ଯୁବକଙ୍କୁ ହାଣି ରାସ୍ତାକଡ଼ରେ ପିଙ୍ଗିଦେଲେ

ବାଲେଶ୍ୱର ଅଫିସ ୪।୬: ବାଲେଶ୍ୱର ଜିଲା ଚାନ୍ଦିପୁର ରାସ୍ତା ଗଛମାଳିଆ ଛକରେ ଶୁକ୍ରବାର ରାତିରେ କିଛି ଦୁର୍ବୃତ୍ତ ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରି ରାସ୍ତାକଡ଼ରେ ଫିଙ୍ଗି ଦେଇଛନ୍ତି। ମୃତକ ଜଣକ ହେଲେ ସୁନାହାଟ ଅଞ୍ଚଳର ବାପୁନୁ ଓରଫ ସତ୍ୟବ୍ରତ ଦାସ।

ସୂଚନାଯୋଗ୍ୟ, ଦୁର୍ବୃତ୍ତମାନେ ତାଙ୍କ ମୁହଁ, ହାତ ଏବଂ ଦେହର ବିଭିନ୍ନ ସ୍ଥାନକୁ ମାରଣାସ୍ତ୍ରରେ ହାଣି ଦେଇଥିବା ଜଣାପଡିଛି। ଏଥିସହ ତାଙ୍କୁ ଉଲଗ୍ନ କରି ଦିଆଯାଇଛି। ଘଟଣାସ୍ଥଳରେ ନମ୍ବର ପ୍ଲେଟ ନ ଥିବା ଏକ ସିଡି ଡିଲକ୍ସ ବାଇକ୍‌ ଏବଂ ଏକ ଭୁଜାଲି ଖୋଳ ଓ ମାରଣାସ୍ତ୍ରର ବେଣ୍ଟ ପଡିଥିବା ଦେଖିବାକୁ ମିଳିଛି । କିଏ ଓ କାହିଁକି ତାଙ୍କୁ ହତ୍ୟା କରିଛି ତାର ରହସ୍ୟ ଏଯାଏଁ ସ୍ପଷ୍ଟ ଜଣାପଡିନାହିଁ। ଖବରପାଇ ବାଲେଶ୍ବର କ୍ରାଇମ ଡିଏସ୍‌ପି ଅମୂଲ୍ୟ ଧର, ସଦର ଏସ୍‌ଡିପିଓ ପଦାରବିନ୍ଦ ତ୍ରିପାଠୀ, ଚାନ୍ଦିପୁର ଥାନା ଆଇଆଇସି ଅଜୟ ମୁର୍ମୁ ଓ ଟାଉନ ଥାନା ଆଇଆଇସି ଗୋପାଳ ଚନ୍ଦ୍ର କର୍ଣ୍ଣଙ୍କ ସହ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପୋଲିସ ମୃତଦେହ ଜବତ କରି ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ତେବେ ହତ୍ୟା ପଛରେ ପୂର୍ବଶତ୍ରୁତା ଥାଇପାରେ ବୋଲି ପୋଲିସ ଅନୁମାନ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ହତ୍ୟା ଅଭିଯୋଗ

ଯୋଡ଼ା,୩ା୨(ଡି.ଏନ.ଏ.) କେନ୍ଦୁଝର ଜିଲା ବାମେବାରି ଥାନା ଅଧୀନ ଧନୁର୍ଜୟପୁର ଧୀବର ସାହିର ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ ଗୌରାଙ୍ଗ ପାଢ଼ୀ।...

ଚଡ଼କମେଳା ହେବା ନେଇ ଅନିଶ୍ଚିତତା

ଭୋଗରାଇ, ୧୬।୩(ଡି.ଏନ.ଏ.)-ଚୈତ୍ର ମାସ ହେଉଛି ଶିବଙ୍କ ବିବାହ ମାସ। ଏହି ମାସରେ ଶିବଙ୍କୁ ଆରାଧନା କଲେ ମହାପୁଣ୍ୟ ମିଳିଥାଏ ବୋଲି କୁହାଯାଏ। ଏଥିନିମନ୍ତେ ବାଲେଶ୍ୱର ଜିଲା...

