Posted inଭଦ୍ରକ

ପ୍ରତାରଣା କରିଚାଲିଛି ଧାମରା ବନ୍ଦର କମ୍ପାନୀ

ଚାନ୍ଦବାଲି,୪।୬(ଡି.ଏନ.ଏ.) ଭଦ୍ରକ ଜିଲା ଧାମରା ବନ୍ଦର କମ୍ପାନୀ ପକ୍ଷରୁ ନିଯୁକ୍ତି ସୁଯୋଗଠାରୁ ଆରମ୍ଭ କରି ପାରିପାର୍ଶ୍ୱିକ ବିକାଶ ପାଇଁ ଗତ ୧୪ ବର୍ଷ ମଧ୍ୟରେ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ ହୋଇନାହିଁ। କମ୍ପାନୀ ଅଞ୍ଚଳବାସୀଙ୍କୁ ପ୍ରତାରଣା କରି ଚାଲିଛି ବୋଲି ଚାନ୍ଦବାଲି ନିର୍ବାଚନମଣ୍ଡଳୀ କଂଗ୍ରେସ ପକ୍ଷରୁ ଶୁକ୍ରବାର ଆୟୋଜିତ ଖବରଦାତା ସମ୍ମିଳନୀରେ କୁହାଯାଇଛି। ଏହାର ପ୍ରତିବାଦରେ ଆସନ୍ତା ୧୮ ତାରିଖଠାରୁ ଆନ୍ଦୋଳନ ସହ ବନ୍ଦରକୁ ଅଚଳ କରିଦିଆଯିବ ବୋଲି ଦଳ ଘୋଷଣା କରିଛି।
କଂଗ୍ରେସ ଅଭିଯୋଗ କରିଛି ଯେ, ଅଞ୍ଚଳର ବୃହତମ ସ୍ବାର୍ଥ ଦୃଷ୍ଟିରୁ ଜମି ଅଧିଗ୍ରହଣଠାରୁ ଆରମ୍ଭ କରି ବନ୍ଦର କାର୍ଯ୍ୟକ୍ଷମ ହେବା ଯାଏ ଦଳ ଗଠନମୂଳକ ସମର୍ଥନ ଦେଇଥିଲା। ହେଲେ ବନ୍ଦର ଚତୁଃପାର୍ଶ୍ୱ ଅଞ୍ଚଳ ଏବେ କୋଇଲା ଓ ଧୂଳିରେ ପ୍ରଦୂଷଣମୟ। ପୋଖରୀ, ଗାଡ଼ିଆ, କୋଠାଘର ସବୁଠି କୋଇଲା କଳା ଗୁଣ୍ଡର ଆସ୍ତର। ବନ୍ଦର ପରିସରରେ ବହୁ ସଂଖ୍ୟାର ଗଭୀର ନଳକୂପ ଖନନ କରାଯାଇ ଭୂତଳ ଜଳକୁ କମ୍ପାନୀ ଶୋଷୁଥିବାରୁ ଆଖପାଖ ଅଞ୍ଚଳର ନଳକୂପରୁ ପାଣି ବାହାରୁ ନାହିଁ। ସମ୍ପ୍ରସାରଣ ପାଇଁ ହୋଇଥିବା ଜନଶୁଣାଣିରେ ସବୁଜ ବଳୟ ସୃଷ୍ଟି ଓ ଅଞ୍ଚଳକୁ ପ୍ରଦୂଷଣମୁକ୍ତ କରିବା