ରା ୧୫ ଦିନ ଚାଲିବ ଏବଂ…
୫ ମାସ ପରେ ବି ପାଞ୍ଚ ଅନ୍ତେବାସୀଙ୍କ ପତ୍ତା ମିଳୁନି
ବ୍ରହ୍ମପୁର ଅଫିସ,୨୮।୪: ବ୍ରହ୍ମପୁର ଜରଡ଼ା ବଙ୍ଗଳା ରାସ୍ତାରେ ଥିବା ପର୍ଯ୍ୟବେକ୍ଷଣ ଆବାସ ଓ ସ୍ବତନ୍ତ୍ର ଆବାସ(ବାଳକ)ରୁ ୬ ଜଣ ଅନ୍ତେବାସୀ ଚମ୍ପଟ ଘଟଣାର ୫ ମାସ ବିତିଯାଇଛି। ଅଦ୍ୟାବଧି ୫ ଜଣଙ୍କ ପତ୍ତା ପାଇ ପାରିନାହିଁ ପୋଲିସ। ଚମ୍ପଟ ଅନ୍ତେବାସୀ ନିଜ…
ବିଏମ୍ସି କଠିନ ବର୍ଜ୍ୟବସ୍ତୁ ପ୍ରକଳ୍ପ କାର୍ଯ୍ୟାରମ୍ଭ
ବ୍ରହ୍ମପୁର ଅଫିସ,୨୮।୪: ବ୍ରହ୍ମପୁର ମହାନଗର ନିଗମ (ବିଏମ୍ସି) ପକ୍ଷରୁ ନିର୍ମିତ ହୋଇଥିବା କଠିନ ବର୍ଜ୍ୟବସ୍ତୁ ପ୍ରକଳ୍ପ ପ୍ରାୟ ୩ ବର୍ଷ ପରେ କାର୍ଯ୍ୟାରମ୍ଭ ହୋଇଛି। ଏ ନେଇ ବୁଧବାର ବିଏମ୍ସି କମିଶନର ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ନିର୍ବାହୀ ଯନ୍ତ୍ରୀ ବସନ୍ତ ପାଢୀ…
ଆର୍ଏମ୍ସି କର୍ମଚାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
ଯାଜପୁର ଟାଉନ,୨୮ା୪(ଡି.ଏନ୍.ଏ.): ଯାଜପୁର ଆର୍ଏମ୍ସି କର୍ମଚାରୀ ଗୟାଧର ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଏହି ଚଢ଼ାଉ ହୋଇଛି। ଯାଜପୁର ଥାନା ସନ୍ଥେଶ୍ବରପୁରଠାରେ ଗୟାଧର ସାହୁଙ୍କ ନିଜ ବାସଭବନ ଏବଂ…
ଝାଡ଼ଖଣ୍ଡୀ ହାତୀପଲ ନୀଳଗିରି ମୁହାଁ
ବାରିପଦା ଅଫିସ, ୨୮।୪: ପଶ୍ଚିମବଙ୍ଗ ସୀମାନ୍ତ ଦେଇ ଝାଡଖଣ୍ଡରୁ ଏକ ବିଶାଳ ହାତୀପଲ ମଙ୍ଗଳାବାର ବିଳମ୍ବିତ ରାତିରେ ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ରେଞ୍ଜରେ ପଶିଛନ୍ତି। ଏହି ପଲରେ ୭୦ରୁ ଉର୍ଦ୍ଧ୍ୱ ହାତୀ ଥିବାବେଳେ ବୁଧବାର ତମାମ ବଡ଼ାମପୁର ସଂରକ୍ଷିତ ଜଙ୍ଗଲରେ ଅଟକି…
ପୋଖରୀ ଖୋଳା ଆଳରେ ରାଜସ୍ବ ଲୁଟ୍
ଖଇରା,୨୮।୪(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରା ତହସିଲ ଅଧୀନରେ ଗତ କିଛି ମାସ ଧରି ନୂଆ ଢଙ୍ଗରେ ରାଜସ୍ବ ଲୁଟ ଚାଲିିଛି। କିଛି ଖଣି ବ୍ୟବହାରକାରୀ ଗ୍ରାମବାସୀଙ୍କୁ ହାତବାରିସି କରି ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ପୋଖରୀ ଖୋଳିବାକୁ ପ୍ରଶାସନ ନିକଟରୁ…
ହାଇଟେକ୍ ନର୍ସରିରେ ପ୍ରସ୍ତୁତ ହେଉଛି ଚାରା
କେନ୍ଦୁଝର,୨୮।୪(ସ୍ବ.ପ୍ର.): ଗତ କିଛି ବର୍ଷ ହେଲା କେନ୍ଦୁଝର ଜିଲାରେ ରାସ୍ତାଘାଟ ନିର୍ମାଣ ଓ ସଂପ୍ରସାରଣ ତଥା ଖଣିଖାଦାନ, କ୍ୱାରୀ ଆଦି ଯୋଗୁ ବ୍ୟାପକ ଜଙ୍ଗଲ ନଷ୍ଟ ହେଉଥିବାରୁ ଏହାର ପରିଣତି ଆଜି ଜିଲାବାସୀ ପ୍ରବଳ ଗରମ ଭୋଗୁଛନ୍ତି। ଏଣୁ ଏବେ ବନ…
ବେଆଇନ ମାଟିଖୋଳା ବନ୍ଦ ଦାବି
ଆରଡ଼ି, ୨୮।୪(ଡି.ଏନ.ଏ.): ଭଦ୍ରକ ଜିଲା ଚାନ୍ଦବାଲି ତହସିଲ ଅଧୀନ ଓଳଗ, ସୁନ୍ଦରପୁର, ଆରଡ଼ି, ନାନ୍ଦପୁର ଏବଂ ଧାମନଗର ତହସିଲ ଅନ୍ତର୍ଗତ ପାଳସାହି ଓ ରଇପୁର ପଞ୍ଚାୟତର ବିଭିନ୍ନ ସ୍ଥାନରେ ଅବାଧରେ ମାଟି ଖୋଳା ଚାଲିଛି। ପୋଖରୀ ଖୋଳା ଆଳରେ ନିଜ ଜମି…

