ଅଳକାଙ୍କୁ ବିଜୟ ପ୍ରମାଣପତ୍ର

ଝାରସୁଗୁଡ଼ା ଅଫିସ,୪।୬: ବ୍ରଜରାଜନଗର ଉପନିର୍ବାଚନ ଭୋଟ ଗଣତି ଶୁକ୍ରବାର ଝାରସୁଗୁଡ଼ା ବଢ଼େଇମୁଣ୍ଡାସ୍ଥିତ ଇଞ୍ଜିନିୟରିଂ ସ୍କୁଲ୍‌ ପରିସରରେ ଅନୁଷ୍ଠିତ ହୋଇଥିଲା। ଏହି ପ୍ରକ୍ରିୟା ସକାଳ ୮ଟାରୁ ଆରମ୍ଭ ହୋଇ ଅପରାହ୍ନ ୪ଟାରେ ଶେଷ ହୋଇଥିଲା। ମୋଟ ୧୪ ଟେବୁଲ୍‌ କରାଯାଇ ପ୍ରତି ଟେବୁଲ୍‌ରେ ୪ କର୍ମଚାରୀ ନିୟୋଜିତ ହୋଇଥିଲେ। ୨୦ରାଉଣ୍ଡ ଗଣତି କରାଯାଇଥିଲା। ପ୍ରଥମେ ପୋଷ୍ଟାଲ ବାଲଟ ଓ ସାଢେ ୮ଟାରୁ ଇଭିଏମ୍‌ ଭୋଟ୍‌ ଗଣତି ହୋଇଥିଲା। ପ୍ରତି ରାଉଣ୍ଡ ଗଣତି ପରେ ଏଜେଣ୍ଟଙ୍କ ଉପସ୍ଥିତିରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ଘୋଷଣା କରାଯାଇଥିଲା।
ପ୍ରାରମ୍ଭରୁ ବିଜେଡି ପ୍ରାର୍ଥତ୍ନୀ ଅଳକା ମହାନ୍ତି ପ୍ରତିଦ୍ୱନ୍ଦ୍ୱୀଙ୍କ ନିକଟରୁ ସବୁ ରାଉଣ୍ଡରେ ଆଗୁଆ ରହୁଥିଲେ। ଶେଷ ରାଉଣ୍ଡ ଫଳାଫଳ ଘୋଷଣା ପରେ ବାହାରେ ଅପେକ୍ଷା କରିଥିବା ବିଜେଡି ନେତୃବୃନ୍ଦ ଓ ସମର୍ଥକ ବାଣ ଫୁଟାଇ ବିଜୟ ଉତ୍ସବ ପାଳନ କରିଥିଲେ। ଏଥିରେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ, ଜିଲା ପର୍ଯ୍ୟବେକ୍ଷକ ତଥା କଟକ ମେୟର ସୁବାସ ସିଂ, ସହପର୍ଯ୍ୟବେକ୍ଷକ ବିଷ୍ଣୁ ପ୍ରସାଦ କେଡିଆ, ବିଜୟୀ ପ୍ରାର୍ଥିନୀ ଅଳକା ମହାନ୍ତି, ମହିଳା ପ୍ରଚାର କମିଟି ସଂଯୋଜିକା ଦୀପାଳି ଦାସ ପ୍ରମୁଖ ସାମିଲ ହୋଇଥିଲେ। ୬୬ ହଜାରରୁ ଊର୍ଦ୍ଧ୍ୱ ଭୋଟ ବ୍ୟବଧାନରେ ବିଜୟୀ ହେବା ପରେ ଅଳକା ଏହାର ଶ୍ରେୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳୀୟ ନେତୃବୃନ୍ଦ ଓ ବ୍ରଜରାଜନଗରବାସୀଙ୍କୁ ପ୍ରଦାନ କରିଛନ୍ତି। ବିଜେଡି ପ୍ରାର୍ଥିନୀ ମହାନ୍ତି ବିଜୟୀ ହୋଇଥିବା ନେଇ ବିଧିବଦ୍ଧ ଭାବେ ଘୋଷଣା କରାଯାଇ ଭୋଟ ଗଣତି କେନ୍ଦ୍ରରେ ରିଟର୍ନିଂ ଅଫିସର ତଥା ଉପଜିଲାପାଳ ଦୟାମୟ ପାଢ଼ୀ ବିଜୟ ପ୍ରମାଣପତ୍ର ପ୍ରଦାନ କରିଥିଲେ। ଏହି ସମୟରେ ଅତିରିକ୍ତ ଜିଲାପାଳ ପ୍ରବୀର ନାୟକ, ପିଡି ଡିଆର୍‌ଡିଏ ତପିରାମ ମାଝି, ଆଲୋମଣି ସେଠୀ, ନିବେଦିତା ପ୍ରଧାନ, ପିଣ୍ଟୁ ପାଢୀ ପ୍ରମୁଖ ଉପସ୍ଥିତ ଥିଲେ। ଭୋଟ ଗଣତି କେନ୍ଦ୍ରରେ ଜିଲା ନିର୍ବାଚନ ଅଧିକାରୀ ତଥା ଜିଲାପାଳ ସରୋଜ କୁମାର ସାମଲ,ଏସ୍‌ପି ରାହୁଲ ଜୈନ ପ୍ରମୁଖ ଉପସ୍ଥିତ ରହି ତଦାରଖ କରୁଥିଲେ। ଉପନିର୍ବାଚନରେ ସମୁଦାୟ ୧୧ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଥିବାବେଳେ ବିଜେଡିର ଅଳକା ମହାନ୍ତି ମୋଟ ୯୩,୯୫୩ ଭୋଟ, କଂଗ୍ରେସର କିଶୋର ଚନ୍ଦ୍ର ପଟେଲ ୨୭,୮୩୧, ଭାଜପାର ରାଧାରାଣୀ ପଣ୍ଡା ୨୨,୬୩୦, ସିପିଆଇର ରମେଶ କୁମାର ତ୍ରିପାଠୀ ୩,୧୦୫, ହିନ୍ଦୁସ୍ଥାନ ନିର୍ମାଣ ଦଳର ବିଜୟ କୁମାର ଜଲାନ ୨୮୪, ସ୍ବାଧୀନ ପ୍ରାର୍ଥୀ ଆଦିତ୍ୟ ପ୍ରଧାନ ୧,୮୮୪, ସ୍ବାଧୀନ ପ୍ରାର୍ଥୀ ଅବ୍ୟୟ ଭାରତୀ ଶେଖାଓ୍ବତ ରାଜପୁତ ଜୈନ ୩୭୧, ସ୍ବାଧୀନ ପ୍ରାର୍ଥୀ ଦୀନବନ୍ଧୁ ବିଶ୍ୱାଳ ୪୨୫, ମନୋଜ ମେହେର ୪୧୭, ସ୍ବାଧୀନ ପ୍ରାର୍ଥୀ ସୀତାରାମ ବେହେରା ୩୧୨, ସ୍ବାଧୀନ ପ୍ରାର୍ଥୀ ସୁପ୍ରିତ କୁମାର ବେହେରା ୬୭୫ ଭୋଟ୍‌ ପାଇଥିବାବେଳେ ନୋଟାରେ ୧,୫୧୧ଭୋଟ ପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?