ପ୍ରତିଶ୍ରୁତି ଦିଆଯାଇଥିଲେ ସୁଦ୍ଧା ଏ ଦିଗରେ କମ୍ପାନୀ ଗୁରୁତ୍ୱ ଦେଉନାହିଁ। ସେହିପରି ଆଦାନୀ ପକ୍ଷରୁ ନିର୍ମିତ ଡାକ୍ତରଖାନାରେ ବିଶେଷଜ୍ଞ ଡାକ୍ତର ଓ ରୋଗ ପରୀକ୍ଷା ବ୍ୟବସ୍ଥା ନାହିଁ। କମ୍ପାନୀ ନେଇଥିବା ଗୋଚର ଓ ଗ୍ରାମ୍ୟ ଜଙ୍ଗଲ ଜମି ବଦଳରେ ଜମି ଦେଉନାହିଁ। ଡ୍ରେନେଜ୍‌ ବ୍ୟବସ୍ଥା ଲାଗି କମ୍ପାନୀ ଦେଇଥିବା ପ୍ରତିଶ୍ରୁତି ଭୁଲିଯାଇଥିବା ବେଳେ ମୁଖ୍ୟ ଫାଟକ ସମ୍ମୁଖରେ ନିର୍ମିତ ଓଭରବ୍ରିଜ୍‌ ସର୍ବସାଧାରଣଙ୍କ ବ୍ୟବହାର ପାଇଁ ଖୋଲାଯାଉନି। ସର୍ବୋପରି ନିଯୁକ୍ତି ଓ ନିର୍ମାଣ କାର୍ଯ୍ୟରେ ସ୍ଥାନୀୟ ଲୋକଙ୍କୁ ଅଗ୍ରାଧିକାର ଦେବାର ପ୍ରତିଶ୍ରୁତିକୁ ଏଡ଼ାଇ ଦିଆଯାଇଛି। ଠିକା ଶ୍ରମିକଙ୍କ ଦରମା ବୃଦ୍ଧି, ସ୍ଥାନୀୟ ବେକାରଙ୍କୁ ନିଯୁକ୍ତି, ବନ୍ଦରରେ ଠିକା କାମ ମଧ୍ୟ ସ୍ଥାନୀୟ ବେକାରଙ୍କୁ ମିଳୁ ଆଦି ଦାବି କରାଯାଇଛି। କଂଗ୍ରେସ ନେତା ଦିଗମ୍ବର ଦାସ, ଅମୀୟ ମହାପାତ୍ର, ସତ୍ୟାନନ୍ଦ ରାଉତ, ମନୋଜ ବିଶ୍ୱାଳ, କିଣୁରାମ ଯେନା, ଦିଗମ୍ବର ସାହୁ, ନୁର୍‌ ମହମ୍ମଦ ଇସ୍‌ମାଇଲ, ସୁଲୋଚନା ନାୟକ, ବୃନ୍ଦାବନ ମହାଳିକ, ସନାତନ ନାୟକ, ମନୋରଞ୍ଜନ ସାହୁ, ମହମ୍ମଦ ମଞ୍ଜର, ମହମ୍ମଦ ୟାକୁବ ପ୍ରମୁଖ ଖବରଦାତା ସମ୍ମିଳନୀରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭଦ୍ରକରୁ ୫ ନୂଆ ଆକ୍ରାନ୍ତ ଚିହ୍ନଟ: ଜିଲାରେ ୧୪୬ ଛୁଇଁଲା ପଜିଟିଭ୍‌ ସଂଖ୍ୟା