ବୁଧବାରଠୁ ମାଟ୍ରିକ ପରୀକ୍ଷା: କପି ରୋକିବାକୁ ୧୦୦୦ କେନ୍ଦ୍ରରେ ସିସିଟିଭି କ୍ୟାମେରା, ୪ସ୍ତରୀୟ ସ୍କ୍ବାଡ୍‌ ବ୍ୟବସ୍ଥା

କଟକ ଅଫିସ,୧୮ା୨- ବୁଧବାରଠାରୁ ଆରମ୍ଭ ହେବ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା। ଏଥିସହ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷା ଓ...

ଗମନାଗମନ ସୁବିଧା ହେଲେ ବିକାଶ ତ୍ୱରାନ୍ବିତ ହେବ: ମନ୍ତ୍ରୀ

ଭଣ୍ଡାରିପୋଖରୀ/ଭଦ୍ରକ ଅଫିସ,୨୪।୧୨(ସ୍ବ.ପ୍ର.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଛତାବର-ନିଳୋକ ଓ ଛତାବର-ବଳିଘାଇ ରାସ୍ତାର ନବୀକରଣ ପାଇଁ ଶୁକ୍ରବାର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ଛତାବର-ବଳିଘାଇ ଚାରିଥାକିଆ ରାସ୍ତାର...

ଟାଙ୍ଗିଆରେ ମା’ଙ୍କୁ ହତ୍ୟା

ଚୌଦ୍ୱାର, ୧୬। ୭(ଡି.ଏନ୍‌.ଏ.): ଚୌଦ୍ୱାର ଥାନା ଅନ୍ତର୍ଗତ କଖଡି ପଞ୍ଚାୟତ ଗୋପୀନାଥପଡା ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଜଣେ ଯୁବକ ନିଜ ମା’ଙ୍କୁ ଟାଙ୍ଗିଆରେ ହାଣି...

ଭିଡ଼ିଓ କନଫେରେନ୍ସିଂରେ ଅଧିକାରୀଙ୍କୁ ପରାମର୍ଶ ଦେଲେ ଜିଲାପାଳ

ବରଗଡ଼ ଅଫିସ୍‌,୧୭।୪-ଲକ୍‌ ଡାଉନ୍‌ର ଦ୍ୱିତୀୟ ପର୍ଯ୍ୟାୟର କାର୍ଯ୍ୟକାରୀତା ଓ ନିୟମାବଳୀ ଉପରେ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଶୁକ୍ରବାର ବରଗଡ଼ ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ଭିଡ଼ିଓ...

ଜିଲାସ୍ତରୀୟ ସ୍ବାଧୀନତା ଦିବସ : ପତାକା ଉତ୍ତୋଳନ କଲେ ମନ୍ତ୍ରୀ ପ୍ରତାପ ଜେନା

ବାରିପଦା ଅଫିସ,୧୫।୮: ମୟୂରଭଞ୍ଜ ଜିଲା ବାରିପଦା ସହର ପୋଲିସ ରିଜର୍ଭ ପଡ଼ିଆଠାରେ ଜିଲାସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ଆଇନ ଓ ପଞ୍ଚାୟତିରାଜ...

ଭିଜିଲାନ୍ସ ଜାଲରେ ଅଚ୍ୟୁତପୁର ଆର୍‌ଆଇ

ନିରାକାରପୁର,୬।୮(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକ ଅଚ୍ୟୁତପୁର ଆର୍‌ଆଇ ଗୌରାଙ୍ଗ ଶବର ବୁଧବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସେ ଦେଉଳି ଗ୍ରାମର ଜଣେ ଯୁବକଙ୍କଠାରୁ ପଟ୍ଟା...

Advertisement
Archives

Model This Week