ଭଦ୍ରକ ଅଫିସ,୧୩।୬: ଭଦ୍ରକ ଜିଲାରେ ଶନିବାର ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ପଜିଟିଭ୍‌ଙ୍କୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪୬...

ଅଟୋ ଚଳାଚଳ ଉପରେ କଟକଣା: ଭଦ୍ରକ, ବାଲେଶ୍ୱର ଲକ୍‌ଡାଉନ

ଭଦ୍ରକ ଅଫିସ/ବାଲେଶ୍ୱର ଅଫିସ,୨୧।୩: ରାଜ୍ୟ ସରକାରଙ୍କ ପକ୍ଷରୁ ୫ ଜିଲା ଓ ୮ ସହରରେ ଲକ୍‌ଡାଉନ୍‌ ଘୋଷଣା କରାଯିବା ପରେ ଭଦ୍ରକ ଓ ବାଲେଶ୍ୱର ଜିଲା...

ଆଉଟ୍‌ଡୋର ଟିକଟ ପାଇଁ ଧାଡ଼ିରେ ଠିଆ ହୋଇଥିଲେ ଲୋକେ, ମାଡ଼ିଗଲା ମେଡିକାଲ ଗାଡ଼ି

ଭଦ୍ରକ ଅଫିସ,୧ା୬: ଆଉଟ୍‌ଡୋର ଟିକଟ ପାଇଁ ଧାଡ଼ିରେ ଠିଆ ହୋଇଥିବା ଲୋକଙ୍କ ଉପରେ ଚଢ଼ିଗଲା ମେଡିକାଲ ଗାଡ଼ି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଭଦ୍ରକ...

ନବରଙ୍ଗପୁର ଅତିରିକ୍ତ ଉପଜିଲାପାଳଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: ପଡ଼ୋଶୀଙ୍କ ଛାତରୁ ମିଳିଲା ବିଡ଼ାବିଡ଼ା ଟଙ୍କା

ଭୁବନେଶ୍ୱର/ଭଦ୍ରକ,୨୩ା୬(ସତ୍ୟଜିତ ରାଉତ/ସନାତନ ରାଉତ): ନବରଙ୍ଗପୁର ଅତିରିକ୍ତ ଉପଜିଲାପାଳ ପ୍ରଶାନ୍ତ ରାଉତଙ୍କ ଘରେ ଶୁକ୍ରବାର ପୂର୍ବାହ୍ନରେ ଭିଜିଲାନ୍ସର ଏକ ଟିମ୍‌ ଚଢ଼ାଉ କରିଛି। ଭୁବନେଶ୍ୱର, ନବରଙ୍ଗପୁର ସମେତ...

ବର୍ଷା, କୁଆପଥର ମାଡ଼: ପରିବା ଚାଷ ନଷ୍ଟ ଆଶଙ୍କା

ଭଦ୍ରକ ଅଫିସ/ବାସୁଦେବପୁର,୧୯।୩(ଡି.ଏନ୍‌.ଏ.): ପଶ୍ଚିମା ଝଡ଼ ପ୍ରଭାବରେ ଭଦ୍ରକ ଜିଲାରେ ଘଡ଼ଘଡ଼ି ସହ ବର୍ଷା ସାଙ୍ଗକୁ କେତେକ ସ୍ଥାନରେ କୁଆପଥର ମାଡ଼ ହୋଇଛି। ବର୍ଷା ପାଣି କ୍ଷେତରେ...

ବୈତରଣୀ ବନ୍ୟା ନିୟନ୍ତ୍ରଣାଧୀନ, ୨ଲକ୍ଷ ୭୦ ହଜାର ୫୧୫ ଲୋକ ପ୍ରଭାବିତ

ଭଦ୍ରକ ଅଫିସ,୩୧।୮: ବୈତରଣୀ ନଦୀରେ ଆସିଥିବା ବନ୍ୟା ନିୟନ୍ତ୍ରଣ ହୋଇଛି। ନଦୀର ଜଳପତ୍ତନ ହ୍ରାସ ପାଇ ବିପଦ ସଂକେତରେ ବହୁ ତଳେ ପ୍ରବାହିତ ହେଉଛି। ତେବେ...

ପତାକା ଉତ୍ତୋଳନ କଲେ ଜିଲାପାଳ

ଭଦ୍ରକ,୧୫।୮(ସନାତନ ରାଉତ): ଭଦ୍ରକ କଲେଜ ପଡ଼ିଆରେ ଜିଲାସ୍ତରୀୟ ୭୭ତମ ସ୍ବାଧୀନତା ଦିବସ ପାଳିତ ହୋଇଛି l ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦୋର ମୁଖ୍ୟ ଅତିଥି ଭାବେ...

ଭଦ୍ରକରେ କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ସଚିବ

ଭଦ୍ରକ ଅଫିସ, ୨୮।୨- କେନ୍ଦ୍ର ସରକାରଙ୍କ ସଂଖ୍ୟାଲଘୁ ବ୍ୟାପାର ସଚିବ ପ୍ରମୋଦ କୁମାର ଦାସ ଶୁକ୍ରବାର ଭଦ୍ରକ ଗସ୍ତରେ ଆସି ଜିଲା ମଙ୍ଗଳ ବିଭାଗ ଦ୍ୱାରା...

Advertisement
Archives

Model This Week